୬୩ ଭାରତୀୟଙ୍କ ସମ୍ପତ୍ତି ମୂଲ୍ୟ ଦେଶ ବଜେଟରୁ ଅଧିକ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ମାତ୍ର ୬୩ଜଣ ଭାରତୀୟଙ୍କ ସମ୍ପତ୍ତିର ମୂଲ୍ୟ ଦେଶର ୨୦୧୮-୧୯ ଆର୍ଥିକ ବର୍ଷର ବଜେଟ(୨୪ ଲକ୍ଷ ୪୨ ହଜାର ୨୦୦ କୋଟି ଟଙ୍କା) ଠାରୁ ଅଧିକ। ସେହିଭଳି ବିଶ୍ୱର ୨,୧୫୩ ଲୋକଙ୍କ ପାଖରେ ଯେତିକି ସମ୍ପତ୍ତି ଗଚ୍ଛିତ ରହିଛି, ତାହା ୬୦% ଲୋକସଂଖ୍ୟା ଅର୍ଥାତ୍‌ ୪୬୦ କୋଟି ଲୋକଙ୍କ ସମ୍ପତ୍ତିର ମୂଲ୍ୟ ସହ ସମାନ। ଓ୍ବାଲର୍‌ଡ ଇକୋନୋମିକ୍‌ ଫୋରମ୍‌ (ଡବ୍ଲ୍ୟୁଇଏଫ୍‌)ର ୫୦ତମ ବାର୍ଷିକ ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ଏଭଳି ରିପୋର୍ଟ ପ୍ରକାଶ କରିଛି ଅକ୍ସଫାମ୍‌ ଇଣ୍ଡିଆ। ସୋମବାର ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶା ପରିସରରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର ଏହି ରିପୋର୍ଟ ଉନ୍ମୋଚନ କରିଥିଲେ।
ରିପୋର୍ଟ ମୁତାବକ, ସାଧାରଣ ପୁରୁଷ ଓ ମହିଳାଙ୍କ ପକେଟକୁ କାଟି ଆମ ଅର୍ଥନୈତିକ ବ୍ୟବସ୍ଥା ବିତ୍ତଶାଳୀଙ୍କ ପକେଟ ଭର୍ତ୍ତି କରିବାକୁ ଲାଗିଛି। ସମାଜରେ ଅସମାନତା ଏତେ ପରିମାଣରେ ବୃଦ୍ଧି ପାଇଛି, ଯାହା ଧନୀ ଲୋକଙ୍କୁ ଆହୁରି ଧନ ଠୁଳ କରିବାର ସୌଭାଗ୍ୟ ପ୍ରଦାନ କରୁଛି। ଦେଶର ୭୦% ଜନସଂଖ୍ୟା ଅର୍ଥାତ୍‌ ପ୍ରାୟ ୯୩.୩ କୋଟି ଲୋକ ଯେତିକି ସମ୍ପତ୍ତିର ମାଲିକାନା ଉପଭୋଗ କରୁଛନ୍ତି, ତା’ର ୪ ଗୁଣା ଅଧିକ ସମ୍ପତ୍ତି କେବଳ ୧% ବିତ୍ତଶାଳୀ କୋଟିପତିଙ୍କ ପାଖରେ ଠୁଳ ହୋଇଛି। ବିଭିନ୍ନ ଦେଶର ସରକାର ଅତିଧନୀ ଓ କର୍ପୋରେଟ୍‌ଗୁଡ଼ିକର ସମ୍ପତ୍ତି ଉପରେ ଅଧିକ ଟିକସ ଲଗାଇବାରେ ବିଫଳ ହେଉଛନ୍ତି। ଏ ଦିଗରେ ଯଦି ବଳିଷ୍ଠ ନୀତି ପ୍ରଣୟନ କରା ନ ଯାଏ, ତେବେ ଧନୀ ଓ ଦରିଦ୍ରଙ୍କ ଭିତରେ ପ୍ରଭେଦ କମାଇବା ସମ୍ଭବପର ହେବ ନାହିଁ ବୋଲି କୁହାଯାଇଛି। ଏକ ଟେକ୍ନୋଲୋଜି କମ୍ପାନୀର ସିଇଓ ବାର୍ଷିକ ଯେତିକି ରୋଜଗାର କରନ୍ତି, ସେତିକି ଅର୍ଥ ଅର୍ଜନ କରିବା ଲାଗି ଜଣେ ଘରୋଇ ସହାୟିକା ଭାବେ କାମ କରୁଥିବା ମହିଳାଙ୍କୁ ୨୨,୨୭୭ ବର୍ଷ ସମୟ ଲାଗିବ। ଅକ୍ସଫାମ ଇଣ୍ଡିଆର ସିିଇଓ ଅମିତାଭ ବେହାର କହିଛନ୍ତି, ସୁଚିନ୍ତିତ ନୀତି ଲାଗୁ ନ ହେଲେ ବିଶ୍ୱ ସ୍ତରରେ ବଢୁଥିବା ଅସମାନତାକୁ ଦୂର କରିବା ଅସମ୍ଭବ। ମାତ୍ର କିଛି ଦେଶ ଏ ଦିଗରେ ଯୋଜନା ହାତକୁ ନେଉଥିବା ବେହାର କହିଛନ୍ତି। ଡବ୍ଲ୍ୟୁଇଏଫ୍‌ ସମିଟରେ ଚଳିତ ବର୍ଷ ଲିଙ୍ଗଗତ ଅସମାନତା ଏବଂ ମହିଳାଙ୍କ ଆୟ ଭଳି ବିଷୟ ସ୍ଥାନ ପାଇବ। ସମ୍ବିଧାନ ପ୍ରଦତ୍ତ ଆଇନ ଉଲ୍ଲଂଘନ, ଦୁର୍ନୀତି, ସାଧାରଣ ସାମଗ୍ରୀ ଏବଂ ସେବା ଦର ବୃଦ୍ଧି ଭଳି ବିଭିନ୍ନ ସମସ୍ୟା ସମ୍ପର୍କରେ ଡବ୍ଲ୍ୟୁଇଏଫ୍‌ ଏହାର ରିପୋର୍ଟରେ ଉଲ୍ଲେଖ କରିଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତର ମହିଳାମାନେ ଦୈନିକ ୩୨୬ କୋଟି ଘଣ୍ଟା ସମୟ ବିନା କୌଣସି ଦରମାରେ କାମ କରନ୍ତି। ଯଦି ଏମାନଙ୍କ ଶ୍ରମମୂଲ୍ୟକୁ ହିସାବ କରାଯାଏ, ତେବେ ବର୍ଷକୁ ଭାରତୀୟ ଅର୍ଥନୀତି ପ୍ରତି ତା’ର ଅବଦାନ ହେଉଛି ୧୯ ଲକ୍ଷ କୋଟି ଟଙ୍କା, ଯାହା ଦେଶର ଶିକ୍ଷା ବଜେଟ୍‌(୨୦୧୯)ର ୨୦ ଗୁଣା ଅଧିକ। ଗ୍ଲୋବାଲ ସର୍ଭେ ମୁତାବକ ବିଶ୍ୱର ୨୨ ଅତିଧନୀଙ୍କ ନିକଟରେ ରହିଥିବା ସମ୍ପତ୍ତି ଆଫ୍ରିକାର ସବୁ ମହିଳାଙ୍କ ସମ୍ପତ୍ତିଠାରୁ ଅଧିକ।
ଅନ୍ୟପକ୍ଷରେ ବର୍ତ୍ତମାନର ଅର୍ଥନୈତିକ ବ୍ୟବସ୍ଥାରେ ମହିଳା ଓ ଯୁବତୀମାନଙ୍କୁ ସବୁଠାରୁ କମ୍‌ ଫାଇଦା ମିଳୁଛି। ଘରେ କାମ କରୁଥିଲେ ବି ଅର୍ଥନୈତିକ ଓ ସାମାଜିକ ବ୍ୟବସ୍ଥା ପ୍ରତି ସେମାନଙ୍କ ପ୍ରମୁଖ ଅବଦାନ ରହିଥାଏ। ଏଭଳି ଯତ୍ନ କାର୍ଯ୍ୟ ପାଇଁ ସେମାନଙ୍କୁ କୌଣସି ଆୟ ମିଳୁ ନ ଥିବାବେଳେ ଅନେକ ସମୟରେ ରୋଜଗାର କାର୍ଯ୍ୟ ତଥା ଚାକିରି ଛାଡ଼ିବାକୁ ପଡ଼ିଥାଏ। ପରିବାର ଦାୟିତ୍ୱ ହେତୁ ୪୨% ମହିଳା ଇଚ୍ଛା ଥିଲେ ମଧ୍ୟ ରୋଜଗାର କାର୍ଯ୍ୟ କରିପାରନ୍ତି ନାହିଁ। ଅନ୍ୟପକ୍ଷରେ ୨୦୨୫ ବେଳକୁ ବିଶ୍ୱର ୨୪ କୋଟି ଲୋକ ଜଳ ସଙ୍କଟରେ ପଡ଼ିବା ନେଇ ଆଶଙ୍କା କରାଯାଇଛି। ଆଉ ସେଭଳିସ୍ଥଳେ ପାଣି ଯୋଗାଡ଼ କରିବା ଲାଗି ମହିଳାଙ୍କୁ ଅଧିକ ଦୂର ଯିବାକୁ ପଡ଼ିବ ବୋଲି ଅକ୍ସଫାମ୍‌ ଇଣ୍ଡିଆର ଏହି ‘ଟାଇମ୍‌ ଟୁ କେୟାର’ ରିପୋର୍ଟରେ କୁହାଯାଇଛି। ତେବେ ଓଡ଼ିଶା ପରିପ୍ରେକ୍ଷୀରେ ଆଞ୍ଚଳିକ ବୈଷମ୍ୟତାକୁ ନେଇ ଏକ ଗବେଷଣାଭିତ୍ତିକ ଚର୍ଚ୍ଚାର ଆବଶ୍ୟକତା ରହିଛି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ କହିଛନ୍ତି। ଏହି ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟର ବରିଷ୍ଠ ପ୍ରଫେସର ମିତାଲୀ ଚିନ୍ନାରା, ପ୍ରଫେସର ସ୍ବର୍ଣ୍ଣମୟୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଜିଲାରେ ଝଡ଼ବର୍ଷା

ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୫ ଜିଲାରେ ଝଡ଼ବର୍ଷା ସମ୍ଭାବନା ରହିଛି। ସେହି ଜିଲାଗୁଡ଼ିକ ହେଲା ଭଦ୍ରକ, ବାଲେଶ୍ୱର, ଯାଜପୁର, କୋରାପୁଟ, କେନ୍ଦ୍ରାପଡ଼ା,...

ମମିତା ମେହର ହତ୍ୟା ମାମଲା: ଗୋବିନ୍ଦ ସାହୁଙ୍କୁ ଜାମିନ୍‌

କଟକ ଅଫିସ,୨୯ା୬: ବହୁଚର୍ଚ୍ଚିତ ମମିତା ମେହର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବୁଧବାର ଜାମିନ୍‌ ମିଳିଛି। ଗୋବିନ୍ଦଙ୍କୁ ୨ ସପ୍ତାହ ପର୍ଯ୍ୟନ୍ତ ଏହି...

ବାତ୍ୟା ପାଇଁ ଭୁବନେଶ୍ୱରରେ ଟିକାକରଣ ବନ୍ଦ

ଭୁବନେଶ୍ୱର, ୨୬।୫ (ବ୍ୟୁରୋ):ବାତ୍ୟା ‘ୟାସ୍‌’କୁ ଦୃଷ୍ଟିରେ ରଖି ୨୬ ତାରିଖ ବୁଧବାର ଭୁବନେଶ୍ୱରରେ ହେବାକୁ ଥିବା ଟିକାକରଣ ବନ୍ଦ ରହିବ। ଏହିଦିନ ପାଇଁ ସ୍ଳଟ୍‌ ବୁକିଂ...

ପୁଣି ରାଜ୍ୟକୁ ବାତ୍ୟା ଆଶଙ୍କା

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ଆସନ୍ତା ୨୯ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବଳୟ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି।...

୬୦ ଦିନରେ ୬୦ ଗଳ୍ପ ଲେଖିଲେ ଜୟଶ୍ରୀ

କଟକ ଅଫିସ, ୮।୧୨: ଲଗାତର ୬୦ ଦିନରେ ୬୦ ଗଳ୍ପ ଲେଖି ଚର୍ଚ୍ଚାରେ ରହିଛନ୍ତି କଟକର ଝିଅ ଜୟଶ୍ରୀ ସାହୁ। ବାଙ୍ଗାଲୋରର ଏକ ଜାତୀୟ ସ୍ତରୀୟ...

ରାଜ୍ୟ ପାଇଁ ଗୌରବ ଆଣିଲେ କୋରାପୁଟର ଝିଅ ପ୍ରାଞ୍ଜଳ, ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଚମକିଲେ

କୋଟପାଡ଼,୮ା୧୧ (ଡି.ଏନ.ଏ.): କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳର ପ୍ରାଞ୍ଜଳ ପାତ୍ର ଆନ୍ତଃ ରାଜ୍ୟସ୍ତରୀୟ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଫାଇନାଲରେ ପ୍ରବେଶ କରିଛନ୍ତି। ସେ...

ରେଭେନ୍‌ଶା ବିଶ୍ୱବିଦ୍ୟାଳୟ: ନାମଲେଖାରେ ଅସନ୍ତୋଷ: ନିର୍ଦ୍ଧାରିତ ସିଟ୍‌ର ଦୁଇଗୁଣା ଛାତ୍ରୀଛାତ୍ରଙ୍କୁ ନିମନ୍ତ୍ରଣ

କଟକ ଅଫିସ,୨୦ା୭: ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଆଇଏସ୍‌ଟି ଓ ଆଇଟିଏମ୍‌ ବିଭାଗରେ ନାମଲେଖା ସମୟରେ ଅଭିଭାବକ ଏବଂ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ନିର୍ଦ୍ଧାରିତ ସିଟ୍‌ଠାରୁ...

ନିର୍ଦ୍ୱନ୍ଦ୍ୱରେ ରାଜ୍ୟ ସଭାକୁ ନିର୍ବାଚିତ ହେଲେ ବିଜେଡିର ୪ ପ୍ରାର୍ଥୀ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଚଳିତ ରାଜ୍ୟ ସଭା ପାଇଁ ବିଜେଡିର ୪ ପ୍ରାର୍ଥୀ ବୁଧବାର ରାଜ୍ୟ ସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆଉ କେହି ପ୍ରାର୍ଥତ୍ପତ୍ର ଦାଖଲ କରି...

Advertisement
Archives

Model This Week