୪୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ: ୨ ଗିରଫ

ବାଲେଶ୍ୱର ଅଫିସ,୭।୩- କ୍ରାଇମବ୍ରାଞ୍ଚ ଏସଟିଏଫର ଏକ ଟିମ୍‌ ଶୁକ୍ରବାର ବାଲେଶ୍ୱର ସହରର ଅରଡ ବଜାରରେ ଚଢାଉ କରି ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରିବା ସହ ୨ ବେପାରୀଙ୍କୁ ଗିରଫ କରିଛି। ଧରାପଡ଼ିଥିବା ୨ ବେପାରୀ କୁଖ୍ୟାତ ନିଶା ମାଫିଆ ସେକ ସୟଦଙ୍କ ସହଯୋଗୀ ବୋଲି ଜଣାପଡ଼ିଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଏସଟିଏଫ ପକ୍ଷରୁ କୁହାଯାଇଛି। ଗିରଫ ଦୁଇ ଯୁବକ ଜଳେଶ୍ୱରରୁ ବ୍ରାଉନ ସୁଗାର କିଣି ଅରଡ ବଜାରକୁ ଆସି ରହିଥିଲେ। ସନ୍ଧ୍ୟାରେ ସହଦେବଖୁଣ୍ଟା ପୋଲିସ ସହାୟତାରେ ଏସଟିଏଫ ଟିମ୍‌ ସେମାନଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସମ୍ମିଳନୀ: ‘ସମନ୍ବୟ ରହିଲେ ଶିକ୍ଷାର ମାନ ବୃଦ୍ଧି ହେବ’

ବାଲେଶ୍ୱର ଅଫିସ,୧୧।୧-ବାଲେଶ୍ୱର ନୂଆପାଢ଼ୀସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ବାଲେଶ୍ୱର ଓ ଭଦ୍ରକ ଜିଲାର ସମସ୍ତ ଅନୁବନ୍ଧିତ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କର ଏକ ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।...

ଫି ’ ବୃଦ୍ଧି ପ୍ରତିବାଦ: କମର୍ଦା କଲେଜରେ ବିକ୍ଷୋଭ

ଭୋଗରାଇ,୧୩।୨,(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କମର୍ଦା କଲେଜରେ ଶନିବାର ବିକ୍ଷୋଭ ହୋଇଛି। ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ରମାନେ ଫି’ ବୃଦ୍ଧି ପ୍ରତ୍ୟାହାର...

ଏଫଏମ୍‌ ମେଡ଼ିକାଲ କଜେଲ ଓ ହସ୍‌ପିଟାଲରେ ଏମ୍‌ସିଆଇ ଟିମ୍‌

ବାଲେଶ୍ୱର ଅଫିସ, ୩୦।୧୧-ବାଲେଶ୍ୱର ଫକୀରମୋହନ(ଏଫଏମ୍‌) ମେଡ଼ିକାଲ କଲେଜ ଓ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମେଡ଼ିକାଲ କାଉନ୍‌ସିଲ ଅଫ୍‌ ଇଣ୍ଡିଆ (ଏମ୍‌ସିଆଇ)ର ୩ଜଣିଆ ପ୍ରତିନିଧି ଦଳ ଶୁକ୍ରବାର...

୭୧ ଦିନ ପରେ ଜଳେଶ୍ୱରରେ ଟ୍ରେନ୍‌ ରହଣି : ଯାତ୍ରୀଙ୍କୁ କରାଗଲା ଥର୍ମାଲ ସ୍କ୍ରିନିଂ

ଜଳେଶ୍ୱର, ୧।୬(ସ୍ବ.ପ୍ର.)-କରୋନା ସଂକ୍ରମଣ ରୋକିବା ଲାଗି ଦେଶବ୍ୟାପୀ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ରହିଥିଲା। ଦୀର୍ଘ ୭୧ ଦିନ ପରେ ସୋମବାର ପ୍ରଥମ କରି ୦୨୦୭୪...

ମିଳିଲାନି ସହାୟତା, ଆତ୍ମହତ୍ୟା କଲେ ଦିବ୍ୟାଙ୍ଗ

ବାହାନଗା, ୧୦ା୯(ଡି.ଏନ.ଏ.): ସଡ଼କ ଦୁର୍ଘଟଣାରେ ଦିବ୍ୟାଙ୍ଗ ପାଲଟିଯାଇଥିବା ଜଣେ ଯୁବକ ସହାୟତା ନ ପାଇ ଚାରିଆଡୁ ନିରାଶ ହେବା ପରେ ଶେଷରେ କୀଟନାଶକ ପିଇ ଆତ୍ମହତ୍ୟା...

ବ୍ୟାଙ୍କ ପରିଚାଳକଙ୍କୁ ଘେରିଲେ ମହିଳା

ବାହାନଗା, ୧୭।୭(ଡି.ଏନ.ଏ.)-ଋଣ ନ ପାଇ ବାହାନଗା ବ୍ଲକ ଚିତ୍ତଳ ଗ୍ରାମର ‘ଜୟ ମହାବୀର’ ମହିଳା ଗ୍ରୁପ୍‌ର ସଦସ୍ୟାମାନେ ମଙ୍ଗଳବାର ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପରିଚାଳକଙ୍କୁ ଘେରିଥିଲେ।...

ସୀମାନ୍ତରେ ଯାଞ୍ଚ ହୁଗୁଳା : ୩ୟ ଲହରକୁ ନେଇ ଚିନ୍ତାରେ ଜଳେଶ୍ୱରବାସୀ

ଜଳେଶ୍ୱର, ୨୯।୬(ଡି.ଏନ.ଏ.)-ପ୍ରବାସୀଙ୍କ ଅବାଧ ପ୍ରବେଶକୁ ରୋକିବା ଲାଗି ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ମଧ୍ୟ ଦେଇଯାଇଥିବା ୬୦ନଂ. ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟରେ ବ୍ୟାରିକେଡ...

ପୂର୍ବତନ ମନ୍ତ୍ରୀଙ୍କ ଜବରଦଖଲରେ ସରକାରୀ ଜମି

ବାଲେଶ୍ୱର ଅଫିସ, ୨୩।୧୦: ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଜବରଦଖଲରେ ରହିଛି ବାଲେଶ୍ୱର ଜିଲା ସଦର ତହସିଲ ଅଧୀନସ୍ଥ ପଢୁଆଁପଦା...

Advertisement
Archives

Model This Week