ଭୁବନେଶ୍ୱର,୧୬।୯:ଓଡ଼ିଶାରେ ଉତ୍ତମ ବିଦ୍ୟୁତ୍ ସେବା ପ୍ରଦାନ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଓ ଟାଟା ପାଓ୍ବାର ମଧ୍ୟରେ ଏକ ରାଜିନାମା ସ୍ବାକ୍ଷର ହୋଇଛି। ଉକ୍ତ ରାଜିନାମା ଅନୁଯାୟୀ ଟାଟା ପାଓ୍ବାର ଓଡ଼ିଶାର ଡିସ୍କମ୍ଗୁଡ଼ିକୁ ଅଧିଗ୍ରହଣ କରିବା ପରଠାରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସିଛି। ଏପରିକି ଗତ ୨ବର୍ଷ ମଧ୍ୟରେ କମ୍ପାନୀ ବିଦ୍ୟୁତ୍ ଯୋଗାଣର ଭରସାଯୋଗ୍ୟତାରେ ଉନ୍ନତି ଆଣିବା ପାଇଁ ବିଦ୍ୟୁତ୍ ବଣ୍ଟନର ବିଭିନ୍ନ ଦିଗରେ ଉଲ୍ଲେଖନୀୟ ସଫଳତା ହାସଲ ମଧ୍ୟ କରିଛି। ରାଜ୍ୟର ବିଦ୍ୟୁତ୍ ଯୋଗାଣ ନେଟ୍ୱର୍କର ଆମେ ସମ୍ପୂର୍ଣ୍ଣ ଅନୁଶୀଳନ କରିଛୁ ଏବଂ ପ୍ରମୁଖ ସମସ୍ୟା ଓ ଆବଶ୍ୟକ ହେଉଥିବା ଉନ୍ନତୀକରଣକୁ ଚିହ୍ନଟ କରିଛୁ, ଯାହା ରାଜ୍ୟରେ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣକୁ ନିଶ୍ଚିତ କରିବାରେ ସହାୟକ ହୋଇଛି। ଶିଳ୍ପ ଓ ବାଣିଜି୍ୟକ ପ୍ରତିଷ୍ଠାନ ସମେତ ଆମର ଗ୍ରାହକମାନଙ୍କ ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣକୁ ସୁନିଶ୍ଚିତ କରିବା ଲାଗି ଆମେ ଆମର ପୁଞ୍ଜି ବ୍ୟୟ ନିବେଶକୁ ବଢ଼ାଇବା ପାଇଁ ପ୍ରସ୍ତୁତ ହେଉଛୁ ବୋଲି ଟାଟା ପାୱାରର ସଭାପତି (ଟି ଆଣ୍ଡ୍ ଡି) ସଞ୍ଜୟ ବାଙ୍ଗା ମତବ୍ୟକ୍ତ କରିଛନ୍ତି।
ବିଶେଷକରି ଏହାର ନେଟ୍ୱର୍କ ଓ ଭିତ୍ତିଭୂମିରେ ଉନ୍ନତୀକରଣ ସାଙ୍ଗକୁ ବୃଦ୍ଧି, ବୈଷୟକ ସମନ୍ବୟ, ଗ୍ରାହକ ସେବା ଓ ସୁରକ୍ଷା ଆଦି କ୍ଷେତ୍ରରେ ଆସନ୍ତା ୫ବର୍ଷ ମଧ୍ୟରେ ପ୍ରାୟ ୫୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ (ବ୍ୟୟ) କରିବାକୁ କମ୍ପାନୀ ପ୍ରତିବଦ୍ଧ ରହିଛି। ମେକ୍ ଇନ୍ ଓଡ଼ିଶା ଲକ୍ଷ୍ୟକୁ ଆଉ ଏକ ସୋପାନ ସୁଦୃଢ଼ କରି ଟାଟା ପାୱାର ଡିସ୍କମ୍ଗୁଡ଼ିକ ନେଟ୍ୱର୍କ ଉପଲବ୍ଧତା ଅନୁସାରେ ସପ୍ତାହରୁ ୧୦ଦିନ ଭିତରେ ନୂଆ ଶିଳ୍ପ ସଂସ୍ଥାକୁ ସଂଯୋଗ ପ୍ରଦାନ କରିବା ଲାଗି ଶୀଘ୍ର ପ୍ରସ୍ତୁତ ହେବେ। ଫଳରେ ରାଜ୍ୟରେ ସହଜରେ ବ୍ୟବସାୟ ପାଇଁ ତାହା ସହାୟକ ହେବ। ଉପଭୋକ୍ତାଙ୍କୁ ସୁହାଇବା ଭଳି ସେବା ପ୍ରଦାନ କରାଯାଇପାରିବ ଏବଂ ଅଧିକ ବିଦ୍ୟୁତ୍ ଉପଯୋଗ କରୁଥିବା ଗ୍ରାହକ ବର୍ଗର ଶକ୍ତି କ୍ଷେତ୍ରରେ ଉନ୍ନତି ଅଣାଯାଇପାରିବ। ଏହି ସ୍ମାର୍ଟ ମିଟରଗୁଡ଼ିକ ଏନ୍ଏବିଏଲ୍ ସ୍ବୀକୃତିପ୍ରାପ୍ତ ଓ ବିଆଇଏସ୍ ସାର୍ଟିଫାଏଡ୍ ଏବଂ ଦେଶର ଅଗ୍ରଣୀ ସ୍ମାର୍ଟ ମିଟର ନିର୍ମାତାମାନେ ତାହା ଯୋଗାଇ ଦେଉଛନ୍ତି। ଶେଷ ଟାରିଫ୍ ଅର୍ଡରରେ ଶିଳ୍ପ ଟାରିଫ୍କୁ କୋହଳ କରାଯାଇଥିବାରୁ ଡିସ୍କମ୍ଗୁଡ଼ିକ ଓଇଆର୍ସି ନିକଟରେ କୃତଜ୍ଞ। ଅଧିକ ଅକ୍ଷୟ ଶକ୍ତି କିଣା (ଆର୍ପିଓ) ନିୟମ ପାଳନ ଯୋଗୁ ଆଗାମୀ ବର୍ଷଗୁଡ଼ିକରେ ଶିଳ୍ପ ଟାରିଫ୍ ଆହୁରି ହ୍ରାସ ପାଇବ ବୋଲି ଏହି ଡିସ୍କମ୍ଗୁଡ଼ିକର ବିଶ୍ୱାସ ରହିଛି। ଫଳରେ ଅଗ୍ରଣୀ ସଂସ୍ଥାଙ୍କ ପାଇଁ ଓଡ଼ିଶା ଅନ୍ୟତମ ଆକର୍ଷଣୀୟ ସ୍ଥଳରେ ପରିଣତ ହୋଇପାରିବ। ବର୍ଦ୍ଧିତ ନେଟ୍ୱର୍କର ପରିଚାଳନା ଓ ଭରସାଯୋଗ୍ୟ ଗ୍ରାହକ ସେବାକୁ ସୁନିଶ୍ଚିତ କରିବା ଲାଗି ଟାଟା ପାୱାର ଡିସ୍କମ୍ଗୁଡ଼ିକ ପ୍ରତ୍ୟକ୍ଷ ଭାବେ ୨୦୦୦ରୁ ଅଧିକ ସ୍ଥାନୀୟ ଲୋକ ଓ ରକ୍ଷଣାବେକ୍ଷଣ, ପ୍ରକଳ୍ପ , ମିଟର ବଦଳାଇବା କାମ ପାଇଁ ୨୦,୦୦୦ ଶ୍ରମ ଶକ୍ତିଙ୍କୁ ପରୋକ୍ଷ ଭାବେ ନିଯୁକ୍ତି ଦେଇ ନିଜ ମୋଟ ଶ୍ରମ ଶକ୍ତିଙ୍କୁ ବୃଦ୍ଧି କରିଛନ୍ତି ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅଧିକ ନିଯୁକ୍ତି ସୃଷ୍ଟି କରିଛି ବୋଲି ବାଙ୍ଗା କହିଛନ୍ତି।
ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ
ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…
ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…
ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…
Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…
ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…
ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…
ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…
ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…
ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…
ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA
ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…
ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…
ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…
ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ
ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…
Archives

