Posted inଜାତୀୟ

ବେଗୁସରାଇ ଗୁଳିକାଣ୍ଡ ଘଟଣାର ଅଭିଯୁକ୍ତଙ୍କୁ ଚଳନ୍ତା ଟ୍ରେନରୁ ଗିରଫ କଲା ପୋଲିସ

ପାଟନା,୧୬ ।୯: ବିହାର ବେଗୁସରାଇରେ ଆଖିବୁଜା ଗୁଳିଚାଳନା ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଚଳନ୍ତା ଟ୍ରେନରୁ ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତଙ୍କ ନାମ କେଶବ ବୋଲି କୁହାଯାଉଛି । ପୋଲିସ ଗୁପ୍ତ ସୂଚନା ପାଇବା ପରେ ଚଳନ୍ତା ଟ୍ରେନରୁ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହା ପୂର୍ବରୁ ପୋଲିସ ଗୁରୁବାର ୪ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ କେଶବ ମୌର୍ଯ୍ୟ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିଲେ । ଏହାର ସୂଚନା ପାଇବା ପରେ ଝାଝା ପୋଲିସ ବଡ ସତର୍କତାର ସହ ଚଳନ୍ତା ଟ୍ରେନରୁ କେଶବଙ୍କୁ ଗିରଫ କରିଥିଲା । ଏହାପରେ ଝାଝା ପୋଲିସ କେଶବଙ୍କୁ ବେଗୁସରାଇ ପୋଲିସକୁ ହସ୍ତାନ୍ତର କରି ଦେଇଥିଲା ।
ସୂଚନାଯୋଗ୍ୟ, ବେଗୁସରାଇରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରାୟ ୫ଟାରେ ଦୁଇ ଦୁର୍ବୁତ୍ତ ନ୍ୟାଶନାଲ ହାଇୱେ ୨୮ରେ ଥିବା ୪ଟି ଥାନା ଅଞ୍ଚଳରେ ଆଖିବୁଜା ଗୁଳି ଚାଳନା କରି ତାଣ୍ଡବ ରଚିଥିଲେ । ଦୁର୍ବୁତ୍ତମାନେ ପ୍ରାୟ ୧୦ ଜଣଙ୍କୁ ଗୁଳି କରିଥିଲେ । ଏଥିରେ ୩୧ ବର୍ଷିୟ ଚନ୍ଦନ କୁମାରଙ୍କର ମୃତ୍ୟୁ ହୋଇଯାଇଥିଲା । ଦୁଇ ବନ୍ଧୁକଧାରୀ ପ୍ରାୟ ୩୦ କିଲୋମିଟର ଅଞ୍ଚଳରେ ଗୁଳି ବର୍ଷା କରି ଚାଲିଥିଲେ । ଯିଏବି ସାମ୍ନାକୁ ଆସିଥିଲା ତାକୁ ସେମାନେ ଟାର୍ଗେଟ କରିଥିଲେ । ହେଲେ ପୋଲିସ ଏମାନଙ୍କୁ ଅଟକାଇବାରେ ସକ୍ଷମ ହୋଇ ନ ଥିଲା । ପରେ ଏମାନଙ୍କୁ ଧରାଇଦେଲେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ମିଳିବ ବୋଲି ପୋଲିସ ଘୋଷଣା କରିଥିଲା । ଏହି ଘଟଣାର କଡା ସମାଲୋଚନା ପରେ ସରକାର ୭ ପୋଲିସଙ୍କୁ ସସପେଣ୍ଡ ବି କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri