Posted inଫୁରସତ

୩ ହଜାର ଫୁଟ୍‌ ପାହାଡ଼ ଚଢ଼ିଲେ ୧୦ ବର୍ଷର ଝିଅ

ଯେଉଁ ପାହାଡ଼କୁ ଚଢ଼ିବା ସମୟରେ ପ୍ରାୟ ୩୧ଜଣଙ୍କ ମୃତ୍ୟୁ ହୋଇଛି ସେଠାରେ ଜଣେ ୧୦ ବର୍ଷର ଝିଅ ଏହାକୁ ଚଢ଼ିିବାରେ ସଫଳ ହୋଇଛନ୍ତି। ଏଥିସହ ସବୁଠୁ କମ୍‌ ବୟସରେ ୩ ହଜାର ଫୁଟ୍‌ ଉଚ୍ଚ ପାହାଡ ଚଢ଼ି ଝିଅଟି ପ୍ରଥମ ପାହାଡ ଚଢ଼ାଳି ଭାବେ ଆଖ୍ୟା ପାଇଛି। ସୂଚନାଯୋଗ୍ୟ, ଆମେରିକାର କାଲିଫର୍ର୍ନିଆର ୟୋଶୋମତି ପାର୍କର ଇଆଇ କେପିଟାନ୍‌ ପିକ୍‌ ଉପରେ ନୋଜ ରୁଟ ଦେଇ ପାହାଡ଼ ଚଢ଼ିବା ବହୁ କଷ୍ଟ ହୋଇଥାଏ ବୋଲି କୁହାଯାଏ। କିନ୍ତୁ କଲରାଡୋରେ ରହୁଥିବା ଜଣେ ୧୦ ବର୍ଷର ଝିଅ ସେଲାହ ସ୍କେନେତର ଏହି ନୋଜ ରୁଟ ଦେଇ ପାହାଡ଼ ଚଢ଼ିଛନ୍ତି। ପାହାଡ଼ ଚଢ଼ିବା ସମୟରେ ବହୁ ଭଲ ଅନୁଭବ ରହିଥିଲା ବୋଲି ସେଲାହ କହିଛନ୍ତି। ପ୍ରାୟ ୫ଦିନ ଭିତରେ ସେଲାହ ୩ହଜାର ଫୁଟ ପାହାଡ଼ ଚଢ଼ିବାର ଲକ୍ଷ୍ୟ ପୂରା କରିଥିଲେ। ଆଉ ଏଥିପାଇଁ ତାଙ୍କୁ ସହଯୋଗ କରିବା ଲାଗି ତାଙ୍କ ବାପା ମାଇକ ଓ ସାଙ୍ଗ ମାର୍କ ସାଙ୍ଗରେ ରହିଥିଲେ। ସେଲାହଙ୍କ ବାପା ଜଣେ ଦକ୍ଷ ପର୍ବତାରୋହୀ। ଗତ ବର୍ଷ ୨ ଅନୁଭବୀ ପର୍ବତାରୋହୀଙ୍କ ଏହି ପାହାଡ଼ରେ ମୃତ୍ୟୁ ହୋଇଥିଲା। ଇଆଇ କେପିଟାନ୍‌ ପାହାଡରେ ୧୯୦୫ ଠାରୁ ଏପର୍ଯ୍ୟନ୍ତ ୩୧ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନର ନିଆରା ପରିବାର: ମାଟିରେ ତିଆରି କରୁଛନ୍ତି ସୁନା ଭଳି ସୁନ୍ଦର ଅଳଙ୍କାର

ଏପରି ଏକ ସହର ରହିଛି ଯେଉଁଠାରେ ସୁନା ଭଳି ସୁନ୍ଦର ଅଳଙ୍କାରମାନ ମାଟିରେ ତିଆରି କରାଯାଉଛି। କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ସତ। କିଛି...

ପ୍ରତିଦିନ ୧୫ କିଲୋମିଟର ଜଙ୍ଗଲ ରାସ୍ତା ଅତିକ୍ରମ କରି ଚିଠି ବାଣ୍ଟନ୍ତି ୬୫ ବର୍ଷୀୟ ବୃଦ୍ଧ

ଚେନ୍ନାଇ,୯।୭: ତାମିଲନାଡୁର ୬୫ ବର୍ଷୀୟ ବୃଦ୍ଧ ଡି. ଶିବନଙ୍କ କାହାଣୀ ଏବେ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ପେଶାରେ ଜଣେ ପୋଷ୍ଟମ୍ୟାନ ଥିବା ବେଳେ...

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏହି ପେଣ୍ଟିଂକୁ କୁହାଯାଏ ଅଭିଶପ୍ତ, ଜାଣନ୍ତୁ କାହିଁକି

ବିଶ୍ୱର ଏପରି କିଛି ଭୟଭୀତ ପେଣ୍ଟି ଅଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ତେବେ ଏପରି ଏକ ପେଣ୍ଟିଂ ଅଛି, ଯେ କୌଣସି...

ମାତ୍ର ୭୮ ଟଙ୍କାରେ ମିଳୁଛି ଘର

ସିସିଲି,୨୯।୧: ମାତ୍ର ୭୮ ଟଙ୍କାରେ ଘର ମିଳୁଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ। ଦକ୍ଷିଣ ଇଟାଲୀର ଟୋରୋଣ୍ଟୋରେ ସହରରେ ୨୫...

ସ୍ବାବଲମ୍ବୀ କରିଛି ଛେଳି ଚାଷ

ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଝାଙ୍କପାଲି ପଞ୍ଚାୟତ ମୁଣ୍ଡେର (ଖଲିଆପାଲି)ର ମନ୍ଦାକିନୀ ଭୋଇ, ସ୍ବାମୀ କୁଳମଣି ମୁଣ୍ଡେର, ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କୁ ନେଇ...

ବାର୍ବି କ୍ୟାଫେ

ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ଆଜିକାଲି ଖାଦ୍ୟ ଉଦ୍ୟୋଗ ସଂସ୍ଥା ବିଭିନ୍ନ ଥିମ୍‌କୁ ନେଇ ରେସ୍ତୋଁରା, କ୍ୟାଫେ ଆଦି ନିର୍ମାଣ କରୁଛନ୍ତି। ସେହିଭଳି ପିଲାମାନଙ୍କ ପ୍ରିୟ...

ସନ୍ଧ୍ୟା ୭ଟା ପରେ ଦୋକାନ ବନ୍ଦ କରିବାକୁ ଚାହୁଁଛନ୍ତି ସୁରଟର ୩୦ଟି ବଜାରର କପଡ଼ା ବ୍ୟବସାୟୀ

ସୁରଟ, ୭।୬: କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ଧୀରେଧୀରେ ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ଲାଗି ସରକାରଙ୍କ...

ପୁସ୍ତକ ‘ଦି ଆବ୍‌ସେଣ୍ଟ ଡାଇଲଗ୍‌’ରେ ଯୁକ୍ତି: ସଶସ୍ତ୍ର ବଳର ନେତୃତ୍ୱ ନେବାରେ ସକ୍ଷମ ନ ଥିଲେ ନେହେରୁ

ନୂଆଦିଲ୍ଲୀ: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସଶସ୍ତ୍ର ବଳର ନେତୃତ୍ୱ ନେବାକୁ ସକ୍ଷମ ନ ଥିଲେ ଅଥବା ତାକୁ ଦକ୍ଷତାର ପରିଚଳାନା କରି ନ...


Coronavirus Update

Archives

Model This Week

Why Dharitri