ରାଜ୍ୟରେ ୮୫ ଲକ୍ଷ ବେକାରି, ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି ଯୁବଗୋଷ୍ଠୀ : ନରସିଂହ

ଭୁବନେଶ୍ୱର,୨୬ା୭(ବ୍ୟୁରୋ) : ରାଜ୍ୟରେ ଉତ୍କଟ ହେଉଛି ବେକାରି ସମସ୍ୟା। ନିଯୁକ୍ତି ନ ପାଇ ବେକାର ଯୁବକ ଡ୍ରଗ ଆଡିକ୍ଟେଡ ହେବା ସହ ବ୍ରାଉନସୁଗାର ଚୋରା ବେପାରରେ ଲିପ୍ତ ରହୁଛନ୍ତି। ଚାକିରି ନ ପାଇ ଦେଶର ମାନବ ସମ୍ବଳ ପଥ ଭ୍ରଷ୍ଟ ହେଉଛିି। ରାଜ୍ୟରେ ଦୀର୍ଘ ୨୦ ବର୍ଷ ଶାସନ କରୁଥିବା ରାଜ୍ୟ ସରକାର ବେକାର ଯୁବତୀ ଯୁବକଙ୍କୁ ନିଯୁକ୍ତି ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟରେ ୮୫ ଲକ୍ଷ ବେକାରି ଅଛନ୍ତି। କୃଷି କ୍ଷେତ୍ରଠାରୁ ଆରମ୍ଭ କରି ସରକାରୀ ଚାକିରିରେ ମାଳ ମାଳ ପଦବୀ ଖାଲି ପଡ଼ିଛି। ସରକାର ଏହାକୁ ଗୁରୁତ୍ୱର ସହ ନ ନେଲେ ଆଗାମୀ ଦିନରେ ଶାସକ କିମ୍ବା ବିରୋଧୀ କେହି ହେଲେ ବର୍ତ୍ତିପାରିବେ ନାହିଁ। ବିରୋଧୀ ଦଳ ମୁଲତବୀ ଆଲୋଚନା ବେଳେ ଏମିତି ଚେତାବନୀ ଦେଇଛନ୍ତି ସରକାରଙ୍କୁ।
ରାଜ୍ୟରେ ଉତ୍କଟ ବେକାରି ସମସ୍ୟାକୁ ନେଇ ବିରୋଧୀ ଦଳ ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି। ସେ କହିଛନ୍ତି, ବିଜେଡି ୨୦ ବର୍ଷ ହେବ ଶାସନ କରୁଥିବା ବେଳେ ରାଜ୍ୟରେ ବେକାରି ସମସ୍ୟା ବଢ଼ି ଚାଲିଛି। ଏହି ସମସ୍ୟାର ସମାଧାନ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। କେନ୍ଦ୍ରର ଏନଡିଏ ସରକାର ବର୍ଷକୁ ୨ କୋଟି ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ୫ ବର୍ଷରେ ୧୦ କୋଟିଙ୍କୁ ନିଯୁକ୍ତି ଦେବା କଥା। ଏହି ସମୟରେ ୪୫ ବର୍ଷର ବେକାରି ସମସ୍ୟା ରେକର୍ଡ ଭାଙ୍ଗିଛି। ୨୦୧୭-୧୮ରେ ଦେଶରେ ବେକାରି ସମସ୍ୟା ୬.୧ ପ୍ରତିଶତ ବୃଦ୍ଧି ହୋଇଛି। ବିମୁଦ୍ରୀକରଣ ପରେ ବେକାରି ଆହୁରି ବଢିଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ବହୁ ପଦବୀ ଖାଲି ରହିଥିଲେ ମଧ୍ୟ ସେଗୁଡ଼ିକୁ ପୂରଣ କରାଯାଉ ନାହିଁ। ସ୍ବାସ୍ଥ୍ୟ ବିଭାଗରେ ୫୪,୦୮୮ ମଞ୍ଜୁରୀ ପଦବୀ ଥିବାବେଳେ ସେଥିରୁ ୧୬,୦୭୧ଟି ପଦବୀ ଖାଲି ରହିଛି। ସେହିପରି ସ୍କୁଲ ଓ ଗଣଶିିକ୍ଷା ବିଭାଗରେ ମଞ୍ଜୁରୀ ପଦବୀ ୨ ଲକ୍ଷ ୧୬ ହଜାର ୭୪ ଥିବାବେଳେ ସେଥିରୁ ୩୦ ହଜାର ପଦବୀ, ପୂର୍ତ୍ତ ବିଭାଗରେ ୧୦,୪୩୫ ପଦବୀ ଥିବାବେଳେ ୩,୪୮୦ ପଦବୀ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ୭,୫୪୪ଟି ପଦବୀରୁ ୨,୮୬୭ ପଦବୀ ଖାଲି ରହିଛି। ଏହିପରି ସରକାରୀ ସଂସ୍ଥାରେ ୫ ଲକ୍ଷ ୮୩ ହଜାର ପଦବୀରୁ ୧ ଲକ୍ଷ ୩୧ ହଜାର ୫୧୮ ପଦବୀ ଖାଲି ରହିଛି। କୃଷି କ୍ଷେତ୍ରରେ ମଧ୍ୟ ୨୫ ଲକ୍ଷ ଲୋକ କାମଧନ୍ଦା ପାଉ ନାହାନ୍ତି। ଯୁବତୀ ଯୁବକମାନେ ଚାକିରି ନ ପାଇ କୁବାଟରେ ଯାଉଛନ୍ତି ବୋଲି ନରସିଂହ ଚେତାଇ ଦେଇଛନ୍ତି।
ଭାଜପା ସଭ୍ୟ ବିଷ୍ଣୁଚରଣ ସେଠୀ ରାଜ୍ୟରେ ବଢୁଥିବା ବେକାରି ସମସ୍ୟାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ନିଯୁକ୍ତି ଓ କାମଧନ୍ଦା ନ ପାଇ ବହୁଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲି ଯାଉଛନ୍ତି। ୨୦୦୭-୦୮ରେ ୧କୋଟି ୧୪ ଲକ୍ଷ ଲୋକ ଦାଦନ ଖଟିବାକୁ ଓଡ଼ିଶା ବାହାରକୁ ଯାଇଛନ୍ତି। ୧୫ରୁ ୫୯ ବର୍ଷର ୮୪ ଲକ୍ଷ ବେକାରି ରହିଛନ୍ତି। ୨୦୧୧ ଜନଗଣନା ଅନୁଯାୟୀ ସମୁଦାୟ ଜନସଂଖ୍ୟାର ୫୮.୨ ପ୍ରତିଶତ ଲୋକ ବେକାର। ସରକାରଙ୍କ ନିୟୋଜନ କାର୍ଯ୍ୟାଳୟରେ ୩୫.୪ ଲକ୍ଷ ବେକାରି ନାମ ପଞ୍ଜୀକୃତ କରିଛନ୍ତି। ବେକାର ଯୁବତୀ ଯୁବକଙ୍କୁ ଆଉଟସୋର୍ସରେ ରଖି ୮ ମାସ ପରେ ବିଦା କରାଯାଉଛି। ପୋଲିସ ଅଧିକାରୀ ପୁଅ ଛିନତାଇରେ ଧରାପଡୁଛନ୍ତି। ସରକାର ଏହାକୁ ଗମ୍ଭୀରତାର ସହ ନିଅନ୍ତୁ ବୋଲି କହିଥିଲେ। ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ, ଗଣେଶ ରାମସିଂ ଖୁଣ୍ଟିଆ ଏବଂ କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ରାଜ୍ୟରେ ବଢୁଥିବା ବେକାରି ସମସ୍ୟାକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଦୃଷ୍ଟି ଆକର୍ଷଣକାରୀ ପ୍ରସ୍ତାବରେ ବିଜେଡି ସଭ୍ୟ ଅଶ୍ୱିନୀ ପାତ୍ର, ପ୍ରମୋଦ ମଲ୍ଲିକ, ସତ୍ୟନାରାୟଣ ପ୍ରଧାନ ଏବଂ ସୁବାସ ଚନ୍ଦ୍ର ବେହେରା କହିଥିଲେ ବେକାରି ସମସ୍ୟା କେବଳ ଓଡ଼ିଶାର ନୁହେଁ। ସାରା ଭାରତ ବର୍ଷରେ ଏହି ସମସ୍ୟା ଉତ୍କଟ ହୋଇଛି। ଓଡ଼ିଶାରୁ କାହିଁକି ବିହାର, ଉତ୍ତରପ୍ରଦେଶ, ଗୁଜରାଟରୁ ମଧ୍ୟ ଲୋକମାନେ ଅନ୍ୟ ରାଜ୍ୟକୁ କାର୍ଯ୍ୟ ଅନ୍ବେଷଣରେ ଯାଉଛନ୍ତି। ବେକାରି ଯୁବତୀ ଯୁବକଙ୍କୁ ଆତ୍ମନିଯୁକ୍ତି ପାଇଁ ଦକ୍ଷତା ବିକାଶ ତାଲିମ ଦିଆଯାଉଛି। ୨୦୦୦ ମସିହାରେ ରାଜ୍ୟରେ ୨୩ଟି ଆଇଟିଆଇ ଥିବାବେଳେ ଏବେ ଏହା ୪୯କୁ ବୃଦ୍ଧି ପାଇଛି। ବେକାରିଙ୍କୁ କର୍ମସଂସ୍ଥାନ ଯୋଗାଇବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଥିଲେ। ମୁଲତବୀ ଆଲୋଚନା ଜବାବରେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି ଯେ ରାଜ୍ୟ ସରକାର ବେକାରି ସମସ୍ୟା ଦୂର କରିବା ସହ ଆତ୍ମନିଯୁକ୍ତି ଦେବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଗଠନ କରିଛନ୍ତି। ବେକାରି ଯୁବତୀ ଯୁବକଙ୍କୁ କୁଶଳୀ ଓ ଦକ୍ଷତା ବୃଦ୍ଧି ପାଇଁ ଦକ୍ଷତା ବିକାଶ ତାଲିମ ପ୍ରଦାନ କରୁଛନ୍ତି। ବେକାର ସମସ୍ୟା ଦୂର କରିବାକୁ ବିଧାୟକମାନଙ୍କ ପରାମର୍ଶ ନିଆଯାଇ ଏକ ରୋଡ ମ୍ୟାପ ପ୍ରସ୍ତୁତ କରାଯିବ। ଏହାଛଡା ବେକାରିମାନଙ୍କୁ ଆତ୍ମନିଯୁକ୍ତି ଦେବା ସକାଶେ ମୁଖ୍ୟମନ୍ତ୍ରୀ ନିଯୁକ୍ତି କାର୍ଯ୍ୟକ୍ରମ, ପ୍ଲେସମେଣ୍ଟ ଟ୍ରେନିଂ ପ୍ରୋଗ୍ରାମ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି। ଭୁବନେଶ୍ୱରଠାରେ ମଧ୍ୟ ଏକ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରିବା ଯୋଜନା ରହିଛି। ୩୯ଟି ଦକ୍ଷତା ବିକାଶ କେନ୍ଦ୍ର ମାଧ୍ୟମରେ ଯୁବତୀ ଯୁବକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?