୫୦୦୦କୋଟିର ପୁଞ୍ଜିନିବେଶ କରିବ ଟାଟା ପାଓ୍ବାର

ଭୁବନେଶ୍ୱର,୧୬।୯:ଓଡ଼ିଶାରେ ଉତ୍ତମ ବିଦ୍ୟୁତ୍‌ ସେବା ପ୍ରଦାନ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଓ ଟାଟା ପାଓ୍ବାର ମଧ୍ୟରେ ଏକ ରାଜିନାମା ସ୍ବାକ୍ଷର ହୋଇଛି। ଉକ୍ତ ରାଜିନାମା ଅନୁଯାୟୀ ଟାଟା ପାଓ୍ବାର ଓଡ଼ିଶାର ଡିସ୍‌କମ୍‌ଗୁଡ଼ିକୁ ଅଧିଗ୍ରହଣ କରିବା ପରଠାରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସିଛି। ଏପରିକି ଗତ ୨ବର୍ଷ ମଧ୍ୟରେ କମ୍ପାନୀ ବିଦ୍ୟୁତ୍‌ ଯୋଗାଣର ଭରସାଯୋଗ୍ୟତାରେ ଉନ୍ନତି ଆଣିବା ପାଇଁ ବିଦ୍ୟୁତ୍‌ ବଣ୍ଟନର ବିଭିନ୍ନ ଦିଗରେ ଉଲ୍ଲେଖନୀୟ ସଫଳତା ହାସଲ ମଧ୍ୟ କରିଛି। ରାଜ୍ୟର ବିଦ୍ୟୁତ୍‌ ଯୋଗାଣ ନେଟ୍‌ୱର୍କର ଆମେ ସମ୍ପୂର୍ଣ୍ଣ ଅନୁଶୀଳନ କରିଛୁ ଏବଂ ପ୍ରମୁଖ ସମସ୍ୟା ଓ ଆବଶ୍ୟକ ହେଉଥିବା ଉନ୍ନତୀକରଣକୁ ଚିହ୍ନଟ କରିଛୁ, ଯାହା ରାଜ୍ୟରେ ଭରସାଯୋଗ୍ୟ ବିଦ୍ୟୁତ୍‌ ଯୋଗାଣକୁ ନିଶ୍ଚିତ କରିବାରେ ସହାୟକ ହୋଇଛି। ଶିଳ୍ପ ଓ ବାଣିଜି୍ୟକ ପ୍ରତିଷ୍ଠାନ ସମେତ ଆମର ଗ୍ରାହକମାନଙ୍କ ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣକୁ ସୁନିଶ୍ଚିତ କରିବା ଲାଗି ଆମେ ଆମର ପୁଞ୍ଜି ବ୍ୟୟ ନିବେଶକୁ ବଢ଼ାଇବା ପାଇଁ ପ୍ରସ୍ତୁତ ହେଉଛୁ ବୋଲି ଟାଟା ପାୱାରର ସଭାପତି (ଟି ଆଣ୍ଡ୍‌ ଡି) ସଞ୍ଜୟ ବାଙ୍ଗା ମତବ୍ୟକ୍ତ କରିଛନ୍ତି।
ବିଶେଷକରି ଏହାର ନେଟ୍‌ୱର୍କ ଓ ଭିତ୍ତିଭୂମିରେ ଉନ୍ନତୀକରଣ ସାଙ୍ଗକୁ ବୃଦ୍ଧି, ବୈଷୟକ ସମନ୍ବୟ, ଗ୍ରାହକ ସେବା ଓ ସୁରକ୍ଷା ଆଦି କ୍ଷେତ୍ରରେ ଆସନ୍ତା ୫ବର୍ଷ ମଧ୍ୟରେ ପ୍ରାୟ ୫୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ (ବ୍ୟୟ) କରିବାକୁ କମ୍ପାନୀ ପ୍ରତିବଦ୍ଧ ରହିଛି। ମେକ୍‌ ଇନ୍‌ ଓଡ଼ିଶା ଲକ୍ଷ୍ୟକୁ ଆଉ ଏକ ସୋପାନ ସୁଦୃଢ଼ କରି ଟାଟା ପାୱାର ଡିସ୍‌କମ୍‌ଗୁଡ଼ିକ ନେଟ୍‌ୱର୍କ ଉପଲବ୍ଧତା ଅନୁସାରେ ସପ୍ତାହରୁ ୧୦ଦିନ ଭିତରେ ନୂଆ ଶିଳ୍ପ ସଂସ୍ଥାକୁ ସଂଯୋଗ ପ୍ରଦାନ କରିବା ଲାଗି ଶୀଘ୍ର ପ୍ରସ୍ତୁତ ହେବେ। ଫଳରେ ରାଜ୍ୟରେ ସହଜରେ ବ୍ୟବସାୟ ପାଇଁ ତାହା ସହାୟକ ହେବ। ଉପଭୋକ୍ତାଙ୍କୁ ସୁହାଇବା ଭଳି ସେବା ପ୍ରଦାନ କରାଯାଇପାରିବ ଏବଂ ଅଧିକ ବିଦ୍ୟୁତ୍‌ ଉପଯୋଗ କରୁଥିବା ଗ୍ରାହକ ବର୍ଗର ଶକ୍ତି କ୍ଷେତ୍ରରେ ଉନ୍ନତି ଅଣାଯାଇପାରିବ। ଏହି ସ୍ମାର୍ଟ ମିଟରଗୁଡ଼ିକ ଏନ୍‌ଏବିଏଲ୍‌ ସ୍ବୀକୃତିପ୍ରାପ୍ତ ଓ ବିଆଇଏସ୍‌ ସାର୍ଟିଫାଏଡ୍‌ ଏବଂ ଦେଶର ଅଗ୍ରଣୀ ସ୍ମାର୍ଟ ମିଟର ନିର୍ମାତାମାନେ ତାହା ଯୋଗାଇ ଦେଉଛନ୍ତି। ଶେଷ ଟାରିଫ୍‌ ଅର୍ଡରରେ ଶିଳ୍ପ ଟାରିଫ୍‌କୁ କୋହଳ କରାଯାଇଥିବାରୁ ଡିସ୍‌କମ୍‌ଗୁଡ଼ିକ ଓଇଆର୍‌ସି ନିକଟରେ କୃତଜ୍ଞ। ଅଧିକ ଅକ୍ଷୟ ଶକ୍ତି କିଣା (ଆର୍‌ପିଓ) ନିୟମ ପାଳନ ଯୋଗୁ ଆଗାମୀ ବର୍ଷଗୁଡ଼ିକରେ ଶିଳ୍ପ ଟାରିଫ୍‌ ଆହୁରି ହ୍ରାସ ପାଇବ ବୋଲି ଏହି ଡିସ୍‌କମ୍‌ଗୁଡ଼ିକର ବିଶ୍ୱାସ ରହିଛି। ଫଳରେ ଅଗ୍ରଣୀ ସଂସ୍ଥାଙ୍କ ପାଇଁ ଓଡ଼ିଶା ଅନ୍ୟତମ ଆକର୍ଷଣୀୟ ସ୍ଥଳରେ ପରିଣତ ହୋଇପାରିବ। ବର୍ଦ୍ଧିତ ନେଟ୍‌ୱର୍କର ପରିଚାଳନା ଓ ଭରସାଯୋଗ୍ୟ ଗ୍ରାହକ ସେବାକୁ ସୁନିଶ୍ଚିତ କରିବା ଲାଗି ଟାଟା ପାୱାର ଡିସ୍‌କମ୍‌ଗୁଡ଼ିକ ପ୍ରତ୍ୟକ୍ଷ ଭାବେ ୨୦୦୦ରୁ ଅଧିକ ସ୍ଥାନୀୟ ଲୋକ ଓ ରକ୍ଷଣାବେକ୍ଷଣ, ପ୍ରକଳ୍ପ , ମିଟର ବଦଳାଇବା କାମ ପାଇଁ ୨୦,୦୦୦ ଶ୍ରମ ଶକ୍ତିଙ୍କୁ ପରୋକ୍ଷ ଭାବେ ନିଯୁକ୍ତି ଦେଇ ନିଜ ମୋଟ ଶ୍ରମ ଶକ୍ତିଙ୍କୁ ବୃଦ୍ଧି କରିଛନ୍ତି ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅଧିକ ନିଯୁକ୍ତି ସୃଷ୍ଟି କରିଛି ବୋଲି ବାଙ୍ଗା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri