୪୮ ଘଣ୍ଟାରେ ୨ ବୋମାମାଡ଼

କଟକ ଅଫିସ, ୨୩ା୧୧: ଗତ ୪୮ଘଣ୍ଟା ମଧ୍ୟରେ କଟକ କମିଶନରେଟ୍‌ ପୋଲିସ ଅଧୀନ ଦୁଇଟି ସ୍ଥାନରେ ବୋମାମାଡ଼ ହୋଇଛି। ଏଥିରେ ଜଣେ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ସହରବାସୀ ଆତଙ୍କିତ ହୋଇପଡ଼ିଥିବାବେଳେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଏହି ଦୁଇଟି ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି। ତେବେ କଟକରେ ନୂଆ ଅପରାଧୀ ଗୋଷ୍ଠୀ ନିଜର କାୟାବିସ୍ତାର କରୁଥିବା ସାଧାରଣରେ ଆଲୋଚନା ହେଉଛି।
ଶୁକ୍ରବାର ଅପରାହ୍ନରେ ଦରଘାବଜାର ଥାନା ଅଧୀନ ଓଡ଼ିଆ ବଜାରର ଏସ୍‌କେ ବାବୁଙ୍କ ଘର ଉପରକୁ ବୋମାମାଡ ହୋଇଛି। ଅପରାହ୍ନ ପ୍ରାୟ ସାଢେ ୩ଟାରେ ୩ଜଣ ବ୍ୟକ୍ତି ମୁହଁରେ ରୁମାଲ ବାନ୍ଧି ଗୋଟିଏ ବାଇକ୍‌ରେ ବାବୁଙ୍କ ଘର ନିକଟକୁ ଆସି ଦୁଇଟି ବୋମାମାଡ କରିଥିଲେ। ଗୋଟିଏ ବୋମା ବାବୁଙ୍କ ଘର ଉପରେ ପଡ଼ିଥିବାବେଳେ ଅନ୍ୟଟି ଛିଟିକି ପଡ଼ି ଘର ପାଖ ଡ୍ରେନ୍‌ରେ ପଡ଼ି ଯାଇଥିଲା। ଏହି ସମୟରେ ଘରେ କେହି ନ ଥିବାରୁ ବୋମାମାଡ଼ରେ କୌଣସି କ୍ଷୟକ୍ଷତି ହୋଇନାହିଁ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ବୋମାମାଡ ଘଟିଥିବା ପୋଲିସ ଜାଣିବାକୁ ପାଇଛି। ଦରଘାବଜାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏ ନେଇ ବାବୁଙ୍କ ପୁଅ ସାହିଲ ବକ୍ସ ଥାନାରେ ଅଭିଯୋଗ କରିଛନ୍ତି।
ସେହିପରି ବୁଧବାର ରାତିରେ ଜଗତ୍‌ପୁର ଥାନା ବହୁଗ୍ରାମ ଫାଣ୍ଡି ଅନ୍ତର୍ଗତ ନୃସିଂହବଜାର ନିକଟରେ ବୋମାମାଡ଼ ହୋଇଥିଲା। ନୃସିଂହ ବଜାରରେ ହୋମିଓପ୍ୟାଥୀ ଦୋକାନ କରିଥିବା ଏସ୍‌କେ ସୌକତ ଅଲ୍ଲୀ ରାତି ପ୍ରାୟ ସାଢ଼େ ୯ଟାରେ ଦୋକାନ ବନ୍ଦ କରି ପୂର୍ବକଚ୍ଛ ଅନ୍ତର୍ଗତ ଇସ୍‌ଲାମପୁରସ୍ଥିତ ତାଙ୍କ ଘରକୁ ଫେରୁଥିଲେ। ଏହି ସମୟରେ ୩ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ଉପରକୁ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ଏଥିରେ ସୌକତ ଆହତ ହୋଇଛନ୍ତି। ସୌକତଙ୍କ ପକ୍ଷରୁ ଏ ନେଇ ଥାନାରେ ଅଭିଯୋଗ କରାଯାଇଛି। ବୋମାମାଡ଼ କରିଥିବା ୩ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ସୌକତ ଚିହ୍ନିଥିବା ନେଇ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଏହା ପରେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ। ପୂର୍ବରୁ ସୌକତଙ୍କ ପରିବାର ସହ ଅଭିଯୁକ୍ତଙ୍କ ଗଣ୍ଡଗୋଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଛରୁ ମିଳିଲା ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ

ଅମ୍ବାଭୋନା,୧୫ା୧(ଡି.ଏନ୍‌.ଏ.): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଡୁଙ୍ଗୁରୀ ଦେଚୁଆଁ ପାହାଡ଼ ମଧ୍ୟରେ ରହିଥିବା ମାତାବନ୍ଧ ନିକଟସ୍ଥ ଏକ ଗଛରୁ ଶନିବାର ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହକୁ...

ଶପଥ ନେଲେ ନୂଆ ବିଧାୟକ: କାମଚଳା ବାଚସ୍ପତି ଶପଥପାଠ କରାଇଲେ

ଭୁବନେଶ୍ୱର,୩୦ା୫(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟମାନେ ବୁଧବାର ଶପଥ ନେବା ପରେ ଗୁରୁବାର ନବନିର୍ବାଚିତ ବିଧାୟକମାନେ ଶପଥ ନେଇଛନ୍ତି। କାମଚଳା ବାଚସ୍ପତି...

ଲକ୍‌ଡାଉନ୍‌ର ଦ୍ୱିତୀୟ ଦିନ: ନିର୍ଦ୍ଦେଶ ଉଲ୍ଲଙ୍ଘନକାରୀଙ୍କଠାରୁ ଜରିମାନା ଆଦାୟ କଲା ପ୍ରଶାସନ

ପାଟପୁର,୨୩।୩(ଡି.ଏନ୍‌.ଏ.): ବିଶ୍ୱରେ ଦେଖାଦେଇଥିବା ମହାମାରୀ କରୋନା ରୋଗର ମୁକାବିଲା ପାଇଁ ଚାରିଆଡ଼େ ସଚେତନତା ସୃଷ୍ଟି କରାଯାଉଛି। ଏହି ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ...

ସରକାରୀ କର୍ମଚାରୀଙ୍କ ୫% ମହଙ୍ଗା ଭତ୍ତା ବୃଦ୍ଧି, ୨୦୨୦ ଜାନୁୟାରୀ ପହିଲାରୁ ପିଛିଲା ଭାବେ ହେବ ଲାଗୁ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ୫% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ଏହା ୨୦୨୦ ଜାନୁୟାରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବା ନେଇ ଘୋଷଣା...

୪ ଜିଲାରେ ୫୫୦ ଶଯ୍ୟା ଲାଗି ଏମ୍‌ସିଏଲ୍‌କୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୪।୫(ବ୍ୟୁରୋ): କରୋନା ମହାମାରୀ ସମୟରେ ରାଜ୍ୟରେ ମେଡିକାଲ ଭିତ୍ତିଭୂମିର ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିବା ଅନୁରୋଧକୁ ପ୍ରାଥମିକତା ଦେଇ ସକାରାତ୍ମକ ପଦକ୍ଷେପ ନେବାକୁ...

ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ଏଏସ୍‌ଆଇ ଡିଜି

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଏଏସ୍‌ଆଇ ଡିଜି ଭି.ବିଦ୍ୟାବତୀ ଆଜି ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି । ଲିଙ୍ଗରାଜ ମନ୍ଦିର ସହିତ ଶ୍ରୀମନ୍ଦିରରେ ଜାରି ରହିଥିବା କାର୍ଯ୍ୟର ତଦାରଖ ମଧ୍ୟ...

ସଂଘର୍ଷରୁ ସଫଳ ‘ଉତ୍ତମ’

ଭୁବନ, ୩।୧୨(ଡି.ଏନ.ଏ.)  ସମୟର ପ୍ରତିକୂଳ ସ୍ରୋତ ଛଡ଼ାଇ ନେଇଥିଲା ବହି ବସ୍ତାନି। ଜଣେ ମେଧାବୀ ଛାତ୍ରଙ୍କ ଉଚ୍ଚଶିକ୍ଷିତ ହେବାର ଅଭିଳାଷରେ ସେଇଠି ପଡ଼ିଗଲା ଯବନିକା। ତଥାପି ସେ...

ଅବହେଳିତ ବ୍ରହ୍ମପୁର ରେଳଷ୍ଟେଶନ : ମୌଳିକ ସୁବିଧାରୁ ବଞ୍ଚିତ ଯାତ୍ରୀ

ବ୍ରହ୍ମପୁର ଅଫିସ,୧୭ା୧୨-ବ୍ରହ୍ମପୁର ରେଳଷ୍ଟେଶନ ଉପରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଆସୁଥିବା ଯାତ୍ରୀମାନେ ନିର୍ଭର କରୁଛନ୍ତି। ପ୍ରତିଦିନ ଏହି ଷ୍ଟେଶନର ଉଭୟ ପଟୁ ଶତାଧିକ...

Advertisement
Archives

Model This Week