୩୪ତମ ଜାତୀୟ ସଂହତି ଶିବିର ଉଦ୍‌ଘାଟିତ: ଭାଗନେଲେ ୫୯୮ ଶିବିରାର୍ଥୀ

କାମାକ୍ଷାନଗର, ୩।୧(ଡି.ଏନ.ଏ): କାମାକ୍ଷାନଗର କାନପୁରା ପଞ୍ଚାୟତିରାଜ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଜିଲାସ୍ତରୀୟ ୩୪ତମ ଜାତୀୟ ସଂହତି ଶିବିର ଉଦ୍‌ଘାଟିତ ହୋଇଯାଇଛି। ଭାରତ ସ୍କାଉଟ୍ସ, ଗାଇଡ୍ସ ଢେଙ୍କାନାଳ ଶାଖା ପକ୍ଷରୁ ଆୟୋଜିତ ଏହି ଶିବିରରେ ୫୯୮ ଶିବିରାର୍ଥୀ, ୩୨୭ଜଣ ସ୍କାଉଟ୍ସ ମାଷ୍ଟର ଏବଂ ଗାଇଡ୍ସ କ୍ୟାପ୍‌ଟେନ୍‌ ଅଂଶଗ୍ରହଣ କରିଛନ୍ତି।
ଜିଲା ଶିକ୍ଷାଧିକାରୀ ତଥା ଶାଖା ମୁଖ୍ୟ କମିଶନର ସୁଧାନନ୍ଦ ପରିଡ଼ା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ, ଜାତୀୟ ସଂହତି ବିନା ଅଖଣ୍ଡ ଭାରତ ଅସମ୍ଭବ। ଜାତୀୟ ସଂହତି ରକ୍ଷା କରି ଗୋଟିଏ ମା’ର ସନ୍ତାନ ଭଳି ଭାରତମାତାର ସୁରକ୍ଷା ଦିଗରେ ଆଗେଇ ଆସିବା ପାଇଁ ମୁଖ୍ୟଅତିଥି ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ ଆହ୍ବାନ ଦେଇଥିଲେ। ଉପଜିଲାପାଳ ଇଂ. ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିବିରାର୍ଥୀମାନେ ଏଠାରୁ ଶିଖି ଅନ୍ୟକୁ ଶିକ୍ଷା ଦେବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥିଭାବେ ଇଂ. ଅଖିଳ କୁମାର ପଣ୍ଡା, ବିଇଓ ଅଜୟ କୁମାର ପାତ୍ର, ବ୍ରହ୍ମୋତ୍ରୀ ବିଶ୍ୱାଳ, ନିତ୍ୟାନନ୍ଦ ବାରିକ, ରାଜ୍ୟ ସ୍କାଉଟ୍ସ ଓ ଗାଇଡ୍ସର କମିଶନର ସୁରଜିତ୍‌ ସେନ୍‌, ଜିଲା କମିଶନର ଗଗନ ବିହାରୀ ନାୟକ, ଜିଲା ଶାରୀରିକ ଶିକ୍ଷା ଅଧିକାରୀ ସୌଦାମିନୀ ଦାସ ପ୍ରମୁଖ ମଞ୍ଚାସୀନ ରହି ନିଜର ବକ୍ତବ୍ୟ ରଖିଥିଲେ।
ପ୍ରାରମ୍ଭରେ ଅତିଥିମାନେ ସ୍କାଉଟ୍ସ ଗାଇଡ୍ସ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସନ୍ଧ୍ୟାରେ ଶିବିରାର୍ଥୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍କାଉଟ୍ସ ମାଷ୍ଟର ବିପିନ ବିହାରୀ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ଧନ୍ୟବାଦ ଦେଇଥିଲେ। ସଂଗୀତ ଶିକ୍ଷକ ଅମିତ କୁମାର ନାୟକ, ଡା. ଚନ୍ଦ୍ରମଣି ଲେଙ୍କା, ଧ୍ରୁବଚରଣ ସୁନ୍ଦରାୟ, କବିତା ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ୬ ତାରିଖ ଯାଏ ଚାଲିବ। ଏହି ଅବସରରେ ସ୍ବେଚ୍ଛାସେବୀ ଛାତ୍ରୀଛାତ୍ରଙ୍କୁ ସମାଜସେବା, ଉଦ୍ଧାର କାର୍ଯ୍ୟ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ତାଲିମ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଛାଡିବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ : ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଟିପର ମାଲିକ

କେନ୍ଦୁଝର, ୨୮ା୭ (ସ୍ବ.ପ୍ର.)-କେନ୍ଦୁଝର ଜିଲା ନୟାକୋଟ ଥାନା ଅଧୀନ ବାଂଶପାଳ ଫାଣ୍ଡିର ପୂର୍ବତନ ଅଧିକାରୀଙ୍କ ବିରୋଧରେ ଲାଞ୍ଚ ନେବା ଭଳି ଗୁରୁତର ଅଭିଯୋଗ ଆସିଛି। ଦୁର୍ଘଟଣା...

୨ ଡେପୁଟି ସେକ୍ରେଟାରିଙ୍କୁ ଯୁଗ୍ମ ସଚିବ ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର,୪ା୨(ବ୍ୟୁରୋ): ରାଜ୍ୟ ସରକାର ୨ଜଣ ଡେପୁଟି ସେକ୍ରେଟାରିଙ୍କୁ ଯୁଗ୍ମ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଏ ନେଇ ଗୁରୁବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି...

ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା କଲେ ସ୍ବାମୀ

ଲୋଇସିଂହା,୨୭।୩: ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସଂସା ଗାଁରେ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ...

ମାଗଣା ଚାଉଳକୁ ନେଇ ବଢ଼ିଲା ରାଜନୀତି

ଭୁବନେଶ୍ବର,୬ା୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ବର୍ଷେ ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ବଣ୍ଟନ କଥାକୁ ନେଇ ଏବେ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ରାଜ୍ୟ...

ଅବକ୍ଷୟମୁଖୀ ଜଙ୍ଗଲ, ଅସୁରକ୍ଷିତ ବନ୍ୟପ୍ରାଣୀ

ଜଗତ୍‌ସିଂହପୁର ଅଫିସ, ୫।୬: ପରିବେଶକୁ ନେଇ ସାରା ବିଶ୍ୱରେ ଚିନ୍ତା ପ୍ରକଟ କରାଯାଉଛି। ବର୍ଯ୍ୟବସ୍ତୁ, ଯାନବାହାନ ଚଳାଚଳ, ଶିଳ୍ପ ଆଦି ମାଧ୍ୟମରେ ପରିବେଶ ପ୍ରଦୂଷିତ ହେଉଛି।...

ରାସ୍ତା ପାର୍ଶ୍ୱରୁ ହଟିବେ ବିହାରୀ ବ୍ୟବସାୟୀ

ଅନୁଗୋଳ ଅଫିସ,୨୬।୩: ଅନୁଗୋଳ ସହରର ବିଭିନ୍ନ ରାସ୍ତା ପାର୍ଶ୍ୱରେ ଜବରଦଖଲ କରି ଟ୍ରାଫିକ ଅବ୍ୟବସ୍ଥାର କାରଣ ସାଜିଥିବା ବିହାରୀ ବ୍ୟବସାୟୀଙ୍କୁ ହଟାଇ ଦିଆଯିବ। ଏ ନେଇ...

ଏଲ୍‌ଆଇସି କାର୍ଯ୍ୟାଳୟ ସମ୍ମୁଖରେ ଏଜେଣ୍ଟଙ୍କ ଧାରଣା

ଦିଗପହଣ୍ଡି,୧ା୧୦(ଡି.ଏନ.ଏ.): ସର୍ବଭାରତୀୟ ଜୀବନ ବୀମା ଏଜେଣ୍ଟ ମହାସଂଘର ଯୁଗ୍ମ କାର୍ଯ୍ୟକାରୀ କମିଟି(ଜଏଣ୍ଟ ଆକ୍ସନ କମିଟି)ର ଆହ୍ବାନ କ୍ରମେ ବ୍ରହ୍ମପୁର ଶାଖା-୧ର ଶତାଧିକ ଏଜେଣ୍ଟ କଳାବ୍ୟାଜ ପିନ୍ଧି...

ବଢ଼ିଚାଲିଛି ଲଘୁ ଖଣିଜ ସମ୍ପଦ ଚାଲାଣ

ଖୋର୍ଦ୍ଧା ଅଫିସ,୪ା୭: ଖୋର୍ଦ୍ଧା ଜିଲାରେ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ବଢ଼ିଚାଲିଛି। ମାଫିଆମାନେ ଦୈନିକ ଶହ ଶହ ଟ୍ରକରେ ମାଙ୍କଡ଼ା ପଥର, ମୋରମ, କଳାମୁଗୁନି...

Advertisement
Archives

Model This Week