RCB ଜିତିବା ପରେ ରୋମାଣ୍ଟିକ ହେଲେ ଅନୁଷ୍କା: ଶେୟାର କଲେ ଏମିତି ଫଟୋ

ନୂଆଦିଲ୍ଲୀ,୧।୬: ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ଏହି ବିଜୟରେ ବେଶ୍‌ ଖୁସି ଅଛନ୍ତି। ମ୍ୟାଚ ପରେ,ସେ ବିରାଟ କୋହଲିଙ୍କ ସହିତ ସେଲିବ୍ରେଶନ କରିଛନ୍ତି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ଗୁଜରାଟ ଟାଇଟାନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଫାଇନାଲ ମୁକାବିଲା ସମୟରେ ଅନୁଷ୍କାଙ୍କୁ ଲଗାତାର RCB ପାଇଁ ଉତ୍ସାହିତ କରୁଥିବାର ଦେଖାଯାଇଥିଲା। ଏବେ ମ୍ୟାଚ ପରେ ସେ ଇନଷ୍ଟାଗ୍ରାମରେ ଏକ ସ୍ବତନ୍ତ୍ର ଫଟୋ ଶେୟାର କରିଛନ୍ତି।
ଅନୁଷ୍କା ଶେୟାର କରିଥିବା ଫଟୋରେ ବିରାଟ କୋହଲିଙ୍କ କପାଳରେ ଚୁମ୍ବନ ଦେଉଥିବାର ଦେଖାଯାଇଛି। ଏହା ସହିତ ବିରାଟ ଏବଂ ଅନୁଷ୍କା ଉଭୟ ହାତରେ IPL ଟ୍ରଫି ଧରିଛନ୍ତି। କୋହଲି ମଧ୍ୟ ଅନୁଷ୍କାଙ୍କଠାରୁ ଏପରି ସ୍ନେହ ପାଇ ବହୁତ ଖୁସି ଦେଖାଯାଉଛନ୍ତି

ବିରାଟଙ୍କ ସହିତ ଏହି ରୋମାଣ୍ଟିକ ଫଟୋ ଶେୟାର କରି ଅନୁଷ୍କା ଶର୍ମା କ୍ୟାପସନରେ କୌଣସି ଲେଖା ଲେଖି ନାହାଁନ୍ତି। ତଥାପି ସେ ତିନୋଟି ଇମୋଜି ଦେଇଛନ୍ତି। ସେ ବ୍ୟବହାର କରିଥିବା ପ୍ରଥମ ଇମୋଜି ଥିଲା ‘ବିଜୟ’ ଚିହ୍ନ, ଯାହା ତାଙ୍କର ବିଜୟର ଉତ୍ସବର ପ୍ରତୀକ। ଦ୍ୱିତୀୟଟି ଥିଲା ଏକ ଲାଲ ହାର୍ଟ ଇମୋଜି, ଯାହା ବିରାଟଙ୍କ ପ୍ରତି ତାଙ୍କର ପ୍ରେମକୁ ସୂଚିତ କରିଛି। ତୃତୀୟ ଇମୋଜି ଥିଲା ହାତ ଯୋଡିବାର – ଯାହା ସୂଚାଇଛି, ସେ ସମସ୍ତ RCB ପ୍ରଶଂସକଙ୍କୁ ତାଙ୍କର ହୃଦୟର କୃତଜ୍ଞତା ପ୍ରଦାନ କରୁଛନ୍ତି।

RCB IPL ଫାଇନାଲକୁ ସମ୍ପୂର୍ଣ୍ଣ ଏକପାଖିଆ ପ୍ରତିଯୋଗିତାରେ ପରିଣତ କରିଥିଲା। ଟସ ଜିତିବା ପରେ RCB ଅଧିନାୟକ ରଜତ ପାଟିଦାର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ନିଷ୍ପତ୍ତିଟି ବୁଦ୍ଧିମାନ ପ୍ରମାଣିତ ହୋଇଥିଲା, କାରଣ RCB ଗୁଜୁରାଟ ଟାଇଟାନ୍ସକୁ ମୋଟ ମାତ୍ର ୧୫୫ ରନରେ ସୀମିତ କରିଥିଲା। ଜବାବରେ RCB ଟାର୍ଗେଟକୁ ପିଛା କରି ମାତ୍ର ୧୮ ଓଭରରେ ୧୬୧ ରନ କରି ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍‌ରେ ବିରାଟ କୋହଲି ଏକ କମାଣ୍ଡିଂ ଇନିଂସ ଖେଳିଥିଲେ, ୪୨ ବଲ୍‌ରେ ଅପରାଜିତ ୭୫ ରନ କରିଥିଲେ। ଗୁଜରାଟ ପାଇଁ ୱାଶିଂଟନ ସୁନ୍ଦର ସର୍ବାଧିକ ସ୍କୋରର ଥିଲେ। ସେ ୧୭ ବଲରେ ୫୦ ରନର ଅପରାଜିତ ଇନିଂସ ଖେଳିଥିଲେ।

 

View this post on Instagram

 

A post shared by AnushkaSharma1588 (@anushkasharma)

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବାବେଳେ ଘର ମାଲିକାଣୀଙ୍କୁ ବାହାର ପଟୁ ଶିକୁଳି ମାରି ୪ ଛେଳି ଧରି ଛୁ, ସକାଳୁ ଉଠି ଦେଖିଲା ବେଳକୁ…

ପାଟଣା ,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଜଗନ୍ନାଥ ବାରିକଙ୍କ ଘର ଭିତରୁ…

ବୃଦ୍ଧ, ଗୁରୁତର ଅସୁସ୍ଥ କଏଦୀଙ୍କ ପାଇଁ ଖୁସି ଖବର: ସୁପ୍ରିମକୋର୍ଟ ଜାରି କଲେ ନୂଆ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୭।୭: ଦେଶର ବିଭିନ୍ନ ଜେଲ୍‌ରେ ବନ୍ଦୀ ଥିବା ବୃଦ୍ଧ, ଗୁରୁତର ଅସୁସ୍ଥ ଏବଂ ଅକ୍ଷମ କଏଦୀମାନଙ୍କ ପାଇଁ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ସମସ୍ତ ରାଜ୍ୟ…

ଛାତ୍ରଙ୍କ ସ୍କୁଲ ବ୍ୟାଗ୍‌ରେ ନାଗ ସାପ, ଖୋଲିବା ମାତ୍ରେ କଲା ସୁ ସୁ ଗର୍ଜନ, ଭିଡିଓ ଦେଖିଲେ…

ଭୋପାଳ,୧୭ା୭: ମଧ୍ୟପ୍ରଦେଶର ସାଗର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଛାତ୍ରଙ୍କ ବ୍ୟାଗରୁ ହଠାତ୍‌ ଏକ ସାପ ବାହାରିଲା। ବିଷାକ୍ତ ସାପ ଦେଖିବା ପରେ…

ମର୍ମନ୍ତୁଦ ଦୁର୍ଘଟଣା; ସ୍କୁଲ ଭ୍ୟାନକୁ ପିଟିଲା ପାସେଞ୍ଜର ଟ୍ରେନ, ୨ ଛାତ୍ରଙ୍କ ସମେତ ୩ ମୃତ

କୋଲକାତା,୧୭।୭:ପଶ୍ଚିମବଙ୍ଗର ମୁର୍ଶିଦାବାଦ ବରହମପୁରରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି । ପିଲାମାନଙ୍କୁ ନେଇ ଯାଉଥିବା ଏକ ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଟ୍ରେନ୍ । ଏହି…

ପ୍ରେମ ବିବାହର ୩ ବର୍ଷ ପରେ ବଦଳିଗଲା ସ୍ବାମୀର ମନ, ଖାଇବାକୁ ଦେବା ବାହାନାରେ ପାହାଡ଼କୁ ନେଇ କାଟିଦେଲେ….

ଭୋପାଳ,୧୭।୭: ମଧ୍ୟପ୍ରଦେଶର ଦେବାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ତାଙ୍କ ନିଜ ପତ୍ନୀଙ୍କୁ ନିର୍ମମ ଭାବରେ ଆକ୍ରମଣ କରିଥିବା ନେଇ…

ସତ ହେଲା ମାହିଙ୍କ ଭବିଷ୍ୟବାଣୀ! ସ୍ପେନ-ଆର୍ଜେଣ୍ଟିନା ଫାଇନାଲ ପୂର୍ବରୁ ହଇଚଇ ସୃଷ୍ଟି କଲା ଧୋନୀଙ୍କ ୧୦ ବର୍ଷ ତଳର ପୋଷ୍ଟ

ନୂଆଦିଲ୍ଲୀ,୧୭।୭: ଫିଫା ବିଶ୍ୱକପ ୨୦୨୬ର ଆଭିମୁଖ୍ୟ ସ୍ପଷ୍ଟ ହୋଇସାରିଛି। ଚଳିତ ସଂସ୍କରଣର ମେଗା ଫାଇନାଲ ମ୍ୟାଚରେ ଦୁଇ ଶକ୍ତିଶାଳୀ ଦଳ ସ୍ପେନ ଏବଂ ଆର୍ଜେଣ୍ଟିନା ମୁହାଁମୁହିଁ ହେବାକୁ…

ଉଲଗ୍ନ ହୋଇ ରାସ୍ତାରେ ଦୌଡ଼ିଲେ ଯୁବକ: ଭିଡିଓ ଭାଇରାଲ ପରେ ଅଞ୍ଚଳରେ ଚାଞ୍ଚଲ୍ୟ

ନାଗୌର,୧୭।୭: ରାଜସ୍ଥାନର ନାଗୌର ଜିଲାରେ ଜଣେ ଯୁବକ ଉଲଗ୍ନ ଅବସ୍ଥାରେ ରାସ୍ତାରେ ଦୌଡ଼ୁଥିବାର ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଘଟଣାକୁ…

ବଣ ବିଲୁଆ ଆତଙ୍କ: ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି

ନୂଆପଡ଼ା,୧୭ା୭ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ୍‌ ବେଲଟୁକୁରି ଥାନା ଅନ୍ତର୍ଗତ ଭାଲେଶ୍ୱର ପଞ୍ଚାୟତ ଅଞ୍ଚଳରେ ବଣ ବିଲୁଆ ଆତଙ୍କ ଦେଖାଦେଇଛି। ସପ୍ତାହକ ମଧ୍ୟରେ ବିଲୁଆ କାମୁଡ଼ାରେ ୪ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri