୭ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୯ା୭(ବ୍ୟୁରୋ)- ଦକ୍ଷିଣ ଓଡିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ଦେବଗଡ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର ଏବଂ ରାୟଗଡା ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ଅନୁଗୋଳ, ଜଗତସିଂହପୁର, କଟକ, ଢେଙ୍କାନାଳ, ସମ୍ବଲପୁର, ଦେବଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।
ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରରେ ୬.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ପୁରୀ ୨୧.୫, କେନ୍ଦୁଝର ୪୭.୬, ତାଳଚେର ୪୦, ବଲାଙ୍ଗୀର ୧୦.୬, ଟିଟିଲାଗଡ ୯.୮, ସୋନପୁର ୧୧.୮, ନୟାଗଡ ୩୭.୧, ବୌଦ୍ଧ ୫୬.୨ ଏବଂ ଛତ୍ରପୁରରେ ୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କିଟ୍‌ ମିଳିଲାନି, ଖବରକାଗଜ ଉପରେ ନବଜାତକ

ଗୋପ,୧୪।୪(ଡି.ଏନ୍‌.ଏ.): ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବୁଧବାର ଜଣେ ମହିଳା ପ୍ରସବ କରିବା ପରେ ସରକାରୀ କିଟ୍‌ ନ ମିଳିବାରୁ ନବଜାତ ଶିଶୁ ଏକ ଖବରକାଗଜ ଉପରେ...

ଡିସେମ୍ବର ୨୩ରୁ ସିଟି ଫେଷ୍ଟିଭାଲ

ଭୁବନେଶ୍ୱର, ୩୧ା୧୦(ବ୍ୟୁରୋ): ପୁଣି ଆରମ୍ଭ ହେବ ସିଟି ଫେଷ୍ଟିଭାଲ। ଆସନ୍ତା ଡିସେମ୍ବର ୨୩ରୁ ଜାନୁୟାରୀ ୧ ଯାଏ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଶୀତୁଆ ସନ୍ଧ୍ୟାରେ ରାଜଧାନୀବାସୀଙ୍କୁ...

୬, ୮୨୯ ପୋଲିସ ସଂକ୍ରମଣ, ୩୩ ମୃତ

ଭୁବନେଶ୍ୱର,୬ା୧୦ (ବ୍ୟୁରୋ):ଡାକ୍ତରୀ କର୍ମଚାରୀ ପରେ ପୋଲିସ ହେଉଛି କରୋନା ଯୋଦ୍ଧା। ମହାମାରୀ ସମୟରେ ଏମାନେ ମଧ୍ୟ ନିଜ ଜୀବନକୁ ଭୟ ନକରି ଲୋକଙ୍କ ସେବା କରୁଛନ୍ତି।...

ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୩।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି...

ପ୍ରକାଶ ପାଇବ ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ୱର,୯।୯ (ବ୍ୟୁରୋ) : ଗୁରୁବାର ଅପରାହ୍ନ ୪ଟାରେ ଯୁକ୍ତ ୩ ଆଡମିଶନ ପାଇଁ ପ୍ରଥମ ପଯର୍‌ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏନେଇ ଉଚ୍ଚଶିକ୍ଷା ବିଭାଗ...

ବଢ଼ିବାରେ ଲାଗିଛି କୋଭିଡ୍‌ ପଜିଟିଭ୍‌ ହାର; ଆଜି କେନ୍ଦୁଝରରୁ ସର୍ବାଧିକ

ଭୁବନେଶ୍ୱର,୨।୧(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ପଜିଟିଭ୍‌ ହାର ଧିରେ ଧିରେ ବଢ଼ିବାରେ ଲାଗିଛି। ରବିିବାର ଚିହ୍ନଟ ହୋଇଥିବା ୨୩ ଓମିକ୍ରନ ସଂକ୍ରମିତଙ୍କ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ...

ହାର୍‌ ମାନିନାହାନ୍ତି କନକଲତା

ଭଦ୍ରକ ଅଫିସ, ୧୦।୭- ଭଦ୍ରକ ସହର ତଳିର ଏକ ଗଁା ଓକାଳ। ଗଁାରେ ରହିଛି ଏକ ୫ ଫୁଟ ଉଚ୍ଚର ବଖରାଏ ନୂଆଣିଆ ନଡ଼ା ଛପର...

‘ମୋ ଶବ ଏ ପାପୀଙ୍କୁ ଦେବ ନାହିଁ’

ଭୁବନେଶ୍ୱର, ୨୬।୩ (ବ୍ୟୁରୋ): ନୟାଗଡ଼ ଜିଲା ରଣପୁର ଥାନା ମଝିଆଖଣ୍ଡ ଗୋଡ଼ିପୋଖରୀ ଗ୍ରାମର କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍‌...

Advertisement
Archives

Model This Week