୮୨ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ନାଉଗାଁ,୫ା୧୧(ସ୍ବ.ପ୍ର.): ନାଉଗାଁ ବ୍ଲକରେ ମୋଟ୍‌ ୧୧୯ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିମଧ୍ୟରୁ ୩୭ କେନ୍ଦ୍ରର ନିଜସ୍ବ ଗୃହ ଥିବାବେଳେ ୮୨କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ଫଳରେ ଗୃହ ନ ଥିବା କେନ୍ଦ୍ରଗୁଡିକ ପ୍ରାଥମିକ ବିଦ୍ୟାଳୟ, ବାତ୍ୟା ଆଶ୍ରୟସ୍ଥଳ, କ୍ଲବ ଘର ଓ କେତେଜଣ ଅଙ୍ଗନଓ୍ବାଡି କର୍ମୀଙ୍କ ଘରେ ଚାଲୁଛି। ଏହାକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଯୋଜନା ମାଧ୍ୟମରେ ଛୋଟ ପିଲାଙ୍କୁ ଜଳଖିଆ ସହିତ ମଧ୍ୟାହ୍ନଭୋଜନ ପ୍ରଦାନ କରାଯାଇଥାଏ। ଶିଶୁ ଏହିଠାରୁ ଶିକ୍ଷା ଆରମ୍ଭ କରିଥାଏ। ଶିଶୁଙ୍କୁ କିପରି ନାଚ, ଗୀତ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯିବ ସେଥିପାଇଁ ବିଭିନ୍ନ ସମୟରେ ଅଙ୍ଗନଓ୍ବାଡି କର୍ମୀଙ୍କୁ ତାଲିମ ପ୍ରଦାନ କରାଯାଉଛି। ପିଲାଙ୍କ ସ୍ବାସ୍ଥ୍ୟ ଯେପରି ପ୍ରଭାବିତ ନ ହେବ ସେଥିପାଇଁ କେନ୍ଦ୍ର ଗୁଡିକରେ ଶୁଦ୍ଧ ପାନୀୟ ଜଳ, ପାଇଖାନା, ମଧ୍ୟାହ୍ନଭୋଜନ ସମୟରେ ପରିଷ୍କାର ପରିଚ୍ଛନ୍ନତା ଅବଲମ୍ବନ କରାଯାଉଛି। ପିଲାଙ୍କ ମନୋରଞ୍ଜନ ପାଇଁ କେନ୍ଦ୍ରରେ ବିଭିନ୍ନ ଖେଳଣା, କାନ୍ଥରେ ବିଭିନ୍ନ ପ୍ରକାର ଶିକ୍ଷଣୀୟ ଚିତ୍ର ଲଗାଯାଉଛି। ମାତ୍ର ଯେଉଁଠି କେନ୍ଦ୍ରନାହିଁ ପିଲାମାନେ ଏସବୁ ସୁବିଧା ମଧ୍ୟରୁ ଅନେକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। କେନ୍ଦ୍ର ମାଧ୍ୟମରେ ପିଲାଙ୍କ ଓଜନ, ଶାରୀରିକ ସୁସ୍ଥତା ଆଦି ଯାଞ୍ଚ କରାଯାଇଥାଏ। ପିଲାଙ୍କ ମାନସିକ, ଶାରୀରିକ, ବୌଦ୍ଧିକ ବିକାଶରେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକ ଏସବୁ ଭୂମିକା ବହନ କରିଥାନ୍ତି। ସେହିପରି ଅନେକ କେନ୍ଦ୍ର ନିର୍ମାଣ ଅଧାପନ୍ତରିଆ ହୋଇ ରହିଛି। ଆଉ କେତେକ କେନ୍ଦ୍ର ନିର୍ମାଣ ସରିଥିଲେ ମଧ୍ୟ ସମନ୍ବିତ ଶିଶୁ ବିକାଶ କାଯର୍‌ୟାଳୟକୁ ହସ୍ତାନ୍ତର ହୋଇନାହିଁ। ତେଣୁ ଯେଉଁଠାରେ ଗୃହ ନାହିଁ। ତୁରନ୍ତ ନିର୍ମାଣ କରି ଯୋଗାଇ ଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ସିଡିପିଓ ରାସେଶ୍ୱରୀ ମହାନ୍ତିଙ୍କୁ ପଚାରିବାରେ ସେ କହିଥିଲେ, ବ୍ଲକ ଅଧୀନରେ ୧୧୯ କେନ୍ଦ୍ର ରହିଛି। ସେଥିମଧ୍ୟରୁ ୩୭ର ନିଜସ୍ବ ଗୃହ ଅଛି। ଯେଉଁ ସବୁ ଗୃହ ନିର୍ମାଣ ହେଉଛି ତାହା ବ୍ଲକ ପ୍ରଶାସନ ମାଧ୍ୟମରେ। ଗୃହ ନିର୍ମାଣ ବିଷୟରେ ବ୍ଲକ ପ୍ରଶସାନ ଅବଗତ ଥିବେ। ତେବେ ଯେଉଁଠାରେ ଗୃହ ନାହିଁ ସେମାନଙ୍କୁ ମଧ୍ୟ ସମସ୍ତ ସୁବିଧା ମିଳୁଛି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନର ନାକତଳେ ଖୋଲାଖୋଲି ଭାବେ ଶ୍ରମିକ ଚାଲାଣ, ସବୁ ଜାଣି ଶ୍ରମ ବିଭାଗ ଚୁପ୍‌

ଥୁଆମୂଳ ରାମପୁର,୯ା୯(ଦୁର୍ଗା କୀର୍ତ୍ତି): ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ସୋହାଗୀ ନିଯୁକ୍ତି ଏବଂ ମନରେଗା ଯୋଜନାରେ ବେକାର ଯୁବକ ଉପକୃତ ହେଉଥିବା ନେଇ ସରକାରୀ ଦାବିର ସତ୍ୟତା ଏବେ ପଦାରେ…

ତୁରୁମୁଙ୍ଗା ଜାତୀୟ ରାଜପଥ କଡ଼ରୁ ହଟିଲା ଜବରଦଖଲ: ଚାଲିଲା ଜେସିବି, ଥଇଥାନ ଦାବି କଲେ ବ୍ୟବସାୟୀ

ପାଟଣା,୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ର ତୁରୁମୁଙ୍ଗା ବଜାର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ କଡ଼ରୁ ବୁଧବାର ବ୍ୟାପକ ଜବରଦଖଲ ଉଚ୍ଛେଦ…

ଘର ପଛ ଅଣ୍ଡରଗ୍ରାଉଣ୍ଡ୍‌ ସିକ୍ରେଟ୍‌ ଚାମ୍ବରରୁ ଚାଲିଥିଲା କଫ୍‌ ସିରପ୍‌ କାରବାର: ୮୧୩ ବୋତଲ ଜବତ, ମହିଳା ଗିରଫ, ସ୍ୱାମୀ ଫେରାର

ବରଗଡ଼,୯ା୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପୋଲିସ୍‌ ନିଶା କାରବାର ବିରୋଧରେ ନିଜର ଧରପଗଡ଼ ଅଭିଯାନକୁ ଅଧିକ ଜୋରଦାର କରିଛି। ବୁଧବାର ଭଟଲି ଥାନା ପୋଲିସ୍‌ ବଡ଼ମାଳ ଗ୍ରାମରେ…

ଦାଦନ ସମସ୍ୟା ଦୂର ସହ ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଆଲୋଚନା

ଦାରିଙ୍ଗବାଡ଼ି,୯ା୯(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଦାଦନ ସମସ୍ୟା ଦୂର କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରି ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଦାରିଙ୍ଗବାଡ଼ି ଜାଗୃତି…

ଏଣିକି ATM ରୁ ଟଙ୍କା ସହ ନୂଆ ଡେବିଟ କାର୍ଡ ବି ମିଳିବ, ଜାଣନ୍ତୁ କେମିତି?

ନୂଆଦିଲ୍‌ଲୀ,୯।୯: ଯେତେବେଳେ କୌଣସି ବ୍ୟକ୍ତି ବ୍ୟାଙ୍କ ଖାତା ଖୋଲନ୍ତି, ତେବେ ତାହାର ୧ ସପ୍ତାହ ପରେ ଘରେ ଏଟିଏମ କାର୍ଡ (ଡେବିଟ କାର୍ଡ) ପହଞ୍ଚିଥାଏ। ତେବେ ନୂତନ…

KBC କୁ ବାଏ ବାଏ କରିବେ ଅମିତାଭ! କୋଟି କୋଟି ପ୍ରଶଂସକଙ୍କୁ ଝଟ୍‌କା…

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। କେବଳ ଜଣେ ଅଭିନେତା ଭାବରେ ନୁହେଁ, ବରଂ…

ଗଣେଶ ପୂଜାକୁ ନେଇ ପୋଲିସର କଡ଼ା ଆଭିମୁଖ୍ୟ: ଡିଜେ ଶୋଭାଯାତ୍ରା ସମ୍ପୂର୍ଣ୍ଣ ନିଷେଧ

ଗଞ୍ଜାମ,୯ା୯(ବିଦ୍ୟାଧର ସାହୁ): ଚଳିତ ମାସ ୧୪ରେ ପାଳିତ ହେବ ଅଗ୍ର୍ୟ ପୂଜ୍ୟ ମହାବିନାୟକ ଗଣେଶ ପୂଜା l ଚଳିତ ବର୍ଷ ଗଣେଶ ପୂଜା ନିମନ୍ତେ କଡା ଆଭିମୁଖ୍ୟ…

କଳାହାଣ୍ଡିରେ ନୂଆ ଡିଆଇପିଆର୍‌ଓଙ୍କ ଯୋଗଦାନ

ଭବାନୀପାଟଣା,୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଭାବେ ମନୋଜ କୁମାର ବେହେରା ଯୋଗଦେଇଛନ୍ତି। ଭବାନୀପାଟଣାସ୍ଥିତ ଡିଆଇପିଆରଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri