୬ ଆନ୍ତଃଜିଲା ଡକାୟତ ଗିରଫ

ବାଲିଗୁଡା,୧୦ା୧୦.(ଡି.ଏନ.ଏ.) – କନ୍ଧମାଳ ଜିଲା ବାଲିଗୁଡା ଥାନା କଞ୍ଜାଲଗୁ ଘାଟିରେ ବାଲିଗୁଡା ପୋଲିସ ଏକ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ୬ମାସ ଧରି ଉକ୍ତ ଘାଟିରେ ଏହି ଗ୍ୟାଙ୍ଗ ଆତଙ୍କ ଖେଳାଇଥିଲେ। ସେହି ରାସ୍ତାରେ ଯାତାୟାତ କରୁଥିବା ବାଇକ ଆରୋହୀଙ୍କ ଠାରୁ ବାଇକ, ଟଙ୍କା, ସୁନା ଆଦି ମାର୍‌ପିଟ କରି ଛଡାଇ ନେଉଥିଲେ। ଏନେଇ ବାଲିଗୁଡା ଥାନାରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଲୋକେ ମଧ୍ୟ ଭୟରେ ସମ୍ପୃକ୍ତ ରାସ୍ତାରେ ବାଇକରେ ଯାତାୟାତ କରିବାକୁ ଡରୁଥିଲେ। ଏହି ଘଟଣାରେ ପୋଲିସ ୬ଜଣ ଆନ୍ତଃଜିଲା ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ସ୍ଥାନୀୟ ଲୋକେ ଏଥିରେ ପୋଲିସକୁ ସହଯୋଗ କରିଥିଲେ। ପ୍ରକାଶ ଯେ, ଚଳିତ ମାସ ୬ତାରିଖରେ ଖମନଖୋଲ ଅଞ୍ଚଳର ମାନସ କୁମାର ଡିଗାଲ ତାଙ୍କ ବାପା ଓ ଶ୍ୱଶୁର ଏକ ବାଇକରେ ଯାଉଥିବାବେଳେ କଞ୍ଜାଲଗୁ ଘାଟିରେ ଦୁର୍ବୃତ୍ତ ବାଇକକୁ ଅଟକାଇଥିଲେ। ପରେ ଭୁଜାଲି, ଛୁରୀ, ଠେଙ୍ଗା ଦେଖାଇ ବାଇକ, ଟଙ୍କା ଓ ମୋବାଇଲ ଛଡାଇ ନେଇଥିଲେ। ଏ ନେଇ ମାନସ ବାଲିଗୁଡା ଥାନାରେ ଏତଲା ଦେଇଥିଲେ। ଏହି ଖବର ପାଇ ଖମନଖୋଲ ଗ୍ରାମବାସୀ ସନ୍ଦେହରେ କେତେଜଣ ଯୁବକଙ୍କୁ ଅଟକ ରଖି ବାଲିଗୁଡା ଥାନାକୁ ଜଣାଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ଉକ୍ତ ଯୁବକମାନଙ୍କୁ ହେପାଜାତ୍‌କୁ ନେଇ ପଚରାଉଚରା କରିଥିଲେ। ସେମାନଙ୍କ ସୂଚନା ପ୍ରକାରେ ବୌଦ୍ଧ, ସୋନପୁର, ବଲାଙ୍ଗୀର, ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬ଜଣଙ୍କୁ ଗିରଫ କରିବାରେ ବାଲିଗୁଡା ପୋଲିସ ସକ୍ଷମ ହୋଇଛି। ସେମାନଙ୍କ ଠାରୁ ୮ ବାଇକ ଜବତ କରିବା ସହ ଗୋଟିଏ ଭୁଜାଲି, ଦୁଇଟି ଛୁରୀ, ଦୁଇଟି ଠେଙ୍ଗା, ୪ ମୋବଇଲ ଜବତ ହୋଇଛି। ଅଭିଯୁକ୍ତ ୬ଜଣ ହେଲେ ପୁରୁଷୋତ୍ତମ ରଣା, ନବୀନ ଓରଫ ନରେନ୍ଦ୍ର ଗୁରୁ, ସୂର୍ଯ୍ୟକାନ୍ତ ମାଝୀ, ସଞ୍ଜୁ ଓରଫ ସଞ୍ଜୀବ ରଣା, ଶନ୍ତୁ ମହାଲିଙ୍ଗ ଓ ଶନ୍ତୁ ବାରିକ। ବାଲିଗୁଡା ପୋଲିସ ନଂ.୧୩୨/୧୯ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ପୂର୍ବରୁ ବାଲିଗୁଡା ଥାନାରେ ହୋଇଥିବା ନଂ.୫୯ ଓ ୧୦୦ର ଡକାୟତି କେଶରେ ମଧ୍ୟ ଏମାନଙ୍କ ସମ୍ପୃକ୍ତି ଥିବା ସ୍ବୀକାର କରିଛନ୍ତି ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

ଜାତୀୟ ରାଜପଥର ଫୁଟ୍‌ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍‌ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…

ଲଗାଣ ବର୍ଷା: ଏହି ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

ଫୁଲବାଣୀ,୨।୭(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଦୁଇ ଦିନ ଧରି ପ୍ରବଳ ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ରାଇକିଆ ଥାନାରେ ନିଶାମୁକ୍ତ ଅଭିଯାନ, ଏହି ଶପଥ ନେଲେ ଛାତ୍ରୀଛାତ୍ର

ରାଇକିଆ,୧।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନାରେ ବୁଧବାର ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଏ.ସ୍ୱର୍ଣ୍ଣଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଦ୍ରୁତଗତି ସାଜିଲା କାଳ: ବର୍ଷାରେ ହଠାତ୍‌ ବ୍ରେକ୍‌ ମାରିବାରୁ, ଘଟିଲା…

ଦାରିଙ୍ଗବାଡି,୧।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡି ପଞ୍ଚାୟତ ବୁଡ଼ାଗୁଡା ଛକରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି।…

କୋଟଗଡ଼ ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଫୁଲବାଣୀ, ୧।୭ (ରାକେଶ କୁମାର ରାଉତ): କନ୍ଧମାଳ ଜିଲାର କୋଟଗଡ଼ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ (MGNREGS) ଯୋଜନାରେ ହୋଇଥିବା ଦୁର୍ନୀତି ଘଟଣାରେ ବ୍ଲକର ସହକାରୀ ଯନ୍ତ୍ରୀ ଓ କନିଷ୍ଠ…

୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର: ରୋଗୀ ସେବା ପ୍ରଭାବିତ

ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ରାଜ୍ୟବ୍ୟାପୀ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ(ଓଏମଏସଏ) ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri