Posted inରାଜ୍ୟ

୪୨ ଡିଗ୍ରୀ ଖରାରେ ଦୌଡ଼ାଇଲେ

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ଚନ୍ଦକାସ୍ଥିତ ଏସ୍‌ଓଜି ଟ୍ରେନିଂ ସେଣ୍ଟରରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ୪୨.୪ ଡିଗ୍ରୀ ଖରାରେ ଟ୍ରେନିଂ ଚାଲିଥିଲାବେଳେ ଜଣେ ମହିଳା ପୋଲିସ ଅଫିସରଙ୍କ ସମେତ ୨୪ରୁ ଊର୍ଦ୍ଧ୍ୱ ଅଚେତ ହୋଇପଡିଥିଲେ। ଆମ୍ବୁଲାନ୍ସ ବଦଳରେ ସେମାନଙ୍କୁ ସ୍କୁଟିରେ ବୋହି ଟ୍ରେନିଂ ସେଣ୍ଟର ପରିସର ହସ୍ପିଟାଲକୁ ଅଣାଯାଇଥିଲା। ତୁରନ୍ତ ଅକ୍ସିଜେନ ଓ ସାଲାଇନ୍‌ ଲଗାଯାଇ ଚିକିତ୍ସା କରାଯାଇଥିଲା। ତେବେ ଏହି ଘଟଣାକୁ ନେଇ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଉପରିସ୍ଥ ଅଧିକାରୀଙ୍କୁ ଦାୟୀ କରି ଅସୁସ୍ଥ ଟ୍ରେନି ଯବାନ ଓ ପୋଲିସ ଅଧିକାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଚନ୍ଦକାସ୍ଥିତ ସ୍ପେଶାଲ ଅପରେଶନ ଗ୍ରୁପ୍‌ (ଏସ୍‌ଓଜି) ଟ୍ରେନିଂ ସେଣ୍ଟରରେ ସକାଳ ସାଢ଼େ ୫ଟାରୁ ସାଢ଼େ ୯ଟା ଓ ଅପରାହ୍ନ ସାଢ଼େ ୩ଟାରୁ ସାଢ଼େ ୬ଟା ରେଗୁରାଲ ଟ୍ରେନିଂ ହୁଏ। ୫ କେଜି ଓଜନର ବନ୍ଧୁକ ଓ ୧୦ କେଜି ଓଜନର ସାମଗ୍ରୀ ଥିବା ବ୍ୟାଗ୍‌ କାନ୍ଧ ଓ ପିଠିରେ ଲଦି ଟ୍ରେନିଂ ନେବାକୁ ପଡେ। ପୂର୍ବରୁ ସମସ୍ତ ଯବାନ ଓ ମାଓବାଦୀ ଅଞ୍ଚଳରେ କାର୍ଯ୍ୟରତ ପୋଲିସ ଅଫିସରଙ୍କୁ ଏହି ଟ୍ରେନିଂ ଦିଆଯାଇଥାଏ। ଏବେ ସମସ୍ତ ପୋଲିସ ଅଧିକାରୀଙ୍କ ପାଇଁ ଏସ୍‌ଓଜି ଟ୍ରେନିଂ ବାଧ୍ୟତାମୂଳକ କରାଯାଇଛି। ବୁଧବାର ସକାଳେ ରେଗୁରାଲ ଟ୍ରେନିଂ ପରେ ସ୍ବତନ୍ତ୍ର ଟ୍ରେନିଂ ଆରମ୍ଭ ହୋଇଥିଲା। ଏଥିରେ ୨୦୦ରୁ ଊର୍ଦ୍ଧ୍ୱ ଏସ୍‌ଓଜି ଯବାନ, ୭ଜଣ ଡିଏସ୍‌ପି ର଼୍ୟାଙ୍କ୍‌ର ମହିଳା ପୋଲିସ ଅଧିକାରୀ ଓ ୩୦ଜଣ ପୋଲିସ ଏସ୍‌ଆଇ ଥିଲେ। ବୁଧବାର ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୨.୪ ଡିଗ୍ରୀ ରହିଥିଲାବେଳେ ସକାଳ ୯ଟାରୁ ପ୍ରବଳ ତାତି ଅନୁଭୂତ ହୋଇଥିଲା। ସ୍ବତନ୍ତ୍ର ଟ୍ରେନିଂ ବେଳକୁ ତାପମାତ୍ରା ଆହୁରି ବଢ଼ିଯାଇଥିଲା। ଝାଞ୍ଜିରେ ମୁହଁ ପୋଡ଼ିଗଲା ଭଳି ଲାଗୁଥିଲା। ଦୌଡୁଥିବାବେଳେ ପ୍ରଥମେ କେତେଜଣ ଅସୁସ୍ଥ ଅନୁଭବ କରୁଥିବା ନେଇ ଟ୍ରେନିଂ ଅଫିସରଙ୍କୁ ଜଣାଇଥିଲେ। ହେଲେ ଉପରିସ୍ଥ ଅଫିସର କିଛି ନ ଶୁଣି ଦୌଡ଼ିବାକୁ କହିଥିଲେ। ଫଳରେ ଜଣକ ପରେ ଜଣେ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ। ଅଧିକାଂଶ ଅଚେତ ହୋଇପଡିଥିଲେ। ତୁରନ୍ତ ସେମାନଙ୍କୁ ହସ୍ପିଟାଲ ନେବାକୁ ଆମ୍ବୁଲାନ୍ସ ଆଣିବାକୁ ଉପସ୍ଥିତ ଅଧିକାରୀମାନେ ଫୋନ୍‌ କରି କାର୍ଯ୍ୟାଳୟକୁ ଜଣାଇଥିଲେ। ହେଲେ ଡ୍ରାଇଭର ନ ଥିବାରୁ ଆମ୍ବୁଲାନ୍ସ ଆସିପାରି ନ ଥିଲା। ପରେ ସ୍କୁଟି, ବାଇକ୍‌ ଓ ଅନ୍ୟ ଗାଡ଼ିରେ ସେମାନଙ୍କୁ ଟ୍ରେନିଂ ସେଣ୍ଟର ପରିସରସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ହସ୍ପିଟାଲରେ ୨୦ ଏସ୍‌ଓଜି ଯବାନ, ୩ଜଣ ଏସ୍‌ଆଇ ଓ ଜଣେ ମହିଳା ଡିଏସ୍‌ପିଙ୍କୁ ଅକ୍ସିଜେନ, ସାଲାଇନ୍‌ ଦିଆଯାଇ ଚିକିତ୍ସା ଆରମ୍ଭ ହୋଇଥିବାବେଳେ ଅନ୍ୟ କେତେଜଣ ସାମାନ୍ୟ ଅସୁସ୍ଥଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିଲା।
ଘଟଣା ସଂକ୍ରାନ୍ତରେ ଏସ୍‌ଓଜି ଟ୍ରେନିଂ କମାଣ୍ଟାଣ୍ଟ୍‌ ଅନିରୁଦ୍ଧ କୁମାର ସିଂଙ୍କୁ ପଚାରିବାରୁ ସେ କହିଲେ, ମାଓବାଦୀଙ୍କ ସହ ଲଢ଼ିବାକୁ ଆମକୁ ସେପରି ଦକ୍ଷ ହେବାକୁ ପଡ଼ିବ। ତେଣୁ ଯବାନ ଓ ପୋଲିସ ଅଧିକାରୀଙ୍କୁ କଡା ଟ୍ରେନିଂ ଦେବାକୁ ପଡୁଛି। ବୁଧବାର ଟ୍ରେନିଂ ସମୟରେ ଗରମ ଓ ଗୁଳୁଗୁଳି ଟିକେ ଅଧିକ ଥିଲା। ୧୦ରୁ ଊର୍ଦ୍ଧ୍ୱ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲା। ଏବେ ସେମାନେ ସୁସ୍ଥ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୧୮ ସ୍ଥାନରେ ‘ଅଟଳ ବସ୍‌ଷ୍ଟାଣ୍ଡ’:୬ ଜିଲାରେ…

ଭୁବନେଶ୍ୱର,୧୧।୪(ରବିନାରାୟଣ ଜେନା): ରାଜ୍ୟର ୩୧୮ ବସ୍‌ଷ୍ଟାଣ୍ଡିକୁ ‘ଅଟଳ ବସ୍‌ଷ୍ଟାଣ୍ଡ’ରେ ପରିଣତ କରାଯିବ। ଏହାଦ୍ୱାରା ସମନ୍ବିତ ସାର୍ବଜନୀନ ସେବା ଲୋକଙ୍କୁ ମିଳିପାରିବ। ଏହି ଲକ୍ଷ୍ୟ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ…

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri