Posted inଜାତୀୟ

୫ ବର୍ଷରେ ମୋଦିଙ୍କ ବିଦେଶ ଯାତ୍ରାରେ ୪୪୬ କୋଟି ୫୨ ଲକ୍ଷ ଖର୍ଚ୍ଚ

ନୂଆଦିଲ୍ଲୀ,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଯାତ୍ରାରେ ଗତ ୫ ବର୍ଷ ମଧ୍ୟରେ ୪୪୬ କୋଟି ୫୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଲୋକ ସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବି. ମୁରଲୀଧରନ ଏହି ସୂଚନା ଦେଇଛନ୍ତି। ଏଥିରେ ବିମାନ ଖର୍ଚ୍ଚକୁ ମଧ୍ୟ ସାମିଲ କରାଯାଇଥିବା ସେ କହିଛନ୍ତି। ୨୦୧୫-୧୬ରେ ମୋଦିଙ୍କ ବିଦେଶ ଗସ୍ତରେ ୧୨୧ କୋଟି ୫୮ ଲକ୍ଷ, ୨୦୧୬-୧୭ରେ ୭୮ କୋଟି ୫୨ ଲକ୍ଷ ଏବଂ ୨୦୧୭-୧୮ରେ ୯୯କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ସେହିପରି ୨୦୧୮-୧୯ରେ ୧୦୦କୋଟି ୨ ଲକ୍ଷ ଓ ୨୦୧୯-୨୦ରେ ୪୬ କୋଟି ୨୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ମୁରଲୀଧରନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମ ରହିମଙ୍କ ଜନ୍ମଦିନ କାର୍ଡ, ରାଖୀରେ ଭର୍ତ୍ତି ହୋଇଗଲାଣି ପୋଷ୍ଟ ଅଫିସ

ରୋହତକ,୧୫।୮: ଆତ୍ମ ଘୋଷିତ ଭଗବାନ ଗୁରୁମିତ ରାମ ରହିମ ସିଂ ଏବେ ଜେଲ୍‌ରେ। ବଳାତ୍କାର ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲ୍‌ରେ ସଜା...

କରୋନା ରିପୋର୍ଟକୁ ଅପେକ୍ଷା: ହସ୍ପିଟାଲରେ ଏପ୍ରିଲ୍‌ ୨୬ଠାରୁ ପଡ଼ି ରହିଛି ମୃତଦେହ

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ସଂକ୍ରମଣ ରୋକିବା ପାଇଁ ଏବେ ଯେକୌଣସି କାରଣରୁ ମୃତ୍ୟୁ ଘଟିଲେ ମଧ୍ୟ ହସ୍ପିଟାଲ ପକ୍ଷରୁ କରୋନା...

ଲାଲୁଙ୍କ ଜୀବନ ବିପଦରେ: ରାବ୍ରୀ

ପାଟନା,୨୧ା୪(ପି.ଟି.): ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ଲାଲୁପ୍ରସାଦ ଯାଦବଙ୍କ ଜୀବନ ବିପଦରେ ବୋଲି ତାଙ୍କ ସ୍ତ୍ରୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଅଭିଯୋଗ...

ଦିଲ୍ଲୀ ଆସୁଥିବା ଯାତ୍ରୀଙ୍କୁ ୭ ଦିନିଆ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‌

ନୂଆଦିଲ୍ଲୀ, ୪।୬: ଦିଲ୍ଲୀକୁୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଲାଗି ୭ ଦିନିଆ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‌ ନିୟମ ଲାଗୁ ହୋଇଛି। ବସ୍‌,ଟ୍ରେନ୍‌ ଅବା ବିମାନରେ ଦିଲ୍ଲୀକୁ ଆସୁଥିବା...

ମାନେସାର ହୋଟେଲରେ ଭାଜପା ବିଧାୟକ

ନୂଆଦିଲ୍ଲୀ,୧୨ା୩(ଆଇଏଏନ୍‌ଏସ୍‌): ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଦେଖାଦେଇଥିବାବେଳେ କଂଗ୍ରେସ ଏବଂ ଭାଜପା ସେମାନଙ୍କ ବିଧାୟକମାନଙ୍କୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରିଛନ୍ତି। ଭାଜପା ଏହାର ସମସ୍ତ ବିଧାୟକଙ୍କୁ ହରିୟାଣାର...

କାର୍ବନ ନିର୍ଗମନ ୧୭% କମିଛି

ନୂଆଦିଲ୍ଲୀ,୨୧ା୫(ପି.ଟି.): କରୋନା ମହାମାରୀର ମୁକାବିଲା ଲାଗି ବିଭିନ୍ନ ଦେଶ ଲକ୍‌ଡାଉନରେ ରହିଥିବାରୁ ଏହାର ସୁଫଳ ପରିବେଶ ଉପରେ ପଡ଼ିଛି। ଏହା ପ୍ରଭାବରେ ଏପ୍ରିଲରେ ବିଶ୍ୱ ସ୍ତରରେ...

ଦୀପାବଳି ପୂର୍ବରୁ ଏଲ୍‌ଏସିରୁ ହଟିବେ ଭାରତ-ଚାଇନା !

ନୂଆଦିଲ୍ଲୀ,୧୧।୧୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ଖୁବ୍‌ ଶୀଘ୍ର ହେବ ବୋଲି କୁହାଯାଉଛି। ଦୀପାବଳି ପୂର୍ବରୁ ଦୁଇ...

ସୀମା ବିବାଦ: ସମାଧାନ ପାଇଁ ରାଜି ହେଲେ ଭାରତ-ଚାଇନା

ନୂଆଦିଲ୍ଲୀ, ୭।୬: ଭାରତ ଏବଂ ଚାଇନା ମଧ୍ୟରେ ଜାରି ରହିଥିବା ସୀମା ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି। ଶନିବାର ପୂର୍ବ ଲଦାଖରେ...

Advertisement

BGU

Archives

Model This Week

Why Dharitri