୭୫ ମିଟର ଉଚ୍ଛେଦ ପ୍ରସଙ୍ଗ: ଖୁବ୍‌ଶୀଘ୍ର ସରକାରଙ୍କୁ ରିପୋର୍ଟ ଦିଆଯିବ; ଦେବଦେବୀଙ୍କ ବିଜେସ୍ଥଳୀ, ଗାଦିଘର ସୁରକ୍ଷିତ ରଖାଯିବ

ପୁରୀ ଅଫିସ, ୧ା୯: ଶ୍ରୀମନ୍ଦିରର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ମେଘନାଦ ପ୍ରାଚୀର ଚତୁଃପାର୍ଶ୍ୱସ୍ଥ ୭୫ ମିଟର ପରିଧି ମଧ୍ୟରେ ଥିବା ସବୁ ନିର୍ମାଣ ଉଚ୍ଛେଦ କରାଯିବ। ଏହି ପରିସୀମା ମଧ୍ୟରେ ଥିବା ମଠ, ମନ୍ଦିରର ଗାଦିଘର ଏବଂ ଦେବଦେବୀଙ୍କ ବିଜେସ୍ଥଳୀକୁ ସୁରକ୍ଷିତ ରଖିବା ଲାଗି ନିଷ୍ପତ୍ତି ହୋଇଛି। ତେବେ ଏହା ପୂର୍ବରୁ ଅସୁରକ୍ଷିତ ଥିବା ମଠକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି। ଅନ୍ୟପକ୍ଷରେ ୭୫ମିଟର ଉଚ୍ଛେଦ ପାଇଁ ସର୍ଭେ କାର୍ଯ୍ୟ ଜାରି ରହିଛି। ତେବେ ଏହି ଉଚ୍ଛେଦର ରୂପରେଖ, କ୍ଷତିଗ୍ରସ୍ତଙ୍କ ଥଇଥାନ ସମ୍ପର୍କିତ ପ୍ୟାକେଜ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଖୁବ୍‌ଶୀଘ୍ର ରିପୋର୍ଟ ଦିଆଯିବ ବୋଲି ଜିଲାପାଳ ବଲୱନ୍ତ ସିଂ କହିଛନ୍ତି।

ଶନିବାର ଗଣମାଧ୍ୟମକୁ ସୂଚନା ଦେଇ ଜିଲାପାଳ କହିଛନ୍ତି, ୭୫ମିଟର ଉଚ୍ଛେଦର ଥଇଥାନ ପ୍ୟାକେଜ ପ୍ରସ୍ତୁତ କରି ତାହାର ରିପୋର୍ଟ ଦେବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି। ବର୍ତ୍ତମାନ ଏହାର କାମ ଚାଲିଛି। ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ଥଇଥାନ ପ୍ୟାକେଜ ରିପୋର୍ଟ ପ୍ରଦାନ କରାଯିବ। କୌଣସି କ୍ଷତିଗ୍ରସ୍ତ ଯେପରି ଥଇଥାନରୁ ବଞ୍ଚତ୍ତ ନ ହେବେ ତାହା ଉପରେ ଗୁରୁତ୍ୱ ଦିଆଯାଇ ତାଲିକା ପ୍ରସ୍ତୁତ ହେଉଛି। ତେବେ ବର୍ତ୍ତମାନ ଏମାର ମଠ ଉଚ୍ଛେଦ କାର୍ଯ୍ୟ ଚାଲିଛି। ହେଲେ ମଠ ମହନ୍ତ ଅସୁରକ୍ଷିତ କୋଠାରେ ରହିଥିବା ପ୍ରଶ୍ନରେ ଜିଲାପାଳ କହିଥିଲେ, ଉଚ୍ଛେଦ ସମୟରେ ଦେବଦେବୀଙ୍କ ବିଜେସ୍ଥଳୀ ଏବଂ ଗାଦିଘରକୁ ସୁରକ୍ଷିତ ରଖାଯିବ। ଲଙ୍ଗୁଳି ମଠରେ ଯେପରି ଠାକୁରଙ୍କ

ବିଜେସ୍ଥଳୀକୁ ବାଦ୍‌ ଦିଆଯାଇ ଭଙ୍ଗାଗଲା ଏମାର ମଠ କ୍ଷେତ୍ରରେ ତାହା ହିଁ ହେବ। ଏମାର ମଠରେ ଠାକୁର ପୂଜା ପାଉଥିବା ସ୍ଥାନ ଅଧିକ ଅସୁରକ୍ଷିତ ଥିବାରୁ ତାହାକୁ ସତର୍କତାର ସହ ଭାଙ୍ଗିବାକୁ ପଡ଼ିବ। ମହନ୍ତଙ୍କ ବ୍ୟକ୍ତିଗତ ଜୀବନ ରହିଛି। ତେଣୁ ମୁଖ୍ୟ କୋଠା ଭଙ୍ଗାଯିବା ପୂର୍ବରୁ ଠିକ୍‌ ନିଷ୍ପତ୍ତି ନିଆଯିବ। ଏମାର ମଠରେ ପୂଜା ପାଉଥିବା ଦେବଦେବୀଙ୍କ ବିଜେସ୍ଥଳୀ ଯେଭଳି ସୁରକ୍ଷିତ ରଖାଯିବ ସେଥିନେଇ ବୈଷୟିକ କମିଟି ଭଲ ଭାବେ ଯାଞ୍ଚ କରିବା ପରେ ଭଙ୍ଗାଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

ସ୍ୱାଧୀନତା ଦିବସରେ ପାକିସ୍ତାନରେ ବଡ଼ ହଙ୍ଗାମା, ସରିଗଲା ସବୁ ପେଟ୍ରୋଲ…

ଇସଲାମାବାଦ୍‌,୧୪।୮: ପାକିସ୍ତାନୀ ସମ୍ବାଦପତ୍ର ‘ଡନ୍’ (DAWN) ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ପେଟ୍ରୋଲ ଏବଂ ହାଇ-ସ୍ପିଡ୍ ଡିଜେଲ (HSD) ର ଦର ବୃଦ୍ଧି କରିଛନ୍ତି। ଏହି…

Video: କିଏ କହିଲା ‘କମେଡିଆନ’ କିଏ କହିଲା ‘ମହିଳା ବିରୋଧୀ’ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଭାଜପା ନେତା

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ବୟାନ ପୁଣି ଥରେ ବିବାଦ ସୃଷ୍ଟି କରିଛି। ଗୁରୁବାର ନୂଆଦିଲ୍ଲୀରେ…

ଶୁକ୍ର ପୁଷ୍କରାଂଶ ଯୋଗରେ ମିଥୁନରୁ ତୁଳା ସମେତ ଏହି ୪ ରାଶିଙ୍କ ଲାଭ; ଇନକମ୍‌ ହେଇଯିବ ଡବଲ୍‌, ସୁଧୁରିବ ଭାଙ୍ଗିଯାଇଥିବା ସମ୍ପର୍କ…

ଜନ୍ମକୁଣ୍ଡଳୀରେ ଯେକୌଣସି ଗ୍ରହର ‘ପୁଷ୍କରାଂଶ’ ସ୍ଥିତିକୁ ଅତ୍ୟନ୍ତ ଶୁଭ ବୋଲି ମନେକରାଯାଏ, କାରଣ ଏହାର ପ୍ରଭାବ ସଦାସର୍ବଦା ସକାରାତ୍ମକ ଏବଂ ଫଳଦାୟୀ ହୋଇଥାଏ। ବିଶେଷକରି ଶୁକ୍ରଙ୍କର ପୁଷ୍କରାଂଶ…

ଭାରତ ଗସ୍ତରେ ଆସିବେ ଇରାନୀ ରାଷ୍ଟ୍ରପତି; ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ଉପରେ ସମସ୍ତଙ୍କ ନଜର? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ/ତେହରାନ,୧୪।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ମାସରେ ଭାରତ ଗସ୍ତରେ ଆସୁଛନ୍ତି। ସେ ସେପ୍ଟେମ୍ବର 12-13 ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri