୩ ଜଣଙ୍କ ରକ୍ତ ନମୁନା ସଂଗ୍ରହ: ୧୮ ଜଣଙ୍କୁ ହୋମ କ୍ୱାରେଣ୍ଟାଇନ

ସୋହେଲା,୪।୪(ଡି.ଏନ.ଏ.)- ବରଗଡ ଜିଲା ସୋହେଲା ଥାନା ଅନ୍ତର୍ଗତ ୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ଦଶ ମାଇଲ ଛକରେ କେତେକ ନିଜାମୁଦ୍ଦିନ ଫେରନ୍ତା ଆସି ରହୁଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ପଦ୍ମପୁର ଉପ ଜିଲାପାଳ ତନ୍ମୟ ଦରୁଆନଙ୍କ ନେତୃତ୍ୱରେ ସୋହେଲା ଥାନା ଆଇଆଇସି ନିର୍ମଳ ମହାପାତ୍ର,ବରଗଡ ଓ ସୋହେଲା ଡାକ୍ତରୀଦଳ ଦଶମାଇଲ ଛକରେ ବହୁ ବର୍ଷ ହେଲା ମାଂସ ବେପାର କରି ପରିବାର ପୋଷଣ କରୁଥିବା ଏକ ଘରେ ଚଢ଼ାଉ କରିଥିଲେ । ଗୃହକର୍ତ୍ତା ତାଙ୍କ ଘରେ କେତେ ଜଣ ଆସି ରହୁଛନ୍ତି ବୋଲି ଅଧିକାରୀମାନେ ପଚାରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନ ଥିଲେ । ଫଳରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ।ଅଧିକାରୀମାନେ ଘର ତଲାସୀ କରିବାରୁ ତାଙ୍କ ପରିବାରର ୧୨ ଜଣ ସଦସ୍ୟଙ୍କ ବ୍ୟତୀତ ଉତ୍ତର ପ୍ରଦେଶ ଯୋନପୁର ଅଞ୍ଚଳରୁ ଆସିଥିବା ଆହୁରି ୬ଜଣ ବ୍ୟକ୍ତି ରହୁଥିବା ଜଣା ପଡିଥିଲା । ଅଧିକାରୀମାନେ ଯୋନପୁର ଅଞ୍ଚଳରୁ ଆସିଥିବା ଲୋକଙ୍କୁ ପଚାରିବାରୁ ସେମାନେ ଗତ ମାସ ୧୭ ତାରିଖ ଯୋନପୁରରୁ ରାୟପୁରକୁ ଟ୍ରେନରେ ଆସି ସେଠାରୁ ବସ ଯୋଗେ ଦଶ ମାଇଲ ଆସିଥିବା କହି ଟ୍ରେନ ଟିକେଟ ଦେଖାଇଥିଲେ । ସେମାନେ ଏଠାକୁ ଏକ ନିର୍ବନ୍ଧ କାମରେ ଆସି ଲକ ଡାଉନ ଯୋଗୁଁ ଆଉ ଫେରି ପାରି ନ ଥିବା ପ୍ରକାଶ କରିଥିଲେ । ସେଠାରେ ଉପସ୍ଥିତ ଥିବା ଅଧିକାରୀମାନେ ୩ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରି ଥିଲେ। ଏଥିସହିତ ଅନ୍ୟ ୧୮ ଜଣଙ୍କୁ ହୋମ କ୍ବାରେଣ୍ଟାଇନରେ ରଖା ଯିବାକୁ ଉପଜିଲାପାଳ ନିର୍ଦେଶ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସାନିଟାଇଜ ସହ ଭୂତାଣୁନାଶକ ଧୂଆଁ ସ୍ପ୍ରେ

ଭୁବନେଶ୍ୱର, ୨।୪ (ବ୍ୟୁରୋ)/ କଟକରୋଡ, (ଡି.ଏନ.ଏ.): କରୋନା ଭୂତାଣୁ ସଂକ୍ରମଣରୁ ଭୁବନେଶ୍ୱରକୁ ରକ୍ଷା କରିବା ପାଇଁ ଆରମ୍ଭ ହୋଇଛି ବିଶୋଧନ କାର୍ଯ୍ୟକ୍ରମ। ବୁଧବାର ଦ୍ୱିତୀୟ ଦିନରେ...

ଗଞ୍ଜାମରେ ବିସ୍ଫୋରକ ସ୍ଥିତି: ସଙ୍ଗରୋଧ କେନ୍ଦ୍ରରେ ମୃତ୍ୟୁ ଘଟଣାର ତଦନ୍ତ, ମୃତକଙ୍କ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି

ବ୍ରହ୍ମପୁର ଅଫିସ,୧୧।୫: ଗଞ୍ଜାମ ଜିଲାରେ ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ପାଇଁ କରୋନା ସଂକ୍ରମଣ ଏବେ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି। ଦିନକୁ ଦିନ ଜିଲାର...

ବାର୍‌ହା କାଟି କରୁଥିଲେ ଭାଗବଣ୍ଟା: ୨ ଶିକାରୀଙ୍କୁ ଧରିଲା ବନବିଭାଗ

ଠାକୁରମୁଣ୍ଡା,୨୫।୧୦(ଡି.ଏନ୍‌.ଏ.): କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନାଞ୍ଚଳରେ ବାର୍‌ହା ଶିକାର ଘଟଣାରେ ସାତକୋଶିଆ ବନବିଭାଗ ୨ଜଣ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଶିକାରୀଙ୍କ...

ରାମନାଗୁଡ଼ା ତହସିଲଦାରଙ୍କ ବିରୋଧରେ ମାମଲା

ଗୁଣପୁର,୧୬ା୫(ଡି.ଏନ.ଏ.): ରାୟଗଡ଼ା ଜିଲା ରାମନାଗୁଡ଼ା ତହସିଲଦାର ପ୍ରଭାତି ଝୋଡ଼ିଆଙ୍କ ବିରୋଧରେ ଗୁଣପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ମାମଲା ରୁଜୁ ହୋଇଛି। ମାଡ଼ ମାରିବାକୁ ଉଦ୍ୟମ ଏବଂ ହତ୍ୟା...

ପୋଲିସକୁ ୪୩ ହଜାର ଟଙ୍କା ଦେଲେ ୬ଷ୍ଠ ଶ୍ରେଣୀ ଛାତ୍ର

ଭୁବନେଶ୍ୱର,୧୮।୫(ବ୍ୟୁରୋ): କରୋନା ସମୟରେ ସମ୍ମୁଖ ଯୋଦ୍ଧା ଭାବେ ଅନେକ ପୋଲିସ କର୍ମଚାରୀ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛନ୍ତି। ଏପରି ସ୍ଥଳେ ସେମାନଙ୍କୁ ସହଯୋଗର ହାତ...

ବସ୍‌ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

କାମାକ୍ଷାନଗର, ୨୬।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ମହୁଲପାଳ ଜଡ଼ାପାଳ ନିକଟରେ ବୁଧବାର ଏକ ଦୁର୍ଘଟଣାକୁ ନେଇ ଲଙ୍କାକାଣ୍ଡ ଘଟିଛି। ଏଥିରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ...

‘ସୁସ୍ଥ ଜୀବନ ଲାଗି ତମାଖୁ ବର୍ଜନ କର’

ବାଲେଶ୍ୱର ଅଫିସ, ୧ା୬-ବାଲେଶ୍ୱର ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟ ପରିସରରେ ବିଶ୍ୱ ତମାଖୁ ବର୍ଜନ ଦିବସ ଜାତୀୟ ସେବା ଯୋଜନା ତରଫରୁ ଶୁକ୍ରବାର ପାଳିତ ହୋଇଯାଇଛି। ମହାବିଦ୍ୟାଳୟ...

ଉଚ୍ଚଶିକ୍ଷା ବିଭାଗର କଡ଼ା ନିଷ୍ପତ୍ତି:କର୍ମଚାରୀଙ୍କୁ ଜଗିବ ବାୟୋମେଟ୍ରିକ ମେଶିିନ

ଭୁବନେଶ୍ୱର, ୨୫-୯(ବ୍ୟୁରୋ):କାର୍ଯ୍ୟରେ ଠକୁଥିବା କର୍ମଚାରୀଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗ କଡ଼ା ନିଷ୍ପତ୍ତି ନେଇଛି। କର୍ମଚାରୀମାନେ ଆଉ ଅଳ୍ପ ସମୟ କାମ କରି ପଳାଇ ଯାଇପାରିବେ ନାହିଁ।...

Advertisement
Archives

Model This Week