୪ ବର୍ଷରେ ବନ୍ଦ ହୋଇଥିଲା ଆର୍‌ଏଓ୍ବାଇ : ୭ ସହରରୁ ୩ ସହରରେ ପ୍ରକଳ୍ପ ଶୂନ

ଭୁବନେଶ୍ୱର, ୨୬।୭(ବ୍ୟୁରୋ) : ରାଜୀବ ଆବାସ ଯୋଜନା(ଆର୍‌ଏଓ୍ବାଇ) ୨୦୧୧ରୁ ଆରମ୍ଭ ହୋଇ ୨୦୧୫ ଜୁନ୍‌ ମାସରେ ବନ୍ଦ ହୋଇଯାଇଥିଲା। ଓଡିଶାର ୭ଟି ସହରକୁ ଏହି ଯୋଜନାରେ ସାମିଲ କରାଯାଇଥିଲା। ଏହି ସମୟ ମଧ୍ୟରେ ରାଜ୍ୟର ସାମିଲ ହୋଇଥିବା ୭ ସହର ମଧ୍ୟରୁ ସମ୍ବଲପୁର, ରାଉରକେଲା ଓ ପୁରୀରେ ଏହି ଯୋଜନାରେ କୌଣସି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରିଲାନାହିଁ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାନସଭାରେ ଗତ ୨୩ତାରିଖରେ ପଚାରିଥିବା ଏକ ପ୍ରଶ୍ନର ଲିଖିତ ଉତ୍ତର ରଖି ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ ଦର୍ଶାଇଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ରାଜ୍ୟର ୭ଟି ସହର ଯଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଯାଜପୁର ଏବଂ ପୁରୀରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଏହା ମଧ୍ୟରୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ଯାଜପୁରରେ ଯୋଜନା ଅନ୍ତର୍ଗତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରିଥିଲା। ଅନ୍ୟ ୩ଟି ସହରରେ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଯୋଜନାଟି ପୂର୍ବ ନିର୍ଦ୍ଧାରିତ ସମୟ ଆଗରୁ ବନ୍ଦ କରିଦିଆଯାଇଥିଲା। ରାଜଧାନୀ ସମେତ ରାଜ୍ୟର ଅନ୍ୟ ପୌରାଞ୍ଚଳରେ ରାଜୀବ ଆବାସ ଯୋଜନାରେ ଘର ପାଇବା ପାଇଁ କେତେଗୁଡିଏ ମାନଦଣ୍ଡ ରହିଥିଲା। ଏଥି ମଧ୍ୟରେ ହିତାଧିକାରୀଙ୍କ ସହରାଞ୍ଚଳରେ ପକ୍କା ଘର ନ ଥିବ ଏବଂ ସେ ବସ୍ତିବାସିନ୍ଦା ହୋଇଥିବେ। ଗୃହ ସମ୍ପ୍ରସାରଣ ନିମନ୍ତେ ହିତାଧିକାରୀ ବସ୍ତି ଅଞ୍ଚଳର ଏଭଳି ଗରିବ ଲୋକ ହୋଇଥିବା ଆବଶ୍ୟକ ଯାହାଙ୍କର ୨୧ ସ୍କୋୟାର ମିଟରରୁ କମ୍‌ ଅଞ୍ଚଳରେ ପକ୍କାଘର ଥିବ, ସହରର ବସ୍ତି ଅଞ୍ଚଳରେ ଭଡା ଘରେ ରହୁଥିବା ବ୍ୟକ୍ତି, ଶ୍ରମଜୀବୀ, ସହରକୁ ସାମୟିକ ଭାବେ କର୍ମ ସଂସ୍ଥାନ ପାଇଁ ଆସୁଥିବା ବ୍ୟକ୍ତିବିଶେଷ ଏବଂ ଗୃହହୀନ ବ୍ୟକ୍ତି ଯୋଗ୍ୟ ହିତାଧିକାରୀଭାବେ ବିବେଚିତ ହେଉଥିବେ ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି। ହେଲେ କେନ୍ଦ୍ର ସରକାର କରିଥିବା ଏହି ଯୋଜନା ବହୁତ ଶୀଘ୍ର ଅଚଳ ଅବସ୍ଥାକୁ ଚାଲିଯାଇଥିଲା। ୨୦୧୧ରୁ ଡିମାଣ୍ଡ ସର୍ଭେ କରାଯାଇ ଲୋକଙ୍କୁ ଘର ମିଳିବା ବେଳକୁ ଏହା ବନ୍ଦ ହେବା ସ୍ଥିତିକୁ ଚାଲିଯାଇଥିଲା। ୨୦୨୨ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଉପା ସରକାର ଲକ୍ଷ୍ୟ ରଖିଥିଲେ। ମାତ୍ର ୨୦୧୪ରେ ଭାଜପା କେନ୍ଦ୍ରରେ ସରକାରକୁ ଆସିବା ପରେ ଏହି ଯୋଜନା ପାଇଁ ନୂଆ ପ୍ଲାନକୁ ଅନୁମତି ଦେଲାନାହିଁ। ଅନ୍ୟପଟେ ୨୦୧୧ରୁ ୨୦୧୫ ପର୍ଯ୍ୟନ୍ତ ଏହି ଯୋଜନା ଚାଲିଥିବା ବେଳେ ଏହି ସମୟ ମଧ୍ୟରେ ୪ ସହରରେ ଏହି ଯୋଜନାରେ ମାତ୍ର ୧୧ହଜାର ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ସରକାରୀ ସ୍ତରରୁ ଜଣାପଡିଛି।
ଏହାପରେ କେନ୍ଦ୍ରର ଭାଜପା ସରକାର ୨୦୧୫ରେ ଏହି ଯୋଜନାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରୀ) ଆଣିଥିଲେ। ଏହି ଯୋଜନାରେ ଦେଶର ସମସ୍ତ ସହରରେ ଥିବା ବସ୍ତି ଏବଂ ଅଣବସ୍ତି ଅଞ୍ଚଳର ଗରିବ ଲୋକଙ୍କୁ ଘର ଦେବାକୁ ବ୍ୟବସ୍ଥା କରାଯାଇଛି। ଓଡିଶାର ବର୍ତ୍ତମାନ ୧୧୪ଟି ସହରକୁ ସାମିଲ କରାଯାଇଛି। ୨୦୧୫ରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧ଲକ୍ଷ ୨୭ ହଜାର ଲୋକଙ୍କୁ ଘର ମିଳିଥିବା ଜଣେ ସରକାରୀ ଅଧିକାରୀଙ୍କଠାରୁ ଜଣାପଡିଛି।
ସୂଚନାଯୋଗ୍ୟ,କେନ୍ଦ୍ରରେ ଉପା ସରକାର ଥିବାବେଳେ ରାଜୀବ ଆବାସ ଯୋଜନା ଆଣିଥିଲେ। ଉପା ସରକାର ଦେଶର କେତେଗୁଡିଏ ସହରର ବସ୍ତି ଅଞ୍ଚଳକୁ ମୁକ୍ତ କରିବାକୁ ଚାହିଁଥିଲେ। ଏହି ଯୋଜନା ମାଧ୍ୟମରେ ମୁଖ୍ୟତଃ ନିର୍ଦ୍ଦିଷ୍ଟ କେତେଗୁଡିଏ ସହରର ବସ୍ତି ଅଞ୍ଚଳରେ ବସବାସ କରୁଥିବା ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାର ଚିନ୍ତା କରିଥିଲେ। ଏହି ଯୋଜନାରେ କେନ୍ଦ୍ର ୫୦ପ୍ରତିଶତ ଅର୍ଥ ଦେଉଥିବା ବେଳେ ରାଜ୍ୟ ସରକାର ୩୦ ପ୍ରତିଶତ ଭାଗ ଦେଉଥିଲେ। ଏହାଛଡା ୨୦ ପ୍ରତିଶତ ଅର୍ଥ ପୌରପାଳିକା ଦେଉଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଏହି ଯୋଜନାରେ ଭିନ୍ନଭିନ୍ନ ସହର ପାଇଁ ଅଲଗା ଅଲଗା ଅର୍ଥ ବ୍ୟବସ୍ଥା ରଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri