୪ ସ୍ବାବ୍‌ ଗ୍ରହଣ କେନ୍ଦ୍ରରେ ୨୭୨ ଜଣଙ୍କ ନମୁନା ସଂଗ୍ରହ

ବିଞ୍ଝାରପୁର,୨୭।୪(ଡି.ଏନ.ଏ): ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଞ୍ଝାରପୁର ବ୍ଲକରେ କୋଲକାତା ଫେରନ୍ତାଙ୍କ ପାଇଁ ୪ଟି ସ୍ବାବ୍‌ ଗ୍ରହଣ କେନ୍ଦ୍ର କରାଯାଇଛି। ବ୍ଲକର ସୟଦପୁରସ୍ଥିତ ବ୍ରଜସୁନ୍ଦର ହାଇସ୍କୁଲ, ଉତ୍ତଙ୍ଗରା ହାଇସ୍କୁଲ, ବାଚ୍ଛୋଳ ହାଇସ୍କୁଲ, ଆଉଁରୀ ପ୍ରାଥମିକ ବିଦ୍ୟାଳୟ ସମେତ ପ୍ରଶାସନ ତରଫରୁ ୪ଟି ସ୍ବାବ୍‌ ସେଣ୍ଟର କରାଯାଇ ସୋମବାର ୨୭୨ ଜଣଙ୍କର ନମୁନା ସଂଗ୍ରହ କରାଯାଇଛି। ବ୍ରଜସୁନ୍ଦର ହାଇସ୍କୁଲରେ ୫୨ଜଣ, ଉତ୍ତଙ୍ଗରା ହାଇସ୍କୁଲ ୬୮ଜଣ, ବଚ୍ଛୋଳ ହାଇସ୍କୁଲରେ ୮୬ଜଣ ଓ ଆଉଁରୀ ପ୍ରାଥମିକ ବିଦ୍ୟାଳୟରେ ୬୫ଜଣଙ୍କ ସମେତ ମୋଟ ୨୭୨ଜଣ କୋଲକାତା ଫେରନ୍ତାଙ୍କ ନମୁନା ପରୀକ୍ଷା ପାଇଁ ନିଆଯାଇଛି। ନମୁନା ଦେଇଥିବା ଲୋକଙ୍କୁ ବିଭିନ୍ନ ପଞ୍ଚାୟତର ସଂଗରୋଧ କେନ୍ଦ୍ରରେ ରଖାଯାଇଛି। ନମୁନା ପରୀକ୍ଷାର ରିପୋର୍ଟ ଆସିବା ପରେ ପ୍ରଶାସନ ତରଫରୁ ଆଗାମୀ ପଦକ୍ଷେପ ନିଆଯିବ ବୋଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରକାଶ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସରପା ଗୋଟେ ଚଢ଼େଇ

କକ୍‌ରୋଚ ବା ଅସରପା ଏକ ପତଙ୍ଗ। ପରମାଣୁ ବିସ୍ଫୋରଣରେ ମଧ୍ୟ ତା’ର ମୃତ୍ୟୁ ଘଟେନାହିଁ। ଯେତେ ଅପରିଷ୍କାର ସ୍ଥାନ ସେଠାରେ ସେତିକି ଅସରପାର ବଂଶବୃଦ୍ଧି ଘଟିଥାଏ। ଓଡ଼ିଆରେ…

ଆସିଲା ମୌସୁମୀ, ଖୁବଶୀଘ୍ର ଛୁଇଁବ କେରଳ

ନୂଆଦିଲ୍ଲୀ,୨।୬: ଦେଶର ପାଣିପାଗ ଢାଞ୍ଚାରେ ଏକ ବଡ଼ ପରିବର୍ତ୍ତନ ଆଶା କରାଯାଉଛି। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଯେକୌଣସି ମୁହୂର୍ତ୍ତରେ କେରଳରେ ପହଞ୍ଚିପାରେ।…

ଶିମିଳିପାଳରେ ମାଉସ୍‌ ଡିଅର: ଜୋର୍‌ ଧରିଲା ଚର୍ଚ୍ଚା

ବାରିପଦା,୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ଓଡ଼ିଶାର ଏକ ଅନନ୍ୟ ବନ୍ୟପ୍ରାଣୀ ଆବାସସ୍ଥଳୀ ଭାବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଠାରେ ବିଶ୍ୱର କ୍ଷୁଦ୍ର…

ଭାରତ ଗସ୍ତରେ ଆସି ବଡ଼ ଘୋଷଣା କଲେ ମ୍ୟାନ୍‌ମାର ରାଷ୍ଟ୍ରପତି, ଖୁସିରେ ମୋଦି କହିଲେ…

ନୂଆଦିଲ୍ଲୀ,୨।୬: ଭାରତର ସୁରକ୍ଷା ସ୍ବାର୍ଥ ବିରୋଧରେ ମ୍ୟାନ୍‌ମାର ଅଞ୍ଚଳ ବ୍ୟବହାର ହେବାକୁ ଦିଆଯିବ ନାହିଁ ବୋଲି ନୂଆଦିଲ୍ଲୀ ଗସ୍ତରେ ଆସିଥିବା ଏହାର ରାଷ୍ଟ୍ରପତି ମିନ୍‌ ଅଙ୍ଗ୍‌ ହ୍ଲାଇଙ୍ଗ୍‌…

ଶୈବପୀଠକୁ ୨ କୋଟି ଟଙ୍କା ମଞ୍ଜୁର: ଅଞ୍ଚଳରେ ଖେଳିଗଲା ଖୁସିର ଲହରୀ

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମାସ୍ଥିତ ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ଅନ୍ୟତମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ବିକାଶ ପାଇଁ ରାଜ୍ୟ ସରକାର ୨କୋଟି ଟଙ୍କା…

ଆମେରିକାର ମାଲବାହୀ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଏଥିପାଇଁ ଇରାନ ଦାୟୀ ବୋଲି ଦାବି କଲା

ତେହରାନ,୨।୬: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ହ୍ରାସ ପାଇବାର କୌଣସି ସଙ୍କେତ ଦେଖାଯାଉନାହିଁ। ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ମଧ୍ୟ ଅସ୍ଥିର ରହିଛି। ଏହି ସମୟରେ, ଦୁଇ…

ବିନା କଟ୍‌ନୀରେ ମଣ୍ଡିରୁ ଉଠୁନି ଧାନ: ସିଏସ୍‌ଓଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ବିତି ଯାଇଛି। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନ ବିକ୍ରିବଟାରେ ଦେଖାଯାଇଥିବା ସମସ୍ୟା ଅସମାହିତ ରହିଛି। ଟୋକନ ସମସ୍ୟା…

ଭାଜପା ଛାଡ଼ି ନୂଆ ଦଳ ଗଢ଼ିବେ ଆନ୍ନାମଲାଇ, କାହିଁକି ଏହି ନିଷ୍ପତ୍ତି ଜାଣନ୍ତୁ

ଚେନ୍ନାଇ,୨।୬: ଦକ୍ଷିଣ ଭାରତରେ ଭାଜପାର ଅନ୍ୟତମ ପ୍ରମୁଖ ଚେହେରା ତଥା ତାମିଲନାଡୁରେ ଦଳର ପୂର୍ବତନ ସଭାପତି କେ. ଆନ୍ନାମଲାଇ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri