୪୦ ଡିଗ୍ରୀ ଉପରେ ୫ ସହର

ଭୁବନେଶ୍ୱର,୨୧ା୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଲକ୍‌ଡାଉନ ଯୋଗୁ ଲୋକମାନେ ଘରୁ ପଦାକୁ ବାହାରୁ ନାହାନ୍ତି। ଏଥିଯୋଗୁ ଗ୍ରୀଷ୍ମ କଷ୍ଟରୁ ଆଶ୍ୱସ୍ତି ମିଳିଛି। ତେବେ କୃଷି ଓ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ଥିବା ଲୋକମାନଙ୍କୁ ଖରା ଦାଉ ସାଧିଛି। ସୋମବାର ରାଜ୍ୟର ୫ ସହରରେ ପାରଦ ୪୦ ଡିଗ୍ରୀ ସେଲ୍‌ସିୟସ୍‌ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀରରେ ସର୍ବାଧିକ ୪୧.୫ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବୌଦ୍ଧ ୪୦.୮, ଟିଟିଲାଗଡ ୪୦.୫, ମାଲକାନଗିରି ୪୦.୨ ଏବଂ ତାଳଚେରରେ ସର୍ବାଧିକ ତାପମାତ୍ରା ୪୦.୧ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ଏଥିସହିତ ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୩୯.୮ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣା ୩୯.୮, ସୋନପୁର ୩୯.୮, ସମ୍ବଲପୁର ୩୯.୪, ଅନୁଗୋଳ ୩୯.୧, ନୟାଗଡ ୩୯ ଏବଂ ସୁନ୍ଦରଗଡରେ ସର୍ବୋଚ୍ଚ ତାପମାତ୍ରା ୩୮.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିିଶାର ଅଧିକାଂଶ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡତୋଫାନ ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଏଲୋୱାର୍ନିଂ ଜାରି କରାଯାଇଛି। ଆସନ୍ତା ୨୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡବର୍ଷା ହେବା ସମ୍ଭାବନା ରହିଛି। ତେବେ ଏହି ସମୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ରୁ ୪୧ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିବ। ଉପକୂଳ ଓଡିଶାରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ଧମାଳରେ ୭ ଦିନ ବ୍ୟାଙ୍କ ବନ୍ଦ

ଦାରିଙ୍ଗବାଡ଼ି,୨୨।୭(ଡି.ଏନ୍‌.ଏ.): କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବା ସହ ଲୋକାଲ କେସ୍‌ ମଧ୍ୟ ବଢ଼ି ଚାଲିଛି। କନ୍ଧମାଳ ଜିଲାରେ ଏକାଧିକ ବ୍ୟାଙ୍କର ଶାଖା ପରିଚାଳକ...

ରାସ୍ତାରେ କ୍ଷୀର ଢାଳିଲେ ଚାଷୀ

ନିଶ୍ଚିନ୍ତକୋଇଲି,୨୧।୨(ସ୍ବ.ପ୍ର.): ଓମ୍ଫେଡ଼ର ଚାଷୀମାରଣ ନୀତି ବିରୋଧରେ କଟକ ଜିଲା ମାହାଙ୍ଗା ବ୍ଲକ ଏରକଣା ବଜାରରେ ଚାଷୀ ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କରିଛନ୍ତି। ଚାଷୀଙ୍କ ଅଭିଯୋଗ...

ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ: ଗିରଫ ହେଲେ କନଷ୍ଟେବଳ

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ରକ୍ଷକ ହୋଇ ଭକ୍ଷକ ସାଜିଛନ୍ତି କମିଶନରେଟ ପୋଲିସର ଜଣେ କନଷ୍ଟେବଳ। ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ରଜନୀକାନ୍ତ ଗମାଙ୍ଗ ନାମକ କନଷ୍ଟେବଳ ଗିରଫ ହୋଇଛନ୍ତି।...

ଡିଜିଟାଇଜେଶନ ହୋଇପାରୁନି ପାକ୍ସ

କଟକ ଅଫିସ, ୨।୧୦: କୃଷକଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ଲକ୍ଷ୍ୟରେ କୋ-ଅପରେଟିଭ ସୋସାଇଟି କାର୍ଯ୍ୟକାରୀ ହେଉଛି। ରାଜ୍ୟରେ ମୋଟ୍‌ ୨୭୧୦ ପ୍ରାଥମିକ କୃଷି ସମବାୟ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨.୫୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ

ଭଦ୍ରକ ଅଫିସ,୧୮।୪: କରୋନା ମୁକାବିଲା ପାଇଁ ଭଦ୍ରକର ପି.ଏନ୍‌. ଏଜେନ୍ସିି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨.୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ପି.ଏନ୍‌. ଏଜେନ୍ସିି...

ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧିପାଉଛି : ମନ୍ତ୍ରୀ

ଭୁବନେଶ୍ୱର, ୮।୩(ବ୍ୟୁରୋ): ଓଡ଼ିଶା ଗତ ୧୦୦ ବର୍ଷରେ ଛୋଟବଡ଼ ୧୩୫ଥର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛି। ଗତ ୨୦ବର୍ଷ ମଧ୍ୟରେ ରାଜ୍ୟ ୩୨ଥର ବନ୍ୟା, ବାତ୍ୟା,...

ଓଡ଼ିଶାର ବ୍ୟବସାୟିକ ପରିବେଶ ଶ୍ରେଷ୍ଠ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩।୪(ବ୍ୟୁରୋ):  ଓଡ଼ିଶାର ବ୍ୟବସାୟିକ ପରିବେଶ ବ୍ୟବସ୍ଥା ଭାରତରେ ସର୍ବୋତ୍ତମ। ଆମ ରାଜ୍ୟରେ ଚାକିରି ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା...

ଲଘୁଚାପ: ୧୦ରୁ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୯।୬(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ...

Advertisement
Archives

Model This Week