୩୮ ନିଶାସକ୍ତ ଗାଡ଼ିଚାଳକ ଗିରଫ

କଟକ ଅଫିସ, ୮।୯: ନୁଆ ମୋଟର ଯାନ ଆଇନ ଲାଗୁ ହେବାପରେ ରାଜ୍ୟରେ ଟ୍ରାଫିକ ନିୟମ କଡାକଡି ଭାବେ ପାଳନ କରାଯାଉଛି। ମୁଖ୍ୟତଃ ମଦ ପିଇ ଗାଡି ଚଳାଉଥିବା ବ୍ୟକ୍ତିଙ୍କ ପ୍ରତି କଠୋର ଆଭିମୁଖ୍ୟ ଆପଣାଇଛି ପୋଲିସ। ମଦ୍ୟପାନ କରି ଗାଡି ଚଳାଉଥିବା ଚାଳକଙ୍କୁ ଗିରଫ କରିବାକୁ ଡିଜିପି ବିଜୟ କୁମାର ଶର୍ମା କଡା ନିର୍ଦ୍ଦେଶ ଦେଇଛନ୍ତି। ଗତ ୬ ତାରିଖରେ ରାଜ୍ୟର ସମସ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ୧୪ଟି ଟୋଲ୍‌ଗେଟ୍‌ରେ ପୋଲିସ ପକ୍ଷରୁ ଚେକିଂ କରାଯାଇଥିଲା। ଏହି ଚେକିଂରେ ୩୮ ଜଣ ନିଶାସକ୍ତ ଗାଡି ଚାଳକଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗିରଫ ୩୮ଜଣଙ୍କ ମଧ୍ୟରେ ସୁନ୍ଦରଗଡ ଜିଲା ବରପାଲି ଟୋଲଗେଟ୍‌ରେ ୧୦ଜଣ, ମାଶୁନିକାଣୀ ଟୋଲଗେଟ୍‌ ନିକଟରେ ଜଣେ, ସମ୍ବଲପୁର ଜିଲାର ଶାସନ ଟୋଲଗେଟ୍‌ ନିକଟରେ ୩, କେନ୍ଦୁଝର ଜିଲାର ରାମଚନ୍ଦ୍ରପୁର ଟୋଲଗେଟ୍‌ରେ ଜଣେ, ଢେଙ୍କିକୋଟ ଟୋଲଗେଟ୍‌ରେ ଜଣେ, ବନଯୋଡି ଟୋଲଗେଟ୍‌ରେ ୩, ଯାଜପୁର ଜିଲାର ପାଣିକୋଇଲି ଟୋଲଗେଟ୍‌ରେ ୨, ଶ୍ରୀରାମପୁର ଟୋଲଗେଟ୍‌ରେ ଜଣେ, ବରଗଡ ଜିଲା ବରାହଗୁଡା ଟୋଲଗେଟରେ ୩, କଟକ ଜିଲାର ମଙ୍ଗୁଳି ଟୋଲଗେଟ୍‌ରେ ୪, ଗଞ୍ଜାମ ଜିଲାର ଭେଜିପୁଟ ଟୋଲଗେଟ୍‌ରେ ୩, ଖୋର୍ଦ୍ଧା ଜିଲାର ଗୋଡିପଡା ଟୋଲଗେଟ୍‌ରେ ୩, ବାଲେଶ୍ୱର ଜିଲାର ଶେରଗଡ ଟୋଲଗେଟ୍‌ରେ ୩ଜଣ ମଦ୍ୟପ ଗାଡି ଚାଳକଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ମୁଖ୍ୟାଳୟ ପକ୍ଷରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଝି ଆକାଶରେ ଯୁବକଙ୍କ ଉତ୍ପାତ : ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ଭୁବନେଶ୍ୱର, ୨୩ା୬(ବ୍ୟୁରୋ) : ଜଣେ ମାନସିକ ବିକୃତ ଯାତ୍ରୀଙ୍କ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ରବିବାର ସକାଳେ ଏକ ଇଣ୍ଡିଗୋ ବିମାନ (୬ ଇ ୪୬୨) ଜରୁରୀ...

ଅଂଶୁଘାତ ଆଶଙ୍କା, ଜିଲାପାଳଙ୍କୁ ସତର୍କ କଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୩୦ା୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଲଢ଼େଇ ଜାରି ରଖିଛନ୍ତି। ଏପରି ସ୍ଥିତିରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ଚିନ୍ତା...

ଭାଜପା ପ୍ରଚାରକୁ ବିରୋଧ କରି ଆକ୍ରମଣ: ୨ ଭାଜପା ନେତା ଆହତ

ଭୁବନେଶ୍ୱର, ୧୮ା୪ (ବ୍ୟୁରୋ)- ରାଜଧାନୀରେ ନିର୍ବାଚନୀ ପ୍ରଚାର ସରଗରମ ହୋଇଯାଇଥିବାବେଳେ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳୁଛି। ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ନୀଳାଦ୍ରିବିହାରରେ ପ୍ରଚାରକୁ ନେଇ...

ବନ୍ୟା ପ୍ରଭାବ : ଶକ୍ତି ଉତ୍ପାଦନ ପ୍ରଭାବିତ, ଦୈନିକ ୧୬ କୋଟି ବ୍ୟୟରେ କିଣାଯାଉଛି ୯୦୦ ମେଗାୱାଟ୍‌ ବିଜୁଳି

ଭୁବନେଶ୍ୱର,୯।୮(ବ୍ୟୁରୋ) : ରାଜ୍ୟରେ ବିଭିନ୍ନ ପ୍ରାନ୍ତରେ ଲଗାଣ ବର୍ଷା ଯୋଗୁ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ତେଣୁ ଜଳ ବିଦ୍ୟୁତ ଶକ୍ତି ଉତ୍ପାଦନ ପ୍ରଭାବିତ...

ସ୍ବତନ୍ତ୍ର ଓଡ଼ିଶାର ଦୃଢ଼ ସମର୍ଥକ ଥିଲେ ଗାନ୍ଧୀ: ନବୀନ

ଭୁବନେଶ୍ୱର (ବ୍ୟୁରୋ)/କଟକ ଅଫିସ,୨ା୪: ଅହିଂସାର ପୂଜାରୀ ଭାବେ ମହାତ୍ମା ଗାନ୍ଧୀ ସାରା ବିଶ୍ୱକୁ ନୂତନ ଦିଗ୍‌ଦର୍ଶନ ଦେଇଯାଇଛନ୍ତି। ଆଜିର ଦୁନିଆରେ ତା’ର ପ୍ରାସଙ୍ଗିକତା ଅଧିକ ଅନୁଭୂତ...

ଆସୁଛି ରଥଯାତ୍ରା, ଭାଙ୍ଗିଛି ମଠବାଡ଼ି: ହୀନସ୍ତା ହେବେ ସାଧୁସନ୍ଥ, ଶ୍ରଦ୍ଧାଳୁ

ପୁରୀ ଅଫିସ, ୨୭ା୬: ଜୁଲାଇ ୪ରେ ରଥଯାତ୍ରା। ଏଥିପାଇଁ ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମେତ ବହୁ ସାଧୁସନ୍ଥ ଆସିବେ। ହେଲେ ଚଳିତବର୍ଷ ଏମାନେ ଆଶ୍ରୟ...

ରାଜ୍ୟରେ ୩ ନିଜ୍ଜାମୁଦ୍ଦୀନ ଫେରନ୍ତା କରୋନା ପଜିଟିଭ : ୧୦୪ ରେ କଲ୍ କରି ଚିହ୍ନଟ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ, ଚିକିତ୍ସା ଖର୍ଚ୍ଚ ତୁଲାଇବେ ସରକାର

ଭୁବନେଶ୍ବର, ୪।୪(ବ୍ୟୁରୋ) : ଦିଲ୍ଲୀ ନିଜ୍ଜାମୁଦ୍ଦୀନ ଧର୍ମସଭାରେ ଯୋଗ ଦେଇ ଓଡିଶାକୁ ଫେରିଥିବା ୨୮ ଜଣଙ୍କ ସହ ଯୋଗାଯୋଗ କରଯାଇଛି । ସମସ୍ତଙ୍କର ନମୂନା ପରୀକ୍ଷଣ...

ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ମାମଲା:୨୯ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ,୫ା୧୧: ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ ତଥା ରାଜ୍ୟର ଅନ୍ୟ ବାର୍‌ ଆସୋସିଏଶନର କୋର୍ଟ ବର୍ଜନ ଆନ୍ଦୋଳନକୁ ନେଇ ହୋଇଥିବା ଅଦାଲତ ଅବମାନନା ମାମଲାର...

Advertisement
Archives

Model This Week