୬ ଲକ୍ଷ ଟଙ୍କାର କେନ୍ଦୁ ପତ୍ର ଜଳିଗଲା

ଜୁନାଗଡ,୨୨।୬(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ୍‌ ଚିଙ୍ଗୁଡିସର ପଞ୍ଚାୟତ ଝାରବନ୍ଧ ଗ୍ରାମରେ ଥିବା କେନ୍ଦୁପତ୍ର ଫଡିରେ ନିଆଁ ଲାଗି ଯାଇଛି। ଏଥିଯୋଗୁ ପ୍ରାୟ ୬ଲକ୍ଷ ଟଙ୍କାର କେନ୍ଦୁ ପତ୍ର ଜଳି ଯାଇଛି। କେନ୍ଦୁପତ୍ର ବିଭାଗ ପକ୍ଷରୁ ଏ ନେଇ ଜୁନାଗଡ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରାତିରେ ଫଡିରେ ନିଆଁ ଲାଗିଯାଇଥିଲା। ରବିବାର ସକାଳେ ସ୍ଥାନୀୟ କର୍ମଚାରୀ ଦେଖିବା ପରେ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଏହାପରେ ତୁରନ୍ତ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ କେନ୍ଦୁପତ୍ର ଗୁଡିକ ପୋଡିଯାଇ ନଷ୍ଟ ହୋଇଯାଇଥିଲା, ଯାହାର ଅନୁମାନ ପ୍ରାୟ ୬ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ଡିଏଫ୍‌ଓ ମଳୟ ଦାଶ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷା; କଳାହାଣ୍ଡିରେ ବଢ଼ିଲା ସ୍କୁଲ ଛୁଟି ଅବଧି, ଜିଲାପାଳ କହିଲେ…

ଭବାନୀପାଟଣା,୨୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଜାରି ରହିଛି ବର୍ଷା । ଏହାକୁ ଦୃଷ୍ଟିରେ ରଖି ଏବଂ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ସ୍କୁଲ ଛୁଟି…

କାଦୁଅ ପାଇଁ ହନ୍ତସନ୍ତ ରୋଗୀ, ଥୁଆମୂଳ ରାମପୁର CHC ରାସ୍ତାରେ ଅଟକୁଛି ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୯।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ରାସ୍ତା ଓ ଗେଟ୍ ସମ୍ମୁଖରେ ଏବେ ସ୍ଥିତି ଶୋଚନୀୟ ହୋଇପଡିଛି ।…

ପୁଣି ଚର୍ଚ୍ଚାରେ ଭବାନୀପାଟଣାର କୁନି ଝିଅ କଶିସ୍‌, ବହୁମୁଖୀ ପ୍ରତିଭାର ଅଧିକାରିଣୀ ହୋଇ…

ଭବାନୀପାଟଣା,୨୯ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ୩ ବର୍ଷର କୁନି ଝିଅ କଶିସ୍‌ ଅଗ୍ରଓ୍ବାଲ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଗତ ଏପ୍ରିଲ ମାସରେ ୨…

ପ୍ରବଳ ବର୍ଷାରେ ବୁଡ଼ିଗଲାଣି ଧାନଜମି, ଚାଷକାର୍ଯ୍ୟ ବ୍ୟାହତ, ଚାଷୀ ମୁଣ୍ଡରେ ଚଡ଼କ

କେସିଙ୍ଗା,୨୯ା୭(ତୁମେଶ୍ୱର ସାହୁ): କଳହାଣ୍ଡି ଜିଲାର କେସିଙ୍ଗା ବ୍ଲକ ଅଞ୍ଚଳରେ ଦୀର୍ଘ ୪ଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବାରୁ ଚାଷଜମିରେ ବର୍ଷାଜଳ ଭରି ଯାଇଥିବାରୁ ଧାନଗଜା ବୁଡି…

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ ଆରମ୍ଭ କରି ଠିକାଦାର ଫେରାର, ଯାତାୟାତ ପାଇଁ ଲୋକେ…

କେସିଙ୍ଗା,୨୯ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ପଞ୍ଚାୟତର ମଶାଣିବନ୍ଧ ଗ୍ରାମର ଏମ୍‌ଇ ସ୍କୁଲ ନିକଟରେ ଆର୍‌ଡି ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାକାମ…

ରୁପ୍ରା ରୋଡ଼ ରେଳ ଷ୍ଟେଶନରେ ଟ୍ରେନ ରହଣି ପାଇଁ ତେଜୁଛି ଦାବି: ପ୍ରତିଶ୍ରୁତି ଦେଲେ ରେଳ ମହାପ୍ରବନ୍ଧକ

କେସିଙ୍ଗା/ନର୍ଲା, ୨୯।୭(ତୁମେଶ୍ୱର ସାହୁ/ସନ୍ତୋଷ ପାତ୍ର): କୋଭିଡ ସମୟରେ ପୂର୍ବତଟ ରେଳବାଇର ସମ୍ବଲପୁର ଡିଭିଜନ ଅଧୀନ ରୁପ୍ରାରୋଡ଼ ରେଳ ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ ଗୁଡିକ ରହୁଥିଲା। ଏବେ କିନ୍ତୁ…

୮୦ ବର୍ଷ ବୟସରେ ୩ ସ୍ବର୍ଣ୍ଣ ପଦକ ଜିତିଲେ ଦୁର୍ଗାଚରଣ: କଳାହାଣ୍ଡି ପାଇଁ ଆଣିଲେ ଗୌରବ

ଭବାନୀପାଟଣା,୨୯।୭:(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ମନ୍ଦାର ବଗିଚା ପଡ଼ାସ୍ଥିତ ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ(ଏଏସପି) ଦୁର୍ଗାଚରଣ ମିଶ୍ର ନେପାଳର ପୋଖରାଠାରେ ଗତ ୨ ଦିନ…

କାଙ୍କଡ଼ ୮୦, ଗାଜର କିଲୋ ୧୨୦ ଟଙ୍କା : ବର୍ଷା ଋତୁରେ ବଢୁଛି ପନିପରିବା ଦର

କେସିଙ୍ଗା,୨୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଆଖ ପାଖ ଅଞ୍ଚଳରେ ପନିପରିବା ଚାଷ କମ ପରିମାଣରେ ବଜାରକୁ ଆସୁଅଛି। କିନ୍ତୁ ବ୍ୟବସାୟୀମାନେ ରାୟପୁର ଯାଇ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri