୩ ମାସରେ ଅଜଣା ରୋଗ ନେଲାଣି ୧୭ ଜୀବନ  

ମାଲକାନଗିରି,୩୧ା୫(ଡି.ଏନ୍‌.ଏ.)-ଅଜଣା ରୋଗରେ ମାଲକାନଗିରି ଜିଲାରେ ଗୋଟିଏ ଗ୍ରାମରେ ୩ ମାସ ମଧ୍ୟରେ ୧୭ଜଣଙ୍କ ମୃତ୍ୟୁ ହୋଇଛି। ଜିଲା ସଦର ବ୍ଲକ୍‌ ପେଡ଼ାକୋଣ୍ଡା ପଞ୍ଚାୟତ କେନ୍ଦୁଗୁଡ଼ା ଗ୍ରାମରେ ଫେବୃୟାରୀ ୨୫ରୁ ଏପର୍ଯ୍ୟନ୍ତ ଏତେ ସଂଖ୍ୟକ ଲୋକ ପ୍ରାଣ ହରାଇବା ଆଲୋଚନାର ବିଷୟ ହୋଇଛି। ପ୍ରଥମେ ରୋଗୀମାନଙ୍କ ପାଦଠାରୁ ଆଣ୍ଠୁ ପର୍ଯ୍ୟନ୍ତ ଫୁଲିଯାଏ। ପରେ ଜ୍ୱର ହୋଇଥାଏ ା ଜ୍ୱର ହେବାର ୩/୪ ଦିନ ମଧ୍ୟରେ ରୋଗୀଙ୍କ ମୃତ୍ୟୁ ଘଟିଥାଏ। ଗତ ମାର୍ଚ୍ଚରେ ଗ୍ରାମର ୭ଜଣଙ୍କ ମୃତ୍ୟୁ ହୋଇଥିଲା। ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା। ସେ ସମୟରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ତତ୍ତ୍ୱାବଧାନରେ ଏକ ଡାକ୍ତରୀ ଦଳ ଗ୍ରାମକୁ ଯାଇ ପରୀକ୍ଷା ନିରୀକ୍ଷା କରି ଆକ୍ରାନ୍ତ ରୋଗୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରିଥିଲେ। ଚିକିତ୍ସାଧୀନ ରୋଗୀମାନେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ମାତ୍ର କିଛିଦିନ ପରେ ପୁଣି ଏହି ରୋଗ ଦେଖାଦେଇଥିଲା। ଫଳରେ ଲକ୍‌ଡାଉନ ସମୟରେ ଏପ୍ରିଲରେ ଆଉ ୭ଜଣଙ୍କ ମୃତ୍ୟୁ ହୋଇଥିଲା। ମେ ୨୦ରୁ ଏଯାଏ ସମାରୁ କବାସୀ, ଉଙ୍ଗା ମାଡକାମି, ଆଇତା ମୁସାକି ପ୍ରମୁଖ ୩ ଜଣଙ୍କ ଏହି ରୋଗରେ ମୃତ୍ୟୁ ହୋଇଛି। ଏବେ ମଧ୍ୟ ଗ୍ରାମରେ ଅନେକ ବ୍ୟକ୍ତି ଏହି ରୋଗରେ ପୀଡ଼ିତ ଥିବା ଜିଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମିଙ୍କ ସହ ଗ୍ରାମବାସୀ କହିଛନ୍ତି। ଏ ନେଇ ପଡିଆମି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଅନିଲ କୁମାର ପାଢ଼ୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏକ ଡାକ୍ତରୀ ଦଳ ସେହି ଗ୍ରାମକୁ ଯାଇ ପୁଣି ଥରେ ଏହି ରୋଗ ସମ୍ପର୍କରେ ଅନୁଧ୍ୟାନ କରିବେ ବୋଲି ପାଢ଼ୀ କହିଛନ୍ତି। ତେବେ କେଉଁ କାରଣରୁ କେବଳ ଏହି ଗୋଟିଏ ଗ୍ରାମରେ ଏପରି ରୋଗ ହୋଇ ଲୋକଙ୍କ ମୃତ୍ୟୁ ଘଟୁଛି ଏହାର ସବିଶେଷ ଅନୁଧ୍ୟାନ କରାଯିବା ନେଇ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍‌: ୫ ବର୍ଷ ପରେ ତାମିଲନାଡୁରୁ ଗିରଫ ହେଲେ ଦମ୍ପତି

ମାଲକାନଗିରି,୨୯ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସଦର ମହକୁମାର ଏକ ସୁନା ବ୍ୟବସାୟୀଙ୍କ ଘରୁ ଅଳଙ୍କାର ଚୋରି ମାମଲାରେ ତାମିଲନାଡୁର ଏକ ଦମ୍ପତି ଗିରଫ ହୋଇଛନ୍ତି।ଏନେଇ ମାଲକାନଗିରି ଏସ୍‌ପି ବିନୋଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri