୮ବର୍ଷ ପରେ ମାଟିତଳୁ ମହିଳାଙ୍କ ଦେହାବଶେଷ ମିଳିବା ଘଟଣା : ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର,୨୯।୭(ବ୍ୟୁରୋ) : ସମ୍ବଲପୁର ଜିଲା ନନ୍ଦପଡ଼ାର ଜୟଶ୍ରୀ ମିଶ୍ରଙ୍କ ମୃତ୍ୟୁ ରହସ୍ୟ ୮ବର୍ଷ ପରେ ଝିଅ ବିଜୟିନୀଙ୍କ ଯୋଗୁ ପଦାକୁ ଆସିଛି। ହତ୍ୟା ପରେ ଜୟଶ୍ରୀଙ୍କୁ ପୋତି ଦିଆଯାଇଥିବା ତଦନ୍ତରୁ ଜଣାପଡ଼ିବା ପରେ ତାଙ୍କ ଦେହାବଶେଷ ଉଦ୍ଧାର କରାଯାଇ ହତ୍ୟା ଅଭିଯୁକ୍ତ ସମ୍ପର୍କୀୟ ଭିଣୋଇ ବସନ୍ତ ପଣ୍ଡାକୁ ପୋଲିସ ଗିରଫ କରିଛି। ଏହି ଘଟଣାକୁ ନେଇ ସୋମବାର ବିଜୟିନୀ ଡିଜିପି ଡା. ଆର୍‌.ପି. ଶର୍ମାଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାମ୍ପ୍‌ ଅଫିସରେ ଭେଟିଛନ୍ତି। ଅଭିଯୁକ୍ତଙ୍କୁ କିଭଳି କୋର୍ଟରୁ କଠିନ ସଜା ମିଳିବ ସେଥିଲାଗି ପୋଲିସ ଦୃଢ଼ ପ୍ରମାଣ ଯୋଗାଡ କରିବା ସହ ତଦନ୍ତରେ ଅବହେଳା କରିଥିବା ଥାନା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିବେଦନ କରିଛନ୍ତି। ଏଥିସହ ଡିଜିପିଙ୍କ ନିର୍ଦ୍ଦେଶ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାରୁ ବିଜୟିନୀ ଧନ୍ୟବାଦ ଜଣାଇଛନ୍ତି। ପୋଲିସ ପକ୍ଷରୁ ସବୁକିଛି ପ୍ରମାଣ ଯୋଗାଡ଼ ପାଇଁ ପୂରା ଚେଷ୍ଟା କରାଯିବ ବୋଲି ଡିଜିପି ଶର୍ମା ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ଅନ୍ୟପକ୍ଷରେ ବିଜୟିନୀ ପୋଲିସ ଅଫିସରମାନଙ୍କ ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଗ୍ରାଉଣ୍ଡ୍‌ ଜିରୋରେ ପୋଲିସର ବ୍ୟବହାର କଦର୍ଯ୍ୟ ରହୁଛି। ଥାନାକୁ ଗଲେ ପୋଲିସ ଅଭିଯୋଗକୁ ଗୁରୁତ୍ୱର ସହ ନେଉନି। ଅନେକଙ୍କୁ ମଧ୍ୟ ଥାନାରୁ ଫେରାଇ ଦେଉଛି। ଯାହା ତାଙ୍କ ମା’ଙ୍କର ହେଲା, ତାହା ଯେଭଳି ଅନ୍ୟମାନଙ୍କ କ୍ଷେତ୍ରରେ ନ ଘଟୁ। ଉତ୍ତମ ବ୍ୟବହାର ସହ ଅଭିଯୋଗକୁ ଗୁରୁତ୍ୱ ଦେବା ପାଇଁ ଡିଜିପି ସମସ୍ତ ଏସ୍‌ପି ଓ ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜୟିନୀ ଗଣମାଧ୍ୟମଙ୍କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ମାଟିତଳୁ ମିଳିଥିବା ଦେହାବଶେଷର ଫରେନସିକ୍‌ ଟେଷ୍ଟ ରିପୋର୍ଟ ଆସିବା ପରେ ପୋଲିସର ପଦକ୍ଷେପ କ’ଣ ରହିବ ଓ ଡିଏନ୍‌ଏ ଟେଷ୍ଟ ଉପରେ ମଧ୍ୟ ଡିଜିପିଙ୍କ ସହ ଆଲୋଚନା ହୋଇଛି। ଏପରିକି ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ ପ୍ରମାଣ ଯୋଗାଡ଼ କରିବା ଓ କୋର୍ଟ ଅଭିଯୁ୍‌କ୍ତଙ୍କୁ ଉଚିତ ଦଣ୍ଡ ଦେବେ ବୋଲି ଭରସା ରହିଥିବା ବିଜୟିନୀ କହିଛନ୍ତି।
ସୂଚନା ଅନୁଯାୟୀ, ଜୟଶ୍ରୀ ବଡ଼ ଝିଅର ବାହାଘର ନିମନ୍ତ୍ରଣ କାର୍ଡ ବାଣ୍ଟିବାକୁ ଯାଇଥିବାବେଳେ ଧାର ଟଙ୍କାକୁ ନେଇ ଭିଣୋଇ ବସନ୍ତ ପଣ୍ଡାଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଏଥିରେ ରାଗିଯାଇ ବସନ୍ତ ତାଙ୍କ ତଣ୍ଟିଚିପି ହତ୍ୟା କରିଥିଲେ। ଏହାପରେ ଚୈତନ୍ୟ ନାମକ ଜଣେ ବ୍ୟକ୍ତିଙ୍କ ସହଯୋଗରେ ଏକ ଗାତ ଖୋଳି ମୃତଦେହକୁ ପୋତି ଦେଇଥିଲେ। ଏନେଇ ଥାନାରେ ଝିଅ ବିଜୟିନୀ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କେବଳ ଷ୍ଟେଶନ ଡାଏରି କରି ଚୁପ୍‌ ବସିଥିଲା। ହତ୍ୟା କରିବା ପରେ ଅଭିଯୁକ୍ତ ହରିଦ୍ୱାର ଚାଲିଯାଇଥିଲେ। କିଛିବର୍ଷ ପରେ ଫେରି ଆସି ଯୁଯୁମୁରାରେ ଲୁଚି ରହିଥିଲେ। ଶେଷରେ ବିଜୟିନୀ ମା’ଙ୍କ ହତ୍ୟା ରହସ୍ୟ ଖୋଲିବା ପାଇଁ ପୋଲିସ ମୁଖ୍ୟାଳୟକୁ ସୂଚନା ଅଧିକାରୀ ବଳରେ ତଥ୍ୟ ମାଗିଥିଲେ। ଏହାପରେ ପୋଲିସ ତପତ୍ରତା ଦେଖାଇ ମାମଲାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛୁଟିଦିନରେ ଖୋଲିବ ଆର୍‌ଟିଓ

ଭୁବନେଶ୍ୱର,୧୧-୯(ବ୍ୟୁରୋ):ଗତ ୧ ତାରିଖରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଲୋକମାନେ ସେମାନଙ୍କ ଗାଡ଼ି ସମ୍ବନ୍ଧିତ କାଗଜପତ୍ର ଦେଖାଇ ନ ପାରିବା ଯୋଗୁ...

ରାଜଧାନୀ ରାସ୍ତା ମରଣଯନ୍ତା: ଓଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର, ୧୨ା୧୧(ବ୍ୟୁରୋ) ରାଜଧାନୀର ଅନେକ ରାସ୍ତା ଏବେ ମରଣାଯନ୍ତା ପାଲଟିଛି। ସାମାନ୍ୟ ବର୍ଷା ହେଲେ ଆବର୍ଜନା ପାଣି ଜମି ରହୁଛି। ସେହିଭଳି ରାସ୍ତା ପାର୍ଶ୍ୱରେ ବେଆଇ...

ମେଟଲ୍‌ ମିଟ୍‌-୨୦୧୯: ଗ୍ରାଣ୍ଡ ଫିନାଲେ ଆରମ୍ଭ

ଭୁବନେଶ୍ୱର,୪।୮(ବ୍ୟୁରୋ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ମେଗା କୁଇଜ୍‌ ଇଭେଣ୍ଟ ‘ମେଟଲ୍‌ ମିଟ୍‌-୨୦୧୯’ର ଗ୍ରାଣ୍ଡ ଫିନାଲେ ହୋଟେଲ ସ୍ବସ୍ତି ପ୍ରିମିୟମ୍‌ଠାରେ ରବିବାର...

ରାଜ୍ୟରେ ୭୦ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୭।୩(ବ୍ୟୁରୋ): ରାଜ୍ୟରେ ରବିବାର ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୯ ଜଣ ଲୋକାଲ...

ଉତ୍ପାଦ ମାର୍କେଟିଂ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ଜାତୀୟ କିମ୍ବା ଅନ୍ତର୍ଜାତୀୟ ବଜାରରେ କୌଣସି ଦ୍ରବ୍ୟର ଚାହିଦା ବୃଦ୍ଧି କରିବାକୁ ହେଲେ ସାମଗ୍ରୀର ଗୁଣବତ୍ତା, ଉପାଦେୟତା ଓ ଆବଶ୍ୟକ ବଜାର ଯୋଗାଣ...

ବନ୍ଦ ରହିବ ଠିପି ଖୋଲା ମଦ ଦୋକାନ

ଭୁବନେଶ୍ୱର,୨୧ା୩ (ବ୍ୟୁରୋ): ରାଜ୍ୟ ସରକାର କରୋନା ସଂକ୍ରମଣ ରୋକିବା ଲାଗି ସମସ୍ତ ଠିପି ଖୋଲା ମଦ ଦୋକାନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଏନେଇ...

ସୌରଚାଳିତ ଯନ୍ତ୍ରର ବ୍ୟବହାର ବଢ଼ୁଛି

ଭୁବନେଶ୍ୱର,୨୨।୮(ବ୍ୟୁରୋ): ସବୁଜ ଶକ୍ତି ବ୍ୟବହାର ବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା) ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜୁଲାଇ ଶେଷ ସୁଦ୍ଧା...

ରାଜ୍ୟ ଗାଇଡ୍‌ କମିଶନରଙ୍କ ବିଶ୍ୱ ଜାମ୍ବୋରୀରେ ଯୋଗଦାନ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଭାରତ ସ୍କାଉଟସ୍‌ ଏବଂ ଗାଇଡସ୍‌ ରାଜ୍ୟ ସଂସ୍ଥାର ସହକାରୀ ଗାଇଡ୍‌ କମିଶନର ଡ. ନମିତା ପଟ୍ଟନାୟକ ଉତ୍ତର ଆମେରିକାର ପଶ୍ଚିମ ଭର୍ଜିନିଆରେ ହେଉଥିବା ୨୪ତମ...

Advertisement
Archives

Model This Week