୬ ଲକ୍ଷ ଟଙ୍କାର କେନ୍ଦୁ ପତ୍ର ଜଳିଗଲା

ଜୁନାଗଡ,୨୨।୬(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ୍‌ ଚିଙ୍ଗୁଡିସର ପଞ୍ଚାୟତ ଝାରବନ୍ଧ ଗ୍ରାମରେ ଥିବା କେନ୍ଦୁପତ୍ର ଫଡିରେ ନିଆଁ ଲାଗି ଯାଇଛି। ଏଥିଯୋଗୁ ପ୍ରାୟ ୬ଲକ୍ଷ ଟଙ୍କାର କେନ୍ଦୁ ପତ୍ର ଜଳି ଯାଇଛି। କେନ୍ଦୁପତ୍ର ବିଭାଗ ପକ୍ଷରୁ ଏ ନେଇ ଜୁନାଗଡ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରାତିରେ ଫଡିରେ ନିଆଁ ଲାଗିଯାଇଥିଲା। ରବିବାର ସକାଳେ ସ୍ଥାନୀୟ କର୍ମଚାରୀ ଦେଖିବା ପରେ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଏହାପରେ ତୁରନ୍ତ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ କେନ୍ଦୁପତ୍ର ଗୁଡିକ ପୋଡିଯାଇ ନଷ୍ଟ ହୋଇଯାଇଥିଲା, ଯାହାର ଅନୁମାନ ପ୍ରାୟ ୬ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ଡିଏଫ୍‌ଓ ମଳୟ ଦାଶ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଇନରେ ଠିଆ ହୋଇ ଭୋଟ ଦେଲେ ମନ୍ତ୍ରୀ

ଜୁନାଗଡ଼,୨୪।୩(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଜୁନାଗଡ଼ ଏନ୍‌ଏସିରେ ଗୁରୁବାର ପୌର ନିର୍ବାଚନ ପାଇଁ ମତଦାନ ହୋଇଥିଲା। ଏନ୍‌ଏସିର ବ୍ଲକ କଲୋନୀପଡ଼ା ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ୨ ନମ୍ବର...

ସନ୍ଧ୍ୟା ହେଲେ ଦୁର୍ଗମ ଅଞ୍ଚଳରେ ହାତୀ ଭୟ

ଲାଞ୍ଜିଗଡ଼,୩୦।୮(ଡି.ଏନ.ଏ.)କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଅଞ୍ଚଳରେ ପ୍ରତ୍ୟେକ ଦିନ ହାତୀ ଗୋଟିଏ ପରେ ଗୋଟିଏ ଗାଁରେ ପଶି ଗରିବଙ୍କ ଘର ଭାଙ୍ଗିବା ସହ କଷ୍ଟ...

ଜୁନାଗଡ: ପ୍ରଥମ ଦିନରେ ପଢିବାକୁ ଆସିଲେ ୧୦୧୮ ଛାତ୍ରୀଛାତ୍ର

ଜୁନାଗଡ଼,୮।୧: କରୋନା କଟକଣା ଯୋଗୁଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାୟ ୧୦ମାସ ବ୍ୟବଧାନ ପରେ ଶୁକ୍ରବାର ହାଇସ୍କୁଲଗୁଡିକ...

ପାନୀୟ ଜଳଯୋଗାଣ ପାଇଁ ବିଡିଓଙ୍କ ଦ୍ୱାରସ୍ଥ ହେଲେ ମହିଳା

କୋକସରା,୨୦ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର ମହକୁମା କୋକସରା ପଞ୍ଚାୟତର ୯ ନମ୍ବର ଓ୍ବାର୍ଡର ମହିଳାମାନେ ବୁଧବାର କୋକସରା ବିଡିଓଙ୍କୁ ଭେଟି ପାନୀୟ ଜଳ...

ଛେଳି ଚରାଇବାକୁ ଯାଇଥିଲେ ବୃଦ୍ଧ, ଗଛ ପଡ଼ି ଚାଲିଗଲା ଜୀବନ

କେସିଙ୍ଗା,୨୯ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କଶ୍ରୁପଡ଼ା ପଞ୍ଚାୟତ ଅଧିନସ୍ଥ ବିନେକେଲା ଗ୍ରାମର ଜଣେ ବୃଦ୍ଧଙ୍କର କାଳବୈଶାଖୀରେ ମୃତ୍ୟୁ ଘଟି ଥିବା ବେଳେ ବହୁ ଗଛ...

କଳାହାଣ୍ଡିରେ ବିରଳ ପ୍ରଜାତିର ବାଦୁଡି

ଜୁନାଗଡ,୨୧।୧୧(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମେରିଆବନ୍ଧଲି ପଞ୍ଚାୟତ ଡୁମେରବାହାଲ ଗ୍ରାମରେ ଶୁକ୍ରବାର ରାତିରେ ଏକ ବିରଳ ପ୍ରଜାତିର ବାଦୁଡି ଦେଖିବାକୁ ମିଳିଛି। ସାଧାରଣତଃ ବାଦୁଡିର ରଙ୍ଗ...

ରାଧେଙ୍କ ଘରୁ ମିଳିଥିବା ଫୋନ୍‌ କାହାର

ଭବାନୀପାଟଣା,୨୨।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ହତ୍ୟାକାଣ୍ଡ...

ଚଳନ୍ତା ହାଇଓ୍ବାରେ ଲାଗିଲା ନିଆଁ, ଡେଇଁ ପଡ଼ି ଜୀବନ ବଞ୍ଚାଇଲେ ଚାଳକ

ଭବାନୀପାଟଣା,୨୭।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ ବିଜୁ ଏକ୍ସପ୍ରେସ ଓ୍ବେର ଗଡିଆଯୋର ନିକଟରେ ଏେ ବାଲି ବୋଝେଇ ହାଇଓ୍ବାରେ ମଙ୍ଗଳବାର ନିଆଁ ଲାଗିଛି । ତେବେ ଗାଡିଟି...

Advertisement
Archives

Model This Week