୭ଥର ଜେରା ହୋଇଥିଲେ ଆଶୀର୍ବାଦ

ଭୁବନେଶ୍ୱର, ୨୦-୯ (ବ୍ୟୁରୋ):ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍‌ ସଂସ୍ଥା (ଏଟି ଗ୍ରୁପ୍‌) ମହାଠକେଇ ମାମଲାରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗୁରୁବାର ଗିରଫ କରିଛି। ତେବେ ଓସିଏ ନିର୍ବାଚନ ପୂର୍ବରୁ ଏହି ଗିରଫଦାରିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ କ’ଣ ଥିଲା ଚିଟ୍‌ଫଣ୍ଡ୍‌ ଠକେଇ ସହ ଆଶୀର୍ବାଦଙ୍କ ଲିଙ୍କ୍‌ ତାହାକୁ ନେଇ ଆଲୋଚନା ଚାଲିଛି। ଏହି ସଂସ୍ଥା ଓଡ଼ିଶା ସମେତ ଦେଶରୁ ଲକ୍ଷଲକ୍ଷ ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଠକିନେଇଥିଲା। ଏହି ମହାଠକେଇର ତଦନ୍ତବେଳେ ଓଡ଼ିଶା କ୍ରିକେଟ ଆସୋସିଏଶନର ସମ୍ପୃକ୍ତି ପଦାକୁ ଆସିଥିଲା। ସେତେବେଳେ ଓସିଏର ସମ୍ପାଦକ ଥିଲେ ଆଶୀର୍ବାଦ ବେହେରା। ତାଙ୍କ ଜରିଆରେ ଏଟି ଗ୍ରୁପ୍‌ ସଂସ୍ଥାର ପ୍ରଚାର ହୋଇଥିଲା। ଏଟି ଗ୍ରୁପ୍‌ ଓଡିଶା ରଣଜୀ କ୍ରିକେଟ ଟିମ୍‌ର ପ୍ରାୟୋଜକ ହୋଇଥିଲା। ଏଥିପାଇଁ ସଂସ୍ଥାଠାରୁ ସଂଘ ୧ କୋଟି ଟଙ୍କା ନେଇଥିଲା। ଏହାସହ ୨୦୧୧ ଓଡ଼ିଶା ପ୍ରିମିୟର ଲିଗ୍‌ (ଓପିଏଲ୍‌) ଟାଇଟଲ ମଧ୍ୟ ଏହି ସଂସ୍ଥା ପ୍ରାୟୋଜିତରେ ହୋଇଥିବା ସିବିଆଇ ଜାଣିବାକୁ ପାଇଥିଲା। ଅନ୍ୟପକ୍ଷରେ ଆଶୀର୍ବାଦ ଓଡିଶା ଅଲିମ୍ପିକ ଆସୋସିଏଶନର ସମ୍ପାଦକ ଥିବାବେଳେ ସରକାରଙ୍କ ୦.୭୫ ଏକର ବିବାଦୀୟ ଜମିରେ ବେଆଇନ ଭାବେ ଏକ କଲ୍ୟାଣ ମଣ୍ଡପ ଓ ୨୩ ଦୋକାନ ନିର୍ମାଣ କରାଯାଇ ଭଡାରେ ଲଗାଯାଇଥିଲା। ଏନେଇ ଅଭିଯୋଗ ହେବା ପରେ ସୁପ୍ରିମ୍‌କୋର୍ଟ ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ସିବିଆଇ ଆଶୀର୍ବାଦଙ୍କୁ ବାରମ୍ବାର ଜେରାକଲା ପରେ ତାଙ୍କ ସହ ଏଟି ଗ୍ରୁପ୍‌ ଲିଙ୍କ୍‌ ପଦାକୁ ଆସିଥିଲା। ଏପରି କି ସିବିଆଇ ୨୦୧୫ ଅଗଷ୍ଟରେ ଆଶୀର୍ବାଦଙ୍କ ଘର ଓ ଓସିଏ ଅଫିସରେ ଚଢ଼ାଉ କରିଥିଲା। ଏହାମଧ୍ୟରେ ସିବିଆଇ ତାଙ୍କୁ ୫ଥର ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୨ଥର ଜେରା କରିଛନ୍ତି। ଏହାସହ ସିବିଆଇ ଓସିଏ କର୍ମଚାରୀଙ୍କୁ ମଧ୍ୟ ଜେରା କରି ଆବଶ୍ୟକ ପ୍ରମାଣ ଯୋଗାଡ଼ କରିଥିଲା। ଗତ ୨୮ ତାରିଖରେ ସିବିଆଇ ଆଶୀର୍ବାଦ ବେହେରାଙ୍କ ସମେତ ମୋଟ୍‌ ୩ଜଣଙ୍କ ନଁାରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ଏହି ମାମଲାରେ ଅନ୍ୟଜଣେ ଅଭିଯୁକ୍ତ ହେଲେ ଏଟି ଗ୍ରୁପ୍‌ ନିର୍ଦ୍ଦେଶକ ସମ୍ବିତ ଖୁଣ୍ଟିଆ। ସମ୍ବିତଙ୍କୁ ୨୦୧୪ ଅଗଷ୍ଟ ୧୬ରେ ଖୋର୍ଦ୍ଧା ବାଟମଙ୍ଗଳା ହାଉସିହବୋର୍ଡସ୍ଥିତ ଘରୁ ସିବିଆଇ ଗିରଫ କରିଥିଲା। ସେ ପରେ କୋର୍ଟରୁ ଜାମିନ ପାଇଛନ୍ତି। ଅନ୍ୟପକ୍ଷରେ ଗୁରୁବାର ଗିରଫ ହୋଇ ଜେଲ୍‌ ଯାଇଥିବା ହୋଟେଲ ସୋଲାନ୍‌ ଇନ୍‌ ମାଲିକ କମଳାକାନ୍ତ ଦାସ ପୂର୍ବରୁ ମଧ୍ୟ ସିବିଆଇ ଦ୍ୱାରା ଜେରାର ସମ୍ମୁଖୀନ ହୋଇଛନ୍ତି। ସେହିଭଳି ଏହି ମାମଲାରେ ୮ କମ୍ପାନୀ ଓ ୩୩ଜଣ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ୬ ଚାର୍ଜସିଟ୍‌ ସହ ୪ ଅତିରିକ୍ତ ଚାର୍ଜଶିଟ୍‌ ଦାଖଲ କରିସାରିଥିବା ସିବିଆଇ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri