Posted inଭଦ୍ରକ

୩୯ ପାଣି ପଞ୍ଚାୟତରେ ଭୋଟର ତାଲିକା ସଂଶୋଧନ

ବନ୍ତ, ୨୫।୮ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ବ୍ଲକର ୨ଟି ସେକ୍ସନ ସମେତ ଭଣ୍ଡାରିପୋଖରୀ ବ୍ଲକର ମଞ୍ଜୁରୀରୋଡ ଓ ହାଟଡିହୀ ବ୍ଲକର ଶାଳନିଅଁା ସେକ୍ସନରେ ଥିବା ୩୯ଟି ପାଣି ପଞ୍ଚାୟତରେ ଭୋଟର ତାଲିକା ସଂଶୋଧନ ଓ ନାମ ପଞ୍ଜୀକରଣ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଶାଳନିଅଁା ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧୀନରେ ଶାଳନିଅଁା ୧ ନମ୍ବର ସେକ୍ସନ, ବନ୍ତର ୨ ଓ ୩ ନମ୍ବର ସେକ୍ସନ ଏବଂ ମଞ୍ଜୁରୀରୋଡ ୪ ନମ୍ବର ସେକ୍ସନ ରହିଛି। ବନ୍ତର ୨ଟି ସେକ୍ସନରେ ୨୦ଟି ପାଣି ପଞ୍ଚାୟତ ଥିବାବେଳେ ମଞ୍ଜୁରୀରୋଡ ସେକ୍ସନରେ ୧୩ ଏବଂ ଶାଳନିଅଁା ସେକ୍ସନରେ ୬ଟି ପାଣି ପଞ୍ଚାୟତ କାର୍ଯ୍ୟ କରୁଛି। ଆସନ୍ତା ୨୬ ରୁ ୩୧ ତାରିଖ ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ନ ୧ ଟା ୩୦ ମଧ୍ୟରେ ସମସ୍ତ କୃଷକ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବା ସହ ଆବଶ୍ୟକ ଜମି କାଗଜପତ୍ର ଓ ଭୋଟର ପରିଚୟ ପତ୍ର ସମ୍ପୃକ୍ତ ସେକ୍ସନ ଅଫିସରେ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ଏ ନେଇ ଜଳସେଚନ ବିଭାଗ ପକ୍ଷରୁ ବିଡିଓ, ତହସିଲଦାର, ସମସ୍ତ ସରପଞ୍ଚ, ପାଣି ପଞ୍ଚାୟତ ସଭାପତିମାନଙ୍କୁ ଅବଗତ କରାଯାଇଥିବା ବେଳେ ଡାକବାଜି ଯନ୍ତ୍ର ସାହାଯ୍ୟରେ ସୂଚନା ଦିଆଯାଉଛି।
ପାଣି ପଞ୍ଚାୟତ ନିର୍ବାଚନ ପୂର୍ବରୁ କୃଷକମାନଙ୍କର ତାଲିକା ପ୍ରସ୍ତୁତ କରାଯିବ। ଜମି ଓ ଚାଷ କରୁଥିବା ସମସ୍ତ କୃଷକ ଏଥିରେ ସଭ୍ୟ ହୋଇପାରିବେ। ଗୋଟିଏ ଜମି ପ୍ଲଟରେ ଜଣେ ଭୋଟର ରହିପାରିବେ। ନିଜ କିମ୍ବା ବାପାଙ୍କ ନାମରେ ଥିବା ଜମିରେ ଭୋଟର ହୋଇପାରିବେ। ଜମି ବିକ୍ରି କରିଥିବା ଚାଷୀଙ୍କ ନାମକୁ ବାଦ୍‌ କରାଯାଇ ଜମି କିଣିଥିବା ଚାଷୀଙ୍କ ନାମ ପଞ୍ଜୀକରଣ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସି ବୁଲିଲେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ

ବନ୍ତ,୮ା୪(ଡି.ଏନ୍‌.ଏ.)-ଭଦ୍ରକ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାଶ ବନ୍ତ ବ୍ଲକ ପରିଦର୍ଶନରେ ଆସି ଗୋବିନ୍ଦପୁର, ଷେଣ୍ଢତୀରା, ପଧାନପଡା, ରାମପୁର ଆଦି ପଞ୍ଚାୟତରେ ଟିଏମ୍‌ସି(ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର)...

ଗ୍ୟାରେଜରେ ଅଗ୍ନିକାଣ୍ଡ: ଜଳିଗଲା ୪ ବସ୍‌ ଓ ସ୍କୋର୍ପିଓ

ଭଦ୍ରକ ଅଫିସ,୧୦।୨: ଗ୍ୟାରେଜରେ ନିଆଁ ଲାଗି ୪ଟି ବସ୍‌ ଓ ଗୋଟିଏ ସ୍କୋର୍ପିଓ ଗାଡି। ଜଳିଯାଇଛି। ଏଥିସହ କ୍ୟାବିନ ମଧ୍ୟ ପୋଡିଯାଇଛି। ଭଦ୍ରକ ଜିଲାରେ ମଙ୍ଗଳବାର...

ଆଇନ ଶୃଙ୍ଖଳା ନିୟନ୍ତ୍ରଣ କ୍ଷେତ୍ରରେ ହୋମଗାର୍ଡଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ

ଭଦ୍ରକ ଅଫିସ, ୬।୧୨: ଭଦ୍ରକ ଜିଲା ଚରମ୍ପା ରିଜର୍‌ ପଡିଆରେ ଶୁକ୍ରବାର ତମ ହୋମଗାର୍ଡ ଦିବସ ପାଳିତ ହୋଇଯାଇଛି। ଆରକ୍ଷୀ ଅଧୀକ୍ଷକ ରାଜେଶ ପଣ୍ଡିତ ଯୋଗଦେଇ...

୫ ବର୍ଷ ବିତିଲା, ଦାବି ପୂରଣ ହେଲାନି

ଭଦ୍ରକ ଅଫିସ, ୨୧।୨: ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ପକ୍ଷରୁ ପ୍ରାଣୀଧନ ନିରୀକ୍ଷକମାନଙ୍କ ଦରମାରେ ଥିବା ଅସଙ୍ଗତି ଦୂର କରିବା, କ୍ୟାଡର ପୁନର୍ଗଠନ, ଦୁଇବର୍ଷିଆ...

ନିଆଁ ଲାଗି ପୋଡ଼ିଗଲା ୧ହଜାରରୁ ଊର୍ଦ୍ଧ୍ୱ ଧାନ ବସ୍ତା

ଭଦ୍ରକ ଅଫିସ,୯।୧ – ଭଦ୍ରକ ଜିଲା ଚାନ୍ଦବାଲି ଶାସ୍ତ୍ରୀ ନଗରରେ ଶୁକ୍ରବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୨ଟି ଧାନ ଗୋଦାମ ପୋଡି ପାଉଁଶ ହୋଇଯାଇଛି।...

ରାଜ୍ୟସ୍ତରୀୟ ସାଇକ୍ଲିଂ ଚାମ୍ପିୟନଶିପ୍‌

ଭଣ୍ଡାରିପୋଖରୀ, ୨୦।୧୦ (ସ୍ବ.ପ୍ର.)- ଓଡ଼ିଶା ସାଇକ୍ଲିଂ ଆସୋସିଏଶନ ଦ୍ୱାରା ପରିଚାଳିତ ଭଦ୍ରକ ଜିଲା ସାଇକ୍ଲିଂ ଆସୋସିଏଶନ ପକ୍ଷରୁ ବାରିକପୁରଠାରେ ଶନିବାର ଦୁଇଦିନିଆ ୩୮ତମ ରାଜ୍ୟସ୍ତରୀୟ ସାଇକ୍ଲିଂ...

ବଇଁଆ ବନାପୁର କ୍ୱାରାଣ୍ଟାଇନରେ କୋଲକାତା ଫେରନ୍ତାଙ୍କ ମୃତ୍ୟୁ

ଭଣ୍ଡାରିପୋଖରୀ,୧୯।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବଇଁଆ ବନାପୁର ପଞ୍ଚାୟତ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ଜଣେ କୋଲକାତା ଫେରନ୍ତା ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

ଟ୍ରେନ୍‌ ଦୁର୍ଘଟଣାରେ ଭଦ୍ରକରୁ ୭ ମୃତ

ଭଦ୍ରକ ଅଫିସ,୩ା୬: ବାଲେଶ୍ୱର ଜିଲା ବାହାନଗାଠାରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ଭଦ୍ରକ ଜିଲାର ୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକମାନେ ହେଲେ ଭଣ୍ଡାରିପୋଖରୀ...

Advertisement
Archives

Model This Week