Posted inରାଜ୍ୟ

୬ ମାସ ହେଲା ଏସ୍‌ଏଚଜି ସଦସ୍ୟାଙ୍କୁ ମିଳିନି ପ୍ରାପ୍ୟ: ଜିଲାପାଳଙ୍କ ଠାରେ ଅଭିଯୋଗ

ନୟାଗଡ଼ ଅଫିସ,୧୮।୭: ନୟାଗଡ଼ ଜିଲାରେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚଜି)ର ମହିଳାମାନେ ବିଦ୍ୟୁତ୍‌ ବିଭାଗ ତରଫରୁ ବିଲ୍‌ ସଂଗ୍ରହ କରି ସ୍ବାବଲମ୍ବୀ ହେବା ଜିଲା ତଥା ରାଜ୍ୟ ପାଇଁ ପ୍ରଥମ ଘଟଣା ହୋଇଥିଲା। ଏ ନେଇ ବିଭିନ୍ନ ମହଲରୁ ସେମାନେ ପ୍ରଶଂସିତ ହୋଇଥିଲେ। ହେଲେ ଏହି ମହିଳା ସଦସ୍ୟାମାନେ ୬ ମାସ ହେଲାଣି ସେମାନଙ୍କର ପ୍ରାପ୍ୟ ପାଇନାହାନ୍ତି। ଜିଲାରେ ୧୨୨ଟି ଏସ୍‌ଏଚଜି ଗ୍ରୁପ୍‌ର ସଦସ୍ୟମାନେ ଏହିଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସଦସ୍ୟାମାନେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ବିଲ୍‌ ସଂଗ୍ରହ କରୁଥିଲେ ମଧ୍ୟ ସେମାନଙ୍କୁ ପାଉଣା ମିଳିନାହିଁ। ପୂର୍ବେ ସେସୁ ଅଧୀନରେ ବିଲ୍‌ ଆଦାୟ କରୁଥିବାବେଳେ ବର୍ତ୍ତମାନ ଫିଡ୍‌କୋ ଏହି ଦାୟିତ୍ୱ ନେଇଛି। ଫଳରେ ଫିଡ୍‌କୋର ମନମାନି ପଦାକୁ ଆସିଛି।
ଯେ, ମହିଳାମାନେ ଯେତେ ଟଙ୍କା ବିଦ୍ୟୁତ୍‌ ବିଲ୍‌ ବାବଦକୁ ଆଦାୟ କରନ୍ତି ତାହାର ୬ ପ୍ରତିଶତ ସେମାନଙ୍କୁ ପାଉଣା ଆକାରରେ ପ୍ରଦାନ କରାଯାଇଥାଏ। ହେଲେ ୬ ମାସ ହେଲାଣି ୧୨୨ଟି ଗ୍ରୁପ୍‌ର ସଦସ୍ୟମାନେ ପାଉଣା ପାଇନାହାନ୍ତି। ଏ ନେଇ ୮ ଦିନ ତଳେ ଫିଡ୍‌କୋରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ କରାଯାଇ ନାହିଁ। ଫଳରେ ସଦସ୍ୟମାନେ ବୁଧବାର ଏ ନେଇ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଫିଡ୍‌କୋ ସେମାନଙ୍କର ପାଉଣା ନ ଦେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି।
ମା’ ମଙ୍ଗଳା ଗ୍ରୁପ୍‌ର ମହିଳାମାନଙ୍କ କହିବା ଅନୁଯାୟୀ, ପ୍ରାୟ ୧୦ ବର୍ଷ ହେଲାଣି ଜିଲାରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିଦ୍ୟୁତ୍‌ ବିଲ ସଂଗ୍ରହ କରି ଆସୁଛନ୍ତି। ପୂର୍ବରୁ ସେସୁ ଅଧୀନରେ ବିଲ୍‌ ଆଦାୟ କରୁଥିବା ବେଳେ ସେମାନେ କୌଣସି ହଇରାଣ ହୁଅନ୍ତି ନାହିଁ। ହେଲେ ୩ ବର୍ଷ ହେଲାଣି ଫିଡ୍‌କୋ ଅଧୀନକୁ ବିଦ୍ୟୁତ୍‌ ବିଲ୍‌ ଆସିବା ପରେ ସଦସ୍ୟମାନେ ବିଭିନ୍ନ ସମୟରେ ହଇରାଣ ହେଉଛନ୍ତି। କେବେ ୨ ମାସ ତ କେବେ ୩ ମାସ ଧରି ବିଭାଗ ସେମାନଙ୍କର ପାଉଣା ଦେଉନାହିଁ। ଏ ନେଇ ଅଭିଯୋଗ କରାଯିବା ପରେ ଦିଆଯାଉଛି। ବର୍ତ୍ତମାନ ୬ ମାସ ହେଲାଣି ସେମାନଙ୍କର ପାଉଣା ମିଳିନାହିଁ। ମହିଳାମାନେ ଜିଲାପାଳଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଥିବା ବେଳେ ଜିଲାପାଳ ଅନୁପସ୍ଥିତ ଥିବାରୁ ଉପଜିଲାପାଳ ଜିତେନ୍ଦ୍ର କୁମାର ସାହୁଙ୍କୁ ସଦସ୍ୟାମାନେ ସେମାନଙ୍କର ଦାବିପତ୍ର ପ୍ରଦାନ କରିଥିଲେ। ଏ ନେଇ ଫିଡ୍‌କୋ ନିର୍ବାହୀ ଯନ୍ତ୍ରୀ ଚନ୍ଦନ କୁମାର ପ୍ରଧାନଙ୍କୁ ପଚାରିବାରୁ ସେ କୁହନ୍ତି, ବୁଧବାର ସେମାନଙ୍କୁ ଗୋଟିଏ ମାସର ପ୍ରାପ୍ୟ ଦିଆଯାଇଛି, ଆଉ କିଛିଦିନ ପରେ ଆଉ ଗୋଟିଏ ମାସର ପ୍ରାପ୍ୟ ଦିଆଯିବ । ସେହିଭଳି ଫନୀ ବାତ୍ୟା ଯୋଗୁ ଏହିଭଳି ଅବ୍ୟବସ୍ଥା ହୋଇଛି। ଆଗାମୀ ଦିନରେ ସେମାନଙ୍କର ସମସ୍ତ ପ୍ରାପ୍ୟ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ୟୁରିଆ କଳାବଜାର

ବରଗଡ଼ ଅଫିସ୍‌,୨୯।୧: ବରଗଡ଼ ଜିଲାରେ ରବିଚାଷ କାର୍ଯ୍ୟ ଆରମ୍ଭ ହୋଇଛି। ଚାଷୀମାନେ ଧାନ ବୁଣାବୁଣି କରିସାରିଥିବା ବେଳେ ଅନେକ ସ୍ଥାନରେ ଧାନପହ୍ଲା ରୁଆ ଚାଲିଛି। ତେବେ...

ଝଡ଼ତୋଫାନ ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦକ୍ଷିଣ ଏବଂ ଉତ୍ତର...

ସ୍ନାନଯାତ୍ରାରେ ମୁତୟନ ହେବେ ୫୨ ପ୍ଲାଟୁନ୍‌ ପୋଲିସ ଫୋର୍ସ

ପୁରୀ ଅଫିସ,୧୩।୬: ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। ତେବେ ସ୍ନାନଯାତ୍ରାରେ ଭିଡ଼କୁ ଦୃଷ୍ଟିରେ ରଖିପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।...

ନାଲ୍‌କୋର ୪୦ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର, ୯ା୧(ବ୍ୟୁରୋ): ନାଲ୍‌କୋର ୪୦ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥିତ ନାଲ୍‌କୋ ନଗରଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ନାଲ୍‌କୋ ଅଧ୍ୟକ୍ଷ ଶ୍ରୀଧର ପାତ୍ର ଉଦ୍‌ବୋଧନ ଦେଇ...

ବିଦ୍ୟାଭାରତୀଙ୍କ ସହ ସମ୍ପର୍କକୁ ଅସ୍ବୀକାର କଲେ ଡିଏଫ୍‌ଓ

ପାରଳାଖେମୁଣ୍ଡି,୨୩ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସି୍‌ଏଫ) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଏବେ ବି ରହସ୍ୟଘେରରେ ରହିଛି । ମୃତ୍ୟୁ ପଛର ପ୍ରକୃତ କାରଣ...

ପୋଷା ବିରାଡ଼ିକୁ ଗୁଳିମାଡ଼

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ବିରାଡ଼ିକୁ ଗୁଳିମାଡ଼। ନିର୍ଦ୍ଦୟ ଭାବେ ବିରାଡ଼ିକୁ ଗୁଳି ମାରିବା ପରେ ତା’ର ମୃତ୍ୟୁ ଘଟିଛି। ଏଭଳି ଘଟଣାକୁ ନେଇ ବୁଧବାର ଖାରବେଳ ଥାନାରେ ଅଭିଯୋଗ...

ମିଳିଲା ମୃତ ଗାଁ ସାଥୀଙ୍କ କଟା ମୁଣ୍ଡ

ସୁନ୍ଦରଗଡ,୧୫।୧: ସୁନ୍ଦରଗଡ଼ ସଦର ବ୍ଲକ କିରେଇ ପଞ୍ଚାୟତର ନିଖୋଜ ଗାଁ ସାଥୀ ରମେଶ ସିଂ(୩୫)ଙ୍କୁ ଖଣ୍ଡ ଖଣ୍ଡ କରି ହତ୍ୟା କରାଯାଇଛି । ହତ୍ୟାର କାରଣ...

ବିଭାଗୀୟ କାର୍ଯ୍ୟର ସମୀକ୍ଷା କଲେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ: ଫନୀ ବିପନ୍ନଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧ା୬(ବ୍ୟୁରୋ): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ନୂତନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ପଦ୍ମିନୀ ଦିଆନ ଶୁକ୍ରବାର ବିଭାଗ ପରିଦର୍ଶନ କରିବା ସହ...

Advertisement
Archives

Model This Week