୪ ରାଜ୍ୟରେ ଉପନିର୍ବାଚନ ଲାଗି ତାରିଖ ଘୋଷଣା ପରେ ଜୋର ଧରିଲା ବିଜେପୁର ଉପନିର୍ବାଚନ ଚର୍ଚ୍ଚା

ଭୁବନେଶ୍ୱର,୨୭।୮(ବ୍ୟୁରୋ): ଉତ୍ତରପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଓ କେରଳର ଗୋଟିଏ ଲେଖାଏ ବିଧାନସଭା ଆସନରେ ଆସନ୍ତା ସେପ୍ଟେମ୍ବର ୨୩ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ ଏନେଇ ଗତ ରବିବାର ଘୋଷଣା କରିବାପରେ ଓଡ଼ିିଶାର ବିଜେପୁର ଆସନକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଘୋଷଣା ହୋଇଥିବା ୪ଟି ରାଜ୍ୟରେ ଉପନିର୍ବାଚନ ପାଇଁ ଆସନ୍ତା ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ସେପ୍ଟେମ୍ବର ୨୮ରେ ଭୋଟ ଗଣତି କରାଯିବ। ୪ଟି ରାଜ୍ୟ ପାଇଁ ତାରିଖ ଘୋଷଣା କରାଯାଇଥିବା ବେଳେ ଓଡ଼ିଶାର ଗୋଟିଏ ଆସନ ପାଇଁ କୌଣସି ମୁହୂର୍ତ୍ତରେ କରାଯାଇପାରେ ବୋଲି ରାଜନୈତିକ ଦଳଗୁଡିକ ଚିନ୍ତା କରିବା ଆରମ୍ଭ କରିଦେଇଛନ୍ତି। ତେବେ ଏଥର ବିଜେପୁର ଆସନରେ ହେବାକୁ ଥିବା ନିର୍ବାଚନ ରାଜ୍ୟର ପ୍ରମୁଖ ଦଳଗୁଡିକ ପାଇଁ ସମ୍ମାନର ପ୍ରସଙ୍ଗ ଅଟେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ରଖିବା ଆରମ୍ଭ କରିଛନ୍ତି।
୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଦୁଇଟି ଆସନରୁ ନିର୍ବାଚନ ଲଢିଥିଲେ। ସେ ତାଙ୍କ ପାରମ୍ପରିକ ଆସନ ହିଞ୍ଜିଳି ଏବଂ ପଶ୍ଚିମଓଡ଼ିଶାର ବିଜେପୁରରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ତେବେ ଦୁଇଟି ଆସନରୁ ବିଜୟୀ ହେବାପରେ ନବୀନ ଗତ ଜୁନ୍‌ ୨ ତାରିଖ (ରବିବାର) ଦିନ ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ। ନିୟମାନୁଯାୟୀ ଏହି ଆସନରେ ୬ ମାସ ମଧ୍ୟରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଅର୍ଥାତ୍‌ ଡିସେମ୍ବର ୨ ସୁଦ୍ଧା ଉପନିର୍ବାଚନ କରାଯିବ। ଏହାର ୪୫ ଦିନ ପୂର୍ବରୁ ଏଥିପାଇଁ ନିର୍ବାଚନ କମିଶନର ତାରିଖ ଘୋଷଣା କରିପାରିବେ। ଏଥିପାଇଁ ଆହୁରି ୩ ମାସ ରହିଛି, ତେଣୁ ବର୍ତ୍ତମାନ ଉପନିର୍ବାଚନ ତାରିଖ ଘୋଷଣା ନ ହେବା କୌଣସି ଆଶ୍ଚର୍ଯ୍ୟଜନକ ଘଟଣା ନୁହେଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ବିଜେପୁର ଆସନ ହାତେଇବା ଲାଗି ରାଜ୍ୟ ରାଜନୀତିରେ ତୃତୀୟ ସ୍ଥାନକୁ ଖସିଆସିଥିବା କଂଗ୍ରେସ ଜୋର୍‌ଦାର ଉଦ୍ୟମ ଆରମ୍ଭ କରିଦେଇଛି। କଂଗ୍ରେସ କିଛିଦିନ ତଳେ ଏକ ବୈଠକ କରି ପ୍ରାର୍ଥୀ ଚୟନ ଲାଗି ଉଦ୍ୟମ ଆରମ୍ଭ କରିଛି। ଏହି କମିଟି ଅଧ୍ୟକ୍ଷ ଭାବେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ରଖାଯାଇଛି। ଗତ ୧୬ ତାରିଖରେ ଏନେଇ କଂଗ୍ରେସ ପ୍ରଥମ ବୈଠକ ମଧ୍ୟ କରି ଉପନିର୍ବାଚନ ନେଇ ଆଲୋଚନା କରିଥିଲା। ଭାଜପା ଗତ ନିର୍ବାଚନରେ ପଶ୍ଚିମ ଓଡିଶାରେ ଭଲ ପ୍ରଦର୍ଶନ କରିଛି। ବରଗଡ ଲୋକସଭା ଆସନରେ ଭାଜପା ବିଜୟୀ ହେଇଥିବାରୁ ଏହି ଆସନ ଅନ୍ତର୍ଗତ ବିଜେପୁର ବିଧାନସଭା ଆସନକୁ ହାତେଇବାକୁ ଦଳ ଜୋରସୋର ଉଦ୍ୟମ ଆରମ୍ଭ କରିଛି । କାରଣ ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଭାଜପା ପ୍ରାର୍ଥୀ ହୋଇଥିବା ସନତ ଗଡତିଆ ୫୦ ହଜାରରୁ ଅଧିକ ଭୋଟ ପାଇଥିଲେ। ତେଣୁ ଏହି ଆସନରେ ଭାଜପା ମଧ୍ୟ କଡ୍ଡା ଟକ୍କର ଦେବ ବୋଲି ଜଣାପଡିଛି। ଭାଜପାରୁ ପ୍ରାର୍ଥୀ ହେବା ସକାଶେ ବହୁ ନେତା ବର୍ତ୍ତମାନଠାରୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତିି। ଗତ ଏକ ମାସ ତଳେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତା ୪ ଦିନ ମଧ୍ୟରେ ଆଉ ଏକ ପ୍ରସ୍ତୁତି ବୈଠକ ବସିବ ବୋଲି ଜଣାପଡିଛି। ଭାଜପା ନେତା ପ୍ରଦୀପ ପୁରୋହିତ କହିଛନ୍ତି, ଭାଜପା ବିଜେପୁର ଉପନିର୍ବାଚନ ଲଢିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏଠି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏକ ଜନମତ ରହିଛି। ଏଥର ଭାଜପା ଏହି ଉପନିର୍ବାଚନରେ ଜିତିବାର ଯଥେଷ୍ଟ ସମ୍ଭାବନା ଥିବା ସେ କହିଛନ୍ତି। ସେହିଭଳି ବିଜେଡି ରାଜ୍ୟରେ ପଞ୍ଚମ ଥର ଲାଗି ସରକାରରେ ଥିବାବେଳେ ଉପନିର୍ବାଚନ ଫଳାଫଳ ଶାସକ ଦଳ ସପକ୍ଷରେ ଯିବାର ଆଶା ଅଧିକା। ନିକଟରେ ଶେଷ ହୋଇଥିବା ପାଟକୁରା ଆସନର ନିର୍ବାଚନରେ ଏକଥା ସ୍ପଷ୍ଟ ହୋଇସାରିଛି। ହେଲେ ଦଳ ବିଜେପୁର ପାଇଁ କାହାକୁ ପ୍ରାର୍ଥୀ କରିବ ସେନେଇ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇପାରି ନ ଥିବା ଦଳୀୟ ସୂତ୍ରରୁ ଜଣାପଡିଛି। ମାତ୍ର ଦଳ ପକ୍ଷରୁ ବର୍ତ୍ତମାନ ପୁନର୍ବାର ରୀତା ସାହୁଙ୍କୁ ଉପନିର୍ବାଚନରେ ପ୍ରାର୍ଥୀ କରିବା ଲାଗି ନିଷ୍ପତ୍ତି ହୋଇଥିବା ଜଣାପଡିଛି। ପୂର୍ବତନ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରିବାର ସପକ୍ଷରେ ନିର୍ଦ୍ଦିଷ୍ଟଭାବେ କିଛି ଭୋଟ ରହୁଥିବାରୁ ରୀତାଙ୍କୁ ପ୍ରାର୍ଥୀ କରିବା ପାଇଁ ଦଳ ବିଚାର କରିଥିବା ଚର୍ଚ୍ଚା ଧରିଛି। ବିଜେଡି ନେତା ଦେବେଶ ଆଚାର୍ଯ୍ୟ କହିଛନ୍ତି, ବିଜେଡି ପକ୍ଷରୁ ସାଙ୍ଗଠନିକ କାର୍ଯ୍ୟକ୍ରମ ଜାରି ରହିଛି। ଯେକୌଣସି ମୁହୂର୍ତ୍ତରେ ଉପନିର୍ବାଚନ ହେଲେ ସେଥିଲାଗି ଆମେ ପ୍ରସ୍ତୁତ ଅଛୁ। ଉପନିର୍ବାଚନ ନେଇ ଖୁବ୍‌ଶୀଘ୍ର ବୈଠକ ବସିବ। ଏଠାରେ ମଧ୍ୟ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ବିନାନୁମତିରେ ଖୋଲାଥିବା ଦୋକାନ ବନ୍ଦ ହେଲା

ଭୁବନେଶ୍ୱର,୧୯ା୫(ବ୍ୟୁରୋ): ଲକ୍‌ଡାଉନ ଜାରି ରହିଥିବାବେଳେ ମାର୍କେଟ, କମ୍ପ୍ଲେସ ଓ ମଲ୍‌ ବନ୍ଦ ପାଇଁ ନିର୍ଦ୍ଦେଶ ଥିଲା। ହେଲେ ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ବ୍ୟବସାୟୀମାନେ ରବିବାର ଦୋକାନ...

ରାଜବାଟି ପରିସରରେ ବିରଳ ନାଗ

ସଜନାଗଡ଼,୧୯।୩(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ରାଜବାଟି ପରିସରରୁ ବିରଳ ନାଗ ଉଦ୍ଧାର କରାଯାଇଛି। ରାଜ ପରିବାର ସଦସ୍ୟ ସାହେବ ମର୍ଦ୍ଦରାଜ ସହ ଘରେ ଥିବାବେଳେ ଗୁରୁବାର...

ଓଡ଼ିଶାର ‘ମନ୍ଦା’ ମଇଁଷିକୁ ଜାତୀୟ ମାନ୍ୟତା

ଭୁବନେଶ୍ୱର, ୭।୯(ବ୍ୟୁରୋ): ପ୍ରାଣୀ ପ୍ରଜନନ ପଞ୍ଜୀକରଣ କ୍ଷେତ୍ରରେ ଓଡ଼ିଶା ଆଉଏକ ସଫଳତା ହାସଲ କରିଛି। ଓଡ଼ିଶାର ନୂଆ ପ୍ରଜାତି ‘ମନ୍ଦା’ ମଇଁଷିକୁ ଜାତୀୟ ମାନ୍ୟତା ମିଳିଛି।...

କ୍ୟାବିନେଟ୍‌ ମନ୍ତ୍ରୀଭାବେ ଶପଥ ନେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୩୦।୫(ବ୍ୟୁରୋ)-ଭାଜପା ନେତା ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଧର୍ମେନ୍ଦ୍ରଙ୍କୁ ପଦ ଓ...

କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ: ଟର୍ଚ୍ଚ ଲାଇଟ୍‌ରେ ଚିକିତ୍ସା ଅଭିଯୋଗ

କାମାକ୍ଷାନଗର,୨୭ା୧୨ (ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା କିପରି ଚାଲିଛି ତାହାର ଉଦାହରଣ ଗୁରୁବାର ଦେଖିବାକୁ ମିଳିଛି। ଏହି ଚିକିତ୍ସାଳୟରେ ଜେନେରେଟର ଓ...

ଭୁବନେଶ୍ୱର କୋର୍ଟ ପରିସର ୩ ଦିନ ସିଲ୍‌; ସବୁ କର୍ମଚାରୀଙ୍କ ହେବ ଆର୍‌ଟିପିସିଆର୍‌ ଟେଷ୍ଟ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ଭୁବନେଶ୍ୱର କୋର୍ଟ ପରିସରକୁ ୩ ଦିନ ପାଇଁ ସିଲ୍‌ କରି ଦିଆଯାଇଛି। କୋର୍ଟର ୧୫ଜଣ ଜୁଡିସିଆଲ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍‌ ଚିହ୍ନଟ...

ରାଜ୍ୟରେ ସର୍ବାଧିକ ୧୪ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, ୨୯।୮(ବ୍ୟୁରୋ): ରାଜ୍ୟରେ କରୋନାରେ ଶନିବାର ସର୍ବାଧିକ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

ଚିନ୍ତା ବଢ଼ାଇବେ କୁମ୍ଭମେଳା ଫେରନ୍ତା

ଖୋର୍ଦ୍ଧା ଅଫିସ,୨୦।୪: ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି। ଗତ ୧୦ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୯୪ରେ ପହଞ୍ଚିିଛି। ସୋମବାର ୪୦ଜଣ...

Advertisement


Archives

Model This Week