ସିଲ୍‌ ସତ୍ତ୍ୱେ ଚାଲିଲା ହୋଟେଲ

ଭୁବନେଶ୍ୱର,୧୬।୯ (ବ୍ୟୁରୋ): ଅସ୍ବାସ୍ଥ୍ୟକର ପରିବେଶ ଓ ଖରାପ ମାନର ଖାଦ୍ୟା ପ୍ରଦାନ ଅଭିଯୋଗରେ ବିଏମ୍‌ସି ପକ୍ଷରୁ ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା କିଶୋର ଭାଇନା ପ୍ରସିଦ୍ଧ ମଟନ ହୋଟେଲ୍‌କୁ ସିଲ୍‌ କରାଯାଇଥିଲା। ବୁଧବାର ସିଲ୍‌ କରାଯାଇଥିଲେ ବି ଗୁରୁବାର ସକାଳୁ ସ୍ବାଭାବିକ ଭାବେ ହୋଟେଲ ଖୋଲାଯାଇ ଖାଦ୍ୟ ପ୍ରସ୍ତୁତ ହୋଇଥିଲା। ତେବେ ମଟନ ହୋଟେଲ ଖୋଲିବା ନେଇ ସ୍ଥାନୀୟ ଲୋକଙ୍କଠାରୁ ଆରମ୍ଭ କରି ଟିଭି ଓ ସୋସିଆଲ୍‌ ମିଡିଆରେ ଖବର ପ୍ରସାରିତ ହେବା ପରେ ବେପାର ଜମିଥିଲା।ହେଲେ ହୋଟେଲରେ ବେପାର ସରିବା ପରେ ଅପରାହ୍ନ ୩ଟା ୩୦ରେ ବିଏମ୍‌ସିର ଫୁଡ୍‌ ସେଫ୍ଟି ଅଧିକାରୀମାନେ ପହଞ୍ଚତ୍ଥିଲେ। ସେତେବେଳକୁ ବ୍ୟବସାୟ ସାରି ହୋଟେଲ ବନ୍ଦ ହୋଇଯାଇଥିଲା। ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ବିଏମ୍‌ସିର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି। ଏଥିସହ ବିଏମ୍‌ସିର ପଦକ୍ଷେପକୁ ବ୍ୟବସାୟୀମାନେ ଖାତିର କରୁ ନ ଥିବା ମଧ୍ୟ ଆଲୋଚନା ଜୋର୍‌ ଧରିଛି। କାରଣ ବିନା ଫୁଡ୍‌ ଲାଇସେନ୍ସରେ ଦୀର୍ଘବର୍ଷ ହେବ ହୋଟେଲ ଚାଲିଥିଲା। ଏପରିକି ଛୋଟ ଦୋକାନ ପାଇଁ ଟ୍ରେଡ୍‌ ଲାଇସେନ୍ସ ନେଇ ବଡ଼ ହୋଟେଲ ଚଳାଉଥିଲେ କିଶୋର। ପୂର୍ବରୁ ଶୋଇ ରହିଥିବା ଅଧିକାରୀମାନେ ହଠାତ୍‌ ପାର୍ବଣ ପାଇଁ ଚଢ଼ାଉ ଆରମ୍ଭ କରିଥିଲେ ମଧ୍ୟ ଏପରି ଅନୁକମ୍ପା ଦେଖାଉଥିବା ଜଣାପଡିଛି।
ଘଟଣା ସମ୍ପର୍କରେ ସିଟି ହେଲ୍‌ଥ ଅଧିକାରୀ ଦୀପକ ବିଶୋଇ କହିଛନ୍ତି, ଖାଦ୍ୟର ମାନ ଖରାପ ଥିବାରୁ ସମ୍ପୃକ୍ତ ହୋଟେଲକୁ ସିଲ୍‌ କରାଯାଇ ତାହାର ରେଜିଷ୍ଟ୍ରେଶନ ରଦ୍ଦ କରାଯାଇଛି। ମାତ୍ର କୌଣସି ଜରିମାନା ହୋଇନାହିଁ। ତାଙ୍କର ଫୁଡ୍‌ ଲାଇସେନ୍ସ ବୈଧ ନାହିଁ। ଯେ ପର୍ଯ୍ୟନ୍ତ ଫୁଡ୍‌ ଲାଇସେନ୍ସ ନ ଆସିଛି ସେ ହୋଟେଲ ଖୋଲି ପାରିବେ ନାହିଁ। ସେହିପରି ପ୍ରଥମେ ବ୍ୟବସାୟ ଆରମ୍ଭ କରିବା ସମୟରେ ସେଠାରେ ଛୋଟ ଦୋକାନ ପାଇଁ ଟ୍ରେଡ୍‌ ଲାଇସେନ୍ସ ନେଇ ଏତେ ବଡ ହୋଟେଲ ଚଳାଉଥିଲେ। ତେବେ ସିଲ୍‌ ପରେ ବି ହୋଟେଲ ଖୋଲିଥିବା ଘଟଣା ସତ। ମାତ୍ର ଅପରାହ୍ନରେ ଟିମ୍‌ ପହଞ୍ଚତ୍ବାବେଳକୁ ସେଠାରେ କେହି ନ ଥିଲେ। ଏଥିସହ ହୋଟେଲରୁ ନିଆଯାଇଥିବା ଖାଦ୍ୟ ନମୁନା ଯାଞ୍ଚ ପାଇଁ ପଠାଯାଇଛି। ରିପୋର୍ଟ ଆସିବାକୁ ପ୍ରାୟ ୧ମାସ ସମୟ ଲାଗିବ। ସମ୍ପୃକ୍ତ ହୋଟେଲ ମାଲିକ ପୁଣି ଥରେ ବେଆଇନ ଭାବେ ହୋଟେଲ ଖୋଲିଲେ, କଡ଼ା ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଅପରପକ୍ଷେ କିଶୋର କହିଛନ୍ତି, ଫୁଡ୍‌ ଲାଇସେନ୍ସ ରିନ୍ୟୁ କରିବାକୁ ଆବେଦନ କରିଛି। ଏହାର ଇନ୍‌କ୍ୱାରୀ ପାଇଁ ବିଏମ୍‌ସି ଅଧିକାରୀମାନେ ବୁଧବାର ହୋଟେଲକୁ ଆସିଥିଲେ। କେବଳ ଖାଦ୍ୟର ମାନ ଓ ସ୍ବଚ୍ଛତା ରଖିବାକୁ ତାଗିଦା କରାଯାଇଛି। କୌଣସି ଜରିମାନା ହୋଇନାହିଁ। ମୋ ହୋଟେଲରେ ସସ୍‌ର ବ୍ୟବହାର ହୁଏ ନାହିଁ। ତେଣୁ ଏଠାରୁ ଖରାପ ସସ୍‌ ମିଳିବାର ପ୍ରଶ୍ନ ଉଠୁନାହିଁ। ସେହିପରି ଖାଦ୍ୟ ଖରାପ ହୋଇଥିଲେ ଲୋକମାନେ ଏଠାକୁ ଖାଇବାକୁ କିପରି ଆସୁଛନ୍ତି ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିବାରରୁ ପଲିଟିକାଲ ଓ୍ବାର, ଅନୁଭବ-ବର୍ଷା ହେବେ ମୁହାଁମୁହିଁ

ଭୁବନେଶ୍ୱର,୨୦।୪: ପୁଣି ଚର୍ଚ୍ଚାରେ ବର୍ଷା-ଅନୁଭବ। କାରଣ ଚଳିତ ନିର୍ବାଚନରେ ଆମ୍ନାସାମ୍ନି ହେବେ ଏହି ଦୁଇ ଷ୍ଟାର। ନିର୍ବାଚନରେ ମୁହାଁମୁହିଁ ହୋଇପାରନ୍ତି ସ୍ବାମୀ-ସ୍ତ୍ରୀ । ଏହି ଦୁଇ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୩ ମନ୍ତ୍ରୀଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରିଛନ୍ତି। ତାଲିକାରେ ୪ ନୂଆ ମୁହଁ...

ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କାଟି ବର୍ଷାଙ୍କ ଉପରେ ଭରସା

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ବଡ଼ଚଣାର ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଟିକେଟ୍‌ କଟିଛି। ତାଙ୍କ...

ସର୍‌ପ୍ରାଇଜ୍‌ କଲେ ନବୀନ, ଆଶାୟୀ ବରିଷ୍ଠ ନେତାଙ୍କ କାଟିଲେ ଟିକେଟ୍‌!

ଭୁବନେଶ୍ୱର,୨୦।୪: ପୁରୁଖା ନେତାଙ୍କ ଉପରେ ବିଜେଡିର ଭରସା ପାଉନାହିଁ। ଏହାର ପ୍ରମାଣସ୍ବରୂପ ନିର୍ବାଚନ ମଇଦାନକୁ ଦଳ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀଙ୍କୁ ଓହ୍ଲାଉଛି। ଫଳରେ ଦୀର୍ଘଦିନ...

ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା: ରଘୁନାଥ ସାହୁଙ୍କୁ ମିଳିଲା ଏହି ଆସନ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ତାଲିକାରେ ରହିଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁ। ସେ ବଡ଼ଚଣାରୁ...

କେନ୍ଦ୍ରାପଡ଼ାରୁ ଗଣେଶ୍ୱର, ବଡ଼ଚଣାରୁ ଲଢ଼ିବେ…

ଭୁବନେଶ୍ୱର,୨୦।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡି ପକ୍ଷରୁ ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ...

ବର୍ଷାଙ୍କୁ ମିଳିଲା ଟିକେଟ୍‌, ଏହି ଠୁ ଲଢିବେ…

ଭୁବନେଶ୍ୱର,୨୦।୪: ୬ଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ନିକଟରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri