୩ ପଞ୍ଚାୟତର ୧୨ ଗ୍ରାମ ଜଳମଗ୍ନ: ବନ୍ୟାଞ୍ଚଳ ବୁଲି ଦେଖିଲେ ବିଧାୟକ, ତହସିଲଦାର

କଣାସ,୧୧।୯(ସ୍ବ.ପ୍ର./ଡି.ଏନ୍‌.ଏ.):  ପୁରୀ ଜିଲା କଣାସ ବ୍ଲକରେ ଗତ ଦୁଇଦିନ ଧରି ବନ୍ୟାଜଳର ପ୍ରଭାବ ବଢୁଥିବାରୁ ଦୋକନ୍ଦା, ବଡାସ, ଗଡବଳଭଦ୍ରପୁର ପଞ୍ଚାୟତର ୧୨ଟି ଗ୍ରାମ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ପ୍ରାୟ ରାସ୍ତା ବୁଡିଯାଇଥିବେଳେ ଗମନାଗମନ ବିଚ୍ଛିନ୍ନ ହୋଇଯିବା ସହ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ମଙ୍ଗଳବାର ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ତହସିଲଦାର ଉମାକାନ୍ତ ରାଉତ ବନ୍ୟାଞ୍ଚଳ ବୁଲି ଦେଖିବା ସହ ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ଏଥିସହିତ ବନ୍ୟା ସମସ୍ୟା ସମ୍ପର୍କରେ ପ୍ରତିକାର ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି ବିଧାୟକ କହିଛନ୍ତି। ବଡାସ ପଞ୍ଚାୟତରେ ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ପଞ୍ଚାୟତ ତରଫରୁ ରନ୍ଧାଖାଦ୍ୟ ବଣ୍ଟନ କରାଯିବା ସହ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି। ବର୍ତ୍ତମାନ ନଦୀରେ ଜଳସ୍ତର ବଢୁଥିବା ବେଳେ ଦୟାନଦୀ ବିପଦ ସଙ୍କେତ ୩.୯୯ ମିଟର ଟପି ୫.୩୫ରେ ପହଞ୍ଚିଛି । କେତେକ ସ୍ଥାନରେ ଗଳିଆ ଥିବାରୁ ସେଗୁଡିକ ବାଲିବସ୍ତା ପକାଇଛନ୍ତି । ରେଡକ୍ରସ୍‌ ତରଫରୁ ଦୋକନ୍ଦା, କଦଳୀଦଣ୍ଡା, ବଡାସ, ତରପଡା, ବାଲିପାଟଣା ଆଦି ଗ୍ରାମ ଗୁଡିକରେ ରିଲିଫ୍‌ ବଣ୍ଟାଯାଇଛି । ବିଧାୟକଙ୍କ ସହିତ ପଞ୍ଚାୟତ ସମିତି ଅଧ୍ୟକ୍ଷ ରମେଶ ଚନ୍ଦ୍ର ସେଠୀ, ବ୍ଲକ ଯୁବ ବିଜେଡି ସଭାପତି ବସନ୍ତ ଜେନା, ଭିକାରୀ ବଳିୟାରସିଂହ, ଈଶ୍ୱର ହରିଚନ୍ଦନ, ସନ୍ତୋଷ ସାମନ୍ତରାୟ ପ୍ରମୁଖ ବନ୍ୟାଞ୍ଚଳ ବୁଲିଥିଲେ । ଅପରପକ୍ଷେ ପ୍ରଶାସନ ତରଫରୁ ବନ୍ୟା ବିପନ୍ନଙ୍କୁ ସହାୟତା ଦେବା ପାଇଁ ସାଧାରଣରେ ଦାବି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଟିଉସନ କରିବା ବେଳେ ୧୫ ବର୍ଷର ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଥିଲେ; ଅପହରଣ ପରେ ବଳାତ୍କାର ଅଭିଯୋଗରେ ବାନ୍ଧିଲା ପୋଲିସ

ପାଟଣା,୨୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୧୫ ବର୍ଷର ନାବାଳିକାଙ୍କୁ ପ୍ରେମଜାଲରେ ଫସାଇ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗରେ ପାଟଣା ପୋଲିସ...

ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି ସମୀକ୍ଷା କଲେ ଆର୍‌ଡିସି

ବ୍ରହ୍ମପୁର ଅଫିସ,୨୭ା୩-କରୋନା ସଂକ୍ରମଣର ପ୍ରତିରୋଧ ନେଇ ଜିଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ଶୁକ୍ରବାର ସମୀକ୍ଷା କରିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର...

ଏଭଳି ବାପା ଥିବାଠାରୁ ଅନାଥ ହେବା ଭଲ…

ବ୍ରହ୍ମପୁର ଅଫିସ,୫ା୨: ଗଞ୍ଜାମ ଜିଲାରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ବଡ଼ବଜାର ଥାନା ଅଞ୍ଚଳର ଜଣେ ସାତ ବର୍ଷ ନାବାଳିକାଙ୍କୁ ତାଙ୍କ ବାପା ବଳାତ୍କାର...

‘ପୁରୁଣାବଜାର ଅଞ୍ଚଳରୁ ହଟାଯାଉ ଜବରଦଖଲ’

ଭଦ୍ରକ ଅଫିସ,୨୦।୬: ଭଦ୍ରକ ପୁରୁଣାବଜାର ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ ନେଇ ସୋମବାର ଜିଲାପାଳଙ୍କ ନିକଟରେ ଦାବି ହୋଇଛି। ସନ୍ଥିଆ ପୋଲଠାରୁ ନଙ୍ଗାମହଲା, ପାଟଣାସାହି, ସାନଶଙ୍କରପୁର, ପୁରୁଣାବଜାର...

ଆଢୁଆଳରେ ‘ଅଦିନ ମେଘ’ର ନାୟିକା

ପୁରୀ ଅଫିସ,୩ା୩: କୁନ୍ତଳା କୁମାରୀ ଆଚାର୍ଯ୍ୟ। ବୟସ ୯୦ ଛୁଇଁଲାଣି। ପୁରୀ ସହରସ୍ଥ ହାବେଳି ଗଳିରେ ରହୁଥିବା କୁନ୍ତଳା ‘ଅଦିନ ମେଘ’ର ନାୟିକା ଭାବେ ବେଶ୍‌...

ପାରମ୍ପରିକ ବାଦ୍ୟରେ ମେଲାଣି ନେଲେ ମା’ କାଳୀ

ଭଦ୍ରକ ଅଫିସ, ୭।୧୧ – ପ୍ରସିଦ୍ଧ ଭଦ୍ରକ କାଳୀପୂଜାର ବୁଧବାର ଥିଲା ଭସାଣି ଉତ୍ସବ। ଗତ ୨୭ ତାରିଖରୁ ୧୦ ଦିନ ଧରି ପୂଜା ପାଇଆସୁଥିବା...

ଗଛରେ ବାନ୍ଧି ଯୁବକଙ୍କୁ ଲଣ୍ଡା କଲେ ଗ୍ରାମବାସୀ

ମହାକାଳପଡ଼ା,୪ା୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ଉପକୂଳ ଅଞ୍ଚଳରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଶନିବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଘରେ...

ବଲାଙ୍ଗୀର ଜିଲାରେ ନୂଆ ୧ କରୋନା ପଜିଟିଭ ଚିହ୍ନଟ, ସଂକ୍ରମିତଙ୍କ ସଖ୍ୟା ୯କୁ ବୃଦ୍ଧି

ବଲାଙ୍ଗୀର ଅଫିସ, ୨୩।୫: ବଲାଙ୍ଗୀର ଜିଲାରେ ଶନିବାର ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ଆକ୍ରାନ୍ତଙ୍କୁ ଭୁବନେଶ୍ବର କୋଭିଡ ହସ୍ପିଟାଲକୁ...

Advertisement
Archives

Model This Week