୬ ଇଞ୍ଚ ଦବିଲା ଆପ୍ରୋଚ ରୋଡ୍‌ : ରାଜଧାନୀରେ ପୁଣି ଫ୍ଲାଏଓଭର ଆତଙ୍କ

ଭୁବନେଶ୍ୱର, ୨୬ା୮(ବ୍ୟୁରୋ) : ଭୁବନେଶ୍ୱର ବମିଖାଲ ଫ୍ଲାଏଓଭର ନିର୍ମାଣ ବେଳେ ୨ ବଡ଼ ଦୁର୍ଘଟଣାରେ ୨ଜଣଙ୍କ ଜୀବନ ଯିବା ଘଟଣା ଏବେ ବି ଲୋକଙ୍କ ମନରେ ତାଜା ରହିଛି। ସେହିପରି ଲୋକମାନେ ଯାତାୟାତ କରିବାବେଳେ ରସୁଲଗଡ଼ ଫ୍ଲାଏଓଭରରୁ ବଡ଼ କଂକ୍ରିଟ୍‌ ଖସିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି କରିଥିଲା। ରବିବାର ପୁଣି ରାଜଧାନୀର ଆଉ ଏକ ଫ୍ଲାଏଓଭରକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଅପରାହ୍ନରେ ଲୋକମାନେ ସ୍ବାଭାବିକ ଭାବେ ଯାତାୟାତ କରୁଥିବାବେଳେ ହାଇଟେକ୍‌ ଛକ ନିକଟସ୍ଥ କଟକ-ପୁରୀ ବାଇପାସ ଫ୍ଲାଏଓଭର୍‌ର ଆପ୍ରୋଚ ରୋଡ୍‌ ହଠାତ୍‌ ୬ ଇଞ୍ଚ ଦବି ଯାଇଛି। ଫଳରେ ସେହି ସ୍ଥାନରୁ ରାସ୍ତାର ମଝି ପର୍ଯ୍ୟନ୍ତ ଏକ ଫାଟ ସୃଷ୍ଟି ହୋଇଛି। ଫ୍ଲାଏଓଭର ଦବିବା ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଲୋକେ ସେଠାରେ ଭିଡ଼ ଜମାଇଥିଲେ। କାଳେ ବଡ଼ଧରଣର ଦୁର୍ଘଟଣା ଘଟିପାରେ ତାହାକୁ ନଜରରେ ରଖି ଓଡ୍ରାଫ୍‌ର ୧୦ ଜଣିଆ ଟିମ୍‌ ସମସ୍ତ ସରଞ୍ଜାମ ସହ ସେଠାରେ ପହଞ୍ଚିଥିଲେ। ସେମାନେ ସେଠାରେ ଆସ୍କା ଲାଇଟ୍‌ ଲଗାଇ ରାତିସାରା ଜଗି ରହିବେ ବୋଲି କହିଛନ୍ତି। ଏନ୍‌ଏଚ୍‌ଏଆଇର ଏକ ଟିମ୍‌, ଆମ୍ବୁଲାନ୍ସ ଏବଂ କ୍ରେନ୍‌ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ଆଇନ ଶୃଙ୍ଖଳା ଏବଂ ଟ୍ରାଫିକ ସମସ୍ୟା ଉପୁଜିବା ଆଶଙ୍କାରେ ଡିସିପି ଅନୁପ ସାହୁ, ଶହୀଦନଗର ଥାନା ଅଧିକାରୀ ବିରଞ୍ଚତ୍ ପତି, ମଞ୍ଚେଶ୍ୱର ଥାନା ଅଧିକାରୀ ଜିତେନ୍ଦ୍ରନାଥ ସେଠୀ, ନଖରା ଟ୍ରାଫିକ ଥାନା ଅଧିକାରୀ ଆକାଶ ରଣା ଓ ଜୋନ ଏସିପି ଅନିଲ ମିଶ୍ର ସେଠାରେ ପହଞ୍ଚତ୍ଥିଲେ। ମଞ୍ଚେଶ୍ୱର ଥାନା ପୋଲିସ ଦବିଯାଇଥିବା ସ୍ଥାନକୁ କର୍ଡନ କରିଥିଲା। ଅନ୍ୟପକ୍ଷରେ ଘଟଣାକୁ ନେଇ କାଳେ ବିରୋଧ ହେବ, ତେଣୁ ଗଣମାଧ୍ୟମ ପ୍ରତିନିଧିମାନେ ଯିବା ପୂର୍ବରୁ ଦବିଯାଇଥିବା ସ୍ଥାନରେ ବାଲିବସ୍ତା ପକାଯାଇଥିଲା। କିନ୍ତୁ ସ୍ଥାନୀୟ ଲୋକମାନେ ନିିର୍ମାଣକାରୀ ସଂସ୍ଥା ନିମ୍ନମାନର ଫ୍ଲାଏଓଭର୍‌ କାମ କରିଥିବା ଅଭିଯୋଗ କରି ପ୍ରତିବାଦ କରିବା ସହ ଘଟଣାସ୍ଥଳ ନିକଟରେ ରାସ୍ତାରୋକୋ କରିଥିଲେ। ଫଳରେ ଅଧଘଣ୍ଟା ପାଇଁ ଯାତାୟାତ ଠପ୍‌ ହୋଇଯାଇଥିଲା। କିନ୍ତୁ ପୋଲିସ ବୁଝାଶୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ପଳାଶୁଣୀର ସନ୍ତୋଷ କୁମାର ସାସମଲ କହିଛନ୍ତି, ଇତିମଧ୍ୟରେ ଫ୍ଲାଏଓଭର ରାସ୍ତା ୩ ଥର ଦବିଲାଣି। ଏନେଇ ଅଞ୍ଚଳବାସୀ ଠିକା ସଂସ୍ଥାକୁ ଜଣାଇବା ପରେ ମଧ୍ୟ କିଛି ସୁଫଳ ମିଳୁନାହିଁ। କେବଳ ପିଚୁ ପକାଇ ସେମାନେ ମରାମତି କରିଦେଉଛନ୍ତି। ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଛି। ଏହାର ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡ଼ିବ। ସ୍ଥାନୀୟ ଅଞ୍ଚଳର ମନୋରଞ୍ଜନ ଖଟୁଆ କହିଛନ୍ତି, ଫ୍ଲାଏଓଭର ଉଦ୍‌ଘାଟନ ଦିନ ମୁଁ ଲଡ଼ୁ ଖାଇଥିଲି, ସେତେବେଳେ ଖୁସି ଲାଗିଥିଲା। ହେଲେ ଏବେ ଏଥିରେ ଯିବାକୁ ଭୟ ଲାଗୁଛି। କେତେବେଳେ ଯେ ଏହା ଭୁଶୁଡ଼ି ପଡ଼ିବ ତାହା ଅନୁମାନ କରିହେବ ନାହିଁ। ଅନ୍ୟଜଣେ ବାସିନ୍ଦା ପୁପୁନ ଜେନା କହିଛନ୍ତି, ଠିକା ସଂସ୍ଥା ରଥଯାତ୍ରା ପୂର୍ବରୁ କାମ ଜଲଦି ସାରିବା ନିଶାରେ ଏପରି ବେପରୁଆ କାମ କରିଛି। ଫ୍ଲାଏଓଭର ଉଦ୍‌ଘାଟନ ହେବାର କିଛି ଦିନ ପରେ ହିଁ ପ୍ରଥମ ଥର ଦବିବାର ଦେଖିବାକୁ ମିଳିଥିଲା। ପରେ ରଥଯାତ୍ରାର ଠିକ୍‌ କିଛି ଦିନ ପରେ ଏବଂ ଗତ ୧୫ଦିନ ତଳେ ପୁଣିଥରେ ଦବିଥିଲା। ଏନେଇ କାହାର ନିଘାନାହିଁ, ପ୍ରତ୍ୟହ ହଜାର ହଜାର ସଂଖ୍ୟକ ଲୋକ ଏହି ଫ୍ଲାଏଓଭର ତଳ ଓ ଉପର ଦେଇ ଯାତାୟାତ କରୁଛନ୍ତି। ଯଦି କିଛି ଦୁର୍ଘଟଣା ଘଟେ ଏଥିପାଇଁ ଦାୟୀ କିଏ ରହିବ। ସମସ୍ତେ ମିଳିମିଶି ଏହି ଫ୍ଲାଏଓଭର କାମରୁ ଅର୍ଥ ହଡ଼ପ କରିଛନ୍ତି। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ।
ମିଳିଥିବା ସୂଚନା ଅନୁଯାୟୀ, ୨୦୧୮ ଅଗଷ୍ଟ ୧୩ରେ ଉକ୍ତ ଓଭରବ୍ରିଜ କାର୍ଯ୍ୟକ୍ଷମ ହୋଇଥିଲା। ପ୍ରାୟ ୧୫ କୋଟି ଟଙ୍କା ବ୍ୟୟରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌ଓ୍ବେଜ୍‌ ପ୍ରା.ଲି.(ଏସ୍‌ଜେଇପିଏଲ୍‌) ଏହାକୁ ନିର୍ମାଣ କରିଥିଲା। ଏନ୍‌ଏଚ୍‌ଏଆଇ ପିଡି ଦେବପ୍ରସାଦ ସାହୁ କହିଛନ୍ତି ଯେ, ଆପ୍ରୋଚ୍‌ ରୋଡ୍‌ ଦବିଛି। ଏହା କିଛି ବଡ଼ କଥା ନୁହେଁ, ଫ୍ଲାଏଓଭରକୁ କୌଣସି ପ୍ରକାରେ ପ୍ରଭାବିତ କରିବ ନାହିଁ। ଏନେଇ ବିଚଳିତ ହେବାର କୌଣସି କାରଣ ନାହିଁ। ସକାଳ ହେବାର ୩ଘଣ୍ଟା ମଧ୍ୟରେ ଏସ୍‌ଜେଇପିଏଲ ପକ୍ଷରୁ ମରାମତି କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ଜଙ୍ଗଲରେ ବଣଭୋଜି ବେଳେ କାଳବୈଶାଖୀର କୋପ: ଗଛ ଡାଳ ପଡ଼ି ଆଖି ବୁଜିଲେ ମହିଳା, ସ୍ତବ୍ଧ ପରିବାର

କୋରାପୁଟ,୧୦।୬ (ଅମିତାଭ ବେହେରା): କୋରାପୁଟରେ ବଣଭୋଜି ବେଳେ ଏକ ଦୁଃଖଦ ଅଘଟଣ ଘଟିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବହିବା ସମୟରେ ଗଛର ଏକ ବଡ଼ ଡାଳ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri