ସିଲ୍‌ ସତ୍ତ୍ୱେ ଚାଲିଲା ହୋଟେଲ

ଭୁବନେଶ୍ୱର,୧୬।୯ (ବ୍ୟୁରୋ): ଅସ୍ବାସ୍ଥ୍ୟକର ପରିବେଶ ଓ ଖରାପ ମାନର ଖାଦ୍ୟା ପ୍ରଦାନ ଅଭିଯୋଗରେ ବିଏମ୍‌ସି ପକ୍ଷରୁ ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା କିଶୋର ଭାଇନା ପ୍ରସିଦ୍ଧ ମଟନ ହୋଟେଲ୍‌କୁ ସିଲ୍‌ କରାଯାଇଥିଲା। ବୁଧବାର ସିଲ୍‌ କରାଯାଇଥିଲେ ବି ଗୁରୁବାର ସକାଳୁ ସ୍ବାଭାବିକ ଭାବେ ହୋଟେଲ ଖୋଲାଯାଇ ଖାଦ୍ୟ ପ୍ରସ୍ତୁତ ହୋଇଥିଲା। ତେବେ ମଟନ ହୋଟେଲ ଖୋଲିବା ନେଇ ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ଟିଭି ଓ ସୋସିଆଲ୍‌ ମିଡିଆରେ ଖବର ପ୍ରସାରିତ ହେବା ପରେ ବେପାର ଜମିଥିଲା।ହେଲେ ହୋଟେଲରେ ବେପାର ସରିବା ପରେ ଅପରାହ୍ନ ୩ଟା ୩୦ରେ ବିଏମ୍‌ସିର ଫୁଡ୍‌ ସେଫ୍ଟି ଅଧିକାରୀମାନେ ପହଞ୍ଚତ୍ଥିଲେ। ସେତେବେଳକୁ ବ୍ୟବସାୟ ସାରି ହୋଟେଲ ବନ୍ଦ ହୋଇଯାଇଥିଲା। ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ବିଏମ୍‌ସିର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି। ଏଥିସହ ବିଏମ୍‌ସିର ପଦକ୍ଷେପକୁ ବ୍ୟବସାୟୀମାନେ ଖାତିର କରୁ ନ ଥିବା ମଧ୍ୟ ଆଲୋଚନା ଜୋର୍‌ ଧରିଛି। କାରଣ ବିନା ଫୁଡ୍‌ ଲାଇସେନ୍ସରେ ଦୀର୍ଘବର୍ଷ ହେବ ହୋଟେଲ ଚାଲିଥିଲା। ଏପରିକି ଛୋଟ ଦୋକାନ ପାଇଁ ଟ୍ରେଡ୍‌ ଲାଇସେନ୍ସ ନେଇ ବଡ଼ ହୋଟେଲ ଚଳାଉଥିଲେ କିଶୋର। ପୂର୍ବରୁ ଶୋଇ ରହିଥିବା ଅଧିକାରୀମାନେ ହଠାତ୍‌ ପାର୍ବଣ ପାଇଁ ଚଢ଼ାଉ ଆରମ୍ଭ କରିଥିଲେ ମଧ୍ୟ ଏପରି ଅନୁକମ୍ପା ଦେଖାଉଥିବା ଜଣାପଡିଛି।
ଘଟଣା ସମ୍ପର୍କରେ ସିଟି ହେଲ୍‌ଥ ଅଧିକାରୀ ଦୀପକ ବିଶୋଇ କହିଛନ୍ତି, ଖାଦ୍ୟର ମାନ ଖରାପ ଥିବାରୁ ସମ୍ପୃକ୍ତ ହୋଟେଲକୁ ସିଲ୍‌ କରାଯାଇ ତାହାର ରେଜିଷ୍ଟ୍ରେଶନ ରଦ୍ଦ କରାଯାଇଛି। ମାତ୍ର କୌଣସି ଜରିମାନା ହୋଇନାହିଁ। ତାଙ୍କର ଫୁଡ୍‌ ଲାଇସେନ୍ସ ବୈଧ ନାହିଁ। ଯେ ପର୍ଯ୍ୟନ୍ତ ଫୁଡ୍‌ ଲାଇସେନ୍ସ ନ ଆସିଛି ସେ ହୋଟେଲ ଖୋଲି ପାରିବେ ନାହିଁ। ସେହିପରି ପ୍ରଥମେ ବ୍ୟବସାୟ ଆରମ୍ଭ କରିବା ସମୟରେ ସେଠାରେ ଛୋଟ ଦୋକାନ ପାଇଁ ଟ୍ରେଡ୍‌ ଲାଇସେନ୍ସ ନେଇ ଏତେ ବଡ ହୋଟେଲ ଚଳାଉଥିଲେ। ତେବେ ସିଲ୍‌ ପରେ ବି ହୋଟେଲ ଖୋଲିଥିବା ଘଟଣା ସତ। ମାତ୍ର ଅପରାହ୍ନରେ ଟିମ୍‌ ପହଞ୍ଚତ୍ବାବେଳକୁ ସେଠାରେ କେହି ନ ଥିଲେ। ଏଥିସହ ହୋଟେଲରୁ ନିଆଯାଇଥିବା ଖାଦ୍ୟ ନମୁନା ଯାଞ୍ଚ ପାଇଁ ପଠାଯାଇଛି। ରିପୋର୍ଟ ଆସିବାକୁ ପ୍ରାୟ ୧ମାସ ସମୟ ଲାଗିବ। ସମ୍ପୃକ୍ତ ହୋଟେଲ ମାଲିକ ପୁଣି ଥରେ ବେଆଇନ ଭାବେ ହୋଟେଲ ଖୋଲିଲେ, କଡ଼ା ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଅପରପକ୍ଷେ କିଶୋର କହିଛନ୍ତି, ଫୁଡ୍‌ ଲାଇସେନ୍ସ ରିନ୍ୟୁ କରିବାକୁ ଆବେଦନ କରିଛି। ଏହାର ଇନ୍‌କ୍ୱାରୀ ପାଇଁ ବିଏମ୍‌ସି ଅଧିକାରୀମାନେ ବୁଧବାର ହୋଟେଲକୁ ଆସିଥିଲେ। କେବଳ ଖାଦ୍ୟର ମାନ ଓ ସ୍ବଚ୍ଛତା ରଖିବାକୁ ତାଗିଦା କରାଯାଇଛି। କୌଣସି ଜରିମାନା ହୋଇନାହିଁ। ମୋ ହୋଟେଲରେ ସସ୍‌ର ବ୍ୟବହାର ହୁଏ ନାହିଁ। ତେଣୁ ଏଠାରୁ ଖରାପ ସସ୍‌ ମିଳିବାର ପ୍ରଶ୍ନ ଉଠୁନାହିଁ। ସେହିପରି ଖାଦ୍ୟ ଖରାପ ହୋଇଥିଲେ ଲୋକମାନେ ଏଠାକୁ ଖାଇବାକୁ କିପରି ଆସୁଛନ୍ତି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri