୭ମ ରାଜ୍ୟ ଟେଲି ପୁରସ୍କାର:‘ରହିଛି ରହିବି ତୋରି ପାଇଁ’ ଶ୍ରେଷ୍ଠ ଧାରାବାହିକ

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):୨୦୧୮ ମସିହା ଲାଗି ମଙ୍ଗଳବାର ୭ମ ରାଜ୍ୟ ଟେଲି ପୁରସ୍କାର ଘୋଷଣା ହୋଇଛି। ଏଥର ଶ୍ରେଷ୍ଠ ଟେଲି ଧାରାବାହିକ ଭାବେ ପ୍ରଦ୍ୟୁମ୍ନ କୁମାର ଲେଙ୍କାଙ୍କ ‘ରହିଛି ରହିବି ତୋରି ପାଇଁ’ ମନୋନୀତ ହୋଇଛି। ସେହିଭଳି ଏହି ଧାରାବାହିକର ହରିଶ ମହାନ୍ତିଙ୍କୁ ‘ଶ୍ରେଷ୍ଠ ନିର୍ଦ୍ଦେଶକ’ ଭାବେ ପୁରସ୍କୃତ କରାଯିବ। ‘ପେନ୍‌ସନ୍‌’ର ଜୟନ୍ତ ସାନ୍ତରାଙ୍କୁ ‘ଶ୍ରେଷ୍ଠ ଅଭିନେତା’ ଏବଂ ‘ଶ୍ରେଷ୍ଠ ଅଭିନେତ୍ରୀ’ ଭାବେ ‘ରହିଛି ରହିବି ତୋରି ପାଇଁ’ର ସୋଫିଆ ସିକନ୍ଦର ଓ ‘କମଲି’ର ସୋନାଲି ନାୟକଙ୍କୁ ମିଳିତଭାବେ ପୁରସ୍କାର ପ୍ରଦାନ କରାଯିବ। ‘ଶ୍ରେଷ୍ଠ ଟେଲି ଫିଲ୍ମ’ ଭାବେ ‘ପେନ୍‌ସନ୍‌’ ରାଜ୍ୟ ଟେଲି ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାବେଳେ ଏହାର ପ୍ରଯୋଜକ ମାଥ୍ୟୁ ଜେନି ଜୋସେଫ୍‌ ଓ ଶିଳ୍ପାକ୍ରିଷ୍ଣା ଶୁକ୍ଳା ପୁରସ୍କୃତ ହେବେ। ସେହିଭଳି ‘ଶ୍ରେଷ୍ଠ ଟେଲି ଫିଲ୍ମ ନିର୍ଦ୍ଦେଶକ’ ଭାବେ ‘ପାଇକ ବିଦ୍ରୋହ’ର ଅନୁଜ ତ୍ୟାଗୀ ଓ ନିଶ୍ଚୟ ରାଉତ ଏହି ପୁରସ୍କାର ଗ୍ରହଣ କରିବେ।
ଟେଲି ଧାରାବାହିକ ‘କମଲି’ର ମହମ୍ମଦ ବବଲୁଙ୍କୁ ‘ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା’, ‘ରହିଛି ରହିବି ତୋରି ପାଇଁ’ର ପ୍ରିୟଙ୍କା ପଟ୍ଟନାୟକଙ୍କୁ ‘ଶ୍ରେଷ୍ଠ ଅଭିନେତ୍ରୀ’, ‘ରୂପା ଜହ୍ନ’ର ଗୋପାଳ ଶର୍ମାଙ୍କୁ ‘ଶ୍ରେଷ୍ଠ ପାର୍ଶ୍ୱ ଖଳନାୟକ’ ଓ ‘ତୋ ପାଇଁ ମୁଁ’ର ନିର୍ଝରଣୀ ମିଶ୍ରଙ୍କୁ ‘ଶ୍ରେଷ୍ଠ ପାର୍ଶ୍ୱ ଖଳନାୟିକା’, କିଶୋର ରଥଙ୍କୁ ‘ଶ୍ରେଷ୍ଠ ହାସ୍ୟ ଅଭିନେତା’, ସାଇସ୍ବରୂପ ମିଶ୍ରଙ୍କୁ ‘ଶ୍ରେଷ୍ଠ ଶିଶୁ କଳାକାର’, ‘ପେନ୍‌ସନ୍‌’ର ବିଶାଲ ପଟ୍ଟନାୟକଙ୍କୁ ‘ଶ୍ରେଷ୍ଠ ସଂଳାପ ଲେଖକ’, ପ୍ରସନ୍ନ କରଙ୍କୁ ‘ଶ୍ରେଷ୍ଠ ଡାଏଲଗ୍‌ ଲେଖକ’, ‘କମଲି’ର ଆତ୍ମାନନ୍ଦ ନାୟକଙ୍କୁ ‘ଶ୍ରେଷ୍ଠ ସ୍କ୍ରିନ୍‌ ପ୍ଲେ’, ‘ପାଇକ ବିଦ୍ରୋହ’ ପାଇଁ ଅର୍ଚ୍ଚିତ ଡି. ରସ୍ତୋଗୀଙ୍କୁ ‘ଶ୍ରେଷ୍ଠ ସମ୍ପାଦନା’ ନିମନ୍ତେ ପୁରସ୍କୃତ କରାଯିବ। ‘ପାଇକ ବିଦ୍ରୋହ’ ପାଇଁ ପ୍ରତାପ ରାଉତଙ୍କୁ ‘ଶ୍ରେଷ୍ଠ ଚିତ୍ରଗ୍ରହଣକାରୀ’, ‘କମଲି’ ପାଇଁ ଶରତଙ୍କୁ ‘ଶ୍ରେଷ୍ଠ ଶବ୍ଦଗ୍ରହଣକାରୀ’ଭାବେ ପୁରସ୍କୃତ କରାଯିବ। ସେହିପରି ଟେଲି ଧାରାବାହିକ ପାଇକ ବିଦ୍ରୋହ ପାଇଁ ଅକ୍ଷୟ କୁମାର ପରିଜାଙ୍କୁ ‘ସ୍ବତନ୍ତ୍ର ଜୁରି ସମ୍ମାନ’, ଚିନ୍ତାମଣି ବେହେରାଙ୍କ ‘କମଲି’କୁ ‘ଓଡ଼ିଶା ଆଦିବାସୀ ଭାଷାରେ ଶ୍ରେଷ୍ଠ ଟେଲି ଫିଲ୍ମ’ ଓ ସୁନୀଲ କୁମାର ଦାସଙ୍କ ‘ଗାନ୍ଧୀ ଆସୁଛନ୍ତି’କୁ ‘ଶ୍ରେଷ୍ଠ ଶିକ୍ଷାଭିିତ୍ତିକ ଶିଶୁ ଚଳଚ୍ଚିତ୍ର’ ଭାବେ ପୁରସ୍କୃତ କରାଯିବ। ଡିସେମ୍ବର ୨୦ରେ ଉତ୍କଳ ମଣ୍ଡପଠାରେ ସ୍ବତନ୍ତ୍ର ପୁରସ୍କାର ଉତ୍ସବର ଆୟୋଜନ କରାଯାଇ ପ୍ରତିଭାଙ୍କୁ ପୁରସ୍କୃତ କରାଯିବ ବୋଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଯୁଗ୍ମ ନିର୍ଦ୍ଦେଶକ ସଂଘମିତ୍ରା ଶତପଥୀ ପ୍ରମୁଖ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଞ୍ଜିନିୟରିଂ ସ୍କୁଲ ଛକରୁ ଶିଳ୍ପାଞ୍ଚଳ ୮ ଶହ ମିଟର ଦୈର୍ଘ୍ୟ: କାର୍ଯ୍ୟ ସରୁନି ରେଲୱେ ଓଭରବ୍ରିଜ୍‌, ରାସ୍ତା

ବ୍ରହ୍ମପୁର ଅଫିସ,୨୭ା୮-ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଛକରୁ ଆଙ୍କୁଲି ଶିଳ୍ପାଞ୍ଚଳ ଛକ ପର୍ଯ୍ୟନ୍ତ ରେଲୱେ ଓଭରବ୍ରିଜ ନିର୍ମାଣ କାମ ସରୁନି । ୨୦୧୩ ଅକ୍ଟୋବର ୩ରେ ମୁଖ୍ୟମନ୍ତ୍ରୀ...

୧୦୬ କୋଟି ଟଙ୍କାର ଜାଲ୍‌ ବିଲ୍‌ ର଼୍ୟାକେଟ

ଭୁବନେଶ୍ୱର,୨୯।୬(ବ୍ୟୁରୋ): ନିଜେ କିଛି କିଣାବିକା କରୁ ନ ଥିଲେ। ଜାଲ୍‌ କାଗଜପତ୍ରରେ କମ୍ପାନୀ କରି ଜାଲ୍‌ ବିଲ୍‌ ପ୍ରସ୍ତୁତ କରୁଥିଲେ। ଉକ୍ତ ଜାଲ୍‌ ବିଲ୍‌ ମାଧ୍ୟମରେ...

ସଂରକ୍ଷଣ ସୀମା ୫୦% ଟପିବନି

ସଂରକ୍ଷଣ ସୀମା ୫୦% ଟପିବ ନାହିଁ ବୋଲି ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨ଟି ଅଧିନିୟମରେ ସଂଶୋଧନ...

ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ପୋଡ଼ିଗଲେ ସ୍ବାମୀ

ଭଦ୍ରକ ଅଫିସ,୨୭ା୨: ସିଲିଣ୍ଡରରୁ ଗ୍ୟାସ ଲିକ୍‌ ହୋଇ ସ୍ତ୍ରୀଙ୍କ ଦେହରେ ନିଆଁ ଲାଗିଯାଇଥିଲା। ସ୍ତ୍ରୀଙ୍କ ଚିତ୍କାର ଶୁଣି ବଞ୍ଚାଇବା ପାଇଁ ଆସି ସ୍ବାମୀ ନିଆଁରେ ପୋଡ଼ି...

ଜେଲ୍‌ ଯିବେ ନିଶାଗ୍ରସ୍ତ ଡ୍ରାଇଭର

ଭୁବନେଶ୍ୱର, ୨୦ା୬(ବ୍ୟୁରୋ): ନିଶାଦ୍ରବ୍ୟ ସେବନ କରି ଗାଡ଼ି ଚଳାଉଥିବା ଡ୍ରାଇଭରମାନଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଧରାପଡିଲେ ଏଣିକି ଜେଲ ଯିବାକୁ ପଡିବ। କେବଳ ଜରିମାନା...

ଗଠନ ହେବ ଫ୍ଲାଏ ଆଶ୍‌ ମିଶନ

ଭୁବନେଶ୍ୱର,୩୦।୧(ବ୍ୟୁରୋ): ଓଡ଼ିଶାରେ କିଛିବର୍ଷ ହେଲା ଫ୍ଲାଏ ଆଶ୍‌ (ଉଡ଼ନ୍ତା ପାଉଁଶ) ଉତ୍ପାଦନ ବୃଦ୍ଧିପାଇଛି। ଶିଳ୍ପାଞ୍ଚଳରୁ ବାହାରୁଥିବା ଫ୍ଲାଏ ଆଶ୍‌ ପରିବେଶ ପାଇଁ ଭୟଙ୍କର ବିପଦ ସୃଷ୍ଟି...

ପ୍ରତି ଜିଲାରେ ଖୋଲିବ ମଡେଲ ଧାନମଣ୍ଡି

ଭୁବନେଶ୍ୱର,୨୦ା୨(ବ୍ୟୁରୋ):  ରାଜ୍ୟର ପ୍ରତି ଜିଲାରେ ମଡେଲ ଧାନମଣ୍ଡି ନିର୍ମାଣ ହେବ। ଏ ନେଇ ବିଧାୟକମାନଙ୍କଠାରୁ ମତାମତ ନିଆଯିବ। ମଡେଲ ମଣ୍ଡିର ରୂପରେଖ କିଭଳି ହେବ ସେ...

ସୂର୍ଯ୍ୟମନ୍ଦିର ସଂରକ୍ଷଣ, ରକ୍ଷଣାବେକ୍ଷଣକୁ ଗୁରୁତ୍ୱ

କୋଣାର୍କ, ୨୯।୨(ଡି.ଏନ୍‌.ଏ.): କୋଣାର୍କ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ନେଇ ଶୁକ୍ରବାର ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଆନୁକୂଲ୍ୟରେ ଦୁଇଦିନିଆ ଜାତୀୟ କର୍ମଶାଳା ଉଦ୍‌ଘାଟିତ...

Advertisement
Archives

Model This Week