୫୩ ବର୍ଷରେ ଭାନୁପ୍ରିୟା: ଫିଲ୍ମ ପାଇଁ ଅଧାରୁ ଛାଡିଥିଲେ ପାଠପଢ଼ା

ମୁମ୍ବାଇ: ସାଉଥ୍‌ର ସୁନ୍ଦରୀ ଫିଲ୍ମ ଅଭିନେତ୍ରୀ ଭାନୁପ୍ରିୟା ବୁଧବାର ୫୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୭ ଜାନୁୟାରୀ ୧୫ରେ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର କୁରେକାନହାଲଠାରେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମ ପାଇଁ ସେ ଅଧାରୁ ପାଠପଢ଼ା ଛାଡିଦେଇଥିଲେ। ୧୭ ବର୍ଷ ବୟସରେ ପ୍ରଥମ କରି ସେ ଫିଲ୍ମରେ ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ମେଲ୍ଲା ପେସୁଙ୍ଗଲ୍‌ ୧୯୮୩ରେ ରିଲିଜ୍‌ ହୋଇଥିଲା। ୯୦ ଦଶକରେ ସେ ବଲିଉଡ୍‌ରେ ପାଦଦେଇଥିଲେ। ଦୋସ୍ତି ଦୁଶମନୀ, ଇନସାଫ୍‌ କି ପୁକାର, ଖୁଦଗର୍ଜ, ମର ମିଟେଙ୍ଗେ, କସମ ବର୍ଦି କି ଆଦି ୧୫୦ରୁ ଅଧିକ ଫିଲ୍ମରେ ସେ ନିଜ ଅଭିନୟ ପ୍ରତିଭାର ପରିଚୟ ଦେଇଥିଲେ। ୧୯୯୮ ଜୁନ୍‌ ୧୪ରେ ସେ ଆଦର୍ଶ କୌଶଲଙ୍କୁ ବିବାହ କରିଥିଲେ। ତେବେ ୨୦୦୩ରେ ଝିଅ ଅଭିନୟାଙ୍କ ଜନ୍ମ ପରେ ୨୦୦୫ରେ ତାଙ୍କର ବିବାହ ବିଚ୍ଛେଦ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛୁକ ପ୍ରସଙ୍ଗରେ ଅକ୍ଷୟଙ୍କ ପ୍ରତିକ୍ରିୟା: ମୁଁ ଖୁସିରେ ରହିବାକୁ ଚାହେଁ

ବମ୍ବେ: ଏକଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର କରି ଚର୍ଚ୍ଚାର ପରିସରକୁ ଆସିଥିଲେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର। କେହି କେହି ସେ ରାଜନୀତିରେ ପ୍ରବେଶ...

ଲମ୍ବା ରେସ୍‌ର ଘୋଡ଼ା

ମନୋଜ କୁମାର ବରାଳ ଓରଫ ଗୁଲସନ୍‌। ସ୍କୁଲରେ ପଢ଼ିବା ବେଳେ ଏକକ ଅଭିନୟ ତାଙ୍କ ମନରେ ଅଭିନୟର ଆଶା ଜାଗ୍ରତ କରିଥିଲା। କଲେଜରେ ପଢ଼ିବା ସମୟରେ...

ଭଣଜା ସହ ଜନ୍ମଦିନର କେକ୍‌ କାଟିଲେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ଶୁକ୍ରବାର ନିଜର ୫୪ତମ ଜନ୍ମଦିନ ପାଳିଛନ୍ତି। ଜନ୍ମଦିନ ଉପଲକ୍ଷେ ବଲିଉଡ୍‌ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକଙ୍କ ଶୁଭେଚ୍ଛାର ସୂଅ ଛୁଟିବାରେ...

ପାନ ପାଇଁ…

ରାଜ କୁମାର ହିରାନୀଙ୍କ ‘ପିକେ’ ଶୁଟିଂ ସମୟର କଥା। ଏହାର ଶୁଟିଂ ଶେଟ୍‌କୁ କିଏ ଆସୁ ବା ନ ଆସୁ, ପ୍ରଥମେ ଜଣେ ପାନ ଦୋକାନୀ...

ଇଡି ନିକଟରେ ହାଜର ହେବାକୁ ମନାକଲେ ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଇଡି ଏବଂ ସିବିଆଇ ତଦନ୍ତ ଆରମ୍ଭ କରିଛନ୍ତି। ଗୁରୁବାର ଦିନ ସିବିଆଇ ସୁଶାନ୍ତ ସିଂ ରାଜପୁତ ମାମଲାରେ...

ଭୟଙ୍କର କରୋନା ଭାଇରସ୍‌କୁ ନେଇ ବଲିଉଡ୍‌ ତିଆରି କରିବ ଫିଲ୍ମ

ମୁମ୍ବାଇ: ଚାଇନାର ଉହାନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ମହାମାରୀ ରୂପ ଧାରଣ କରିଛି। ଏଥିଯୋଗୁ ହଜାର ହଜାର ଲୋକଙ୍କ ମୃତ୍ୟୁ...

ସୁଶାନ୍ତଙ୍କ ସମ୍ମାନରେ ୩୪୦୦ ପରିବାରଙ୍କୁ ଭୋଜନ ଦେବେ ପ୍ରଗ୍ୟା

ମୁମ୍ବାଇ, ୧୮।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ନେଇ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସୁଶାନ୍ତଙ୍କ ସହିତ ଅଭିଷେକଙ୍କ...

ଦିଲ୍ଲୀ ହିଂସା ନେଇ ଅନୁପମ-ଚେତନ ମୁହାଁମୁହିଁ

ନୂଆଦିଲ୍ଲୀ,୨୭।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଦିଲ୍ଲୀରେ ହିଂସା ଥମିବାର ନା ଧରୁନି। ଏହାକୁ ନେଇ ବଲିଉଡ୍‌ ଅଭିନେତା ଅନୁପମ ଖେର୍‌ ଏବଂ ଲେଖକ ଚେତନ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *