୪୫ ଦିନ ହେଲାଣି ମଣ୍ଡିରୁ ଉଠୁନି ଧାନ: ମାଲକାନଗିରି-ବାଲିମେଳା ରାସ୍ତା ଅବରୋଧ କଲେ ଚାଷୀ

କୋରୁକୋଣ୍ଡା,୬।୨(ଡି.ଏନ୍‌.ଏ): ମାଲକାନଗିରି ଜିଲାରେ ବାରମ୍ବାର ଚାଷୀ ମହଲରେ ଉତ୍ତେଜନା ଦେଖିବାକୁ ମିଳୁଛି। ବୁଧବାର ଜିଲାର ଗୋବିନ୍ଦପାଲିଠାରେ ମଣ୍ଡିରୁ ଧାନ ଉଠୁ ନ ଥିବା ହେତୁ ମାଲକାନଗିରି-ଜୟପୁର ରାସ୍ତା ଅବରୋଧ କରି ଚାଷୀ ଧାରଣାରେ ବସିଥିଲେ। ସେହିଭଳି ଗୁରୁବାର ସକାଳେ ଜିଲାର କୋରୁକୋଣ୍ଡାଠାରେ ମଧ୍ୟ ଚାଷୀ ଉତ୍ତେଜନା ଦେଖା ଦେଇଛି। ଦୀର୍ଘ ୪୫ ଦିନ ଧରି ବ୍ଲକର କୌଣସି ମଣ୍ଡିରୁ ଏଯାଏ ଧାନ ଉଠାଯାଇ ନ ଥିବାରୁ ଉତ୍ତେଜିତ ହୋଇ ଚାଷୀମାନେ ମାଲକାନଗିରି-ବାଲିମେଳା ମୁଖ୍ୟ ରାସ୍ତାର କୋରୁକୋଣ୍ଡା ଲ୍ୟାମ୍ପ ସମ୍ମୁଖରେ ରାସ୍ତା ଅବରୋଧ କରିଥିଲେ। ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ଏସବୁ ସମସ୍ୟାର ସମାଧାନ ନ ହେବାରୁ ଚାଷୀମାନେ ସକାଳୁ ମୁଖ୍ୟ ରାସ୍ତା ଉପରେ ଧାନ ବସ୍ତା ଥୋଇ ରାସ୍ତା ଅବରୋଧ କରିଥିଲେ। ଏଥିଯୋଗୁ ଉଭୟ ପାର୍ଶ୍ୱରେ ଅନେକ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଘଟଣାସ୍ଥଳକୁ ଯାଇ କୋରୁକୋଣ୍ଡା ବିଡିଓ ଦାଶରଥି ସରାବୁ, ମାଲକାନଗିରି ଥାନାଧିକାରୀ ରାମ ପ୍ରସାଦ ନାଗ, ବ୍ଲକ ଯୋଗାଣ ଅଧିକାରୀ ବ୍ୟୋମକେଶ ମାଝୀ ୭ ଦିନ ମଧ୍ୟରେ ମଣ୍ଡିରେ ପଡି ରହିଥିବା ଧାନକୁ ଉଠାଇବା ନେଇ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଧାରଣାରୁ ଉଠିଥିବା ସୂଚନା ମିଳିଛି। ଫଳରେ ଗାଡି ଚଳାଚଳ ସ୍ବାଭାବିକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୯ ବିଦେଶ ଫେରନ୍ତାଙ୍କ ରକ୍ତ ନମୁନା ସଂଗ୍ରହ

ସୋର, ୧୧ା୪(ଡି.ଏନ୍‌.ଏ.)- କରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟ ତଥା ବିଦେଶରୁ ବାଲେଶ୍ୱର ଜିଲା ସୋର ଅଞ୍ଚଳକୁ ଫେରିଥିବା ୩୭ ଜଣ କ୍ୱାରାଣ୍ଟାଇନରେ ରହୁଛନ୍ତି।...

ଟ୍ରାନ୍ସଫର୍ମରରେ ଲାଗି ୫ ମଇଁଷି ମୃତ

କୁକୁଡ଼ାଖଣ୍ଡି,୨୭।୧୦- କୁକୁଡ଼ାଖଣ୍ଡି ବ୍ଲକ ଗୁରୁଣ୍ଠୀ ପଞ୍ଚାୟତ ପଞ୍ଚଶକ୍ତି ମନ୍ଦିର ସମ୍ମୁଖରେ ଥିବା ରାଇସ ମିଲ ପାର୍ଶ୍ୱ ଏକ ମୁକୁଳା ଟ୍ରାନ୍ସଫର୍ମରେ ଲାଗି ଡି.ରବି ପାତ୍ରଙ୍କ ୫ଟି...

୨୭ରେ ଭାରତ ବନ୍ଦ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର,୧୪।୯(ବ୍ୟୁରୋ):  ସଂଯୁକ୍ତ କିଷାନ୍‌ ମୋର୍ଚ୍ଚା ତରଫରୁ ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଓଡିଶାରେ ଏହାକୁ ସଫଳ କରିବା ପାଇଁ ବିଭିନ୍ନ ଗଣ...

ପୁରୀରୁ ୧୫ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୭୦

ପୁରୀ ଅଫିସ, ୧୬।୬: ପୁରୀ ଜିଲାରୁ ମଙ୍ଗଳବାର ପୁଣି ୧୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ପଜିଟିଭ ସଂଖ୍ୟା ୧୭୦ରେ...

ପାଇପ ଯୋଗେ ଜଳ ଯୋଗାଣ ଲାଗି ବିଡିଓଙ୍କୁ ନିବେଦନ

ଦାରିଙ୍ଗବାଡି,୫।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ଅଧିନ ଗାର୍ଗାବାଡି ଗ୍ରାମରେ ୧୧ପରିବାର ଲୋକଙ୍କୁ ପାଇପଯୋଗେ ପିଇବାପାଣି ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଗାଁକୁ ପାଇପଯୋଗେ...

ଉଜୁଡିଯାଉଛି ସ୍ମୃତିର ସ୍ମାରକୀ: ଅବହେଳିତ ଗାନ୍ଧିଜୀଙ୍କ ସ୍ମୃତି, ସ୍ମାରକୀ

ଭଦ୍ରକ ଅଫିସ, ୨ା୧୦- ସ୍ବାଧୀନତା ସଂଗ୍ରାମର ସ୍ମୃତି ଓ ବଳିଦାନ ଏ ମାଟିକୁ କରିଛି ଗୌରବାନ୍ବିତ। ଧାମନଗରରେ ଲୁଣିଆ ଓ ବାସୁଦେବପୁର ଇରମ ଗୁଳିକାଣ୍ଡ, ଭଣ୍ଡାରିପୋଖରୀ...

ଜମିକୁ ନିଅଣ୍ଟ ଜଳ

ବଇଣ୍ଡା, ୧୪।୭(ପରିକ୍ଷିତ ସାହୁ) – ଜ୍ୟେଷ୍ଠ ସରିଲା। ଆରମ୍ଭ ହେଲାଣି ଆଷାଢ଼। ବିହନ ବୁଣି ଆକାଶକୁ ଅନାଇଛି ଚାଷୀ। ହେଲେ ନା ହେଉଛି ବର୍ଷା, ନା...

ରାଜଧାନୀରେ ପ୍ରଥମ ମୁକ୍ତାକାଶ ପାଠାଗାର

ଭୁବନେଶ୍ୱର, ୨୨।୩(ବ୍ୟୁରୋ):ବର୍ତ୍ତମାନର ଡିଜିଟାଲ୍‌ ଯୁଗରେ ଛାତ୍ରୀଛାତ୍ର ତଥା ଯୁବପିଢିଙ୍କ ଭିତରେ ପୁସ୍ତକ ପଠନ ଆଗ୍ରହକୁ ବଢାଇବା ପାଇଁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ପାର୍କରେ ଖୋଲିଛି ପ୍ରଥମ...

Advertisement
Archives

Model This Week