୪୪ ବର୍ଷରେ ବନ୍ୟ ପ୍ରାଣୀଙ୍କ ସଂଖ୍ୟା କମିଛି ୬୦ ପ୍ରତିଶତ: ପ୍ରତିଦିନ ଶହେ ହାତୀଙ୍କ ମୃତ୍ୟୁ ଘଟୁଛି

ଓ୍ବାଶିଂଟନ,୨୫।୭: ପୃଥିବୀରେ ଜନସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ନକାରାତ୍ମକ ପ୍ରଭାବ ଜଙ୍ଗଲ ପରିସୀମା ଉପରେ ପଡ଼ିବାରେ ଲାଗିଛି। ଜଙ୍ଗଲ ଅଭାବ ଯୋଗୁ ବନ୍ୟ ପ୍ରାଣୀଙ୍କ ସଂଖ୍ୟା କମିବାରେ ଲାଗିଛି। ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୧୯୭୦ଠାରୁ ୨୯୧୪ ମଧ୍ୟରେ ଗତ ୪୪ ବର୍ଷରେ ବନ୍ୟ ପ୍ରାଣୀଙ୍କ ସଂଖ୍ୟା ୬୦ ପ୍ରତିଶତ କମିଛି। ପ୍ରତିଦିନ ଶହେ ହାତୀଙ୍କ ମୃତ୍ୟୁ ଘଟୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ପ୍ରତିଦିନ ୫ ହଜାର ୭ଶହ ୬୦ ଏକର ଜମି ନଷ୍ଟ ହେବାରେ ଲାଗିଛି। ପ୍ରତି ଘଣ୍ଟାରେ ୨ଶହ ୪୦ ଏକର ଜମି ନଷ୍ଟ ହେଉଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ବିଭିନ୍ନ ଯାନବାହନ ଦୁର୍ଘଟଣାରେ ବର୍ଷରେ ୧୨ ଲକ୍ଷ ପ୍ରାଣୀଙ୍କ ମୃତ୍ୟୁ ଘଟୁଛି। ଏହା ଦ୍ୱାରା ଇତିମଧ୍ୟରେ ୯୦ ପ୍ରତିଶତ ସିଂହ, ୯୭ ପ୍ରତିଶତ ବାଘ ବହୁ ପ୍ରଜାତି ଲୋପ ପାଇ ସାରିଲେଣି। ଏସବୁ ପ୍ରାଣୀଙ୍କ ସୃଷ୍ଟି ପାଇଁ ୫୦ରୁ ୭୦ ଲକ୍ଷ ବର୍ଷ ଲାଗିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଜଙ୍ଗଲ ପରିସୀମା କମିବାରୁ ଖାଦ୍ୟ ଅଭାବରୁ ବନ୍ୟପ୍ରାଣୀ ଜନବସତିରେ ପ୍ରବେଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୂକମ୍ପର ୧୪୯ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର ହେଲେ ବ୍ୟକ୍ତି

ଆଙ୍କାରା,୧୨ା୨: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ବ୍ୟାପକ ଧ୍ୱଂସ ଘଟିଛି। ଭୂକମ୍ପ ପରେ ତୁର୍କୀ ଏବଂ ସିରିଆରେ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ଉଭୟ ଦେଶରେ...

କରତାରପୁର କରିଡର: ଭାରତ-ପାକିସ୍ତାନ ମଧ୍ୟରେ କଥାବାର୍ତ୍ତାକୁ ସ୍ବାଗତ କଲା ଆମେରିକା

ଓ୍ବାଶିଂଟନ, ୧୭।୭: କରତାରପୁର କରିଡରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ହୋଇଛି। ଉଭୟ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି...

ସାମାଜିକ କାର୍ଯ୍ୟରେ ଲୋକଙ୍କ ଯୋଗଦାନକୁ ପ୍ରୋତ୍ସାହନ ଦେଉଛି ଏନ୍‌ଜିଓ

ବିଶ୍ୱ ଏନ୍‌ଜିଓ ଦିବସ ପ୍ରତିବର୍ଷ ୨୭ ଫେବୃୟାରୀରେ ପାଳନ କରାଯାଏ। ୨୦୧୦ରେ କାଉନ୍‌ସିଲ ଅଫ୍‌ ବାଲ୍‌ଟିକ ସି ଷ୍ଟେଟ୍ସ (ସିବିଏସ୍‌ଏସ୍‌)ର ୯ମ ବାଲ୍‌ଟିକ ସି ଏନ୍‌ଜିଓ...

ବାଇଡେନଙ୍କ ଗସ୍ତରେ ୧୬ ଲକ୍ଷ ଡଲାର ଖର୍ଚ୍ଚ କରିଛି ୟୁକ୍ରେନ…

କିଭ୍‌,୧୩।୩ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କିଭ ଗସ୍ତ ୟୁକ୍ରେନକୁ ପୁଣି ଗରିବ କରି ଦେଇଛି। ବାଇଡେନଙ୍କ ସୁରକ୍ଷା ଏବଂ ଖାଦ୍ୟ ପାନୀୟ ପାଇଁ...

ଆମେରିକାରେ ବିରଳ ରୋଗ ଚିହ୍ନଟ

ଓ୍ବାଶିଂଟନ୍‌,୧୭।୭: ଆମେରିକାରେ ଏକ ନୂଆ ବିପଦ ଦେଖାଦେଇଛି। ଟେକ୍ସାସର ଜଣେ ରୋଗୀଙ୍କଠାରେ ଏକ ବିରଳ ରୋଗ ଚିହ୍ନଟ ହୋଇଛି। ଯାହା ଏବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା...

ଟିକା ନେଇଥିବା ଲୋକ ସହଜରେ ହେଉଛନ୍ତି ଓମିକ୍ରନ୍‌ରେ ଆକ୍ରାନ୍ତ…

ଜେନେଭା/ନୂଆଦିଲ୍ଲୀ, ୨୧।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ପୃଥିବୀରେ ସଙ୍କଟ ବଢ଼ିବାରେ ଲାଗିଛି। ତେବେ ବିଶ୍ୱସ୍ବାସ୍ଥ୍ୟ ସଂଗଠନର ବିଶେଷଜ୍ଞଙ୍କ ଅନୁସାରେ ଟିକା ନେଇଥିବା...

ବସ୍‌ଷ୍ଟାଣ୍ଡରେ ବ୍ରିଟେନ ପ୍ରତିରକ୍ଷା ଦସ୍ତାବିଜ୍‌

ଲଣ୍ଡନ, ୨୮ା୬: ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟର ୫୦ ପୃଷ୍ଠା ସମ୍ବଳିତ ଗୋପନୀୟ ଦସ୍ତାବିଜ୍‌ ମଙ୍ଗଳବାର ଦକ୍ଷିଣ ଇଂଲଣ୍ଡର କେଣ୍ଟଠାରେ ଥିବା ଏକ ବସ୍‌ଷ୍ଟାଣ୍ଡରୁ ମିଳିବା ଘଟଣା...

ରୁଷିଆକୁ ଝଟ୍‌କା ଦେଲା ଭାରତ

ନ୍ୟୁୟର୍କ,୧୧।୧୦: ୟୁକ୍ରେନ ସଙ୍କଟ ମାମଲାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନଙ୍କ ଗୁପ୍ତ ମତଦାନ ପାଇଁ ଦାବିକୁ ଭାରତ ପୁଣି ଥରେ ପ୍ରତ୍ୟାଖ୍ୟାନ କରିଛି। ୟୁକ୍ରେନର ଚାରୋଟି...

Advertisement
Archives

Model This Week