୩୬ବର୍ଷ ପୂର୍ବର ଫିଲ୍ମ ବଲିଉଡ୍‌ର ମହାନାୟକଙ୍କୁ ଠେଲିଦେଇଥିଲା ମୃତ୍ୟୁମୁଖକୁ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। କାରଣ ଦୀର୍ଘ ୫୦ବର୍ଷରୁ ସେ ପ୍ରଶଂସକଙ୍କୁ ମନୋରଞ୍ଜନ କରିଆସୁଥିବା ବେଳେ ଘରେ ଘରେ ସେ ବେଶ୍‌ ପରିଚିତ। ଅମିତାଭ ନିଜ କାମକୁ ବେଶ୍‌ ପ୍ରାଧାନ୍ୟ ଦେଇଥାନ୍ତି। କାମକୁ ପୂରା କରିବା ପାଇଁ ନିଷ୍ଠାର ସହ କଠିନ ପରିଶ୍ରମ ମଧ୍ୟ କରିଥାନ୍ତି। ଆଉ ଏହି ପରିଶ୍ରମ ତାଙ୍କ ଫିଲ୍ମରେ ସ୍ପଷ୍ଟ ବାରିହୋଇପଡେ। ଆଜି ବି ତାଙ୍କ ଅଭିନୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିପାରିଛି। ନିଜ କ୍ୟାରିୟରରେ ଅମିତାଭ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ସେଥିମଧ୍ୟରୁ ତାଙ୍କର ଏଭଳି ଗୋଟିଏ ଫିଲ୍ମ ଅଛି, ଯାହା ତାଙ୍କୁ ସଫଳତାର ଦେଇଥିଲା ସତ, ହେଲେ ତାଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଥିଲା। ସେହି ଫିଲ୍ମ ହେଉଛି ‘କୁଲି’। ଫିଲ୍ମ କୁଲି ୧୯୮୩ ଡିସେମ୍ବର ୨ରେ ରିଲିଜ୍‌ ହୋଇଥିଲା। ସୋମବାର ଏହି ଫିଲ୍ମକୁ ୩୬ ବର୍ଷ ପୂରିଛି। ଏହି ଫିଲ୍ମର ଶୁଟିଂ ସମୟରେ ଏଭଳି ଏକ ଅଘଟଣ ଘଟିଥିଲା। ଯେଉଁଠି ତାଙ୍କର ଜୀବନ ଚାଲିଯିବାର ସମ୍ଭାବନା ଢ଼େର ଅଧିକ ରହିଥିଲା। ସୂଚନାମୁତାବକ ଶୁଟିଂ ସମୟରେ ଏକ ସିନ୍‌ରେ ଅମିତାଭଙ୍କ ସହ-କଳାକାର ପୁନୀତ ଇସର ତାଙ୍କୁ ପଞ୍ଚ ମାରିବାର ଥିଲା। ଏହି ପଞ୍ଚର ଶୁଟିଂ କରିବା ସମୟରେ ଅମିତାଭ ଆହତ ହୋଇପଡ଼ିଥିଲେ। ୧୯୮୨ ଜୁଲାଇ ୨୬ରେ ସେ ଗୁରୁତର ଆହତ ହେବାରୁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କୁହାଯାଏ, କିଛି ସମୟ ପାଇଁ ତାଙ୍କୁ କ୍ଲିନିକାଲି ଡେଡ୍‌ ବୋଲି ଘୋଷଣା କରାଯାଇଥିଲା। ସେତେବେଳେ ତାଙ୍କ ଜୀବନ ରକ୍ଷା ପାଇଁ ପ୍ରଶଂସକମାନେ ପୂଜାର୍ଚ୍ଚନା କରିବା ସହ ପ୍ରାର୍ଥନା କରିଥିଲେ। କାରଣ ଅମିତାଭଙ୍କ ପେଟରେ ଗଭୀର ଆଘାତ ଲାଗିଥିଲା। ଏଥିପାଇଁ ତାଙ୍କୁ ୨୦୦ ରକ୍ତଦାତା ୬୦ବୋତଲ ରକ୍ତ ଦେଇଥିଲେ। ହେଲେ ଏଥିମଧ୍ୟରୁ ଜଣେ ରକ୍ତଦାତାଙ୍କ ରକ୍ତ ସଂକ୍ରମିତ ଥିଲା। ଯେଉଁଥିରେ ହେପାଟାଇଟିସ୍‌-ବି ଭୂତାଣୁ ରହିଥିଲା। ୨୦୦୦ମସିହାରେ ହେପାଟାଇଟିସ୍‌-ବି ଭୂତାଣୁ ଯୋଗୁ ତାଙ୍କର ଲିଭର୍‌ ୭୫ ପ୍ରତିଶତ ଖରାପ୍‌ ହୋଇଯାଇଥିଲା। କିନ୍ତୁ ସେ ଆଜି ପର୍ଯ୍ୟନ୍ତ ହାରମାନି ନାହାନ୍ତି ଏବଂ ଲଗାତାର ଭାବେ ନିଜ କାମ ଜାରି ରଖିଛନ୍ତି। ନିକଟରେ ଅମିତାଭ ନିଜର ଅପ୍‌ କମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ ପାଇଁ ମନାଲିରେ ପହଞ୍ଚିଛନ୍ତି। ମାଇନସ୍‌ ଡିଗ୍ରୀ ତାପମାତ୍ରାରେ ସେ ଫିଲ୍ମର ଶୁଟିଂ କରିଥିବା ଜଣାପଡ଼ିଛି। ଏହି ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁର ବି ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ

କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri