୩ ପୋଲିସ କର୍ମଚାରୀଙ୍କ ସମେତ ଭ୍ୟାନକୁ ଅଟକ ରଖିଲେ ଗ୍ରାମବାସୀ

ପାଟଣା, ୧୬।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନାର ଭ୍ୟାନ ସମେତ ୩ ଜଣ ପୋଲିସ କର୍ମଚାରୀଙ୍କୁ ଟଭାସରୁଆ ଗ୍ରାମବାସୀ ଗୁରୁବାର ରାତିରେ ଅଟକ ରଖି ପୋଲିସ ବ୍ୟବସ୍ଥା ଉପରୁ ସେମାନଙ୍କ ଆସ୍ଥା ତୁଟିଥିବା ଅଭିଯୋଗ କରିଥିଲେ। ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେଉଥିବା ଗାଁର ୪ ଯୁବକଙ୍କୁ ପୋଲିସ ଉଦ୍ଧାର କରିବାରେ ବିଫଳତା ହେବା ନେଇ ସେମାନେ ଏଭଳି ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ। ଏ ନେଇ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ପୋଲିସ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାଶୁଝା କରି ଫେରିଥିଲା।
ଗ୍ରାମବାସୀ ଦର୍ଶାଇଥିଲେ ଯେ, ବଡ଼ବିଲ ପଞ୍ଚାୟତ ଟଭାସରୁଆ ଗ୍ରାମର ୪ ଜଣ ଯୁବକଙ୍କୁ ୩ଜଣ ସ୍ଥାନୀୟ ଦଲାଲ ଗତ ମେ ୨୦ ତାରିଖରେ ଦିଲ୍ଲୀର ଏକ ମେଡିସିନ ଫ୍ୟାକ୍ଟ୍ରିରେ ମାସକୁ ୧୦ ହଜାର ଟଙ୍କାର ଦରମାରେ କାମ ଦେବାର ପ୍ରତିଶ୍ରୁତି ଦେଇ ନେଇଯାଇଥିଲେ। ପରେ ଦିଲ୍ଲୀରୁ ଅନ୍ୟଜଣେ ଠିକାଦାରଙ୍କ ଜରିଆରେ ରାଜସ୍ଥାନର କୌଣସି ଏକ ଆଇସ୍କ୍ରିମ ଫ୍ୟାକ୍ଟ୍ରି କୁ ନିଆଯାଇ ସେଠାରେ ଦାଦନ ଖଟିବାକୁ ବାଧ୍ୟ କରାଯାଇଥିଲା। ବିନା ଦରମାରେ ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ଧରି ନିର୍ଯାତନା ସହି କାମ କରିବା ପରେ କୌଣସି ମତେ ଘରକୁ ଫୋନ୍‌ କରି ସେମାନଙ୍କୁ ଉଦ୍ଧାର କରିବାକୁ ଜଣାଇଥିଲେ। ଏହାପରେ ଏହିି ୪ ଯୁବକଙ୍କ ମା’ ଗ୍ରାମବାସୀଙ୍କ ସହ ଗତ ଜୁଲାଇ ୨୦ ତାରିଖରେ ପାଟଣାଥାନାକୁ ଯାଇ ଅଭିଯୋଗ କରିଥିଲେ। ୪ ଯୁବକ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହୋଇଥିବା ନେଇ ଗତ ୯ ତାରିଖରେ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ପାଟଣା ବିଧାୟକ ଜଗନ୍ନାଥ ନାଏକ ଗୁରୁବାର ପୂର୍ବାହ୍ନରେ ଏହି ଗ୍ରାମକୁ ଯାଇ ଘଟଣା ଅନୁଧ୍ୟାନ କରି ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ପାଟଣା ପୋଲିସ ଗୁରୁବାର ରାତ୍ରିରେ ଟଭାସରୁଆ ଗାଁକୁ ଯାଇ ଲେବର କୋର୍ଟର ଆଶ୍ରୟ ନେବା ଲାଗି ସମ୍ପୃକ୍ତ ଅଭିଭାବକଙ୍କୁ ବୁଝାଇଥିଲା । ଏଭଳି ସ୍ଥିତିରେ ସେଠାରେ ପୋଲିସକୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥିଲା। ସେମାନେ ୩ ପୋଲିସ କର୍ମଚାରୀଙ୍କ ସମେତ ପୋଲିସ ଗାଡିକୁ ଗ୍ରାମରେ ଅଟକ ରଖି ଦାଦନ ଖଟିବାକୁ ଯାଇଥିବା ଏହି ୪ଯୁବକଙ୍କୁ ଶୀଘ୍ର ଉଦ୍ଧାର କରିବାକୁ ଦାବି କରିଥିଲେ।
(ଫଟୋ-


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଖଞ୍ଜା ଯାଇଥିଲା ବମ୍‌, ଗିଳିଦେଲା ବଳଦ; ଆଉ ତା’ ପରେ…

ପରଜଙ୍ଗ,୪।୨(ଡି.ଏନ୍‌.ଏ.): ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ଖଞ୍ଜା ଯାଇଥିବା ବମ୍‌ ଖାଇ ଗୋଟିଏ ବଳଦ ଗୁରୁତର ହୋଇପଡ଼ିଛି। ଘଟଣାଟି ଘଟିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ୍‌ ରେଞ୍ଜ...

କୋଠରି ଅଭାବ, ପାଠପଢ଼ା ବ୍ୟାଘାତ

ନୂଆପଡ଼ା ଅଫିସ,୧୦।୨: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର ପଞ୍ଚାୟତ ଘୋଟସର ଉଚ୍ଚ ପ୍ରାଥମିକ ବିିଦ୍ୟାଳୟ ଅବ୍ୟବସ୍ଥାରେ ଗତି କରୁଛନ୍ତି। ବିିଦ୍ୟାଳୟ ଶ୍ରେଣୀ କୋଠରି...

ହଳଦୀ ଅମଳ ପାଇଁ ଜଙ୍ଗଲରେ ବିତୁଛି ଜୀବନ: ବିକ୍ରିନେଇ ଚିନ୍ତାରେ ଚାଷୀ

ଦାରିଙ୍ଗବାଡ଼ି,୧୦।୪(ଡି.ଏନ୍‌.ଏ.)- ଏବେ କନ୍ଧମାଳରେ ହଳଦୀ ଅମଳ ସମୟ। ପ୍ରକୃଷ୍ଟ ସମୟ ବିତିଗଲେ ଚାଷୀଙ୍କୁ ହଜାର ହଜାର ଟଙ୍କାର କ୍ଷତି ସହିବାକୁ ପଡ଼ିବ। ଚାଷୀର ମେରୁଦଣ୍ଡ କୁହାଯାଉଥିବା...

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଶତାୟୁ ମହିଳା

ପ୍ରୀତିପୁର,୨୯ା୮(ଡି.ଏନ.ଏ.): ସରକାର ଦରିଦ୍ର, ଭିନ୍ନକ୍ଷମ, ନିଆଶ୍ର୍ରୀ ଓ ଅସହାୟଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ଥଇଥାନ କରୁଛନ୍ତି। ସେମାନଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାର ବ୍ୟବସ୍ଥା...

କଂସାରୀପାଟିଆ ନଦୀରେ ପୁଣି ପଲିଥିନ ଆଡ଼

ପାରାଦୀପ,୧୩।୧୧(ସ୍ବ.ପ୍ର.): ପାରାଦୀପର ମଧ୍ୟସ୍ଥଳରେ ଥିବା କଂସାରୀପାଟିଆ ନଦୀରେ ପୁଣି ପଲଥିନ ଆଡ ନିର୍ମାଣ ହେଲାଣି। ୧୫ ଦିନ ତଳେ ପ୍ରଶାସନ ପକ୍ଷରୁ ଏସବୁ ପଲିଥିନ ଆଡ଼...

ଟ୍ରେନ୍‌ରେ ଫେରୁଥିବା ପ୍ରବାସୀ ମହିଳାଙ୍କ ମୃତ୍ୟୁ

ବଲାଙ୍ଗୀର ଅଫିସ, ୨୪ା୫-ବିଶାଖାପାଟଣାରୁ ବଲାଙ୍ଗୀର ପହଞ୍ଚତ୍ଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଆସୁଥିବା ଜଣେ ପ୍ରବାସୀ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ କୋରାପୁଟ ଜିଲା...

ସୁନ୍ଦରଗଡ଼ରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବୈଠକ : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନ ହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ

ସୁନ୍ଦରଗଡ଼, ୧୫।୧ (ଡି.ଏନ୍‌.ଏ.)- ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନ ହେବା ପର୍ଯ୍ୟନ୍ତ ଓକିଲଙ୍କ ଆନ୍ଦୋଳନ ଚାଲୁ ରହିବ। ମଙ୍ଗଳବାର ସୁନ୍ଦରଗଡ଼ଠାରେ...

ଢେଙ୍କାନାଳରେ ଜନ୍ମାଷ୍ଟମୀ

ଢେଙ୍କାନାଳ ଅଫିସ,୧୮ା୮: ଢେଙ୍କାନାଳ ସହର କୁଞ୍ଜକାନ୍ତ୍ର ଅଞ୍ଚଳ ଶ୍ରୀରାଧା କୃଷ୍ଣଙ୍କ ମନ୍ଦିରରେ ଜନ୍ମାଷ୍ଟମୀ ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଶ୍ରଦ୍ଧାଳୁମାନେ ଧାଡ଼ିରେ ଛିଡ଼ା ହୋଇ...

Advertisement
Archives

Model This Week