୬ ଫୁଟ ନୁହେଁ ୨୦ ଫୁଟ ପର୍ଯ୍ୟନ୍ତ ବ୍ୟାପିପାରେ କରୋନା

ଲସ୍‌ ଆଞ୍ଜେଲସ୍‌,୨୯।୫: କରୋନା ଭାଇରସ ସଂକ୍ରମଣ ପାଇଁ ଯେଉଁ ସାମାଜିକ ଦୂରତ୍ୱ ୬ ଫୁଟ ରଖାଯାଇଥିଲା ତାହା ପର୍ଯ୍ୟାପ୍ତ ନୁହେଁ। କାରଣ ଛିଙ୍କିଲେ ବା କାଶିଲେ ଏହି ଭୂତାଣୁ ୨୦ ଫୁଟ ପର୍ଯ୍ୟନ୍ତ ବ୍ୟାପିପାରେ ବୋଲି ଏକ ଗବେଷଣା ତଥ୍ୟରୁ ଜାଣିବାକୁ ମିଳିଛି। ବିଭିନ୍ନ ବାତାବରଣରେ କାଶିବା, ଛିଙ୍କିବା ଅବା ନିଶ୍ୱାସ ପ୍ରଶ୍ୱାସ ନେବା ସମୟରେ ବାହାରୁଥିବା ଜଳକଣା ଉପରେ ଏହି ଗବେଷଣାରେ ସାମିଲ ହୋଇଥିବା ବିଶେଷଜ୍ଞମାନେ ପରୀକ୍ଷା କରିଥିଲେ। ଏଥିରୁ ଜଣାପଡିଥିଲା ଯେ, ଥଣ୍ଡା ଓ ଆର୍ଦ୍ର ଜଳବାୟୁରେ କରୋନା ଭାଇରସ ସଂକ୍ରମଣ ୩ଗୁଣ ବ୍ୟାପିବାର ଆଶଙ୍କା ରହିଛି। ଉକ୍ତ ଗବେଷଣାରେ ଆମେରିକାର ସାନ୍ତା ବାରବରା ସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ବି ସାମିଲ ଥିଲେ। ଏମାନଙ୍କ ମତରେ ଛିଙ୍କିବା ଅବା କାଶିବା ସମୟରେ ଯେଉଁ ଡ୍ରପଲେଟ୍ସ ବା ଜଳକଣା ବାହାରିଥାଏ ତାହା ୨୦ ଫୁଟ ପର୍ଯ୍ୟନ୍ତ ସଂକ୍ରମଣ କରିପାରେ। ତେଣୁ ସଂକ୍ରମଣକୁ ରୋକିବା ଲାଗି ଯେଉଁ ୬ ଫୁଟ ସାମାଜିକ ଦୂରତ୍ୱ କଥା କୁହାଯାଇଛି ତାହା ପର୍ଯ୍ୟାପ୍ତ ନୁହେଁ। ପୂର୍ବରୁ ଗବେଷକମାନେ କହିଥିଲେ କି ଛିଙ୍କିବା, କାଶିବା ଓ କଥାବାର୍ତ୍ତା ସମୟରେ ପାଖାପାଖି ୪୦,୦୦୦ ଜଳକଣା ନିର୍ଗତ ହୋଇଥାଏ। ଏହି ଜଳକଣା ପ୍ରତି ସେକେଣ୍ଡରେ କିଛି ମିଟର ପର୍ଯ୍ୟନ୍ତ ଗତି କରିଥାଏ। ତେବେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ପୂର୍ବ ଅଧ୍ୟୟନକୁ ନେଇ କହିଛନ୍ତି, ପାଟି ଓ ନାକରୁ ବାହାରୁଥିବା ଜଳକଣା ଜଳବାୟୁ ଦୃଷ୍ଟିରୁ ପରିବର୍ତ୍ତନ ହେଉଥିବା ବେଳେ ଭୂତାଣୁ ସଂକ୍ରମଣର ପ୍ରଭାବ ମଧ୍ୟ ଏହା ଉପରେ ନିର୍ଭର କରିଥାଏ। ଅପରପକ୍ଷରେ ବଡବଡ ଜଳକଣା ଯେ କୌଣସି ବସ୍ତୁ ଉପରେ ଲାଗି ରହିପାରେ। ହେଲେ ଛୋଟ ଛୋଟ ଜଳକଣା ଖୁବ୍‌ଶୀଘ୍ର ବାଷ୍ପ ହୋଇଯାଉଥିବାବେଳେ ଏହା ଭାଇରସକୁ ଧରି ରଖିବାରେ ସକ୍ଷମ ହୋଇଥାଏ ଏବଂ ଘଣ୍ଟା ଘଣ୍ଟା ଧରି ବାୟୁମଣ୍ଡଳରେ ଘୁରି ବୁଲିଥାଏ। ପୁଣି କମ୍‌ ତାପମାତ୍ରା ଓ ଅଧିକ ଆର୍ଦ୍ରତା ଭୂତାଣୁ ସଂକ୍ରମଣରେ ସହାୟକ ହୋଇଥାଏ। ଅନ୍ୟପଟେ କମ୍‌ ତାପମାତ୍ରା ଓ କମ୍‌ ଆର୍ଦ୍ରତା ଛୋଟ ଛୋଟ ଜଳକଣା ସୃଷ୍ଟି କରିବାରେ ସହାୟକ ହୁଏ। ଉକ୍ତ ଗବେଷଣା ତଥ୍ୟ ଅନୁଯାୟୀ, ସେଣ୍ଟର ଫର୍‌ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନଶନ(ସିଡିସି) ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା ୬ ଫୁଟ ସାମାଜିକ ଦୂରତ୍ୱ କିଛି ପରିସ୍ଥିତିରେ ପର୍ଯ୍ୟାପ୍ତ ହୋଇ ନ ପାରେ। କାରଣ ଥଣ୍ଡା ଓ ଆର୍ଦ୍ର ଜଳବାୟୁରେ ଛିଙ୍କିବା ଓ କାଶିବା ସମୟରେ ବାହାରୁଥିବା ଜଳକଣା ୬ ମିଟର ବା ପାଖାପାଖି ୨୦ଫୁଟ ଦୂର ପର୍ଯ୍ୟନ୍ତ ଯାଇପାରେ। ଗବେଷଣା ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଗରମ ଓ ଶୁଷ୍କ ଜଳବାୟୁରେ ଜଳକଣା ଗୁଡିକ ଶୀଘ୍ର ବାଷ୍ପ ହୋଇ ଏରୋସୋଲ ପାର୍ଟିକିଲରେ ପରିବର୍ତ୍ତିତ ହୋଇଥାଏ। ଯାହାକି ବହୁ ଦୂର ପର୍ଯ୍ୟନ୍ତ ସଂକ୍ରମଣ ବ୍ୟାପିବାରେ ସହାୟକ ହୁଏ ଏବଂ ଏହା ପୁସଫୁସ ପର୍ଯ୍ୟନ୍ତ ବି ଶୀଘ୍ର ପହଞ୍ଚିପାରେ। କିନ୍ତୁ ମାସ୍କ ପିନ୍ଧିଲେ ଏରୋସୋଲ ପାର୍ଟିକିଲ ଦ୍ୱାରା ହେଉଥିବା ସଂକ୍ରମଣ କମ୍‌ ହୋଇଯାଇଥାଏ ବୋଲି ବିଶେଷଜ୍ଞମାନେ ସୂଚୀତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟପୁରରେ ସଟ୍‌ଡାଉନ୍‌ ସ୍ଥିତି ପରଖିଲେ ଗଞ୍ଜାମ ଏସ୍‌ପି

ଦିଗପହଣ୍ଡି/ପାଟପୁର,୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଏସ୍‌ପି ବ୍ରିଜେଶ ରୟ ଗୁରୁବାର ମଧ୍ୟାହ୍ନରେ ପାଟପୁର ଅଞ୍ଚଳ ପରିଦର୍ଶନ କରି ସଟ୍‌ଡାଉନ୍‌ ସ୍ଥିତି ପରଖିଛନ୍ତି। ପାଟପୁର ଗାନ୍ଧୀ ଛକରେ ପହଞ୍ଚି...

ଆତଙ୍କବାଦୀ ତାଲିମ୍‌ ନେଉଥିବା ମଦ୍ରାସା ସହିତ ଘନିଷ୍ଠତା ବଢ଼ାଇଲା ପାକିସ୍ତାନ

ଇସଲାମାବାଦ୍‌,୨୯।୧୨: ପାକିସ୍ତାନ ସୈନ୍ୟ ବାହିନୀର ଅଧିକାରୀମାନେ ଗତ କିଛିଦିନ ଧରି ଦେଶର କେତେକ ପ୍ରତିବନ୍ଧିତ ମଦ୍ରାସାର ମୁଖ୍ୟଙ୍କ ସହିତ ସାକ୍ଷାତ୍‌ ଜାରି ରଖିଛନ୍ତି। ସୈନ୍ୟବାହିନୀ ମୁଖ୍ୟ...

ଚନ୍ଦ୍ରକୁ ଯିବାକୁ ମହିଳା ବନ୍ଧୁ ଖୋଜୁଛନ୍ତି ଜାପାନର ଯୁବକ

ଟୋକିଓ,୧୩।୧: ଜାପାନର ଜଣେ କୋଟିପତି ଯୁବକ ୟୁସାକୁ ମାଏଜାଓ୍ବା ତାଙ୍କ ସହ ଚନ୍ଦ୍ରକୁ ଯିବାକୁ ଜଣେ ମହିଳା ସାଥି ବା ଗର୍ଲ ଫ୍ରେଣ୍ଡ ଖୋଜୁଥିବା ସୂଚନା...

କରୋନା ଗଲା ପରେ ମୁଖ୍ୟଧାରାକୁ ଫେରି ପାରିବ କି ସାମାଜିକ ବ୍ୟବସ୍ଥା !

ଓ୍ବାଶିଂଟନ,୨୧।୩: ପୃଥିବୀ ସାରା କରୋନା ସୃଷ୍ଟି କରିଛି ଆତଙ୍କ। ସଂକ୍ରମଣକୁ ରୋକିବା ପାଇଁ କେତେକ ସୁରକ୍ଷିତ ମାର୍ଗଦର୍ଶିକା ଜାତିସଂଘ ପକ୍ଷରୁ ଜାରି କରାଯାଇଛି। ସେଥିମଧ୍ୟରେ ପରସ୍ପରଠାରୁ...

ଆଜି ରାଜ୍ୟରୁ ୧୨୮ ଆକାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ୨୨ ଶିଶୁ

ଭୁବନେଶ୍ୱର,୪ା୩(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୧୨୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୫,୬୧୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ନୂଆ ଭାରିଆଣ୍ଟ୍‌ ଆଗରେ ଅକାମୀ ହେଉଛି ଭାକ୍ସିନ୍‌, ବିଶେଷଜ୍ଞ ଦେଲେ ସୂଚନା…

ଲଣ୍ଡନ,୧୬।୫: କରୋନା ମହାମାରୀ ସଂକ୍ରମଣରେ ଭାକ୍ସିନ୍‌ ଏବେ ପ୍ରଭାବଶୂନ୍ୟ ହେବାରେ ଲାଗିଛି। ନୂଆ ବି-୧-୬୭୧-୨ ଭାରଆଣ୍ଟ୍‌ ବିରୋଧରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବା...

ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୧୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୬ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

ଆଜିଠୁ ହୋଟେଲରେ ଖାଇବା ମନା

ଭୁବନେଶ୍ୱର,୨୧।୪(ବ୍ୟୁରୋ): ବୁଧବାରଠାରୁ ହୋଟେଲରେ ଖାଇବା ପାଇଁ ମନା କରିଛି ବିଏମ୍‌ସି। ଏଥର କେହି ଆଉ ରେଷ୍ଟୁରାଣ୍ଟରେ ବସି ଖାଇପାରିବେନି। କେବଳ ପାର୍ଶଲ ଆଣିବାର ବ୍ୟବସ୍ଥା ରହିଛି...

Advertisement
Archives

Model This Week