୫୭ ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇଲା ପ୍ରଶାସନ

ମାଲକାନଗିରି,୧୭ା୫(ଡି.ଏନ୍‌.ଏ.)-ଝାଡ଼ଖଣ୍ଡ,ପଶ୍ଚିମବଙ୍ଗ ଓ ବିହାରକୁ ୫୭ଜଣ ଶ୍ରମିକ ସାଇକେଲ ଯୋଗେ ଯାଉଥିବା ଜିଲା ପ୍ରଶାସନ ନଜରକୁ ଆସିବା ପରେ ସେମାନଙ୍କୁ ରବିବାର ଏକ ସ୍ବତନ୍ତ୍ର ବସ୍‌ ଯୋଗେ ନିଜ ରାଜ୍ୟକୁ ପଠାଯାଇଛି। ହାଇଦ୍ରାବାଦରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଏହି ୩ ରାଜ୍ୟର ଶ୍ରମିକମାନେ ହାଇଦ୍ରାବାଦରୁ ନିଜ ରାଜ୍ୟକୁ ଫେରୁଥିଲେ। ସେମାନଙ୍କୁ ସୀମାନ୍ତ ମୋଟୁଠାରେ ଅଟକାଇ ଖାଦ୍ୟପେୟ ସହ ସ୍ବାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା କରାଯାଇଥିଲା। ପରେ ସେମାନଙ୍କୁ ମାଲକାନଗିରି ଅଣାଯାଇଥିଲା। ମାଲକାନଗିରି ଜିଲାରେ ଥିବା ପଶ୍ଚିମବଙ୍ଗର ୯ ଜଣ ଶ୍ରମିକଙ୍କ ସହ ଏମାନଙ୍କୁ ଦୁଇଟି ବସ୍‌ ଯୋଗେ ନିଜ ରାଜ୍ୟକୁ ପଠାଯାଇଛି ା ଏହି ସମୟରେ ପିଡି ବାଳମୁକୁନ୍ଦ ଭୂୟଁା, ତହସିଲଦାର ଡ. ଗୁଣନିଧି ନାୟକ, ନିର୍ବାହୀଯନ୍ତ୍ରୀ ଏ. ବାରାପ୍ରସାଦ ରାଓ, ଜିଲା ଶ୍ରମ ଅଧିକାରୀ ମଦନମୋହନ ପାଇକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଚ୍ଛିନାଞ୍ଚଳରେ ଯୋଗାଇ ଦିଆଯିବ ଜରୁରିକାଳୀନ ସ୍ବାସ୍ଥ୍ୟସେବା: ପହଞ୍ଚିଲା ୧୦୮ ଆମ୍ବୁଲାନ୍ସ ଲଞ୍ଚ

ଚିତ୍ରକୋଣ୍ଡା,୬।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବିଚ୍ଛିନାଞ୍ଚଳର ପଣସପୁଟ, ଯୋଡ଼ମ୍ବ, ଅଣ୍ଡିରାପାଲି, ଯନ୍ତ୍ରୀ ଓ ଗାଜୁଲୁମାମୁଡ଼ି ପଞ୍ଚାୟତର ହଜାର ହଜାର ଜନସାଧାରଣ ବାହ୍ୟଜଗତରୁ ବିଚ୍ଛିନ୍ନ...

ଶିକ୍ଷୟିତ୍ରୀଙ୍କ ଦବଙ୍ଗଗିରି: ପିଲାଙ୍କୁ ନିସ୍ତୁକ ମାଡ଼

ମାଲକାନଗିରି, ୯ା୭ (ଡି.ଏନ.ଏ.): ସରକାରୀ ବିଦ୍ୟାଳୟରେ ପାଠ ପଢାଉଛନ୍ତି ଜଣେ ମାନସିକ ବିକାରଗ୍ରସ୍ତ ଶିକ୍ଷୟିତ୍ରୀ। ଶ୍ରେଣୀଗୃହରେ ମନ ଇଚ୍ଛା ପାଠ ପଢାଉଛନ୍ତି। ଯେତିକି ପାଠ ପଢାଉ...

ଗ୍ରାମବାସୀଙ୍କ ଦାବିକୁ ମାନିନେଲା କମ୍ପାନୀ

ମାଲକାନଗିରି,୧୩।୩ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଛତିଶଗଡ଼ ସୀମାନ୍ତକୁ ଲାଗିଥିବା ସାବେରୀ ନଦୀ ନିକଟବର୍ତ୍ତୀ କତାମାଟେରୁ ଗ୍ରାମରେ ବହୁଳ ପରିମାଣରେ ଚୂନପଥର ଗଚ୍ଛିତ ଥିବା ସର୍ଭେରୁ ଜଣାପଡିବା...

ବିକାଶଠାରୁ ଦୂରରେ ସ୍ବାଭିମାନ ଅଞ୍ଚଳବାସୀ

ମାଲକାନଗିରି,୨୩ା୨(ଡି.ଏନ୍‌.ଏ.): ଦେଶ ସ୍ବାଧୀନତା ପ୍ରାପ୍ତିର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏବେ ବି ଆନ୍ଧ୍ର ସୀମାନ୍ତବର୍ତ୍ତୀ ମାଲକାନଗିରି ଜିଲା ସ୍ବାଭିମାନ...

ମାଲକାନଗିରିରେ ଭୀଷଣ ବଜ୍ରପାତ ସମ୍ଭାବନା: ୪ଟାରୁ ୧୦ ଯାଏ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରବିବାର ଅପରାହ୍ନ ୪ଟାରୁ ୧୦ ମଧ୍ୟରେ ମାଲକାନଗିରିରେ ଭୀଷଣ ବଜ୍ରପାତ ହେବାର ସମ୍ଭାବନା ରହିଛି। ଜିଲାର ୨ ବ୍ଲକ କୋରକୁଣ୍ଡା ଓ କୁଡ଼ୁମୁଲଗୁମାରେ ବଜ୍ରପାତ...

ଛତ୍ରଭଙ୍ଗ ଦେଲେ ମାଓବାଦୀ: ମିଳିଲା ୩୦୩ ଅଫୁଟା ଗୁଳି

ମାଲକାନଗିରି,୨୩ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ତୁଳସୀ ପାହାଡ଼ରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ପୋଲିସକୁ ସଫଳତା ମିଳିଛି। ଗତ ୨୦ ତାରିଖରେ ଏହି...

ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ

ମାଲକାନଗିରି,୩୧ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ପୋଲିସ ଓ ବିଏସ୍‌ଏଫ୍‌ ଯବାନଙ୍କ ଦ୍ୱାରା ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ ହୋଇଛି। ତଥ୍ୟ...

ଷ୍ଟ୍ରଙ୍ଗ୍‌ରୁମ୍‌ରେ ଓଟିଇଟି ପ୍ରଶ୍ନପତ୍ର,ବାହାରେ ଘୂରି ବୁଲୁଛି ଉତ୍ତର ସିଟ୍‌

ମାଲକାନଗିରି,୨୯ା୮(ଡି.ଏନ୍‌.ଏ.): ସାରା ରାଜ୍ୟରେ ସୋମବାର ଶିକ୍ଷକଙ୍କ ଓଟିଇଟି ପରୀକ୍ଷା ହେଇଥିବା ବେଳେ ମାଲକାନଗିରି ଜିଲାରେ ମଧ୍ୟ ୩ଟି ସେଣ୍ଟର୍‌ରେ ପରୀକ୍ଷା ହେଉଛି। ତେବେ ପରୀକ୍ଷା ଆରମ୍ଭ...

Advertisement
Archives

Model This Week