୪ ପଲିଥିନ ଫ୍ୟାକ୍ଟ୍ରିରେ ବିଏମ୍‌ସିର ଚଢ଼ାଉ

ଭୁବନେଶ୍ୱର,୨୯।୧ (ବ୍ୟୁରୋ):ସରକାର ପଲିଥିନ ଓ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ କଟକଣା ଲଗାଇବା ସହ ଏହାର ଉପତ୍ାଦନକୁ ନିୟନ୍ତ୍ରିତ କରିବାରେ ପଦକ୍ଷେପ ନେଉଛନ୍ତି। ହେଲେ କେତେକ ପଲିଥିନ୍‌ ଫ୍ୟାକ୍ଟ୍ରି ବା କାରଖାନାରେ ଏବେ ବି ବେଆଇନ କାରବାର କରୁଥିବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନଜରକୁ ଆସିଛି। ଏଥିପାଇଁ ସେଗୁଡ଼ିକୁ ନିୟମିତ ଭାବେ ଯାଞ୍ଚ କରିବା ସହ ପଲିଥିନ ୫୦ ମାଇକ୍ରୋନ୍‌ ତଳକୁ ରହିଛି କି ନାହିଁ, ଫ୍ୟାକ୍ଟ୍ରିର ଲାଇସେନ୍ସ, ପ୍ରଦୂଷଣ ବୋର୍ଡରୁ ପ୍ରମାଣପତ୍ର ମିଳିଛି କି ନାହିଁ ଆଦି ଯାଞ୍ଚ କରୁଛନ୍ତି। ଏ ନେଇ ମଙ୍ଗଳବାର ସ୍ଥାନୀୟ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବିଏମ୍‌ସି, ବିଡିଏ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପୋଲିସ ବିଭାଗର ସମନ୍ବୟରେ ଗଢାଯାଇଥିବା ସ୍ବତନ୍ତ୍ର ସ୍କ୍ବାଡ ୪ଟି ପଲିଥିନ୍‌ କାରଖାନା ଉପରେ ଚଢ଼ାଉ କରିଥିବା ବିଏମ୍‌ସି ପକ୍ଷରୁ ଜଣାପଡ଼ିଛି।
ସୂଚନାନୁଯାୟୀ, ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବେଆଇନ ଭାବେ ପଲିଥିନ ଫ୍ୟାକ୍ଟ୍ରି କାର୍ଯ୍ୟକ୍ଷମ ଥିବା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଜାଣିବାକୁ ପାଇଥିଲେ। ଏହାକୁ ଯାଞ୍ଚ ପାଇଁ ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକଙ୍କୁ କମିଶନର ନିର୍ଦ୍ଦେଶ ଦେଇଥିଲେ। ଏହିକ୍ରମେ ଉତ୍ତର ଜୋନର ଜୋନାଲ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟିଙ୍କ ନେତୃତ୍ୱରେ ପୂର୍ବାହ୍ନରେ ୨ଟି ଓ ଅପରାହ୍ନରେ ୨ଟି କାରଖାନା ଉପରେ ସ୍କ୍ବାଡ ଯାଞ୍ଚ କରିଥିଲେ। ପୂର୍ବାହ୍ନରେ ଯାଞ୍ଚ ହୋଇଥିବା ୨ଫ୍ୟାକ୍ଟ୍ରି ପଲିକେମ୍‌ ଇଣ୍ଡିଆ ଏବଂ ନନ୍ଦିମେଟାଲ୍‌ ରୋଲିଂ ମିଲ୍ସରେ ଉଭୟ ୫୦ ମାଇକ୍ରୋନ୍‌ରୁ ଅଧିକ ଏବଂ କମ୍‌ ଉତ୍ପାଦନ ହେଉଥିବା ଜଣାପଡ଼ିଥିଲା। ରାଜ୍ୟ ପ୍ରଦୂଷଣ ବୋର୍ଡରୁ ଆସିଥିବା ଅଭିଜ୍ଞଙ୍କ ଦ୍ୱାରା ନିର୍ଦ୍ଧାରିତ ଯନ୍ତ୍ର ସାହାଯ୍ୟରେ କାରଖାନାରେ ମହଜୁଦ ଥିବା ପ୍ରସ୍ତୁତ ସାମଗ୍ରୀକୁ ପରୀକ୍ଷା କରାଯାଇ କେଉଁଗୁଡ଼ିକ ୫୦ମାଇକ୍ରୋନ୍‌ରୁ କମ୍‌ ତାହା ଚିହ୍ନଟ ହୋଇଥିଲା। ସମ୍ପୃକ୍ତ କାରଖାନାଦ୍ୱୟ ପ୍ରାୟ ଦଶ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଚାଲୁ ରହିଥିବାବେଳେ ଏହାର ଟ୍ରେଡ୍‌ ଲାଇସେନ୍ସ, ରାଜ୍ୟ ପ୍ରଦୂଷଣ ବୋର୍ଡରୁ କୌଣସି ପ୍ରକାର ପଞ୍ଜୀକରଣ ନ ଥିବା ଜଣାପଡ଼ିଥିଲା। ଫ୍ୟାକ୍ଟ୍ରି ଦୁଇଟି କେବଳ ଜିଲା ଶିଳ୍ପକେନ୍ଦ୍ରରେ ପଞ୍ଜୀକୃତ ହୋଇ ନିଜର ବ୍ୟବସାୟ ଚଳାଇଥିବା ନଜରକୁ ଆସିଛି।
ଉଲ୍ଲେଖଯୋଗ୍ୟ, ପଲିକେମ୍‌ ଇଣ୍ଡିଆର ପଞ୍ଜୀକରଣ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ପୂର୍ବରୁ ପୁରୀ ଜିଲା ଡିଆଇସି ଅଧୀନରେ ହୋଇଥିବାବେଳେ ନନ୍ଦିମେଟାଲ୍‌ ରୋଲିଂ ମିଲ୍ସର ପଞ୍ଜୀକରଣ ପ୍ରାୟ ଦଶ ବର୍ଷ ପୂର୍ବରୁ ଭୁବନେଶ୍ୱର ଡିଆଇସି ଅଧୀନରେ ଥିଲା। ଏପରିକି ଦୁଇଟିଯାକ ସଂସ୍ଥାର କାରବାର ଉଭୟ ବେସରକାରୀ ଏବଂ ସରକାରୀ ଅନୁଷ୍ଠାନ ସହ ଚାଲୁରହିଛି। ବେଆଇ଼ନ୍‌ ଭାବେ କମ୍‌ ମାନର ପଲିଥିନ୍‌ ପ୍ରସ୍ତୁତି ତଥା ପଲିଥିନ୍‌ ଜବତ ଓ ସ୍ଥାନାନ୍ତର ଇତ୍ୟାଦି ନିମନ୍ତେ ପଲିକେମ୍‌ ଇଣ୍ଡିଆକୁ ୩୦ ହଜାର ଏବଂ ନନ୍ଦିମେଟାଲ୍‌ ରୋଲିଂ ମିଲ୍ସକୁ ୨୦ ହଜାର ଟଙ୍କା ଜରିମାନା କରାଯାଇଛି। ଦୁଇଟି ଯାକ ଫ୍ୟାକ୍ଟ୍ରିରୁ ୫୦ ମାଇକ୍ରୋନ୍‌ ତଳକୁ ଥିବା ପଲିଥିନର ୨୫ ବ୍ୟାଗ୍‌ ଲେଖାଏ ଜବତ ହୋଇଛି। ସେହିପରି ଅପରାହ୍ନରେ ଅନ୍ୟ ଦୁଇଟି ପଲିଥିନ କାରାଖାନା ପ୍ରିୟାଂଶୁ ପଲିମର୍‌ ଏବଂ ନୀଳାଚଳ ପ୍ୟାକେଜ୍‌ରେ ସ୍କ୍ବାଡ ଚଢ଼ାଉ କରିଥିଲା। ହେଲେ ୫୦ ମାଇକ୍ରୋନ୍‌ ତଳକୁ କୌଣସି ପଲିଥିନ କିମ୍ବା ପ୍ଲାଷ୍ଟିକ୍‌ ନ ଥିବାର ପରିଲିକ୍ଷିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?