୬ମାସ ଘୁଞ୍ଚିଲା ଇ-ବସ୍‌ ଚଳାଚଳ

ଭୁବନେଶ୍ୱର, ୨୯।୨ (ବ୍ୟୁରୋ): ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ଭୁବନେଶ୍ୱରରେ ଚଳାଚଳ କରିଥାନ୍ତା ଇ-ବସ୍‌। ହେଲେ ଏବେ ସେହି ଆଶା ମଉଳି ଯାଇଛି। ଚାଇନାରେ ନିର୍ମିତ ହେଉଥିବା ଇ-ବସ୍‌ର ଉପକରଣ ଆସିପାରୁ ନ ଥିବାରୁ ଇ-ବସ୍‌ ଚଳାଚଳ କରିବାରେ ଆହୁରି ୬ମାସ ବିଳମ୍ବ ହେବ ବୋଲି କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ସୂଚନା ମିଳିଛି। ଗତ ଡିସେମ୍ବରରେ ଭୁବନେଶ୍ୱରରେ ଇ-ବସ୍‌ର ଡେମୋ ରନ୍‌ ହୋଇଥିବାବେଳେ ଘରୋଇ ସଂସ୍ଥା ଫୋଟନ୍‌କୁ ୫୦ ଇ-ବସ୍‌ ଦେବା ପାଇଁ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଥିଲା। ତେବେ ଇ-ବସ୍‌ ପାଇଁ ଉପକରଣ ଚାଇନାରେ ତିଆରି ହେଉଥିବାବେଳେ ବର୍ତ୍ତମାନ କରୋନା ଭାଇରସ୍‌ ପାଇଁ ସମ୍ପୃକ୍ତ କମ୍ପାନୀଗୁଡ଼ିକ ବନ୍ଦ ରହିଛି। ଯଦିଓ କିଛି ଦିନ ପରେ ଉକ୍ତ କମ୍ପାନୀଗୁଡ଼ିକ ଖୋଲିବ ଓ ଉପକରଣ କିଣା ହେବ, ତଥାପି ଆସନ୍ତା ୬ମାସ ଅର୍ଥାତ୍‌ ଜୁଲାଇ ମାସ ପର୍ଯ୍ୟନ୍ତ ବସ୍‌ ଚଳାଚଳ ସମ୍ଭବ ନୁହେଁ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି।
କ୍ରୁଟ୍‌ ଦ୍ୱାରା ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାରେ ମୋ’ ବସ୍‌ ଚଳାଚଳ କରୁଛି। ରାଜ୍ୟ ସରକାରଙ୍କ ଦ୍ୱାରା ଏହା କାର୍ଯ୍ୟକାରୀ ହୋଇଥିବା ବେଳେ ଲୋକଙ୍କୁ ଉନ୍ନତ ସେବା ଯୋଗାଇବା କ୍ଷେତ୍ରରେ ସାରା ଦେଶରେ ମୋ’ ବସ୍‌ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି। କେନ୍ଦ୍ର ସରକାର ମଧ୍ୟ ଖୁସି ପ୍ରକାଶ କରି ଭୁବନେଶ୍ୱରରେ ୫୦ ଇ-ବସ୍‌ ଚଳାଚଳ ପାଇଁ ଘୋଷଣା କରିଥିଲେ। ଏ ନେଇ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ କେବଳ ଇ-ବସ୍‌ ଚଳାଚଳ କରାଇବା ବାକିଥିଲା। ମାର୍ଚ୍ଚ ଶେଷରେ ୨୫ଟି ଡିଜେଲ୍‌ଚାଳିତ ତଥା ବିଏସ୍‌ ୬ ମଡେଲର ମୋ’ ବସ୍‌ ସମେତ ୫୦ ଇ-ବସ୍‌ ଚଳାଚଳ କରାଯାଇଥାନ୍ତା। ହେଲେ ଉପକରଣ ନ ଆସିପାରିଥିବାରୁ କେବଳ ୨୫ଟି ଡିଜେଲ ଚାଳିତ ମୋ’ ବସ୍‌ ବିଭିନ୍ନ ରୁଟ୍‌ରେ ଚଳାଚଳ କରିବ ବୋଲି କ୍ରୁଟ୍‌ ପକ୍ଷରୁ ଜଣାପଡ଼ିଛି।
ସହରରେ ପୂର୍ବରୁ ଡିଟିଏସ୍‌ ଦ୍ୱାରା ଚାଲୁଥିବା ବସ୍‌ଗୁଡ଼ିକର ମଧ୍ୟ ପୁନରୁଦ୍ଧାର କରାଯିବ। ଡିଟିଏସ୍‌ ଦ୍ୱାରା ଚାଲୁଥିବା ୮୯ଟି ବସ୍‌କୁ ମୋ’ ବସ୍‌ରେ ପରିଣତ କରାଯାଇ ସେଗୁଡ଼ିକୁ ରାସ୍ତା ଉପରକୁ ଅଣାଯିବ। ପରେ ଆଉ ୨୫ଟି ଡିଜେଲଚାଲିତ ବସ୍‌ ଏବଂ ଇ-ବସ୍‌କୁ ସହରରେ ଚଳାଚଳ କରାଯିବ। ବର୍ତ୍ତମାନ କ୍ରୁଟ୍‌ ଦ୍ୱାରା ୨୧ ରୁଟ୍‌ରେ ୨୦୦ ବସ୍‌ ଚଳାଚଳ କରୁଛି। ଚଳିତବର୍ଷ ଇ-ବସ୍‌ ଡିଜେଲ ଚାଳିତ ବସ୍‌ ଓ ଡିଟିଏସ୍‌ ଚାଳିତ ବସ୍‌ର ପୁନରୁଦ୍ଧାର ପରେ ଏହି ସଂଖ୍ୟା ୩୮୯ରେ ପହଞ୍ଚିବ। ଖୁବ୍‌ଶୀଘ୍ର ମୋ’ ବସ୍‌ର ରୁଟ୍‌ ମଧ୍ୟ ବଢ଼ାଯିବ। ଆବଶ୍ୟକ ପଡ଼ିଲେ ମୋ’ ବସ୍‌ ପୁରୀ ଓ କୋଣାର୍କକୁ ଗଡ଼ିବ। ବର୍ତ୍ତମାନ ୨୫୦ କି.ମି ଅଞ୍ଚଳରେ ମୋ’ ବସ୍‌ ଚଳାଚଳ କରୁଛି। ଆସନ୍ତା ଦିନରେ ଏହାର ପରିସୀମାକୁ ୫୦୦ କି.ମି ଯାଏ ପରିବ୍ୟାପ୍ତ କରାଯିବ ବୋଲି ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ବର୍ତ୍ତମାନ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ଗୁଡ଼ିକର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ସମସ୍ତ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସ୍ବତନ୍ତ୍ର ପାଣ୍ଠି ଘୋଷଣା କରିଛନ୍ତି। ସେଥିପାଇଁ ପୁରୀ ଓ କୋଣାର୍କକୁ ମୋ’ ବସ୍‌ ଚଳାଚଳ କରିବା ପାଇଁ କ୍ରୁଟ୍‌ କର୍ତ୍ତୃପକ୍ଷ ଚିନ୍ତା କରୁଛନ୍ତି। ଏ ନେଇ ବିଭାଗ ସ୍ତରରେ ଆଲୋଚନା ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷଣ ବଳୟରେ ଖୋର୍ଦ୍ଧା : ରୋଗ ବାଣ୍ଟୁଛି କ୍ରଶର, ଖଣି ବିଗାଡୁଛି ପରିବେଶ

ଖୋର୍ଦ୍ଧା ଅଫିସ,୨୬।୭ : ପ୍ରଦୂଷିତ ହୋଇଚାଲିଛି ଖୋର୍ଦ୍ଧାର ପରିବେଶ। ଖୋର୍ଦ୍ଧା ତହସିଲ ଓ ଆଖପାଖ ଅଞ୍ଚଳରେ କ୍ରଶର ରୋଗ ବାଣ୍ଟୁଥିଲାବେଳେ ପଥର ଖଣି ପରିବେଶକୁ ବିଗାଡି...

୨୬ରେ ସୈନିକ ନିଯୁକ୍ତି ପାଇଁ ପରୀକ୍ଷା

କଟକ ଅଫିସ, ୯ା୧୦: ସୈନିକ ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ଆସନ୍ତା ୨୬ରେ କଟକ ବାରବାଟୀ ଷ୍ଟାଡିୟମରେ ସାଧାରଣ ପ୍ରବେଶିକା ପରୀକ୍ଷା(ସିଇଇ) ଅନୁଷ୍ଠିତ ହେବ। ପାରାଦୀପସ୍ଥିତ ଗୋପବନ୍ଧୁ...

ଲୁଣା ନଦୀରୁ ମୃତ ଥଣ୍ଟିଆ କୁମ୍ଭୀର ଉଦ୍ଧାର

ମହାକାଳପଡ଼ା,୫|୪(ଡି.ଏନ୍.ଏ.)- କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜୟଚନ୍ଦ୍ରପୁର ଗ୍ରାମ ନିକଟ ଲୁଣା ନଦୀ ଗାଧୁଆ ତୁଠରୁ ଚାରି ଫୁଟ ଲମ୍ବର ମୃତ ଥଣ୍ଟିଆ କୁମ୍ଭୀରକୁ ଲୋକେ...

ଶ୍ରୀମନ୍ଦିରରେ ପଣାସଂକ୍ରାନ୍ତି ନୀତି: ଆଜିଠୁ ନୂତନ ପାଞ୍ଜି ପ୍ରଚଳନ

ପୁରୀ ଅଫିସ,୧୩ା୪: ଶ୍ରୀମନ୍ଦିରରେ ପଣା ସଂକ୍ରାନ୍ତି ବା ମେଷ ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ନୀତି ସମ୍ପନ୍ନ ହୋଇଛି। ଦୈନନ୍ଦିନ ନୀତି ଅନୁଯାୟୀ, ଦ୍ୱାରଫିଟା, ମଙ୍ଗଳ ଆଳତି,...

୩ ଦିନ ପ୍ରବଳ ବର୍ଷିବ: ଦକ୍ଷିଣ ଓଡ଼ିଶାରେ ବନ୍ୟା ହେବାର ଆଶଙ୍କା

ଭୁବନେଶ୍ୱର,୯। ୮(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୩ ଦିନ ଯାଏ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ...

ଜାଗର ପାଇଁ କଟକଣା: ମନ୍ଦିର ଭିତରେ ବାହାରେ ହେବନି ଗହଳି

ଭୁବନେଶ୍ୱର, ୯।୩(ବ୍ୟୁରୋ): ରାଜ୍ୟରେ ପୁଣି ଥରେ କରୋନା କୋପ ଆରମ୍ଭ ହୋଇଯାଇଥିବା ବେଳେ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଆଉ ମାତ୍ର...

‘ଏସ୍‌ଆଇଟିରେ ନିରପେକ୍ଷ ବିଶେଷଜ୍ଞଙ୍କୁ ସାମିଲ କରାଯାଉ’

ଭୁବନେଶ୍ୱର, ୧୮।୬(ବ୍ୟୁରୋ): ଆଠଗଡ଼ ବନଖଣ୍ଡରେ ମାଟିତଳୁ ଏକାଧିକ ହାତୀ କଙ୍କାଳ ଉଦ୍ଧାର ଓ ଗୁଳିବିଦ୍ଧ ଦନ୍ତା ମୃତ୍ୟ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଗୁରୁବାର...

କୁଇଣ୍ଟାଲ ଗଞ୍ଜେଇ ଜବତ ସହ ୪ ଗିରଫ: ଗଜପତିରୁ ଦିଲ୍ଲୀ ହେଉଥିଲା ଚାଲାଣ

ବ୍ରହ୍ମପୁର ଅଫିସ,୧୬।୯: ଗଜପତିରୁ ନିୟମିତ ବ୍ୟବଧାନରେ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବାର ନଜିର ରହିଛି। ଏହାକୁ ରୋକିବା ପାଇଁ ଉଭୟ ଅବକାରୀ ଓ ପୋଲିସ...

Advertisement
Archives

Model This Week