୬୮,୫୫୦ଟଙ୍କାରେ ଶୌଚାଳୟ ନିଲାମ

ରଘୁନାଥପୁର,୧୭ା୩(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ଗୋରଖନାଥ ପୀଠରେ ସୋମବାର ଭୋଗ, ଦୀପ, ଯଁାବାଳ, ଫୁଲ ଦୋକାନ, ଶୌଚାଳୟ ପାଇଁ ନିଲାମ ପ୍ରକ୍ରିୟା ହୋଇଥିଲା। ନିର୍ଦ୍ଧାରିତ ସମୟରେ ଭୋଗ, ଦୀପ, ଯଁାବାଳ, ଫୁଲ ଦୋକାନ ପାଇଁ କୌଣସି ଫର୍ମ ପଡ଼ି ନ ଥିବା ବେଳେ ଶୌଚାଳୟ ପାଇଁ ୬ଟି ଫର୍ମ ଟେଣ୍ଡର ବାକ୍ସରେ ପଡ଼ିଥିଲା। ଟେଣ୍ଡର ବାକ୍ସ ଖୋଲାଯିବା ପରେ ସର୍ବାଧିକ ମୂଲ୍ୟରେ ଆବେଦନ କରିଥିବା ସନ୍ତୋଷ ଦାସଙ୍କୁ ୬୮ହଜାର ୫ଶହ ୫୦ଟଙ୍କାରେ ନିଲାମ ପ୍ରଦାନ କରାଯାଇଥିବା ଦାୟିତ୍ୱରେ ଥିବା ସହକାରୀ ଜିଲାପାଳ ପ୍ରମୋଦ ମହାପାତ୍ର ଘୋଷଣା କରିଥିଲେ। ୧୯ତାରିଖ ମଧ୍ୟରେ ଟେଣ୍ଡର ମୂଲ୍ୟର ୬୦ପ୍ରତିଶତ ଅର୍ଥ ଟ୍ରଷ୍ଟବୋର୍ଡରେ ଜମା କରିବାରେ ଗୃହୀତା ଖିଲାପ କରନ୍ତି ଏହାକୁ ରଦ୍ଦ କରଯାଇ ପୁନର୍ବାର ଟେଣ୍ଡର କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଥିଲା। ଅନ୍ୟାନ୍ୟ ଦୋକାନ ପାଇଁ ପରବର୍ତ୍ତି ସମୟରେ ପଦକ୍ଷେପ ନିଆଯିବ ବୋଲି ମହାପାତ୍ର ସୂଚନା ଦେଇଛନ୍ତି। ମାନେଜିଂ ଟ୍ରଷ୍ଟିଙ୍କ ଅନୁପସ୍ଥିତିରେ ସହକାରୀ ଜିଲାପାଳ ପ୍ରମୋଦ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଟେଣ୍ଡର ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏଣ୍ଡାମେଣ୍ଟ ଇନିସପେକ୍ଟର ପୁଷ୍ପିତା ବେହେର, ତିର୍ତ୍ତୋଲ ଥାନା ପକ୍ଷରୁ ସୌମେନ୍ଦ୍ର ନାୟକ ଉପସ୍ଥିତ ଥିଲେ। ଟ୍ରଷ୍ଟ ବୋର୍ଡ ସଭ୍ୟ ପ୍ରମୋଦ ମହାନ୍ତି, ସୁଶାନ୍ତ ଦାଶ, ବାଦଲ ଯୋଗାଣିଆ, କ୍ଷୀରୋଦ ମହାନ୍ତି, ସରୋଜ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଥାଉ କି, ଏ ନେଇ ୨୦୨୦-୨୧ ଆର୍ଥିକ ବର୍ଷ ଟେଣ୍ଡରରେ ସାମିଲ ହେବା ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ କରୋନା ପାଇଁ ମନ୍ଦିରକୁ ଭକ୍ତ କମ୍‌ ଆସୁଥିବାରୁ ନିଲାମଧାର ଦୋକାନୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ମାର୍ଚ୍ଚ ୩୧ରେ ନିଲାମ ଅବଧି ସରୁଥିବାରୁ ଏ ଦିଗରେ ଟ୍ରଷ୍ଟବୋର୍ଡ ବିଚାର କରିବାକୁ ଦୋକାନୀମାନେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ ହେଉନି ଆବର୍ଜନା

କେନ୍ଦୁଝର, ୨୭।୪(ସ୍ବ.ପ୍ର.)-କେନ୍ଦୁଝର ପୁରୁଣା ସହରରେ ମଇଳା ଆବର୍ଜନା ନିୟମିତ ସଫେଇ ହେଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ବଡ଼ଦାଣ୍ଡରେ ମଇଳା ଆବର୍ଜନା ପଡୁଥିଲେ ହେଁ...

ନନ୍ଦଳାରେ ଅଗ୍ନିକାଣ୍ଡ: ୪ ବଖରା ଭସ୍ମୀଭୂତ, ୨ ବଳଦ ଅର୍ଦ୍ଧଦଗ୍ଧ

କୃଷ୍ଣପ୍ରସାଦ, ୨୯।୧୦(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ରାମଲେଙ୍କା ପଞ୍ଚାୟତ ନନ୍ଦଳାଗାଁରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ପୋଡ଼ିଯାଇଛି।...

ରଣପୁର ଥାନାରେ ଦଲାଲ ସର୍ବେସର୍ବା, ଥାନାକୁ ଯିବାକୁ ଡରୁଛନ୍ତି ଲୋକେ: ଅଧିକାଂଶ ଘଟଣାରେ ରଖାଯାଉନି ଏତଲା

ରଣପୁର,୧୧ା୧ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନାରେ ଚାଲିଛି ଦଲାଲଙ୍କ ରାଜ୍‌। ସେମାନଙ୍କ ବିନା ସହଯୋଗରେ ନ୍ୟାୟ ମିଳୁନି। ଏ ନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅଭିଯୋଗ...

ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ: ଅବସର ନେଲେ ୭ ଦିନର ଅଧ୍ୟକ୍ଷା

ଖୋର୍ଦ୍ଧା ଅଫିସ,୨ା୧: ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟରେ ୭ଦିନ ଲାଗି ଅଧ୍ୟକ୍ଷା ଭାବେ ଯୋଗଦେଇଥିବା ଡ.ବିଶ୍ୱମୋହିନୀ ମଙ୍ଗରାଜ ଡିସେମ୍ବର ୩୧ରେ ଅବସର ଗ୍ରହଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ...

ଗାଳ୍ପିକ ଅମରେଶଙ୍କୁ ‘କହ୍ନେଇ କଥା ପୁରସ୍କାର’

ବାଲେଶ୍ୱର ଅଫିସ, ୧୧।୬- ଓଡ଼ିଆ କଥା ସାହିତ୍ୟର ପ୍ରଚଣ୍ଡ ପ୍ରତିଭାଧାରୀ ଗାଳ୍ପିକ ସ୍ବର୍ଗତ କହ୍ନେଇଲାଲ୍‌ ଦାସଙ୍କ ସ୍ମୃତିରେ ପ୍ରଦତ୍ତ ‘କହ୍ନେଇ କଥା ପୁରସ୍କାର’ ଚଳିତବର୍ଷ ପାଇଁ...

ପୋଖରୀରେ ପଡ଼ି ଶିଶୁପୁତ୍ର ମୃତ

ସୋର,୧୮।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ସୋର ଥାନା ମଧୁସୂଦନପୁର ପଞ୍ଚାୟତର କୁରୁଣିଆ ଗ୍ରାମର ମାମୁଁ ରମାକାନ୍ତ ମହାକୁଡ଼ଙ୍କ ଘରକୁ ବୁଲିବାକୁ ଆସି ୩ବର୍ଷର ଶିଶୁପୁତ୍ର ପୋଖରୀରେ ପଡ଼ି...

ତଦନ୍ତ ଆଳରେ କାଳିଆ ସହାୟତା ପ୍ରଦାନରେ ବିଳମ୍ବ: ଚୂଡାନ୍ତ ରିପୋର୍ଟରେ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ

ରସୁଲପୁର,୮।୯(ଡି.ଏନ.ଏ.)- ସମୟ ଗଡି ଚାଲିଛି, ହେଲେ କାଳିଆ ଦ୍ୱନ୍ଦ୍ୱ ତୁଟୁନି। ତଦନ୍ତ ଆଳରେ ସରକାର ପ୍ରକୃତ ଚାଷୀଙ୍କ ଜମାଖାତାକୁ ଟଙ୍କା ଦେବେରେ ବିଳମ୍ବ କରୁଛନ୍ତି। ସରକାର...

ବାଙ୍କୀ ଡବଲ ମର୍ଡର ଘଟଣା: ଜଣେ ଗିରଫ

ବାଙ୍କୀ,୧୮।୩(ସ୍ବ.ପ୍ର.): କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ଜୋକଲାଞ୍ଜିଠାରେ ହୋଇଥିବା ଡବଲ ମର୍ଡର ଘଟଣାରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ପୋଲିସ ବୁଧବାର ଗିରଫ କରିଛି...

Play 250+ Trending Games
Archives

Model This Week

Why Dharitri