୩ ସମବାୟ ସମିତି ଜରିଆରେ ୧ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ୱ କ୍ୱିଣ୍ଟାଲ ଧାନ କ୍ରୟ ଲକ୍ଷ୍ୟ

କର୍ଲାମୁଣ୍ଡା,୨୮।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ୩ଟି ସମବାୟ ସମିତି ଜରିଆରେ ଚାଷୀଙ୍କ ଧାନ କ୍ରୟ କରାଯିବାକୁ ଆନୁଷ୍ଠାନିକ ଭାବେ ରିଷିଡା, କର୍ଲାମୁଣ୍ଡା, ଯୋରାଡବ୍ରାଠାରେ ମଣ୍ଡି ଉଦ୍‌ଘାଟନ ହୋଇଛି। ମାତ୍ର ଚାଷୀଙ୍କ ଧାନ ଠିକ୍‌ ଭାବେ ଉଠି ପାରୁ ନ ଥିବାରୁ ଚାଷୀମାନେ ଗାଁ ଦଲାଲମାନଙ୍କ ପାଖରେ କମ୍‌ ଟଙ୍କାରେ ବିକ୍ରୟ କରିବାକୁ ବାଧ୍ୟ ହେଉଛନ୍ତି।
ସୂଚନାଯୋଗ୍ୟ, କର୍ଲାମୁଣ୍ଡା ମଣ୍ଡି ଭବାନୀପାଟଣା ଉପଜିଲାପାଳ ସୁଶାନ୍ତ ସିଂଙ୍କ ଦ୍ୱାରା ଉଦ୍‌ଘାଟନ ହେବାର ଗୋଟିଏ ସପ୍ତାହ ବିତିଯାଇଥିଲେ ହେଁ ୧୬ଜଣ ଚାଷୀଙ୍କ ୭୭୮ କ୍ୱିଣ୍ଟାଲ ୮କେଜି ଧାନ କିଣାଯାଇଛି। ସୋମବାରଠାରୁ ରିଷିଡ଼ା ମଣ୍ଡି ଉଦ୍‌ଘାଟନ ହେବାର ୩ଦିନ ପରେ ମଧ୍ୟ ଚାଷୀଙ୍କ ଧାନ ଉଠାଯାଇ ନ ଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ବ୍ଲକର କର୍ଲାମୁଣ୍ଡା ସମବାୟ ସମିତି ଜରିଆରେ ୬୧ ହଜାର ୪୭୧ କ୍ୱିଣ୍ଟାଲ, ରିଷିଡା ମଣ୍ଡି ଜରିଆରେ ୪୭ ହଜାର ୧୬୨ କ୍ୱିଣ୍ଟାଲ ଓ ଯୋରାଡବ୍ରା ସମବାୟ ସମିତି ଜରିଆରେ ୪୧ ହଜାର ୪୬୧କ୍ୱିଣ୍ଟାଲ ଧାନ ଓ ଯୋରାଡବ୍ରା ପଞ୍ଚାୟତର ୧୭୬ ଜଣ ଚାଷୀଙ୍କ ଧାନ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା କର୍ଲାମୁଣ୍ଡା ଖାଉଟି ଯୋଗାଣ ଅଧିକାରୀ ସାନ୍ତାକର ପଧାନ କହିଛନ୍ତି। ତେବେ ରିଷିଡ଼ା ମଣ୍ଡିରୁ ଧାନ ଉଠିପାରୁ ନ ଥିବା ସମ୍ପର୍କରେ ଖାଉଟି ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ଗୁରୁବାର ଧାନ ଉଠାଯିବାର ବ୍ୟବସ୍ଥା କରୁଛୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଚ୍‌ଆଇଭି ବିରୋଧରେ ବୈଜ୍ଞାନିକଙ୍କ ବଡ଼ ସଫଳତା! ମାଙ୍କଡ଼ ଉପରେ ଚମକପ୍ରଦ ପରୀକ୍ଷା

ଓ୍ବାଂଶିଟନ୍‌, ୨୮।୧୦: ଏଡ୍‌ସ (ଏଚ୍‌ଆଇଭି) ସୃଷ୍ଟିକାରୀ ଭୂତାଣୁ ଶରୀରରେ ଲୁଚି ରହିବାର କ୍ଷମତା ରଖିଥାଏ। ଔଷଧ ଖାଇବା ବନ୍ଦ କରିଦେଲେ ଏହି ଲୁକ୍କାୟିତ ଭୂତାଣୁ ପୁନର୍ବାର ସକ୍ରିୟ…

ନିୟମରେ ବଡ଼ ପରିବର୍ତ୍ତନ! ମାତ୍ର ୧୫୦୦ ଟଙ୍କାରେ ମିଳିବ ବାର୍ଷିକ FASTag ପାସ୍‌, ଜାଣଣନ୍ତୁ କିପରି

ନୂଆଦିଲ୍ଲୀ,୨୮।୧୦(ପି.ଟି.): ଜାତୀୟ ରାଜପଥ (ଏନ୍‌ଏଚ୍‌) ଟୋଲ୍‌ ପ୍ଲାଜାର ୨୦ କିଲୋମିଟର ପରିସର ମଧ୍ୟରେ ବସବାସ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଆସନ୍ତା ନଭେମ୍ବର ୧ରୁ ନୂଆ ବାର୍ଷିକ ରିହାତି…

ଅଭିଷେକଙ୍କ ‘ଝଡ଼’ ଦେଖି କଡ଼ା ବାର୍ତ୍ତା ଦେଲେ ଗୌତମ ଗମ୍ଭୀର: ମାତ୍ର ୨ଟି ଶବ୍ଦରେ କହିଲେ…

ନୂଆଦିଲ୍ଲୀ,୨୯।୧୦:ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ୬ ଉଇକେଟ୍‌ର ଦମଦାର ବିଜୟ ହାସଲ କରିଛି। ଏହି ବିଜୟ ସହ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ରେ…

ବାତ୍ୟା ଅର୍ଣ୍ଣବ: ଛତିଶଗଡ଼ ମୁହାଁଇବା ବେଳେ ଓଡ଼ିଶା ଉପରେ ପଡ଼ିବ ବଡ଼ ପ୍ରଭାବ, ଦକ୍ଷିଣ ଓଡ଼ିଶାରେ ପବନ…

ଭୁବନେଶ୍ଵର: ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଜାରି ରହିଛି । କିଛି ସମୟ ମଧ୍ୟରେ ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ ।…

୧୯ ବଲ୍‌ରେ ୪୫ ରନ୍‌ ସତ୍ତ୍ୱେ ବୈଭବଙ୍କୁ ମିଳିବନି ସୁଯୋଗ? ଦିନେଶ କାର୍ତ୍ତିକ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଦମ୍‌ଦାର ପ୍ରଦର୍ଶନ କରିଛି । ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ…

ବାଇଗଣର ଅଭାବୀ ବିକ୍ରି, ଚିନ୍ତାରେ ଚାଷୀ: କିଲୋ ପ୍ରତି ବିକ୍ରି ହେଉଛି…

ବରଗଡ଼,୨୮।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଚାଷ, ଚାଷୀଙ୍କ ସମସ୍ୟା ଅସମାହିତ ରହିଛି। ଏଠାରେ କେବଳ ଧାନ ନୁହେଁ, ଅଣଧାନ ଫସଲରେ ମଧ୍ୟ ଚାଷୀମାନଙ୍କୁ ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ…

ଅଭିଷେକ-ବୈଭବଙ୍କୁ ଦେଖି ଶ୍ରେୟସ ଆୟରଙ୍କ ମୁଣ୍ଡ ଘୂରିଲା: କହୁ କହୁ କହିଦେଲେ…

ୱେଲିଂଟନ,୨୮।୧୦: ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି ଚକିତ ହୋଇଯାଇଛନ୍ତି ଶ୍ରେୟସ ଆୟର। ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦…

ପ୍ରବଳ ବର୍ଷା-ପବନ ସମ୍ଭାବନା: ରେଡ୍‌ ଓ୍ବାର୍ନିଂରେ ଓଡ଼ିଶାର ୭ ଜିଲା

ଭୁବନେଶ୍ୱର,୨୮ା୧୦(ବନ୍ଦନା ସେଠୀ/ପିଟି):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅର୍ଣ୍ଣବ’ ଅତି ଭୀଷଣ ରୂପ ନେବା ପରେ ମଙ୍ଗଳବାର ରାତି ପ୍ରାୟ ୧୨ଟାରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ନିକଟ ଦକ୍ଷିଣ ୟାନମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?