୬ ବାଲ୍ୟବିବାହ ରୋକିଲା ପ୍ରଶାସନ

ଆସିକା,୭ା୧(ଡି.ଏନ୍‌.ଏ.): ଆସିକା ବ୍ଲକ ଅନ୍ତର୍ଗତ ବଡଖୋଲି ପଞ୍ଚାୟତରେ ୬ଟି ବାଲ୍ୟ ବିବାହ ଲାଗି ପ୍ରସ୍ତୁତି ଚାଲିଥିଲା ବେଳେ ସୋମବାର ପ୍ରଶାସନ ପକ୍ଷରୁ ତାହାଂକୁ ବନ୍ଦ କରାଯାଇଛି। ପଞ୍ଚାୟତର ବଡଖୋଲି ଗ୍ରାମରେ ୪ ଜଣ, ସାନଖୋଲି ଓ କନ୍ଧପଲ୍ଲୀ ଗ୍ରାମରେ ଜଣେ ଲେଖାଏଁ ନାବାଳିକାଙ୍କ ବିବାହ ହେବାକୁ ଜୋରଦାର ପ୍ରସ୍ତୁତି ଚାଲିଥିଲା। ଖବରପାଇ ଆସିକା ସିଡିପିଓ ଭାରତୀ ମହାପାତ୍ରଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀ ଓ ପୋଲିସ ସୋମବାର ସଂପୃକ୍ତ ଗ୍ରାମଗୁଡିକରେ ପହଞ୍ଚିତ୍ ନାବାଳିକାଙ୍କ ପରିବାର ସହ ଆଲୋଚନା କରିଥିଲେ। ବାଲ୍ୟ ବିବାହ କରାଇଲେ ରହିଥିବା ଆଇନଗତ ଦଣ୍ଡ ବ୍ୟବସ୍ଥା, ଅସୁବିଧା ସମ୍ପର୍କରେ ନାବାଳିକାମାନଙ୍କ ପରିବାରକୁ ବୁଝାଇ ବିବାହ ବନ୍ଦ କରାଯାଇଥିବା ସିଡିପିଓ ମହାପାତ୍ର ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଆସିକା ପୋଲିସ ଓ ଜିଲାସ୍ତରୀୟ ଅଧିକାରୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ବାହାରକୁ ଚାଲାଣ ହେଉଥିବା ୪ ନାବାଳକ, ୨ ନାବାଳିକା ଉଦ୍ଧାର

ବ୍ରହ୍ମପୁର ଅଫିସ,୨୨।୮: କାମ ଯୋଗାଇଦେବାକୁ କହି ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ୪ ନାବାଳକ ଏବଂ ୨ନାବାଳିକାଙ୍କୁ ସୋମବାର ବ୍ରହ୍ମପୁର ରେଳ ଷ୍ଟେଶନର ୪ ନମ୍ବର...

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଭୁଲ୍‌ ତଥ୍ୟ ଦେବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା

କର୍ଲାମୁଣ୍ଡା,୨୩ା୬(ଡି.ଏନ୍‌.ଏ.): ବାସହୀନଙ୍କ ପାଇଁ ଘର ଯୋଗାଇବା ଉଦ୍ଦେଶ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଥିଲେ ହେଁ ସରକାରୀ ଅଧିକାରୀମାନଙ୍କ ଆନ୍ତରିକତା ଅଭାବରୁ...

ଧ୍ୱଂସମୁଖରେ ଓଳାଶୁଣୀର ସବୁଜ ବନାନୀ

ଚଣ୍ଡିଖୋଲ,୧୮ା୬(ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ୍‌ରେ ଅବସ୍ଥିତ ରାଜ୍ୟର ପ୍ରମୁଖ ଧର୍ମ, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନ ପୀଠ ଓଳାଶୁଣୀ ପାହାଡ଼ର ଉଭୟ ପୂର୍ବ ଏବଂ...

ଗଜପତିରେ ଲଜ୍ଜା, ଗର୍ଭବତୀ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୬।୫: ଗଜପତି ଜିଲା ରାୟଗଡ଼ ବ୍ଲକ ଆବାସିକ ବିଦ୍ୟାଳୟରେ ଛାତ୍ରୀ ଗର୍ଭବତୀ ହୋଇ ମୃତ୍ୟୁବରଣ କରିବା ଭଳି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି ।...

ଘରେ ରହି ପାଳନ କରନ୍ତୁ ପୂଜା; ସତର୍କତା ଅବଲମ୍ବନ କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦।୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ଭିଡିଓବାର୍ତ୍ତା ମାଧ୍ୟମରେ ସମ୍ବୋଧନ କରିଛନ୍ତି। ଶାରଦୀୟ ପୂଜା ସମୟରେ ସତର୍କତା ଅବଲମ୍ବନ କରିବାକୁ...

ଓମାନରେ ୮ ଓଡ଼ିଆ ଶ୍ରମିକ ନିର୍ଯାତିତ

ବାଲୁଗଁ।/ବାଣପୁର, ୨୨।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାରେ ଅଣ ପଞ୍ଜୀକୃତ ଠିକାଦାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏମାନେ ବାହାର ରାଜ୍ୟ କମ୍ପାନୀର ଏଜେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି। ନିଜକୁ...

‘ନାରୀଙ୍କୁ ଅପମାନିତ କରିବା ଭାଜପା ନେତାଙ୍କ ଚରିତ୍ର ହେଲାଣି’

ଭୁବନେଶ୍ବର, ୨ା୧୨(ବ୍ୟୁରୋ): ଭାଜପା ଏମ୍‌ପି ଜୁଏଲ ଓରାମ ଜଣେ ନାରୀଙ୍କୁ ଅପମାନ କରିଛନ୍ତି । ନାରୀଙ୍କୁ ଅପମାନିତ କରିବା ଭାଜପା ନେତାଙ୍କ ଚରିତ୍ର ହୋଇଗଲାଣି ବୋଲି...

ଅର୍ଚ୍ଚନାଙ୍କ ସହଯୋଗୀଙ୍କୁ ପୁଣି ରିମାଣ୍ଡରେ ନେବାକୁ ଆବେଦନ କଲା ଇଡି

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ବହୁ ଚର୍ଚ୍ଚିତ ମହିଳା ବ୍ଲାକ୍‌ ମେଲର ଅର୍ଚ୍ଚନା ନାଗଙ୍କ ବିଜ୍‌ନେସ ପାର୍ଟନର ଖଗେଶ୍ୱର ପାତ୍ରଙ୍କ ୧୦ ଦିନିଆ ରିମାଣ୍ଡ ଅବଧି ରବିବାର ଶେଷ ହୋଇଯାଇଛି।...

Advertisement
Archives

Model This Week