୪୦ ୟୁନିଟ୍‌ ରକ୍ତ ସଂଗ୍ରହ

ତେଲକୋଇ, ୨୮ା୪(ଡି.ଏନ.ଏ.)-ତେଲକୋଇ ବ୍ଲକ ଓରିଆ ପଞ୍ଚାୟତ ପିଟାନାଳୀ ଆଦର୍ଶ ବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ଫ୍ୟାମିଲ ୱେଲଫେୟାର ବିଭାଗ ପକ୍ଷରୁ ଶିବିରରେ ୪୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା। ସାମାଜିକ ଦୂରତା ସହିତ ରକ୍ତଦାନ ମହତ ଦାନ ପାଇଁ ବିଜୁ ଜନତା ଦଳର ଶତାଧିକ ଯୁବକ ସାମିଲ ହୋଇ ରକ୍ତଦାନ କରିଥିଲେ। ସାମାଜିକ ଦୂରତା ସହ ଏହି ରକ୍ତଦାନ ଶିବିରରେ ୪୦ୟୁନିଟ୍‌ ରକ୍ତ ସଂଗ୍ରହ ପରେ ଏହାକୁ ବନ୍ଦ କରାଯାଇଥିଲା। ବହୁ ସଂଖ୍ୟାରେ ଯୁବକ ଏଠାକୁ ଆସିଥିଲେ ମଧ୍ୟ ରକ୍ତଦାନ କରିପାରି ନ ଥିଲେ। ପରବର୍ତ୍ତୀ ସମୟରେ ରକ୍ତଦାନ ଶିବିର ହେବା ଲାଗି ନିଷ୍ପତ୍ତି ହୋଇଥିଲା। ରାଜ୍ୟ ବୈଷୟିକ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଶିବିରକୁ ଉଦ୍‌ଘାଟନ କରିବା ପରେ ରକ୍ତଦାତାମାନେ ରକ୍ତଦାନ କରିଥିଲେ। ଡ. ସୁବ୍ରତ ଆଚାର୍ଯ୍ୟ ରକ୍ତ ସଂଗ୍ରହ କରିଥିଲେ। ଅକ୍ଷୟ କୁମାର ସାହୁ(ପିଆଇଓ), ଗୌରୀଶଙ୍କର ମାଝି(ଏଲ.ଟି), ହେମରଞ୍ଜନ ମହାନ୍ତ(ଏଲ.ଏ) ସହାୟତା କରିଥିଲେ। ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାରଙ୍କ ସହିତ ଜିଲା ବିଜେଡି ଯୁବମୋର୍ଚ୍ଚା ସଭାପତି ସୌମ୍ୟଶଙ୍କର ଚକ୍ରଙ୍କ ସମେତ ବ୍ଲକର ରାଜା, ନାରାୟଣ ସାହୁ, ବାପି ବିଶ୍ୱାଳ, ନୀଳମଣି ଦେହୁରୀ ସମେତ ବିଭିନ୍ନ ପଞ୍ଚାୟତର ଯୁବମୋର୍ଚ୍ଚାର ସଦସ୍ୟ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ

କେନ୍ଦୁଝର, ୧୩।୩(ଡିଏନ୍‌ଏ): ରାଜ୍ୟର ବିଭିନ୍ନ ପୌରପାଳିକା ଓ ଅଧିସ୍ବୀକୃତି କ୍ଷେତ୍ର ବା ଏନ୍‌ଏସିରେ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଥିବାବେଳେ ରାଜ୍ୟର ଅନ୍ୟତମ ପୁରାତନ ତଥା...

ବିଦ୍ୟାଳୟ ସମ୍ମୁଖରେ ମୁକୁଳା କୂଅ

ତେଲକୋଇ, ୨୭।୨(ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅଧୀନରେ ପିଟାନାଳୀ ଠାରେ ଆଦର୍ଶ ବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଠାରୁ ଦ୍ବାଦଶ ଶ୍ରେଣୀ...

ସ୍ତ୍ରୀଙ୍କୁ ହତ୍ୟା ଘଟଣା: ସ୍ବାମୀ ଗିରଫ

ଯୋଡ଼ା, ୭।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରର ଯୋଡାରେ ହୋଇଥିବା ଯୌତୁକଜନିତ ବଧୂହତ୍ୟା ଘଟଣାରେ ପୋଲିସ ମୃତ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ...

ଗାଧୋଇବାକୁ ଯାଇଥିଲେ ବୃଦ୍ଧା, ଭାଲୁ ଆକ୍ରମଣରେ ଗୁରୁତର

ପାଟଣା,୨୨।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ କେତାଙ୍ଗ ଗ୍ରାମରେ ଭାଲୁ ଆକ୍ରମଣରେ ସୋମବାର ଜଣେ ୬୦ ବର୍ଷୀୟା ବୃଦ୍ଧା ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ...

ସତ୍ତା ହରାଇବାକୁ ବସିଲାଣି ସୁନାନଦୀ-ଜଳ ପ୍ରଦୂଷଣ କରୁଛି ଖଣିର ବର୍ଜ୍ୟବସ୍ତୁ, ଆବର୍ଜନା

ଯୋଡ଼ା,୧୨।୮(ମାନସ ରଞ୍ଜନ ମହାନ୍ତି)- କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳରେ ଥିବା ବିଭିନ୍ନ ଖଣି ଦ୍ୱାରା ନଦୀନାଳ ପ୍ରଭାବିତ ହେଉଛି। ଯୋଡା ଅଞ୍ଚଳର ଜୀବନରେଖା କୁହାଯାଉଥିବା ସୁନା...

ଡାଇଗ୍ନୋଷ୍ଟିକ ସେଣ୍ଟରକୁ ୧ ଲକ୍ଷ ଜରିମାନା

କେନ୍ଦୁଝର, ୩।୫: କେନ୍ଦୁଝରଗଡ଼ ପୌରାଞ୍ଚଳରେ କୋଭିଡ୍‌ ଆଇନ ଉଲ୍ଲଂଘନ ଅଭିଯୋଗରେ ଜିଲା ପ୍ରଶାସନ ପକ୍ଷରୁ ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ସାଇଦେବ ଡାଇଗ୍ନୋଷ୍ଟିକ ସେଣ୍ଟର ମାଲିକଙ୍କଠାରୁ...

ଦାବି ପୂରଣ ନ ହେଲେ ନୀତକାନ୍ତି କରିବେନି ସେବାୟତ

ଆନନ୍ଦପୁର,୨।୭(ସ୍ବ.ପ୍ର.)- ବିଭିନ୍ନ ସମସ୍ୟାକୁ ନେଇ ଆନନ୍ଦପୁର ଦଧିବାମନଜୀଉ ମନ୍ଦିର ସେବାୟତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ସେମାନେ ମନ୍ଦିର ପରିଚାଳନା କମିଟି ଦ୍ୱାରା ଆନନ୍ଦପୁର...

ଗାଁ ମୁହାଁ ବନ୍ୟଜନ୍ତୁ: ବଗିଚାକୁ ପଶି ଆସିଲା ହରିଣ

ପାଟଣା,୧୮।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ମାଛଗଡ଼ା ସାଉଥ୍‌ ବିଟ ତାଳପଦା ଗ୍ରାମ ପ୍ରଧାନସାହିର ଜଣଙ୍କ ବଗିଚାରୁ ରବିବାର ସକାଳୁ ଏକ ମାଈ...

Advertisement
Archives

Model This Week