୫୫ ସନ୍ଦିିଗ୍ଧଙ୍କ ସ୍ବାବ ରିପୋର୍ଟ ନେଗେଟିଭ୍‌

ପାରଳାଖେମୁଣ୍ଡି,୨୯ା୪(ସ୍ବ.ପ୍ର.): ପଡୋଶୀ ଆନ୍ଧ୍ର ପ୍ରଦେଶ ରାଜ୍ୟ ଶ୍ରୀକାକୁଲମ ଜିଲା ପୁରୁଣାପାଟଣା ଅଞ୍ଚଳରେ ଚିହ୍ନଟ ୩ କରୋନା ପଜିଟିଭ୍‌ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଗଜପତି ଜିଲାର ୫୫ ଜଣଙ୍କ ସ୍ବାବ ରିପୋର୍ଟ ନେଗେଟିଭ୍‌ ଆସିଛି। ଏ ନେଇ ବୁଧବାର ଗଜପତି ଜିଲାପାଳ ଅନୁପମ ଶାହା ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଶ୍ରୀକାକୁଲମ୍‌ ଜିଲାରେ ଆଉ ଦୁଇ ତିନୋଟି ପଜିଟିଭ୍‌ ମାମଲା ଆସିବା ସମ୍ଭାବନା ରହିଛି। ଗଜପତି ଜିଲା ଏହାର ସୀମାନ୍ତବର୍ତ୍ତୀ ଜିଲା ହୋଇଥିବାରୁ ଏଠାରେ ଲକ୍‌ଡାଉନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସେ ଜିଲାବାସୀଙ୍କୁ ନବେଦନ କରିଛନ୍ତି। ଜିଲାର ଗାରବନ୍ଧ ଠାରୁ ଆରମ୍ଭ କରି ଗୁଣୁପୁର ପର୍ଯ୍ୟନ୍ତ ପ୍ରାୟ ୭୦ରୁ ୮୦ କିମି ଅଞ୍ଚଳରେ ଅନେକ ସ୍ଥାନ ଆନ୍ଧ୍ର ସହ ସଂଯୋଗ କରୁଛି। ତେଣୁ ଏହି ସମସ୍ତ ସ୍ଥାନରେ ନାକା ପଏଣ୍ଟ କରାଯାଇ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି। ସେହିପରି ସକାଳ ୬ଟାରୁ ଦିନ ୧୦ଟା ଏବଂ ଅପରାହ୍ନ ୫ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ପୂର୍ବଭଳି ଖୋଲା ରହିବ ବୋଲି ଜିଲାପାଳ ଏହି ବାର୍ତ୍ତାରେ କହିଛନ୍ତି। ସାମାଜିକ ଦୂରତାକୁ ମାନିବା, ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ସହ ଘରେ ରହି ସୁରକ୍ଷିତ ରହିବା ଏବଂ ଅନ୍ୟଙ୍କୁ ସୁରକ୍ଷିତ ରଖିବାରେ ସହଯୋଗ କରିବା ପାଇଁ ସେ ଆହ୍ବାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କ ନୂଆ ଟିମ୍‌ରେ ୧୩୧ଙ୍କୁ ଦାୟିତ୍ୱ

ଭୁବନେଶ୍ୱର,୨୪।୮(ବ୍ୟୁରୋ): ନିକଟରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ଭୁବନେଶ୍ୱର ସାଙ୍ଗଠନିକ ଜିଲା ସଭାପତି ଭାବେ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ଦାୟିତ୍ୱ...

ଗଞ୍ଜେଇ ଚାଷୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ଆନ୍ଧ୍ର ବ୍ୟବସାୟୀ

ମାଲକାନଗିରି,୧୪।୧(ଡି.ଏନ୍‌.ଏ.)- ମାଲକାନଗିରି ଜିଲାରେ ଗଞ୍ଜେଇ ଚାଷ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଗଞ୍ଜେଇ ଚାଷୀଙ୍କୁ ଆନ୍ଧ୍ରପ୍ରଦେଶର ବ୍ୟବସାୟୀ ପ୍ରୋତ୍ସାହନ ଦେଉଛନ୍ତି। ଆନ୍ଧ୍ରପ୍ରଦେଶର ସିଲେରୁ ସହର ଏହି...

ପାଇପ ଜଳ ଯୋଗାଣ ପ୍ରକଳ୍ପ: ଖର୍ଚ୍ଚ ଅଧିକ, କାମ କମ୍‌

ଯାଜପୁର ଅଫିସ,୧୯ା୧୧: ଯାଜପୁର ଜିଲାରେ ଗ୍ରାମାଞ୍ଚଳକୁ ପାଇପ୍‌ ଜଳ ଯୋଗାଣ ପାଇଁ ବିଭିନ୍ନ ଯୋଜନାରେ ଗତ ୨ ଆର୍ଥିକ ବର୍ଷର ଅକ୍ଟୋବର ସୁଦ୍ଧା ୬୪୪.୧୩ କୋଟି...

ଚାନ୍ଦିପୁର ଆଇଟିଆରରେ ବ୍ୟବହାରିକ ପରୀକ୍ଷଣ:‘ବଂଶୀ’କୁ ଭେଦ କଲା ‘କ୍ୟୁଆର୍‌ଏସ୍‌ଏମ୍‌’

ବାଲେଶ୍ୱର ଅଫିସ, ୪।୮-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ ରେଞ୍ଜ(ଆଇଟିଆର୍‌)ରୁ ଭ୍ରାମ୍ୟମାଣ ଟ୍ରକ ସାହାଯ୍ୟରେ ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଉଥିବା ‘କ୍ୟୁଆର୍‌ଏସ୍‌ଏମ୍‌’ (କୁଇକ୍‌ ରିଆକଶନ୍‌...

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବସ୍‌: ୫ ଗୁରୁତର,୧୫ ଆହତ

ସଜନାଗଡ଼,୨୦।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବରହମପୁର ଥାନା ଅଧୀନ ପିଡବ୍ଲୁ ରଜ୍ୟ ରାଜପଥ ପାର୍ଶ୍ୱ ତେଲିପାଳ ଆଶ୍ରମ ସ୍କୁଲ ନିକଟରେ ବୁଧବାର ପୂର୍ବାହ୍ନରେ ଏକ ଦୁର୍ଘଟଣା...

ଧାନବିଲ ପୋଡ଼ି ବାୟୁକୁ କରୁଛି ପ୍ରଦୂଷଣ

କେନ୍ଦୁଝର,୧୮ା୧୨(ସ୍ବ.ପ୍ର.): ଚାଷ କାମ ସରିଲା। ଧାନ ଫସଲ ଅମଳ ସରିଲା। ଏବେ ବିଲ ଖାଁ ଖାଁ ହୋଇପଡ଼ିଛି। କିନ୍ତୁ ବିଲରେ ଜମା ହୋଇଥିବା ଧାନ ଗଛର...

ଚିଟ୍‌ଫଣ୍ଡ ଠକେଇ: ରାଜ ଗଡସନ୍‌ ଏମ୍‌ଡିଙ୍କୁ ୫ବର୍ଷ ଜେଲ

ବାଲେଶ୍ୱର ଅଫିସ, ୭।୨:ବାଲେଶ୍ୱର ଚିଟ୍‌ଫଣ୍ଡ ଅଦାଲତର ବିଚାରପତି ବିଶ୍ୱଜିତ୍‌ ଦାସ ଏକ ଠକେଇ ମାମଲାର ବିଚାର କରି ରାଜ ଗଡସନ୍‌ ସର୍ଭିସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି...

ଦୁର୍ଘଟଣା ପାଇଁ ଏନ୍‌ଏଚ୍‌ଏଆଇ ଉପରେ ଦୋଷ

ଢେଙ୍କାନାଳ ଅଫିସ, ୨୪ା୧: ୫୫ନଂ. ଜାତୀୟ ରାଜପଥର ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦର ଥାନା ପଞ୍ଚୁପଟି ବ୍ରିଜ୍‌ଠାରେ ସୋମବାର ଭୋର ୪ଟାରେ ଘଟିଥିବା ପିକ୍‌ନିକ୍‌...

Advertisement
Archives

Model This Week