୫୦ ଲକ୍ଷ ଡକାୟତି ଘଟଣାର ପର୍ଦ୍ଦାଫାଶ: ମୁଖ୍ୟ ଅଭିଯୁକ୍ତ ସମେତ ୫ ଗିରଫ

ବ୍ରହ୍ମପୁର ଅଫିସ,୬।୨: ବଡ଼ବଜାର ଥାନା ପୋଲିସ ଏକ ବଡ଼ଧରଣ ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି । ୩ ଜଣ ପେସାଦାର ଅପରାଧୀ ଓ ୨ ଜଣ ଲୁଟ୍‌ ଟଙ୍କା ରଖିଥିବା ଅଭିଯୋଗରେ ବୁଧବାର ବିଳମ୍ବିତ ରାତିରେ ସେମାନଙ୍କୁ ପୋଲିସ ଗିରଫ କରିଥିବା ଗୁରୁବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ହେଲେ ଲାଞ୍ଜିପଲ୍ଲୀ ଢିପସାହିର ସୁନିଲ ବିଷୋୟୀ, ବଡ଼ବଜାର ଶ୍ରୀରାମନଗରର ମୁନା ମହାରଣା, ମଥୁରା ନଗରର ପ୍ରତୀକ ଦଳାଇ ଓ ଲୁଟ୍‌ ଟଙ୍କା ରଖିଥିବା ପାଟପୁର ଥାନା କଙ୍କରଡ଼ାର ରାଜା ଚୌଧୁରୀ, ଭାବିନିପୁର ଗ୍ରାମର ନିରଞ୍ଜନ ଗୌଡ଼। ପୋଲିସ ସେମାନଙ୍କଠାରୁ ୩୬ ଲକ୍ଷ ୭୭ ହଜାର ଟଙ୍କା, ୪୭ ହଜାର ଟଙ୍କାର ସୁନାଗହଣା, ୫ଟି ଦାମୀ ମୋବାଇଲ ଜବତ କରିଛି। ଏଥିରେ ସଂପୃକ୍ତ ୨ଦୁର୍ଦ୍ଦାନ୍ତ ଅପରାଧୀ ଫେରାର ଥିବା ବେଳେ ସେମାନଙ୍କ ନିକଟରେ ବନ୍ଧୁକ ଓ ବଳକା ଟଙ୍କା ରହିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି।
ଅନ୍ୟପକ୍ଷରେ ଘଟଣା ପରଠାରୁ ଭୟଭୀତ ହୋଇ ଲୁଚି ରହିଥିବା ଏଜେଣ୍ଟ ଚକାଡୋଳା ମାଝୀଙ୍କୁ ପୋଲିସ ଜରଡ଼ା ଥାନା ଅନ୍ତର୍ଗତ ପାତ୍ରପୁର ଅଞ୍ଚଳରୁ ଉଦ୍ଧାର କରି କୋର୍ଟରେ ଗୁରୁବାର ତାଙ୍କ ବୟାନ ରେକର୍ଡ କରିଛି।
ସୂଚନାଯୋଗ୍ୟ, କଲିକତାର ଖୁସି ଟ୍ରେଡିଂ ନାମକ ଏକ ଗାର୍ମେଣ୍ଟ କମ୍ପାନୀ ବ୍ରହ୍ମପୁରରେ ବ୍ୟବସାୟ ଚଳାଇଥିଲା। କଲିକତାରୁ ବ୍ରହ୍ମପର ସହରକୁ ଏକ ନିର୍ଦ୍ଦିଷ୍ଟ ଟ୍ରାନ୍ସପୋର୍ଟ ଜରିଆରେ ସାମଗ୍ରୀ ଆସୁଥିଲା । ଉକ୍ତ କମ୍ପାନୀର ଏଜେଣ୍ଟ ଚକାଡୋଳା ବହ୍ମପୁରର ବିଭିନ୍ନ ବ୍ୟବସାୟୀଙ୍କ ଠାରୁ ସଂଗ୍ରହ କରିଥିବା ୫୦ ଲକ୍ଷ ଟଙ୍କା ନେଇ ଗତ ଜାନୁୟାରୀ ୨୩ ତାରିଖରେ ବସ୍‌ ଯୋଗେ ଭୁବନେଶ୍ୱର ଯାଉଥିଲେ। ବାଲୁଗାଁଠାରେ ୩ ଜଣ ଦୁର୍ବୃତ୍ତ ବନ୍ଧୁକମୁନରେ ଚକାଡୋଳାଙ୍କୁ ଭୟଭୀତ କରି ସେ ଧରିଥିବା ଟଙ୍କା ଭର୍ତ୍ତି ବ୍ୟାଗ ଓ ମୋବାଇଲ ଲୁଟି ନେଇଥିଲେ। ଟଙ୍କା ନ ପାଇ କମ୍ପାନୀ ମାଲିକ ଅଶୋକ ବୃନ୍ଦା ବ୍ରହ୍ମପୁର ଆସି ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏନେଇ ୧୪ /୨୦ରେ ଏକ ମାମଲା ରୁଜୁ କରିଥିଲା।

ସେହିପରି ଚକାଡୋଳାଙ୍କ ସ୍ତ୍ରୀ ଘଟଣା ପରଠୁ ତାଙ୍କ ସ୍ବାମୀ ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଏଏସ୍‌ପି ପ୍ରଭାତ ରାଉତରାୟ ଏହି ଘଟଣାର ପରିଚାଳନା କରିଥିଲେ। ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତିଙ୍କ ନେତୃତ୍ୱରେ ବଡ଼ବଜାର ଥାନାଧିକାରୀ ପ୍ରଶାନ୍ତ ଭୂପତିଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା। ଚକାଡୋଳାଙ୍କ ବୟାନକୁ ଆଧାର କରି ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇପାରିଥିଲା ବୋଲି ଏସ୍‌ପି କହିଛନ୍ତି। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର କେସ୍‌ ନଂ. ୧୪/୨୦ ଅନୁସାରେ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri