Posted inରାଜ୍ୟ

୬ ମାସ ହେଲା ଏସ୍‌ଏଚଜି ସଦସ୍ୟାଙ୍କୁ ମିଳିନି ପ୍ରାପ୍ୟ: ଜିଲାପାଳଙ୍କ ଠାରେ ଅଭିଯୋଗ

ନୟାଗଡ଼ ଅଫିସ,୧୮।୭: ନୟାଗଡ଼ ଜିଲାରେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚଜି)ର ମହିଳାମାନେ ବିଦ୍ୟୁତ୍‌ ବିଭାଗ ତରଫରୁ ବିଲ୍‌ ସଂଗ୍ରହ କରି ସ୍ବାବଲମ୍ବୀ ହେବା ଜିଲା ତଥା ରାଜ୍ୟ ପାଇଁ ପ୍ରଥମ ଘଟଣା ହୋଇଥିଲା। ଏ ନେଇ ବିଭିନ୍ନ ମହଲରୁ ସେମାନେ ପ୍ରଶଂସିତ ହୋଇଥିଲେ। ହେଲେ ଏହି ମହିଳା ସଦସ୍ୟାମାନେ ୬ ମାସ ହେଲାଣି ସେମାନଙ୍କର ପ୍ରାପ୍ୟ ପାଇନାହାନ୍ତି। ଜିଲାରେ ୧୨୨ଟି ଏସ୍‌ଏଚଜି ଗ୍ରୁପ୍‌ର ସଦସ୍ୟମାନେ ଏହିଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସଦସ୍ୟାମାନେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ବିଲ୍‌ ସଂଗ୍ରହ କରୁଥିଲେ ମଧ୍ୟ ସେମାନଙ୍କୁ ପାଉଣା ମିଳିନାହିଁ। ପୂର୍ବେ ସେସୁ ଅଧୀନରେ ବିଲ୍‌ ଆଦାୟ କରୁଥିବାବେଳେ ବର୍ତ୍ତମାନ ଫିଡ୍‌କୋ ଏହି ଦାୟିତ୍ୱ ନେଇଛି। ଫଳରେ ଫିଡ୍‌କୋର ମନମାନି ପଦାକୁ ଆସିଛି।
ଯେ, ମହିଳାମାନେ ଯେତେ ଟଙ୍କା ବିଦ୍ୟୁତ୍‌ ବିଲ୍‌ ବାବଦକୁ ଆଦାୟ କରନ୍ତି ତାହାର ୬ ପ୍ରତିଶତ ସେମାନଙ୍କୁ ପାଉଣା ଆକାରରେ ପ୍ରଦାନ କରାଯାଇଥାଏ। ହେଲେ ୬ ମାସ ହେଲାଣି ୧୨୨ଟି ଗ୍ରୁପ୍‌ର ସଦସ୍ୟମାନେ ପାଉଣା ପାଇନାହାନ୍ତି। ଏ ନେଇ ୮ ଦିନ ତଳେ ଫିଡ୍‌କୋରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ କରାଯାଇ ନାହିଁ। ଫଳରେ ସଦସ୍ୟମାନେ ବୁଧବାର ଏ ନେଇ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଫିଡ୍‌କୋ ସେମାନଙ୍କର ପାଉଣା ନ ଦେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି।
ମା’ ମଙ୍ଗଳା ଗ୍ରୁପ୍‌ର ମହିଳାମାନଙ୍କ କହିବା ଅନୁଯାୟୀ, ପ୍ରାୟ ୧୦ ବର୍ଷ ହେଲାଣି ଜିଲାରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିଦ୍ୟୁତ୍‌ ବିଲ ସଂଗ୍ରହ କରି ଆସୁଛନ୍ତି। ପୂର୍ବରୁ ସେସୁ ଅଧୀନରେ ବିଲ୍‌ ଆଦାୟ କରୁଥିବା ବେଳେ ସେମାନେ କୌଣସି ହଇରାଣ ହୁଅନ୍ତି ନାହିଁ। ହେଲେ ୩ ବର୍ଷ ହେଲାଣି ଫିଡ୍‌କୋ ଅଧୀନକୁ ବିଦ୍ୟୁତ୍‌ ବିଲ୍‌ ଆସିବା ପରେ ସଦସ୍ୟମାନେ ବିଭିନ୍ନ ସମୟରେ ହଇରାଣ ହେଉଛନ୍ତି। କେବେ ୨ ମାସ ତ କେବେ ୩ ମାସ ଧରି ବିଭାଗ ସେମାନଙ୍କର ପାଉଣା ଦେଉନାହିଁ। ଏ ନେଇ ଅଭିଯୋଗ କରାଯିବା ପରେ ଦିଆଯାଉଛି। ବର୍ତ୍ତମାନ ୬ ମାସ ହେଲାଣି ସେମାନଙ୍କର ପାଉଣା ମିଳିନାହିଁ। ମହିଳାମାନେ ଜିଲାପାଳଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଥିବା ବେଳେ ଜିଲାପାଳ ଅନୁପସ୍ଥିତ ଥିବାରୁ ଉପଜିଲାପାଳ ଜିତେନ୍ଦ୍ର କୁମାର ସାହୁଙ୍କୁ ସଦସ୍ୟାମାନେ ସେମାନଙ୍କର ଦାବିପତ୍ର ପ୍ରଦାନ କରିଥିଲେ। ଏ ନେଇ ଫିଡ୍‌କୋ ନିର୍ବାହୀ ଯନ୍ତ୍ରୀ ଚନ୍ଦନ କୁମାର ପ୍ରଧାନଙ୍କୁ ପଚାରିବାରୁ ସେ କୁହନ୍ତି, ବୁଧବାର ସେମାନଙ୍କୁ ଗୋଟିଏ ମାସର ପ୍ରାପ୍ୟ ଦିଆଯାଇଛି, ଆଉ କିଛିଦିନ ପରେ ଆଉ ଗୋଟିଏ ମାସର ପ୍ରାପ୍ୟ ଦିଆଯିବ । ସେହିଭଳି ଫନୀ ବାତ୍ୟା ଯୋଗୁ ଏହିଭଳି ଅବ୍ୟବସ୍ଥା ହୋଇଛି। ଆଗାମୀ ଦିନରେ ସେମାନଙ୍କର ସମସ୍ତ ପ୍ରାପ୍ୟ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସ୍ଥାଗତ ବିଫଳତା

ଦୃଢ଼ ରାଜନୈତିକ କୌଶଳ ଆପଣାଉଥିବା ସରକାରମାନେ ସାଧାରଣତଃ କଠୋର ଆଇନ ଆଣି ସେସବୁକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀକରି ସଙ୍କଟର ମୁକାବିଲା କରିଥାନ୍ତି। ଏଭଳି ସ୍ଥିତିରେ ବେଳେବେଳେ ପ୍ରଯୁକ୍ତି…

ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ…

ଅମରପାଲିରେ +୨ କଲେଜ ପ୍ରତିଷ୍ଠା ଦାବି: ୪୦ରୁ ଅଧିକ ଗ୍ରାମର ଛାତ୍ରୀଛାତ୍ର ହେବେ ଉପକୃତ

ଅମରପାଲି,୧ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳ ଅମରପାଲିରେ ଏକ +୨ କଲେଜ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ଜୋରଦାର ହେଉଛି। ଏହି…

ସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା, ତେଜିଲା ଅସନ୍ତୋଷ

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଥିବା ରାଣାପ୍ରତାପ ହାଇସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା ଚାଲଛି। ଏଭଳି ଅଭିଯୋଗ କରି ସ୍କୁଲ ପରିଚାଳନା କମିଟି ଏବଂ ଶିକ୍ଷକ, ଅଭିଭାବକ…

ଗଜପତି ଝିଅ ସ୍ବାଗତିକାଙ୍କୁ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ ସମ୍ମାନ: ଛୁଟୁଛି ଶୁଭେଚ୍ଛାର ସୁଅ

ପାରଳାଖେମୁଣ୍ଡି,୧ା୮(ଗିରିଧାରୀ ପରିଚ୍ଛା):ଗଜପତି ଜିଲାର ଝିଅ ସ୍ବାଗତିକା ପାଣିଗ୍ରାହୀ ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଆନ୍ତର୍ଜାତିକ ସ୍ତରରେ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ରେ ସ୍ବାଗତିକା ସଫଳତା ସାଉଁଟିଛନ୍ତି।…

ମହାନଦୀରେ ବଡ଼ ବନ୍ୟା ସ୍ଥିତି: ଆଜି ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ରବିନାରାୟଣ ଜେନା)/ ସମ୍ବଲପୁର,(ପ୍ରମୋଦ ବହିଦାର) ୧।୮: ରାଜ୍ୟରେ ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଏବେ ଭୟଙ୍କର ରୂପ ନେଉଛି। କେଉଁଠି ଘରଦ୍ୱାର ଧୋଇ ନେଉଛି…

ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଜୟପୁର,୧ା୮(ପବନ ପାଣିଗ୍ରାହୀ): ସ୍କୁଲରୁ ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଶୁକ୍ରବାର ୨ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ…

ଅବପାତ ଦୁର୍ବଳ: ପୁଣି ବଢିବ ବର୍ଷାର ପରିମାଣ, ଘଡ଼ଘଡ଼ି ବିଜୁଳି ସହିତ…

ଭୁବନେଶ୍ୱର,୧ା୮(ବନ୍ଦନା ସେଠୀ):ରାଜ୍ୟରୁ ଅବପାତର ଭୟ ଦୂରେଇ ଥିବାବେଳେ ବର୍ଷାର ପରିମାଣ ବି କମିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସୂଚନା ଅନୁଯାୟୀ, ପଶ୍ଚିମ ବିଦର୍ଭ ଓ ସଂଲଗ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri