Posted inଫୁରସତ

୬୧ ବର୍ଷ ବୟସରେ ଯୁବ ମଡେଲଙ୍କୁ ପଛରେ ପକାଇଛନ୍ତି ଏହି ଭାରତୀୟ

ମଡେଲିଂ କରିବାର ଏକ ବୟସ ଥାଏ ବୋଲି କୁହାଯାଏ ବିଶେଷ କରି ଯୁବକ ଯୁବତୀମାନେ ଏହି କ୍ଷେତ୍ରରେ ଆଗକୁ ଆସୁଥିବା ବେଳେ ଏମିତି ମଡେଲଙ୍କୁ ପ୍ରାୟ ସମସ୍ତେ ପସନ୍ଦ କରିଥାଆନ୍ତି। ହେଲେ ଦିନେଶ ମୋହନ ଏହାର ଏକ ବ୍ୟତିକ୍ରମ। ଏହି ସିନିୟର ଫ୍ୟାଶନ ମଡେଲ ଏବେ ଏକ୍ଷେତ୍ରରେ ନିଜର ଏକ ପରିଚୟ ସୃଷ୍ଟି କରିସାରିଲେଣି। ଦିନେଶ ଏବେ ତାଙ୍କ ଫିଟନେସ୍‌ ଓ ଷ୍ଟାଇଲକୁ ନେଇ ଯୁବ ମଡେଲଙ୍କୁ ଟକ୍କର ଦେଉଛନ୍ତି। ସବୁଠାରୁ ବଡ କଥା ହେଲା ଦିନେଶ ତାଙ୍କ ମଡେଲିଂ କ୍ୟାରିୟର ୬୧ ବର୍ଷ ବୟସରେ ଆରମ୍ଭ କରିଛନ୍ତି। ଗୁଡଗାଓଁରେ ରହୁଥିବା ଦିନେଶଙ୍କ ପାଇଁ ଏହି ଯାତ୍ରା ଏତେ ସହଜ ନ ଥିଲା। ଜୀବନର ଉତ୍‌ଥାନ ପତନ ଦେଇ ଗତିକରିଥିବା ଦିନେଶ ୪୪ ବର୍ଷ ବୟସ ବେଳକୁ ବହୁତ ମୋଟା ଥିଲେ। ଏମିତିକି ଉଠିବା ବସିବାରେ କଷ୍ଟ ଅନୁଭବ କରୁଥିଲେ। ଖାଇବାରେ ସଉକ୍‌ ରଖୁଥିବା ଦିନେଶ ଏମିତି ମୋଟା ହୋଇଯାଇଥିଲେ ଯେ ତାଙ୍କ ଶରୀରର କିଛି ଅଂଶ କାମ କରିବା ବନ୍ଦ କରିଦେଇଥିଲା। ଏହାପରେ ସେ ଚାକିରୀ ଛାଡି ଭଉଣୀ ଘରକୁ ଚାଲିଯାଇଥିଲେ। ସେଠାରେ ସେ ବର୍ଷେ ପର୍ଯ୍ୟନ୍ତ ବିଛଣାରେ ପଡି ରହିବା ପରେ ଏଥିରୁ ମୁକ୍ତି ପାଇବାକୁ ଚିନ୍ତା କରିଥିଲେ। ଏହାପରେ ସେ ଜିମ୍‌ ଯିବା ଆରମ୍ଭ କରିଥିଲେ। ଏହାପରେ ନିୟମିତ ଏକ୍ସରସାଇଜ୍‌ କରି ଏବେ ନିଜକୁ ଫିଟ୍‌ ରଖିବା ସହ ଜଣେ ମଡେଲ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କୁ କାର୍‌ ଛାତରେ ବାନ୍ଧି ସହର ସାରା ବୁଲାଇଲେ ପ୍ରେମିକ, କାରଣ ଜାଣିଲେ…

ମସ୍କୋ,୫ା୮: ଜଣେ ପ୍ରେମିକାଙ୍କ ସହିତ ଜଣେ ପ୍ରେମିକ ଏମିତି କିଛି କରିଛନ୍ତି, ଯିଏ ଦେଖିଲା ସେ ଆଶ୍ଚର୍ଯ୍ୟ ହେଲା। ‘ଟ୍ରଷ୍ଟ୍‌ ଟେଷ୍ଟ’ ଷ୍ଟଣ୍ଟ୍‌ ସମୟରେ ପ୍ରେମିକ...

ଫୋନ୍‌ ରଖି ଶୋଇପଡ଼ିଥିଲେ ଛାତ୍ର, ମାଙ୍କଡ଼ ନେଇ କଲା ଏମିତି; ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମାଲେସିଆର ଜଣେ ଛାତ୍ରଙ୍କ ଫୋନ୍‌ ହଜି ଯାଇଥିଲା। ଯଦିଓ ଫୋନ୍‌ଟି ମିଳିଥିଲା ତେବେ ଫୋନ୍‌ଟିକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏଥିରେ ମାଙ୍କଡ଼ର ବହୁତ...

କକା ସହ ଦାକ୍ଷିଣାତ୍ୟରୁ ଫେରିଲେ ଧର୍ମପଦ

ଗତ ସଂଖ୍ୟାରେ ଏକ ସ୍ମରଣୀୟ ପ୍ରସଙ୍ଗ ଆମେ ଉଲ୍ଲେଖ କରିଥିଲୁ। ‘ମଦୁରାଇ ଶିଳ୍ପୀଙ୍କୁ ସିବେଇ ସାମନ୍ତରା ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ କରିବାକୁ ମନା କରିଦେଇଥିଲେ।’...

ଟାଣୁଥିବା ସିଗାରେଟ୍‌ରୁ ରକେଟ୍‌ ବାଣ ଫୁଟାଇଲେ ବ୍ୟକ୍ତି, ଭିଡିଓ ଦେଖିଲେ

ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ଦୋଳିରୁ ଡେଇଁ ଏମିତି ପ୍ୟାଣ୍ଟ ପିନ୍ଧିଲେ ବ୍ୟକ୍ତି, ଆଉ ତା ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ମୂଷାଙ୍କ ପାଇଁ ପାଇଜାମା ଓ ମ୍ୟାଟ୍ରେସ୍‌

ପେଟ୍‌ ଭିତରେ ଅନେକେ ମୂଷା ବି ରଖନ୍ତି। ତାଙ୍କର ଯତ୍ନ ନିଅନ୍ତି, ଖାଇବାକୁ ଦିଅନ୍ତି ଓ ପଞ୍ଜୁରିରେ ରଖନ୍ତି। ତେବେ ନିକଟରେ ଜଣେ ମହିଳା ପୋଷା...

ଦମକଳ ବାହିନୀଙ୍କ ସହାୟତା ପାଇଁ ୩୩୮ ଫୁଟ ଲମ୍ବ ୯୦ କିଲୋ ପିଜା ତିଆରି କଲେ ଭଉଣୀ-ଭାଇ

ସିଡ୍‌ନୀ,୨୫।୧: ଅଷ୍ଟ୍ରେଲିଆରେ ଭୟଙ୍କର ଜଙ୍ଗଲ ନିଆଁରେ ଅନେକ କ୍ଷତି ହୋଇଛି। ଜଙ୍ଗଲ ନିଆଁ ଲିଭାଇବା ସମୟରେ ମୃତ୍ୟୁ ଘଟିଥିବା ଦମକଳ ବାହିନୀ କର୍ମଚାରୀଙ୍କ ଲାଗି ଅଷ୍ଟ୍ରେଲିଆରେ...

ଏକରେ ଅନେକ: ସମସ୍ତଙ୍କର ପ୍ରିୟ ରମାକାନ୍ତ ମିଶ୍ର

କାବି୍ୟକ ଛଟାରେ ମନର ଭାବକୁ ବ୍ୟକ୍ତ କଲାବେଳେ ହେଉ କି ଚିତ୍ରକରର ରଙ୍ଗକୁ ସର୍ବାଙ୍ଗରେ ବୋଳି ମଞ୍ଚରେ ଅଭିନୟ କଲାବେଳେ, ବିଷଣ୍ଣତାର ଆବରଣ ଫିଙ୍ଗି ହସର...

Advertisement
Archives

Model This Week