୫ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ପ୍ରଚୁର ପରିମାଣର ଭିଟାମିନ୍‌ ‘ଏ’ ଜରୁରୀ

ଭିଟାମିନ୍‌ ‘ଏ’ ଅନେକ ଉପକାରୀ। ତେଣୁ ୫ ବର୍ଷ ପର୍ଯ୍ୟନ୍ତ ଶିଶୁକୁ ପ୍ରଚୁର ପରିମାଣର ଭିଟାମିନ୍‌ ‘ଏ’ ଯୁକ୍ତ ଖାଦ୍ୟ ଖାଇବାକୁ ଦେବା ଫଳରେ ସେମାନଙ୍କଠାରେ ଦୃଷ୍ଟିଶକ୍ତିଜନିତ ସମସ୍ୟା ଦେଖାଯାଇ ନ ଥାଏ। ଆଇ ଫାଉଣ୍ଡେଶନ ଅଫ୍‌ ଆମେରିକାର ଡ. ଭି.କେ. ରାଜୁ ଫାଉଣ୍ଡର ଏବଂ ଚକ୍ଷୁ ବିଶେଷଜ୍ଞଙ୍କ କହିବାନୁଯାୟୀ, ୫ ବର୍ଷ ପର୍ଯ୍ୟନ୍ତ ଶିଶୁକୁ ଭିଟାମିନ୍‌ ଏ’ ଥିବା ଖାଦ୍ୟ ଖାଇବାକୁ ଦେବା ଜରୁରୀ । ଦେଶରେ ପ୍ରତିବର୍ଷ ୩.୫ ମିଲିୟନ ପୂର୍ଣ୍ଣ ବିକଶିତ ଶିଶୁ ଜନ୍ମ ନେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ଶିଶୁଙ୍କୁ ରେଟିନୋଫି ସମସ୍ୟା ଦେଖାଯାଇଥାଏ। ଏହାର ଚିକିତ୍ସା ଲାଗି ପ୍ରତିବର୍ଷ ଦେଶରେ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥାଏ। ଭିଟାମିନ୍‌ ‘ଏ’ ଅଭାବରୁ ୪୦ ବର୍ଷ ପରେ ଲୋକେ ଗ୍ଲୁକୋମା ରୋଗର ଶିକାର ହୋଇଥାନ୍ତି; ଯେଉଁଥିପାଇଁ ଭିଟାମିନ୍‌ ‘ଏ’ ଜରୁରୀ ହୋଇଥାଏ।

ବିଭିନ୍ନ ଶାଗ, ଗାଜର, ଟମାଟୋ, ବିଟ୍‌, ମଟର, ବ୍ରୋକଲି, କଖାରୁ, କନ୍ଦମୂଳ, କମଳା , ଆମ୍ବ, ମାଛ, ଅଣ୍ଡା ଆଦିରେ ପ୍ରଚୁର ପରିମାଣର ଭିଟାମିନ୍‌ ‘ଏ’ ରହିଛି।

ଭିଟାମିନ୍‌ ‘ଏ’ ର ବିଭିନ୍ନ ଗୁଣ:

ଏହା ଦୃଷ୍ଟିଶକ୍ତି ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ମାଂସପେଶୀର ଶକ୍ତି ବଢ଼ାଇଥାଏ।

ଦାନ୍ତ ଓ ମାଢ଼ିକୁ ମଜଭୁତ କରାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳେ ଖାଲି ପେଟରେ କେବେ ବି ଖାଆନ୍ତୁ ନାହିଁ ଏହି ୪ ଖାଦ୍ୟ, ନଚେତ ବଢ଼ିବ ଏସବୁ ରୋଗର ଭୟ

ଆଜିକାଲିର ସମୟର ବ୍ୟସ୍ତ ଜୀବନଶୈଳୀ ମଧ୍ୟରେ ଯେ କେହି ସ୍ବାସ୍ଥ୍ୟର ଯତ୍ନ ନେବାକୁ ଭୁଲି ଯାଉଛନ୍ତି। ହେଲେ ସୁସ୍ଥ ଜୀବନ ପାଇଁ ଖାଦ୍ୟପେୟ ଉପରେ ନଜର...

ମଣିଷକୁ ଭିତରୁ ଭାଙ୍ଗି ଦିଏ ଏହି ୪ ଦୁଃଖ, ସଳଖି ଛିଡ଼ା ହେବା ହୋଇପଡେ କଷ୍ଟକର; ଜାଣନ୍ତୁ..

ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି ଆଚାର୍ଯ୍ୟ ଚାଣକ୍ୟ। ଧନ, ମାନ-ସମ୍ମାନ, ସୁଖଶାନ୍ତି ଏବଂ ବୈବାହିକ ଜୀବନକୁ ନେଇ ଅନେକ...

କମ୍‌ ସମୟରେ ଶୀଘ୍ର ମେକ୍‌ଅପ୍‌

ଶୀଘ୍ର ମେକ୍‌ଅପ୍‌ ନେବା ପାଇଁ ଚାହୁଁଥିଲେ ଆପଣଙ୍କୁ ପୂର୍ବରୁ ପ୍ରସ୍ତୁତ ହେବାକୁ ପଡ଼ିବ। ତେବେ ଏଥିପାଇଁ ଆପଣଙ୍କୁ କେଉଁ ସବୁ ଦିଗପ୍ରତି ଅଧିକ ଦୃଷ୍ଟି ଦେବାକୁ...

କ୍ୟାନସରରୁ ଦୂରେଇ ରହିବାକୁ ଚାହୁଁଛନ୍ତି;ସକାଳେ ଗ୍ଲାସେ ଉଷୁମ ପାଣି ସହିତ ଚୋବାଇ ଖାଆନ୍ତୁ ଏହାକୁ…

ପ୍ରତିଦିନ ସକାଳେ ଗ୍ଲାସେ ଉଷୁମ ପାଣି ସହିତ ୭ଟି ଗୋଲମରିଚ ଚୋବାଇ ଖାଇଲେ ଅନେକ ରୋଗରୁ ରକ୍ଷା ମିଳିଥାଏ । ନିୟମିତ ଏପରି କଲେ ଏଥିରେ...

ସମସ୍ତଙ୍କ ପାଇଁ ଶୁଭ ନୁହେଁ ତୁଳସୀ? ଘରେ ପୂଜା କରୁଥିଲେ ଏସବୁ ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ..

ଅଧିକାଂଶ ହିନ୍ଦୁ ଧର୍ମାବଲମ୍ବୀଙ୍କ ଘରେ ତୁଳସୀ ରହିଥାଏ। ତୁଳସୀକୁ ଭଗବାନ କୃଷ୍ଣ ଅଧିକ ପସନ୍ଦ କରନ୍ତି। କିଛି ଲୋକ ସନ୍ଧ୍ୟାରେ ତୁଳସୀ ମୂଳରେ ଦୀପ ଜଳାନ୍ତି।...

ଯୋଗ ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣା

କେବଳ ବୟସ ବଢ଼ିବା ନୁହେଁ, ଆଜିକାଲି ଅନେକ ଯୁବପିଢ଼ି ଆଣ୍ଠୁଗଣ୍ଠି ଯନ୍ତ୍ରଣାର ସମ୍ମୁଖୀନ ହେଉଛନ୍ତି। ତେବେ ଏଥିରୁ କେତେକାଂଶରେ ଉପଶମ ପାଇବାର ଏକ ସରଳ ଉପାୟ...

ବ୍ରାଣ୍ଡେଡ୍‌ ଆଉଟ୍‌ଫିଟ୍‌ ବାଛୁଥିଲେ…

ବେଶ୍‌ ଫ୍ୟାଶନପ୍ରିୟ ଆଜିର ମହିଳା। ମାର୍କେଟ୍‌କୁ କେଉଁ ବ୍ରାଣ୍ଡ୍‌ର କ’ଣ ସବୁ ନୂଆ କଲେକ୍ସନ ଆସିଲା ତାକୁ ପ୍ରଥମେ ବ୍ୟବହାର କରିବାକୁ ସେମାନଙ୍କ ମଧ୍ୟରେ ତତ୍ପରତା...

ଦୃଷ୍ଟିଶକ୍ତିକୁ ଦୃଢ଼ କରେ ଚକୋଲେଟ୍‌

ଚକୋଲେଟ୍‌ ଖାଇଲେ ତାହା ଦୃଷ୍ଟି ଶକ୍ତିକୁ ଆହୁରି ଦୃଢ଼ କରିଥାଏ ବୋଲି ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଚକୋଲେଟ୍‌ର ସ୍ବାସ୍ଥ୍ୟୋପକାରୀ ଗୁଣ ବିଷୟରେ ତର୍ଜମା...

Advertisement
Archives

Model This Week