ଯୁକ୍ତ ୨ ପଢ଼ିବାକୁ ଆଗ୍ରହ ଦେଖାଉନାହାନ୍ତି ଛାତ୍ରୀଛାତ୍ର : ବଢୁଛି କଲେଜ, କମୁଛନ୍ତି ପିଲା

ଭୁବନେଶ୍ୱର, ୨୬।୭(ବ୍ୟୁରୋ) : ରାଜ୍ୟରେ ପ୍ରତିବର୍ଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ୨ କଲେଜ ସଂଖ୍ୟା ବଢୁଛି। ହେଲେ ସେହି ଅନୁପାତରେ ପିଲା ହେଉନାହାନ୍ତି। ମାଟ୍ରିକ୍‌ରେ ପାସ୍‌ ହାର ହ୍ରାସ ସାଙ୍ଗକୁ ସାଧାରଣ ପାଠ୍ୟକ୍ରମରେ ପିଲାଙ୍କ ଅନାଗ୍ରହ ଯୋଗୁ ପ୍ରତିବର୍ଷ ଲକ୍ଷାଧିକ ସିଟ୍‌ ଖାଲିପଡୁଛି। ୪ରୁ ୫ବର୍ଷ ତଳେ ୧୪୦୦ ଯୁକ୍ତ ୨ କଲେଜ ରହିଥିବା ବେଳେ ଏବେ କଲେଜ ସଂଖ୍ୟା ୧୬୦୦ ଟପିଲାଣି। ତେବେ ସ୍ଥିତିରେ କିଛି ବି ସୁଧାର ଆସୁନି। କିଛିବର୍ଷ ତଳେ ଜାରି ରହିଥିବା ସ୍ଥିତି ଏଥର ଆହୁରି ଭୟଙ୍କର ହୋଇଯାଇଛି। ଏହା ମଧ୍ୟରେ ଯୁକ୍ତ ୨ ପାଇଁ ଦୁଇଟି ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି। ଗୁରୁବାରଠାରୁ ସ୍ପଟ୍‌ ଆଡ୍‌ମିଶନ ଆରମ୍ଭ ହୋଇଛି। ତେବେ ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ଥିବା ୧୯୮୪ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ୨ କଲେଜ), ସେଲ୍‌ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ କଲେଜରେ ମୋଟ ୪ ଲକ୍ଷ ୪୮ ହଜାର ୪୫୧ ସିଟ୍‌ ରହିଛି। ସେଥିମଧ୍ୟରୁ ୩ ଲକ୍ଷ ୧୦ ହଜାର ୭୬୯ ସିଟ୍‌ ପୂରଣ ହୋଇଛି। ଏବେବି ଆହୁରି ୧ ଲକ୍ଷ ୩୭ ହଜାର ୬୮୨ ସିଟ୍‌ ଖାଲିପଡ଼ିଛି।
କଳା ବିଭାଗରେ ୨ ଲକ୍ଷ ୩୯ ହଜାର ୬୬ଟି ସିଟ୍‌ ରହିଥିବା ବେଳେ ସେଥିମଧ୍ୟରୁ ୨ଲକ୍ଷ ୪ ହଜାର ୪୬୪ ସିଟ୍‌ ପୂରଣ ହୋଇଛି। ଆହୁରି ୩୪, ୬୦୨ ସିଟ୍‌ ଖାଲିପଡ଼ିଛି। ସେହିଭଳି ବିଜ୍ଞାନ ବିଭାଗରେ ସର୍ବାଧିକ ସିଟ୍‌ ଖାଲି ରହିଛି। ବିଜ୍ଞାନରେ ମୋଟ ୧ଲକ୍ଷ ୪୪ ହଜାର ୨୨୨ ସିଟ୍‌ ରହିଥିବା ବେଳେ ୭୬, ୨୩୩ଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ଆହୁରି ୬୭ ହଜାର ୯୮୯ ସିଟ୍‌ ବଳକା ରହିଛି। ଅନୁରୂପ ଭାବେ ବାଣିଜ୍ୟ ବିଭାଗରେ ୫୦ ପ୍ରତିଶତରୁ ଅଧିକ ସିଟ୍‌ ବଳକା ରହିଛି। ମୋଟ ୪୪, ୫୧୫ ସିଟ୍‌ ମଧ୍ୟରୁ ୨୦, ୬୧୪ ସିଟ୍‌ ପୂରଣ ହୋଇଛି। ଆହୁରି ୨୩, ୯୦୧ ସିଟ୍‌ ଖାଲି ରହିଥିବା ଜଣାପଡ଼ିଛି। ସଂସ୍କୃତରେ ଥିବା ୧୧, ୩୧୨ ସିଟ୍‌ ମଧ୍ୟରୁ ମାତ୍ର ୫, ୪୬୦ ସିଟ୍‌ ପୂରଣ ହୋଇଛି ଓ ୫ , ୮୫୨ ସିଟ୍‌ ଖାଲି ରହିଛି। ତେବେ ଧନ୍ଦାମୂଳକ ଶିକ୍ଷାରେ ଅଧିକ ପ୍ରତିଶତ ସିଟ୍‌ ଖାଲିରହିଛି। ଏହି ବିଭାଗରେ ୯, ୩୩୬ ସିଟ୍‌ ରହିଥିବା ବେଳେ ୩, ୯୯୮ ପୂରଣ ହୋଇଛି। ଏବେ ବି ୫, ୩୩୮ ସିଟ୍‌ ଖାଲି ପଡ଼ିଥିବା ସାମ୍‌ସ ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ କରାଯାଇଛି।
ଅନ୍ୟପକ୍ଷରେ ବାଣିଜ୍ୟ ପଢିବାକୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆଉ ପୂର୍ବଭଳି ଆଗ୍ରହ ଦେଖିବାକୁ ମିଳୁନି। ଏହି ବିଭାଗରେ ବହୁ ସିଟ୍‌ ଖାଲିପଡୁଛି। ଏହାକୁ ନେଇ କଲେଜ କର୍ତ୍ତୃପକ୍ଷ ମଧ୍ୟ ଚିନ୍ତାରେ ପଡିଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ବୌଦ୍ଧ ଜିଲାରେ ବାଣିଜ୍ୟରେ ମାତ୍ର ୫ ଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ଏଠାରେ ମୋଟ ୧୨୮ ସିଟ୍‌ ରହିଥିବା ବେଳେ ୧୨୩ ସିଟ୍‌ ଏବେ ବି ଖାଲିପଡ଼ିଛି। ଦେବଗଡ଼ ଜିଲାରେ ବାଣିଜ୍ୟ ବିଭାଗରେ ମାତ୍ର ୬୪ ସିଟ୍‌ ରହିଛି। ସେଥିମଧ୍ୟରୁ ୨୦ଟି ପୂରଣ ହୋଇଥିବା ବେଳେ ୪୪ ଖାଲିପଡ଼ିଛି। ସୋନପୁର ଜିଲାରେ ବି ବାଣିଜ୍ୟରେ ଥିବା ୩୭୯ ସିଟ୍‌ ମଧ୍ୟରୁ ୯୪ ପୂରଣ ହୋଇଛି। ୨୮୫ ଏବେବି ଫାଙ୍କା ପଡ଼ିଛି। ଏପଟେ କନ୍ଧମାଳ ଜିଲାରେ ବିଜ୍ଞାନରେ ଥିବା ୧୩୩୮ ସିଟ୍‌ ମଧ୍ୟରୁ ମାତ୍ର ୩୬୮ ପୂରଣ ହୋଇଥିବା ବେଳେ ୯୭୦ ସିଟ୍‌ ଖାଲିରହିଛି। ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷା ବିଭାଗରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ଅଧିକାଂଶ ଜିଲାରେ ୧୦ ପ୍ରତିଶତ ସିଟ୍‌ ବି ପୂରଣ ହୋଇପାରିନାହିଁ। ୨୭ ତାରିଖ ପର୍ଯ୍ୟନ୍ତ ସ୍ପଟ୍‌ ନାମଲେଖା ଚାଲିବାକୁ ଥିବାରୁ ଆଉ କିଛି ସିଟ୍‌ ପୂରଣ ହେବ ବୋଲି ଆଶା କରାଯାଉଛି। ଜୁଲାଇ ୨୯ରୁ ଯୁକ୍ତ ୨ ପ୍ରଥମବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?